• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବାଲେଶ୍ବର ଟ୍ରେନ୍‌ ଦୁର୍ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଛି। ଦୁଇ ଏକ୍ସପ୍ରେସ୍ ଟ୍ରେନ୍ କରମଣ୍ଡଳ ଏକ୍ସପ୍ରେସ ଓ ଯଶୱନ୍ତପୁର-ହାୱଡ଼ା ଏକ୍ସପ୍ରେସ ଭିତରେ ହୋଇଥିବା ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶେଷ ଖବର ସୁଦ୍ଧା ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୪୦ ରେ ପହଞ୍ଚିଥିବା ବେଳେ ୯୦୦  ରୁ ଅଧିକ ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟ ଡାକ୍ତରଖାନାମାନଙ୍କରେ ଭର୍ତ୍ତି କରାଯାଇଛି।

  2. ଦୁର୍ଘଟଣାରେ ମୃତକଙ୍କ ପରିବାର ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ। ଏଥି ସହିତ ଗୁରୁତର ଆହତଙ୍କ ୨ ଲକ୍ଷ ଏବଂ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ସହାୟତା ରାଶି ଘୋଷଣା କରାଯାଇଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁର୍ଘଟଣା ପରେ ଡାକ୍ତରୀ ଚିକିତ୍ସା ଦେବା ନିମନ୍ତେ ପଦକ୍ଷେପ ନିଆଯାଉଥିବା ସୂଚନା ଦେଇଛନ୍ତି।

  3. ଭାରତରେ ରାଜଦ୍ରୋହ ଆଇନ ରହିବା ଉଚିତ। ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି)ର ୧୨୪କ ଧାରାରେ ରାଜଦ୍ରୋହ ସଂପର୍କରେ ଅବତାରଣା କରାଯାଇଛି। ତେବେ ଏହାକୁ କେଉଁସବୁ ପରିସ୍ଥିତିରେ ଲାଗୁ କରାଯିବା ଆବଶ୍ୟକ ସେଥିରେ ସଂଶୋଧନ ଅଣାଯିବା ଉଚିତ ବୋଲି ଅବସରପ୍ରାପ୍ତ ବିଚାରପତି ଋତୁରାଜ ଅୱସ୍ଥିଙ୍କ ନେତୃତ୍ବରେ ଗଠିତ ଲ’ କମିସନ ତାଙ୍କ ରିପୋର୍ଟରେ କହିଛନ୍ତି।

  4. ମିଆଁମାରରୁ ପ୍ରାୟ ୩୦୦ ଆତଙ୍କବାଦୀ ମଣିପୁରରେ ପ୍ରବେଶ କରିଛନ୍ତି ଏବଂ ରାଜ୍ୟରେ ଅଶାନ୍ତ ସ୍ଥିତି ସୃଷ୍ଟି କରୁଛନ୍ତି। ସେମାନେ ଦକ୍ଷିଣ ମଣିପୁରର ସେରୋଉ ଏବଂ ସୁଗନୁ ଗ୍ରାମରେ ପ୍ରାୟ ୪୫୦ ଘର ଜାଳି ଦେଇଛନ୍ତି।

  5. ଯୌନ ଶୋଷଣ ଅଭିଯୋଗରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍‌ଆଇ) ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ଗିରଫ କରିବା ଦାବି ନେଇ ଆନ୍ଦୋଳନ ଚଳାଇଥିବା କୁସ୍ତିଯୋଦ୍ଧାଙ୍କ ପ୍ରତି ଖାପ୍‌ ପଂଚାୟତ ପୂର୍ଣ୍ଣ ସମର୍ଥନ ଘୋଷଣା କରିଛି।

  6. ୧୯୯୧ ବ୍ୟାଚ୍ ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ତଥା ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ସଚିବ ସୌରଭ ଗର୍ଗଙ୍କୁ ଦିବ୍ୟାଙ୍ଗଜନ ସଶକ୍ତିକରଣ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

  7. ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର କୁଳପତି ବିଦ୍ୟୁତ୍ ଚକ୍ରବର୍ତ୍ତୀ କହିଛନ୍ତି ଯେ ଅମର୍ତ୍ତ୍ୟ ସେନଙ୍କଠାରୁ ଜମି ଫେରାଇ ଆଣିବା ପାଇଁ ବିଶ୍ୱବିଦ୍ୟାଳୟ ଆଇନଗତ ପଦକ୍ଷେପ ଗ୍ରହଣ କରିବ। ସେ କହିଛନ୍ତି ଯେ ଜମିର ଜବରଦଖଲକୁ ସମର୍ଥନ କରାଯାଇପାରିବ ନାହିଁ ଏବଂ ଆଇନ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ୍।

  8. କୋର୍ଟ ସିସୋଡିଆଙ୍କୁ ଶନିବାର ୩ ଜୁନ ସକାଳ ୧୦ଟାରୁ ସନ୍ଧ୍ୟା୫ଟା ପର୍ଯ୍ୟନ୍ତ ଆଶ୍ୱସ୍ତି ଦେଇ କହିଛନ୍ତି କି ଏହି ସମୟ ମଧ୍ୟରେ ସେ ତାଙ୍କ ପତ୍ନୀଙ୍କୁ ଭେଟିପାରିବେ। ଏହାସହ କୋର୍ଟ ମଧ୍ୟବର୍ତ୍ତିକାଳୀନ ଜାମିନ ଆବେଦନକୁ ନେଇ ରାୟ ସଂରକ୍ଷିତ ରଖିଛନ୍ତି।

  9. ନ୍ୟାୟ ପାଇଁ ଦିଲ୍ଲୀ ଯନ୍ତରମନ୍ତରରେ ଲଢ଼େଇ କରୁଥିବା ଦେଶର ଷ୍ଟାର ରେସଲରମାନଙ୍କ ସମର୍ଥନରେ ବାହାରିଛି ୧୯୮୩ ବିଶ୍ୱକପ୍ ବିଜୟୀ ଭାରତୀୟ କ୍ରିକେଟ ଦଳ। ଆନ୍ଦୋଳନ ରତ ରେସଲରମାନଙ୍କୁ ଅସମ୍ମାନ କରାଯିବାକୁ ଟିମ୍‌ ସଦସ୍ୟମାନେ ଘୋର ନିନ୍ଦା କରିଛନ୍ତି। 

  10. ରାହୁଲ ଗାନ୍ଧୀ ଷ୍ଟାନଫୋର୍ଡ ୟୁନିଭରସିଟିରେ ଏକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହି ସମୟରେ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଏକ ପ୍ରଶ୍ନ ଉପରେ ରାହୁଲ ଗାନ୍ଧୀ ସ୍ପଷ୍ଟ କରିଛନ୍ତି ଯେ ସେ ଏହି ପ୍ରସଙ୍ଗରେ ମୋଦି ସରକାରଙ୍କ ସହ ଅଛନ୍ତି।  

  11. ତାମିଲନାଡୁର ଗଲ୍ଫ୍ ଅଫ୍ ମନ୍ନାର୍ ଅଞ୍ଚଳର ଦୁଇଟି ମାଛଧରା ଡଙ୍ଗାରୁ ପ୍ରାୟ ୨୦.୨ କୋଟି ଟଙ୍କା ମୂଲ୍ୟର ୩୨.୬ କିଲୋଗ୍ରାମ ସୁନା ଜବତ କରାଯାଇଛି। ଏହି ଚୋରା ସୁନା ଶ୍ରୀଲଙ୍କାରୁ ଭାରତକୁ ଆସୁଥିଲା |

  12. ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀମନ୍ଦିରରେ ହେବାକୁ ଥିବା ପୂର୍ବପ୍ରସ୍ତୁତି ଓ ସ୍ୱତନ୍ତ୍ର ନୀତି ପାଇଁ ଗତକାଲି ରାତି ୧୦ଟାରୁ ଆଜି ଦିନ ୨ଟା ଯାଏଁ ୧୬ ଘଣ୍ଟା ଧରି ସାଧରଣ ଲୋକଙ୍କ ପାଇଁ ଠାକୁର ଦର୍ଶନ ବନ୍ଦ ରହିବ।

  13. ଏଣିକି ଇ-ସ୍କୁଟର କିଣିବା ହେବ ସହଜ, ଏସଏଚଜି ମହିଳା ଦେବେନି ଡାଉନପେମେଣ୍ଟ l ଆସନ୍ତା ୧୬ ତାରିଖରୁ ଏସଏଚଜି ମହିଳାଙ୍କୁ ଋଣ ପ୍ରଦାନ ବେଳେ ମାର୍ଜିନ ମନି ହେବ ଛାଡ଼ l

  14. ଶ୍ରୀଲଙ୍କାର ଅଭିଯୋଗ, ଭାରତୀୟ ଆଇଡ୍ରପ୍‌ ଦ୍ବାରା ୩୫ ଲୋକଙ୍କ ଆଖିରେ ସଂକ୍ରମଣ ହୋଇଛି।

  15. କର୍ଣ୍ଣାଟକରେ ଚଳିତ ଆର୍ଥିକ ବର୍ଷରୁ ମହିଳାଙ୍କୁ ମିଳିବ ମୁଣ୍ଡପିଛା ୨ ହଜାର ଟଙ୍କା ଏବଂ  ବସ୍‌ ଯାତ୍ରା ମାଗଣା ହେବ ।  ଏ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଦେଲେ ସୂଚନା l

  16. ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍‌ ୨୨ରେ ଆମେରିକୀୟ କଂଗ୍ରେସର ମିଳିତ ବୈଠକକୁ କରିବେ ସମ୍ବୋଧିତ l

  17. ଭାରତ ଚୀନ୍‌କୁ ସୀମାରେ ପ୍ରତିହତ କରିବା ସହ ନିଜ ସୀମାର ସୁରକ୍ଷା ପାଇଁ ଦୃଢ ପ୍ରତିବଦ୍ଧ ଥିବା  ଆମେରିକାର ପୂର୍ବତନ ବିଦେଶ ମନ୍ତ୍ରୀ ମାଇକ୍‌ ପମ୍ପିଓ ଭାରତ କୁ ଭୁରି ଭୁରି କଲେ ପ୍ରଶଂସା l

  18. ରୁଷ-ୟୁକ୍ରେନ ଯୁଦ୍ଧ ଉଗ୍ର ହେଉଛି, ୟୁକ୍ରେନର ଘନ ଘନ ଆକ୍ରମଣ ପରେ ରକ୍ତମୁଖା ରୁଷ କରୁଛି ମିସାଇଲ ମାଡ l ସମଗ୍ର ୟୁକ୍ରେନରେ ଗତକାଲି ଦେଶସାରା ହାଇଆଲର୍ଟ ହେଲା ଜାରି l

  19. ପାକିସ୍ତାନ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଖାଦ୍ୟ ଯୋଗାଡ କରିବାକୁ ବି ପଇସା  ନାହିଁ, ସେପଟେ ଋଣ ଦେବା ପାଇଁ ମନା କରିଦେଲା ଆଇଏମଏଫ l

  20. ଆରିନା ସାବାଲେଙ୍କା, ଆନାସ୍ତାସିଆ ପାଭଲ୍ୟୁଚେଙ୍କୋଭା, ଏଲିସ ମେର୍ଟେନ୍ସ, ଡାରିଆ କାସାଟ୍‌କିନା ପ୍ରମୁଖ ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.