• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀ ଆସନ୍ତା ଜୁନ୍‌ ୨୧ ତାରିଖରେ ନ୍ୟୁୟର୍କ ସ୍ଥିତ ଜାତିସଂଘ ମୁଖ୍ୟାଳୟରେ‌ ଅନ୍ତର୍ଜାତୀୟ ‌ଯୋଗ ଦିବସ କାର୍ଯ୍ୟକ୍ରମର ନେତୃତ୍ବ ନେବେ। ଯୋଗ ଦିବସ ଉତ୍ସବ ଅବସରରେ ମୋଦୀ ସମଗ୍ର ବିଶ୍ବ ସମୁଦାୟର ନେତୃତ୍ବ ନେ‌ବେ।

  2. ବିଶ୍ବର ସର୍ବବୃହତ ଖାଦ୍ୟ ଭଣ୍ଡାର ଗଠନ କରାଯିବ। ସେଥିରେ ୭୦୦ ଲକ୍ଷ ଟନ୍ ଖାଦ୍ୟଶସ୍ୟ ରହିବ। ଆସନ୍ତା ପାଞ୍ଚ ବର୍ଷରେ ସେହି ଭଣ୍ଡାର ସୃଷ୍ଟି କରାଯିବ। ସେଥିପାଇଁ ଏକ ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଆଜି କ୍ୟାବିନେଟ୍‌ କମିଟି ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି

  3. ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ପ୍ରତି ବ୍ଲକ୍‌ରେ ୨୦୦୦ ଟନ୍ କ୍ଷମତାର ଗୋଦାମ ସ୍ଥାପନ କରାଯିବ। ଏହା ସମବାୟ କ୍ଷେତ୍ରକୁ ସୁଦୃଢ଼ କରିବ। ପାକ୍‌ସଗୁଡ଼ିକ ଖାଦ୍ୟଶସ୍ୟ ପାଇଁ ଗୋଦାମ ସ୍ଥାପନ କରିପାରିବେ। ଦେଶରେ ଏକ ଲକ୍ଷ ପାକ୍‌ସ ଥିବା ବେଳେ ସେଥିରୁ ୬୩,୦୦୦ ସକ୍ରିୟ ରହିଛନ୍ତି।

  4. ଭାରତର ୩୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଅକ୍ଟୋବର ୨୦୧୯ରୁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ୧୪,୧୮,୭୫୦.୫୫୨୩ କୋଟି ଟଙ୍କାର ଏଫ୍‌ଡିଆଇ ଆସିଛି।

  5. ଓଡ଼ିଶାକୁ ୨୦୧୯ ଅକ୍ଟୋବରରୁ ମାର୍ଚ୍ଚ ୩୧, ୨୦୨୩ ମଧ୍ୟରେ ପ୍ରତ୍ୟକ୍ଷ ବିଦେଶ ପୁଞ୍ଜିଲଗାଣ (ଏଫ୍‌ଡିଆଇ) ରହିଛି ମାତ୍ର ୦.୦୮ ପ୍ରତିଶତ। କେନ୍ଦ୍ର ସରକାରଙ୍କ ଡିପାର୍ଟମେଣ୍ଟ୍‌ ଅଫ୍‌ ପ୍ରମୋସନ୍‌ ଅଫ୍‌ ଇଣ୍ଡଷ୍ଟ୍ରିଜ୍‌ ଆଣ୍ଡ୍‌ ଇଣ୍ଟରନାଲ୍‌ ଟ୍ରେଡ୍‌ (ଡିପିଆଇଆଇଟି)ର ସଦ୍ୟତମ ପରିସଂଖ୍ୟାନରୁ ଏହା ଜଣାପଡ଼ିଛି।

  6. ହିଣ୍ଡେନ୍‌ବର୍ଗର ଗମ୍ଭୀର ଅଭିଯୋଗ ସାମ୍ନା କରି ବହୁ ସମସ୍ୟା ଦେଇ ଗତି କରିଥିବା ଶିଳ୍ପପତି ଗୌତମ ଆଦାନିଙ୍କ କଂପାନି ଆଦାନି ଗ୍ରୁପ୍ ପାଇଁ ପୁଣି ଏକ ସମସ୍ୟା ସୃଷ୍ଟି ହୋଇଛି। ପ୍ରଥମ ଥର ଲାଗି ଆଗଧାଡ଼ିର ଅଡିଟ୍‌ ସଂସ୍ଥା ଡେଲଏଟ୍‌ ଆଦାନି ପୋର୍ଟସ୍‌ର ତିନି କାରବାର ଉପରେ ପ୍ରଶ୍ନ ଉଠାଇଛି।

  7. ଶୃଙ୍ଗାରଗୌରୀ ପୂଜା ପ୍ରସଙ୍ଗରେ ମୁସଲମାନ ପକ୍ଷର ଆବେଦନ ଆହ୍ଲାବାଦ ହାଇକୋର୍ଟରେ ଖାରଜ ।

  8. ରାଜଧାନୀ ଭୁବନେଶ୍ବରରେ ୩ଟି ଫିଫା ମାନର ଫୁଟବଲ ଟ୍ରେନିଂ ସେଣ୍ଟର୍ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟ୍ରେନିଂ ସେଣ୍ଟର୍ ଗୁଡ଼ିକୁ ଆଜି ଲୋକାର୍ପିତ କରିଛନ୍ତି। ୩ଟି ଟ୍ରେନିଂ ସେଣ୍ଟର ମଧ୍ୟରେ ରହିଛି ଭୁବନେଶ୍ୱର ଫୁଟବଲ ଏକାଡେମୀ, ଓଡ଼ିଶା ଫୁଟବଲ ଏକାଡେମୀ ଓ କ୍ୟାପିଟାଲ ଫୁଟବଲ ଏରେନା।

  9. ପୃଥିବୀରେ ୧୦ ହଜାର ମିଟର ଗଭୀର ଖନନ କରୁଛି ଚୀନ, ଋଷିଆ ପରେ ଦ୍ୱିତୀୟ ସୁପରଡିପ ବୋରହୋଲ ।

  10. ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ ହେଲା ଭାରତ, ୨୦୨୨-୨୩ରେ ଜିଡିପି ଅଭିବୃଦ୍ଧି ହାର ୭.୨% ।

  11.  ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଦେ ‘ଅହମ୍ମଦନଗର’ର ନାମ: ଅହିଲ୍ୟା ବାଇ ହୋଲକର ନାମରେ ନାମିତ କଲେ ।

  12. ରାଜ୍ୟରେ ସରକାରୀ କର୍ମଚାରୀଙ୍କ ଅନୁକମ୍ପାମୂଳକ ସହାୟତା ରାଶି ବୃଦ୍ଧି, ଡ୍ୟୁଟିରେ ମୃତ୍ୟୁ ହେଲେ ମିଳିବ ୧୦ ଲକ୍ଷ ଟଙ୍କା ।

  13. ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇଲା । ବିଜ୍ଞାନରେ ୮୪.୯୩ ଓ ବାଣିଜ୍ୟରେ ୮୧.୧୨ ପ୍ରତିଶତ ପାସ ହାର ।

  14. ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପୂର୍ବତନ ଅତିରିକ୍ତ ବନ୍ୟପ୍ରାଣୀ ସଂରକ୍ଷକ (ପିସିସିଏଫ)ଅଭୟକାନ୍ତ ପାଠକଙ୍କ ୬୬ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଛି ।

  15. ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ  ଆଗକୁ ନିର୍ବାଚନକୁ ଆଗରେ ରଖି ୧୦୦ ୟୁନିଟ୍ ବିଜୁଳି ଫ୍ରି ଘୋଷଣା କଲେ ।

  16. ୪୫ବର୍ଷିୟ ସୁରେଶ ‘ରେଷ୍ଟୁରାଣ୍ଟ ସେଫ୍ ପିଲ୍ଲାଇ’ର ପ୍ରତିଷ୍ଠାତା ଅଟନ୍ତି। ବାଙ୍ଗାଲୋର, କୋଚି, କତାର, ଦୁବାଇ ଇତ୍ୟାଦି ସ୍ଥାନରେ ତାଙ୍କର ରେସ୍ତୋରାଁ ରହିଛି। ଧୀରେ ଧୀରେ ତାଙ୍କ ରେସ୍ତୋରାଁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେ କେରଳର ସର୍ବୋତ୍ତମ ଖାଦ୍ୟର ସ୍ୱାଦ ଲୋକଙ୍କ ପାଖରେ ପହଞ୍ଚାଇ ଏବେ ସାରା ବିଶ୍ୱରେ ଲୋକପ୍ରିୟ ହୋଇପାରିଛନ୍ତି।

  17. ଜଗନ୍ନାଥ ଧାମ ପୁରୀକୁ ଆଜି ଗଞ୍ଜାମର ଶେରଗଡରୁ ଗଡିଲା ପ୍ରଥମ ଏସି ବସ୍ ଜଗନ୍ନାଥ ଏକ୍ସପ୍ରେସ। ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫେରେନ୍‌ସ ଜରିଆରେ ଶେରଗଡ-ପୁରୀ ମଧ୍ୟରେ ଜଗନ୍ନାଥ ଏକ୍ସପ୍ରେସ ଏସି ବସ ସେବା ଚଳାଚଳକୁ ପତକା ହଲାଇ ଶୁଭାରମ୍ଭ କରିଥିଲେ । OSRTC ପକ୍ଷରୁ ଏହି ବସ ସେବା ଆରମ୍ଭ କରାଯାଇଛି ।

  18. ଆସନ୍ତା ଶିକ୍ଷାବର୍ଷରୁ ବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନ ପାଇବ କ୍ରୀଡା ବିଷୟବସ୍ତୁ । ପରବର୍ତ୍ତୀ ସମୟରେ ଏହାକୁ ବାଧ୍ୟତାମୂଳକ କରାଯିବ। କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ନିଆଯାଇଥିବା ବିସ୍ତୃତ ଉନ୍ନୟନ ରିପୋର୍ଟ ଓ ଅନ୍ୟାନ୍ୟ ରୂପାନ୍ତରିତମୂଳକ ପଦକ୍ଷେପ ସମ୍ପର୍କରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ  ତୁଷାରକାନ୍ତି ବେହେରା ସୂଚନା ଦେବା ସମୟରେ ଏହା କହିଛନ୍ତି।

  19. ହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମା ସୁପରିଚାଳନା ନିମନ୍ତେ ଡିଜିଟାଇଜେସନ କରାଯିବାକୁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ ପ୍ରାୟ ୧୧ କୋଟି ଟଙ୍କାର ଏକ ଯୋଜନା ରାଜ୍ୟ ସରକାରଙ୍କ ଅନୁମୋଦନ ଲାଭ କରିଛି। ଏହି ପ୍ରକଳ୍ପକୁ ଓରସାକ୍‌‌ ତତ୍ତ୍ୱାବଧାନରେ ସ୍ପାର୍କ ପ୍ରାଇଭେଟ ଲିମିଟେଡ ଦ୍ୱାରା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି।

  20.  ବିଗତ ୪ ବର୍ଷ ମଧ୍ୟରେ ରାଜ୍ୟ ସରକାର ଗଣଶିକ୍ଷା ବିଭାଗ ବଜେଟ୍‌‌କୁ ୫୫ପ୍ରତିଶତ ବୃଦ୍ଧି କରିଛନ୍ତି। ମୋ ସ୍କୁଲ, ୫-ଟି ସ୍କୁଲ ରୂପାନ୍ତରଣ ଭଳି ଯୋଜନା ରାଜ୍ୟର ଶିକ୍ଷା ଭିତ୍ତିଭୂମି ବିକାଶରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ଗତ ୪ ବର୍ଷରେ ୧୪୮୪୯ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ଏବଂ ଖୁବ୍‌‌ ଶୀଘ୍ର ଆଉ ୩୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.