• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ମନ୍ତ୍ରକୁ କାର୍ଯ୍ୟକାରୀ କରିବାରେ ଓଡ଼୍ରାଫ୍‌‌ ଓ ଓସଡ଼ମା ଯେପରି ତ୍ୱରିତ ପଦକ୍ଷେପ ଗ୍ରହଣ କରିଛି ତାହାକୁ ଯାତ୍ରୀମାନେ ମଧ୍ୟ ଭୁରିଭୁରି ପ୍ରଶଂସା କରିଛନ୍ତି। ସ୍ଥାନୀୟ ଜନସାଧାରଣ, ସ୍ୱେଚ୍ଛାସେବୀ, ବିଜୁ ଯୁବ ବାହିନୀ, ‘ଓଡ଼ିଶା-ମୋ ପରିବାର’ର ସଦସ୍ୟଙ୍କ ସହ ମିଶି ଓଡ଼୍ରାଫ୍‌‌ ଓ ଓସଡ଼ମାର ଜବାନଙ୍କ ଆପତକାଳୀନ କାର୍ଯ୍ୟ ଅନେକ ଯାତ୍ରୀଙ୍କ ଜୀବନ ରକ୍ଷା କରିବାରେ ସକ୍ଷମ ହୋଇଛି।

  2. ଓଡ଼ିଶାର ବାଲେଶ୍ବରରେ ହୋଇଥିବା ଦୁର୍ଭାଗ୍ୟଜନକ‌ ରେଳ ଦୁର୍ଘଟଣା ପ୍ରସଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ରେଳମନ୍ତ୍ରୀ ଅଶ୍ବିନୀ ବୈ‌ଷ୍ଣବ ଶୋକବ୍ୟକ୍ତ କରିଛନ୍ତି।

  3. ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଅଜୟ ବଙ୍ଗା ଶୁକ୍ରବାର ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ବିଶ୍ୱ ବ୍ୟାଙ୍କର ୧୪ତମ ଅଧ୍ୟକ୍ଷ ହୋଇଛନ୍ତି। ତାଙ୍କ କାର୍ଯ୍ୟକାଳ ୫ ବର୍ଷ ରହିବ ।

  4. କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ, ତାଇୱାନ ରାଷ୍ଟ୍ରପତି ତାଇ ଇଙ୍ଗ ୱେନ୍‌, ୟୁରୋପୀୟ ପରିଷଦ ସଭାପତି ଚାର୍ଲସ ମିସେଲ, ଅଷ୍ଟ୍ରେଲିଆ ବିଦେଶ ମନ୍ତ୍ରୀ ପେନ୍ନି ୱଙ୍ଗ, ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଅନ୍ୟ ପ୍ରମୁଖ ନେତାମାନେ ଏହି ଟ୍ରେନ୍‌ ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

  5. କେନ୍ଦ୍ର ସରକାର ଶୁକ୍ରବାର ୧୪ଟି ଫିକ୍ସଡ-ଡୋଜ୍ କମ୍ବିନେସନ (ଏଫ୍‌ଡିସି) ଔଷଧକୁ ଚିକିତ୍ସା ସମ୍ବନ୍ଧୀୟ ପ୍ରାସଙ୍ଗିକତା ଅଭାବରୁ ନିଷିଦ୍ଧ କରିଛନ୍ତି।

  6. ଭୟାବହ ଟ୍ରେନ ଦୁର୍ଘଟଣାରେ ୨୮୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୦୦୦ ଜଣ ଲୋକଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି।

  7. ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ରାଜ୍ୟର ପ୍ରତି ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ପଶ୍ଚିମବଙ୍ଗ ସରକାର ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଏହାଛଡ଼ା ପ୍ରତ୍ୟେକ ଆହତଙ୍କ ପାଇଁ  ୧ ଲକ୍ଷ ଟଙ୍କା ଏବଂ ରାଜ୍ୟର ପୀଡ଼ିତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି।

  8. ୧୯୯୧ ବ୍ୟାଚ୍ ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ତଥା ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ସଚିବ ସୌରଭ ଗର୍ଗଙ୍କୁ ଦିବ୍ୟାଙ୍ଗଜନ ସଶକ୍ତିକରଣ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

  9. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସନ୍ଧ୍ୟାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଟ୍ରେନଯାତ୍ରୀଙ୍କୁ ଭେଟିଛନ୍ତି। ଆହତ ବ୍ୟକ୍ତି ଓ ସେମାନଙ୍କର ସଂପର୍କୀୟଙ୍କ ସହିତ କଥା ହୋଇ ସେମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି।

  10. ମହାରାଷ୍ଟ୍ର ଭାଜପା ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାଲକଲେ ବିଧାୟକ ପଙ୍କଜା ମୁଣ୍ଡେଙ୍କ ବିବୃତ୍ତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ପଙ୍କଜା ଦଳର, କିନ୍ତୁ ଦଳ ପଙ୍କଜାଙ୍କର ନୁହେଁ।

  11. ମୋବାଇଲରେ କ୍ୟାଶ୍‌ଲେସ୍‌ ଇ- ବ୍ୟାଙ୍କିଙ୍ଗ୍‌ ସୁବିଧା ଯୋଗୁ କେଉଁଆଡ଼େ ଗଲେ ପାଖରେ ଟଙ୍କା ରଖିବା ଓ ଏହା ଚୋରି ହେବାର ଟେନ୍‌ଶନ୍‌ କମିଛି।

  12. ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସକାଳ ୭ଟା ସୁଦ୍ଧା ମହାପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ସରିଯାଇଛି।

  13. ଏଣିକି ୨୦ ବର୍ଷ ପୁରୁଣା ଉଚ୍ଚ ଶିକ୍ଷା ପ୍ରତିଷ୍ଠାନକୁ ମିଳିବ ଡିମ୍ଡି ବିଶ୍ୱବିଦ୍ୟାଳୟର ମାନ୍ୟତା l ଏ ନେଇ ଜାରି ହେଲା ଗାଇଡଲାଇନ l

  14. ରାଜ୍ୟରେ ଖୁବଶୀଘ୍ର ଖୋଲିବ ୭ ଟି ନୂଆ ବିଏସସି ନର୍ସିଂ କଲେଜ । ବଲାଙ୍ଗୀର, ବାରିପଦା, ପୁରୀ, ବାଲେଶ୍ୱର, ତାଳଚେର, କୋରାପୁଟ ଓ ଯାଜପୁରରେ ଖୋଲିବ ଏହି ୭ କଲେଜ । ଏହାକୁ ମିଶାଇ କଲେଜ ସଂଖ୍ୟା ୧୫କୁ ହେବ ବୃଦ୍ଧି ।

  15. ପ୍ରଥମରୁ ଅଷ୍ଟମ ସ୍କୁଲ ପିଲାଙ୍କ ପାଇଁ ଆସିଲା ପୋଷାକ ଗାଇଡଲାଇନ୍, ପ୍ରଥମରୁ ପଞ୍ଚମ ଛାତ୍ରୀଙ୍କ ପାଇଁ ରହିଲା ନୀଳ ଫ୍ରକ୍ l

  16. ବେଙ୍ଗାଲୁରୁ- କନ୍ନଡ ଅଭିନେତା ନୀତିନ ଗୋପୀଙ୍କର ୩୯ ବର୍ଷ ବୟସରେ ହୃଦଘାତରେ ହେଲେ ପରଲୋକ l

  17. ସାଉଥ ଅଭିନେତା ପ୍ରଭାସଙ୍କ ମୁଭି ‘ଆଦିପୁରୁଷ’ ରିଲିଜ ପୂର୍ବରୁ କଲା ଧମାଲ l ୫୦୦କୋଟି ବଜେଟରେ ନିର୍ମିତ ଆଦିପୁରୁଷ ରିଲିଜ ପୂର୍ବରୁ ୪୩୨ କୋଟି ଟଙ୍କା କଲା କଲେକ୍ସନ l ଏହି ଫିଲ୍ମଟି ଜୁନ ୧୬ରେ ରିଲିଜ୍ ହେବ।

  18. ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ବିମାନ ସେବା ହେଲା ଆରମ୍ଭ l ୧୮୬ ସିଟ୍ ବିଶିଷ୍ଟ ଇଣ୍ଡିଗୋ ବିମାନ ସିଙ୍ଗାପୁର ଓ ବ୍ୟାଙ୍ଗକ୍କୁ ଭୁବନେଶ୍ୱରରୁ ସପ୍ତାହକୁ ଦୁଇଥର ଉଡ଼ାଣ ଭରିବ ।

  19. ଟେଷ୍ଟ କ୍ରିକେଟରୁ ନିଜ ଅବସର ନେଇ ଘୋଷଣା କଲେ ଅଷ୍ଟ୍ରେଲିଆର ଷ୍ଟାର କ୍ରିକେଟର ତଥା ପୂର୍ବତନ ଅଧିନାୟକ ଡାଭିଡ ୱାର୍ଣ୍ଣର l

  20. ଆସନ୍ତା ଜୁନ୍ ୧୭ରୁ ୨୫ତାରିଖ ପର୍ଯ୍ୟନ୍ତ ଜର୍ମାନୀର ବର୍ଲିନ୍ ଠାରେ ହେବାକୁ ଥିବା ସ୍ୱତନ୍ତ୍ର ଅଲମ୍ପିକ୍ସର ଗ୍ରୀଷ୍ମକାଳୀନ କ୍ରୀଡାରେ ଭାଗନେବା ଲାଗି ଆଠଗଠର କଳ୍ପନା ଜେନା ଓ କଟକର ପ୍ରଶିକ୍ଷିକା ସସ୍ମିତା ରାଉତରାୟ ବାସ୍କେଟବଲ କୋଚ୍ ଭାବେ ଯୋଗଦେବା ପାଇଁ ହେଲେ ମନୋନୀତ l

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.