-
ଆଇଏମ୍ଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ବିଶ୍ୱ ପାଣିପାଗ ସଂସ୍ଥାର ତୃତୀୟ ଉପାଧ୍ୟକ୍ଷ ହେଲେ । ୪ ବର୍ଷ ପାଇଁ ସେ ଏହି ପଦବୀରେ ରହିବେ।
-
ଚୀନ୍ ଓ ପାକିସ୍ତାନ ସୀମାରେ ବିବାଦ ଲାଗିରହିଥିବା ବେଳେ ସମ୍ଭାବ୍ୟ ପରିସ୍ଥିତି ପାଇଁ ଭାରତ ଲାଗି ବ୍ରହ୍ମୋସ୍ ପରି ଦୂରଗାମୀ ସୁପରସୋନିକ୍ କ୍ରୁଜ୍ ମିସାଇଲର ଆବଶ୍ୟକତା ରହିଛି ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।
-
ଉତ୍ତରାଖଣ୍ଡର ଋଷିକେଶ (ତେହରି)ରେ ଜି-୨୦ ଦୁର୍ନୀତି ବିରୋଧୀ ୱାର୍କିଂ ଗ୍ରୁପର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତମାସ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ତେହରିର ରାଜେନ୍ଦ୍ରନଗରରେ ଉକ୍ତ ବୈଠକ ହୋଇଥିଲା।
-
୧୯୮୮ ବ୍ୟାଚ୍ ଗୁଜରାଟ କ୍ୟାଡର୍ ଓଡ଼ିଆ ଆଇଏଏସ୍ ବିଦ୍ୟୁତ ବିହାରୀ ସ୍ଵାଇଁ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍ସି)ର ନୂତନ ସଦସ୍ୟ ଭାବେ ଗୁରୁବାର ଦିନ ଶପଥ ନେଇଛନ୍ତି।
-
ଗୁରୁବାର ଅପରାହ୍ନରେ ସ୍ଵଦେଶ ନିର୍ମିତ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୧ର ସଫଳ ଧାମରା ସ୍ଥିତ ଅବଦୁଲ କଲାମ ଦ୍ବୀପରେ ଥିବା ଡିଆରଡିଓର ୩ ନମ୍ବର ଲଞ୍ଚ ପ୍ୟାଡ଼ରୁ ପରୀକ୍ଷଣ ହୋଇଛି। ଏହି କ୍ଷେପଣାସ୍ତ୍ର ୬ ଶହ କିମିରୁ ୭ଶହ କିମି ଦୂରରେ ଥିବା ଲକ୍ଷ୍ୟ ସ୍ଥଳକୁ ଗତିକରି ଶତ୍ରୁ ପକ୍ଷର ସାମରିକ ଘାଟି ଓ ଗୁରୁତ୍ୱପୂର୍ଣ୍ଣ ସହର ଉପରେ ସଠିକ ଲକ୍ଷ୍ୟ ଭେଦ କରିବାର କ୍ଷମତା ରଖିଛି।
-
ଆଜି ଦିନ ୧୧ ଟାରେ ପ୍ରକାଶ ପାଇବ ଓଜେଇଇ ପରୀକ୍ଷା ଫଳ। ବିଭାଗୀୟ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ ଫଳ ପ୍ରକାଶ କରିବେ। ଏହା ପରେ ଛାତ୍ରଛାତ୍ରୀମାନେ ୱେବ୍ ସାଇଟ୍ ରୁ ନିଜ ରେଜଲ୍ଟ ପାଇ ପାରିବେ।
-
ମହିଳାଙ୍କ ମର ଶରୀରକୁ ଦୁଷ୍କର୍ମ କରିବା ଆଇପିସିର ୩୭୬ ଧାରାରେ ଅପରାଧ ନୁହେଁ। ଜଣେ ୨୧ ବର୍ଷର ଝିଅକୁ ହତ୍ୟା କରିବା ପରେ ଯୌନ ନିର୍ଯାତନା ଦେଇଥିବା ଜଣେ ବ୍ୟକ୍ତିକୁ ହାଇକୋର୍ଟ ଏହି ଅଭିଯୋଗରୁ ମୁକ୍ତ କରିଛନ୍ତି। କିନ୍ତୁ ସଂପୃକ୍ତ ଝିଅକୁ ହତ୍ୟା କରିବା ଅଭିଯୋଗରେ ଉକ୍ତ ବ୍ୟକ୍ତି ଜଣକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କର୍ଣ୍ଣାଟକ ହାଇକୋର୍ଟ ଏହି ରାୟ ଦେଇଛନ୍ତି।
-
ଗତ ମାସ ଚାର୍ଲ୍ସ ଡାରୱିନଙ୍କ ଥିଓରି ଅଫ୍ ଇଭଲ୍ୟୁସନ (ବିବର୍ତ୍ତନବାଦ)କୁ ୯ମ ଓ ୧୦ମ ଶ୍ରେଣୀ ବିଜ୍ଞାନ ପାଠ୍ୟପୁସ୍ତକରୁ ହଟାଇବା ପାଇଁ ଏନ୍ସିଇଆର୍ଟିର ନିଷ୍ପତ୍ତି ପରେ ଏହା ଏବେ ଦଶମ ଶ୍ରେଣୀ ପାଠ୍ୟପୁସ୍ତକରୁ ପର୍ଯ୍ୟାୟ ସାରଣୀ ସମେତ ଗଣତନ୍ତ୍ର ଓ ଶକ୍ତିଉତ୍ସ ପରି ଅଧ୍ୟାୟକୁ ବି ବାଦ୍ ଦେଇଛି।
-
ପାକିସ୍ତାନର ଆଲିନା ଖାନ ନାମକ ଜଣେ କିନ୍ନରଙ୍କୁ ମିସ୍ ଟ୍ରାନ୍ସ ପାକିସ୍ତାନ ୨୦୨୩ ପୁରସ୍କାରରେ ସମ୍ମାନିତ କରାଯାଇଛି |
-
ଆୟୁଷ୍ମାନ ଭାରତ ଯୋଜନାର ଲାଭ ଉଠାଇଥିବା ସମୁଦାୟ ରୋଗୀଙ୍କ ମଧ୍ୟରୁ ଅଧିକାଂଶ ଅର୍ଥାତ ପ୍ରାୟ ୭୦ ପ୍ରତିଶତ ହେଉଛନ୍ତି ତମାଖୁ ନିଶା ଜନିତ ରୋଗରେ ପୀଡ଼ିତ ରୋଗୀ ବୋଲି ସୂଚନା ମିଳିଛି।
-
ମେ ୨୦୨୩ରେ ଦେଶର ଜିଏସଟି ଆଦାୟ ୧ ଲକ୍ଷ ୫୭ ହଜାର କୋଟିକୁ ବୃଦ୍ଧି ପାଇଛି । ଏହା ମେ ୨୦୨୨ ତୁଳନାରେ ୧୨ ପ୍ରତିଶତ ଅଧିକ । କିନ୍ତୁ ଏପ୍ରିଲ ୨୦୨୩ରେ ଆଦାୟ ହୋଇଥିବା ରେକର୍ଡ ୧ ଲକ୍ଷ ୮୭ ହଜାର କୋଟିର ଜିଏସଟି ସଂଗ୍ରହ ତୁଳନାରେ ଏହା ୧୭ ପ୍ରତିଶତ କମ ।
-
ଦୁଷ୍କର୍ମ ଅଭିଯୋଗରେ ୨୦୧୮ରେ ବିଶପ ଦାୟିତ୍ୱରୁ ସାମୟିକ ଭାବେ ମୁକ୍ତ ହୋଇଥିବା ଫ୍ରାଙ୍କୋ ମୁଲାକ୍କଲ ଜଳନ୍ଧରର ବିଶପ୍ ପଦରୁ ଇସ୍ତଫା ଦେଇଛନ୍ତି । ପୋପ ଫ୍ରାନ୍ସିସ୍ ଅବସରପ୍ରାପ୍ତ ତାଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି ।
-
ଶାଶୂଘର ଲୋକେ ଆପତ୍ତି କରିବାରୁ ବିହାରର ହାଜିପୁର ଅଞ୍ଚଳରେ ‘ଫେସ୍ବୁକ୍’ ଓ ‘ଇନ୍ଷ୍ଟ୍ରାଗ୍ରାମ’ ପ୍ରତି ଆସକ୍ତ ଥିବା ଜଣେ ନବବଧୂ ତାଙ୍କ ସ୍ଵାମୀମୀଙ୍କୁ ଛାଡ଼ି ପଳାଇଛନ୍ତି।
-
ମଣିପୁରରେ ବିଭିନ୍ନ ଅଞ୍ଚଳରେ ଲୁଟ୍ ଏବଂ ପୋଡ଼ାଜଳା ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ତେବେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ମଧ୍ୟରେ ମଣିପୁରରେ ଏକ ପ୍ରମୁଖ ପ୍ରଶାସନିକ ପରିବର୍ତ୍ତନ ହୋଇଛି।
-
ଜୁନ ୧ରୁ ଦେଶରେ ବ୍ୟବସାୟିକ ସିଲିଣ୍ଡର ମୂଲ୍ୟ ୮୩ ଟଙ୍କା ହ୍ରାସ ପାଇଛି । ଏହାଫଳରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ସିଲିଣ୍ଡର ଦରରୁ ସରକାର ଆଶ୍ୱସ୍ତି ଦେଇଛନ୍ତି।
-
ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍ଓ) ରିପୋର୍ଟ ଅନୁସାରେ ଗରିବ ଦେଶଗୁଡ଼ିକରେ ସ୍ଥିତି ଏପର୍ଯ୍ୟନ୍ତ ସୁଧୁରିନାହିଁ। ସେଠାରେ ବେକାରି ସମସ୍ୟା ଏବେବି ଅଧିକ ରହିଛି। ଆଫ୍ରିକା ଓ ଆରବ ଅଞ୍ଚଳରେ ବେକାରି ସମସ୍ୟାରେ ସୁଧାର ହେବା ଲାଗି ଆହୁରି ସମୟ ଲାଗିବ ବୋଲି ଆକଳନ କରାଯାଇଛି।
-
ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍’(ଟିପିଏସ୍ଓଡିଏଲ୍)ର ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଭାବେ ଅମିତ୍ ଗର୍ଗଙ୍କୁ ନିକଟରେ ନିଯୁକ୍ତି ଦିଆଯାଇଛି।
-
ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୨୦୨୨-୨୩ ବର୍ଷରେ ୭.୨%କୁ ହ୍ରାସ ପାଇଛି। ପୂର୍ବବର୍ଷ ଅର୍ଥାତ୍ ୨୦୨୧-୨୨ରେ ଜିଡିପି ଅଭିବୃଦ୍ଧି ୯.୧% ଥିଲା।
-
ସୁଦାନ ସେନା ଓ ଅର୍ଦ୍ଧସୈନିକ ବଳଙ୍କ ମଧ୍ୟରେ ପ୍ରାୟ ୨ ମାସ ହେବ ଲଢେଇ ଜାରି ରହିଛି। ଖାର୍ତୁମରେ ଏକ ଅନାଥାଶ୍ରମରେ ଗତ ୬ ସପ୍ତାହରେ ଅତିକମରେ ୬୦ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି
-
ସାଲାଲା (ଓମାନ),ରେ ଚାଲିଥିବା ଏସିଆ କପ୍ ଜୁନିୟର ହକି ଟୁର୍ନାମେଣ୍ଟର ଫାଇନାଲରେ ଭାରତ ପ୍ରବେଶ କରିଛି। ବୁଧବାର ଅନୁଷ୍ଠିତ ସେମିଫାଇନାଲରେ ଭାରତ ବବିଂ ସିଂଙ୍କ ହ୍ୟାଟ୍ରିକ ଗୋଲ ବଳରେ ଦକ୍ଷିଣ କୋରିଆକୁ ୯-୧ ଗୋଲରେ ପରାସ୍ତ କରିଛି।
© 2022 Amarisatya Magazine All Rights Reserved
Design & Developed By Zemusi Tech Solution