• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭାରତ ଆର୍ଥିକ ବର୍ଷ ୨୦୨୯-୩୦ ପର୍ଯ୍ୟନ୍ତ ବାର୍ଷିକ ହାରାହାରି ୬.୬ ପ୍ରତିଶତ ହାରରେ ଆଗକୁ ବଢ଼ିବ। ଏସିଆର ଅନ୍ୟ କୌଣସି ଦେଶ ଭାରତ ଭଳି ଦ୍ରୁତ ଗତିରେ ଆଗକୁ ବଢ଼ିପାରିବେ ନାହିଁ। ଏଭଳିକି ଚୀନ୍‌ ବି ଭାରତ ପାଖାପାଖି ପହଞ୍ଚିପାରିବନି।

  2. ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ କହିଛି ଯେ ମୌସୁମୀ ଆସିବାରେ ଆହୁରି ୨-୩ ଦିନ ଲାଗିଯିବ । ଏହି ହିସାବରେ ଓଡ଼ିଶାକୁ ମୌସୁମୀ ଆସୁ ଆସୁ ଜୁନ ୧୭ ଟପିଯିବ ।

  3. ଆଇଆରସିଟିସି ୱେବସାଇଟ୍ ଅନୁଯାୟୀ, ୨୦୨୧ ନଭେମ୍ବର ପହିଲାରୁ ସମସ୍ତ ଟିକସକୁ ମିଶାଇ ପ୍ରିମିୟମ ଯାତ୍ରୀ ପିଛା ୩୫ ପଇସା ରହିଛି। ଅର୍ଥାତ୍ ରେଳ ଯାତ୍ରା ବୀମା ପାଇଁ ଯାତ୍ରୀଙ୍କୁ ମାତ୍ର ୩୫ ପଇସା ଖର୍ଚ୍ଚ କରିବାକୁ ପଡ଼ିବ। ଏହା ବଦଳରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କଭର ମିଳୁଛି ।

  4. ବାରଣାସୀର ‘ଏମପି-ଏମଏଲଏ କୋର୍ଟ’ ଅବଧେଶ ରାୟ ହତ୍ୟା ମାମଲାରେ ସୋମବାର ରାୟ ଶୁଣାଇଛନ୍ତି। ଏହି ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

  5. ପ୍ରେସମିଟରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୨୭୫ରେ ସ୍ଥିର ଅଛି । ମୃତଦେହ ଚିହ୍ନଟ ଏବଂ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ଏ ଯାଏ ୧୭୦ ଜଣଙ୍କ ମୃତଦେହ ଚିହ୍ନଟ ସରିଲାଣି । ଆହତଙ୍କ ଚିକିତ୍ସା ପାଇଁ ରକ୍ତର ଅଭାବ ନାହିଁ ବୋଲି ମୁଖ୍ୟ ସଚିବ ସ୍ପଷ୍ଟ କରିଛନ୍ତି। ସାରା ଓଡ଼ିଶାର ଲୋକେ ସ୍ବତଃପ୍ରବୃତ ଭାବେ ରକ୍ତ ଦେଇ ଚାଲିଛନ୍ତି।

  6. ପରିବର୍ତ୍ତିତ ଜୀବନଶୈଳୀ ମଧ୍ୟରେ ସମ୍ପର୍କର ପରିବର୍ତ୍ତନ ଯୋଗୁ ଲିଭ୍‌ ଇନରେ ରହୁଥିବା ଶହ ଶହ ଯୁବବର୍ଗଙ୍କ ପାର୍ଇ ବିପଦ ସୃଷ୍ଟି ହୋଇଛି। ଫଳରେ ଏକ ଅଦ୍ଭୁତ ପରିସ୍ଥିତି ସୃଷ୍ଟି ହୋଇଛି । ବିପଦକୁ ଅନୁଭବ କରି ଏଭଳି ଯୁବବର୍ଗମାନେ ସୁରକ୍ଷା ପାଇଁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଆବେଦନ କରିଛନ୍ତି। ଗତ ଚାରି ଦିନ ଧରି ହାଇକୋର୍ଟରେ ଏହି ପ୍ରସଙ୍ଗରେ ବିତର୍କ ଚାଲିଛି, କିନ୍ତୁ ବିଚାରପତିମାନେ ନିଷ୍ପତ୍ତ ନେବା ସ୍ଥିତିରେ ପହଞ୍ଚି ପାରି ନାହାନ୍ତି।

  7. ‘ମହାଭାରତ’ ସିରିଏଲରେ ଶକୁନି ଭୂମିକାରେ ଅଭିନୟ କରିଥିବା ଗୁଫି ପେଣ୍ଟାଲଙ୍କର ୭୯ ବର୍ଷ ବୟସରେ  ଦେହାନ୍ତ ହୋଇଛି।

  8. ଧାରଣାରୁ ଓହରିଯିବା ରିପୋର୍ଟକୁ ଭୁଲ ବୋଲି ବର୍ଣ୍ଣନା କରି ସାକ୍ଷୀ ମଲିକ କହିଛନ୍ତି ଯେ ଏହି ଖବର ସଂପୂର୍ଣ୍ଣ ଭୁଲ ଅଟେ। ନ୍ୟାୟ ସଂଗ୍ରାମରେ ଆମ ମଧ୍ୟରୁ କେହି ପଛଘୁଞ୍ଚା ଦେଇ ନାହାଁନ୍ତି କିମ୍ବା ଏହା ମଧ୍ୟ କରିବେ ନାହିଁ। ସତ୍ୟଗ୍ରାହ ସହିତ ମୁଁ ରେଳବାଇରେ ମୋର ଦାୟିତ୍ୱ ପୂରଣ କରୁଛି। ଆମେ ନ୍ୟାୟ ପାଇବା ପର୍ଯ୍ୟନ୍ତ ଆମର ସଂଗ୍ରାମ ଜାରି ରହିଛି। ଦୟାକରି କୌଣସି ଭୁଲ ଖବର ପ୍ରସାରଣ କରନ୍ତୁ ନାହିଁ ବୋଲି ସେ କହିଛନ୍ତି।

  9. ଛତିଶଗଡ଼ର ବିଜାପୁରରେ ପୁଣିଥରେ ସିଆରପିଏଫ ଯବାନଙ୍କୁ ଟାର୍ଗେଟ କରିଛନ୍ତି ମାଓବାଦୀ।ସୋମବାର ସକାଳେ ବିଜାପୁରରେ ଆଇଇଡି ବିସ୍ଫୋରଣରେ ତିନି ଜଣ ସିଆରପିଏଫ ଯବାନ ଆହତ ହୋଇଛନ୍ତି।

  10. ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ପହଞ୍ଚିଥିଲା ଯେତେବେଳେ ଲିଭ ଇନରେ ରହୁଥିବା ୧୦୦ ଦମ୍ପତି ବିବାହ କରିଥିଲେ ମଧ୍ୟ ବିଭିନ୍ନ ସମୟରେ ସୁରକ୍ଷା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ସେମାନେ ପୂର୍ବରୁ ବିବାହ କରିସାରିଛନ୍ତି, କିନ୍ତୁ ଛାଡପତ୍ର ନ ହୋଇ ଅନ୍ୟ ସମ୍ପର୍କରେ ରହିବାକୁ ଲାଗିଲେ। ଏହାର ଫଳାଫଳ କ’ଣ ହେବ ସେମାନେ ଚିନ୍ତା କରି ନାହାନ୍ତି। ବର୍ତ୍ତମାନ ହାଇକୋର୍ଟ ଏଭଳି ମାମଲା ରୁଜୁ କରି ଶୁଣାଣି ଆରମ୍ଭ କରିଛନ୍ତି।

  11. ଚାଇନା ଏହାର ଆପତ୍ତିଜନକ କାର୍ଯ୍ୟ ବନ୍ଦ କରୁ ନାହିଁ। ଫଳରେ ତାଇଓ୍ବାନର ବିବାଦୀୟ ଅଞ୍ଚଳରେ ଆମେରିକା ସହିତ ସ୍ଥିତି ମୁହାଁମୁହିଁ ହେବାରେ ଲାଗିଛି। ଚାଇନା କ୍ରମାଗତ ଭାବରେ ଆମେରିକାକୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଛି।

  12. ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ଆମେରିକାରେ ମେ’ ମାସରେ ପ୍ରାୟ ୪,୦୦୦ ଲୋକଙ୍କ ଚାକିରି ଛଡ଼ାଇନେଇଛି। ଚ୍ୟାଲେଞ୍ଜର, ଗ୍ରେ ଆଣ୍ଡ କ୍ରିଷ୍ଟମାସ୍‌ ପକ୍ଷରୁ ଜାରି ମାସିକ ରିପୋର୍ଟରେ ଏହା କୁହାଯାଇଛି।

  13. ଦୀର୍ଘଦିନ ହେବ ତୁର୍କୀରେ ରାଷ୍ଟ୍ରପତି ଥିବା ରେସେପ ତୈୟପ ଏର୍ଦୋଗନ ତାଙ୍କର ତୃତୀୟ କାର୍ଯ୍ୟକାଳ ପାଇଁ ରାଷ୍ଟ୍ରପତି ପଦର ଶପଥ ନେଇଛନ୍ତି।

  14. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ଆମେରିକା  ଗସ୍ତ ପୂର୍ବରୁ କଂଗ୍ରେସ ନେତା ସାମ ପିଟ୍ରୋଡା କହିଛନ୍ତି ବିଶ୍ୱର ବହୁ ଜନବହୁଳ ଦେଶର ପ୍ରଧାନମନ୍ତ୍ରୀ ସବୁ ସ୍ଥାନରେ ସମ୍ମାନର ଯୋଗ୍ୟ ଏବଂ ସେ ଏଥିପାଇଁ ଗର୍ବିତ।

  15. ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ସହଭାଗିତା ବୃଦ୍ଧି ଲାଗି ମହତ୍ତ୍ୱାକାଂକ୍ଷୀ ୫ ବର୍ଷୀୟା ରୋଡ୍‌ମ୍ୟାପ୍‌ ଉପରେ ସୋମବାର ଦୁଇଦେଶର ପ୍ରତିରକ୍ଷା ମନ୍ତ୍ରୀ ଆଲୋଚନା କରିଛନ୍ତି।

  16. ଭାରତ ଜନ୍ମିତ ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞ ବିକ୍ରମ ପଟେଲ ହାର୍ଭାର୍ଡ ମେଡିକାଲ ସ୍କୁଲ(ଏଚ୍‌ଏମ୍‌ଏସ୍‌)ର ଗ୍ଲୋବାଲ ହେଲ୍‌ଥ ଆଣ୍ଡ ସୋସିଆଲ ମେଡିସିନ ବିଭାଗର ପରବର୍ତ୍ତୀ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି।

  17. କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ୍) ୨୦୨୩ ପ୍ରକାଶ ପାଇଛି।ଶ୍ରେଷ୍ଠ ୧୦୦ କଲେଜ ବର୍ଗରେ ଓଡ଼ିଶାର ଗୋଟିଏ ବି ଶିକ୍ଷାନୁଷ୍ଠାନ ନାହିଁ। ଶ୍ରେଷ୍ଠ ୫୦ ଗବେଷଣା ଅନୁଷ୍ଠାନ ବର୍ଗରେ ଏନଆଇଟି ରାଉରକେଲା ୨୯ତମ ସ୍ଥାନ, କିଟ୍ ୪୪ତମ ଏବଂ ସୋଆ ୪୯ତମ ସ୍ଥାନରେ ରହିଛି। ଶ୍ରେଷ୍ଠ ୩୦ ଆର୍କିଟେକଚର ଆଣ୍ଡ ପ୍ଲାନିଂରେ ଏନଆଇଟି ରାଉରକେଲା ୮ମ ସ୍ଥାନରେ ଏବଂ ଶ୍ରେଷ୍ଠ ୪୦ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ବର୍ଗରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ୨୨ତମ ସ୍ଥାନରେ ରହିଛନ୍ତି।

  18. ଇଚିଅନ (ଦକ୍ଷିଣ କୋରିଆ)ରେ ଚାଲିଥିବା ୨୦ ବର୍ଷରୁ କମ୍‌ ଏସିଆନ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ସିଦ୍ଧାର୍ଥ ଚୌଧାରୀ ଭାରତ ପାଇଁ ତୃତୀୟ ସ୍ବର୍ଣ୍ଣ ପଦକ ଆଣିଦେଇଛନ୍ତି।

  19. ଜର୍ମାନୀର ସୁଲ୍‌ଠାରେ ଚାଲିଥିବା ଆଇଏସଏସ୍‌ଏଫ୍‌ ଜୁନିୟର ଶୁଟିଂ ବିଶ୍ୱକପ୍‌ରେ ଭାରତର ଧନୁଷ ଶ୍ରୀକାନ୍ତ ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

  20. ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସ୍ପିନରଙ୍କ ପାଇଁ ଅନୁଷ୍ଠିତ ୧୫ ଦିନିଆ ଶିବିର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଭେଙ୍କଟପତି ରାଜୁଙ୍କ ତତ୍ତ୍ୱାବଧାନରେ ସୋମବାର ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.