• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କଟକ ରେଭେନ୍ସା ପଡିଆରେ ପହଞ୍ଚି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏସସିବି ହସ୍ପିଟାଲ ଯାଇ ସେଠାରେ ୫୮ ଆହତ ଯାତ୍ରୀ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।

  2. ସୁନ୍ଦରଗଡ଼ ଗ୍ରାମ୍ୟ ପୂର୍ତ୍ତ ଡିଭିଜନର ଯନ୍ତ୍ରୀଙ୍କ ଘରେ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। ସୁନ୍ଦରଗଡ଼ ଓ ଭଦ୍ରକର ୭ ଟି ସ୍ଥାନରେ ଏହି ଚଢ଼ାଉ ଚାଲିଛି। ସଞ୍ଜୟ ବେହେରାଙ୍କ ବନ୍ତ ସ୍ଥିତ ନିଜ ପୈତୃକ ଘରେ, ଶଶୁର ଘର ସିଂଢୋଲ ଏବଂ ଭଦ୍ରକ ସ୍ଥିତ ବାସ ଭବନରେ ରେଡ ଚାଲିଛି। ଚଢ଼ାଉରେ ସାମିଲ ଅଛନ୍ତି ୪ ଡ଼ିଏସପି, ୧୦ ଇନିସ୍ପେକ୍ଟର, ୪ ଏଏସଆଇ ସମେତ ଭିଜିଲାନ୍ସର ଅନ୍ୟ କର୍ମଚାରୀ।

  3. ସ୍ବାସ୍ଥ୍ୟସେବାରେ ଓଡ଼ିଶା ଛୁଇଁଛି ଆଉ ଏକ ମାଇଲଖୁଣ୍ଟ। ଆଜି ୧୨୦୫ ଜଣ ନବ ନିଯୁକ୍ତ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଳିଙ୍ଗ ଷ୍ଟାଡିୟମରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନୂଆ ୧୨୦୫ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି।

  4. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାନଗା ଟ୍ରେନ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଓଡିଶାର ୩୯ ଜଣ ମୃତକଙ୍କ ପାଇଁ ୧.୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯାଉଛି ।

  5. ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା, ଆହତଙ୍କୁ ୫୦ ହଜାର ଓ ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ। ଆହତ ହୋଇ ନ ଥିବା ସତ୍ୱେ ମାନସିକ ଆଘାତ ପାଇଥିବା ଯାତ୍ରୀଙ୍କୁ ୧୦ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବ। ଏହାସହ ସମସ୍ତ ମୃତାହତଙ୍କ ପରିବାରକୁ ୪ ମାସ ଯାଏଁ ମାଗଣା ରାସନ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି।

  6. ୨୦୧୧ ଜାନୁଆରି ୨୧ରେ ମନରେଗା ଦୁର୍ନୀତି, ୨୦୧୪ ମେ’ ୯ରେ ଚିଟଫଣ୍ଡ ଦୁର୍ନୀତି, ୨୦୧୫ ଜାନୁଆରି ୨୧ରେ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଠାବ କରିବା ପାଇଁ ସିବିଆଇକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ତିନିଟି ମାମଲାରୁ ଦୁଇଟିର ତଦନ୍ତ ସିବିଆଇ ଶେଷ କରିଥିବା ବେଳେ ଚିଟ୍‌ଫଣ୍ଡ ଦୁର୍ନୀତି ଏବେ ବି ଜାରିରହିଛି।

  7. କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସଦ୍ୟ ପ୍ରକାଶିତ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ୍‌ ରାଙ୍କିଙ୍ଗ୍‌ ଫ୍ରେମୱାର୍କ (ଏନ୍‌ଆଇଆର୍‌ଏଫ୍)-୨୦୨୩ରେ ଦେଶରେ ଶ୍ରେଷ୍ଠ କଲେଜ ବର୍ଗରେ ଦିଲ୍ଲୀର ମିରାଣ୍ଡା ହାଉସ କଲେଜ ପୁଣିଥରେ ପ୍ରଥମ ସ୍ଥାନ ଅଧିକାର କରିଛି।

  8. ବିବାଦୀୟ ପୋଲାଭରମ ଇନ୍ଦିରାସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଆନ୍ଧ୍ର ପ୍ରଦେଶକୁ ୧୨,୮୧୧. ୧୫ କୋଟି ଟଙ୍କା ମଂଜୁର କରିଛି।

  9. ଦୁନିଆର ଏକଛତ୍ରବାଦୀ ଶାସକ ଭାବେ ପରିଚିତ ଆଡଲଫ ହିଟଲରଙ୍କ ଏକ ସ୍ୱତନ୍ତ୍ର ପେନ୍ସିଲକୁ ପ୍ରାୟ ୮୧ ଲକ୍ଷ ଟଙ୍କାରେ ନିଲାମ କରାଯାଇପାରେ। ଏକ ରିପୋର୍ଟ ଅନୁଯାୟୀ, ଏହି ପେନ୍ସିଲ୍ ତାଙ୍କୁ ତାଙ୍କ ପ୍ରେମିକା ଇଭା ବ୍ରାନ୍ ଉପହାର ଦେଇଥିଲେ।

  10. ବିଶିଷ୍ଟ ଉଦ୍ୟୋଗପତି ତଥା ରିଲାଏନ୍ସ ଗ୍ରୁପର ମାଲିକ ମୁକେଶ ଅମ୍ବାନୀ ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ବିଷୟରେ ଖବର ପାଇ ଦୁଃଖ ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣାରେ ଶିକାର ହୋଇଥିବା ପୀଡ଼ିତ ପରିବାର ପାଇଁ ୬ମାସ ପର୍ଯ୍ୟନ୍ତ ମାଗଣାରେ ରାସନ  ଦିଆଯିବ ବୋଲି କହିଛନ୍ତି ।

  11. ଏକ ହାଇପରସୋନିକ କ୍ଷେପଣାସ୍ତ୍ର ନିର୍ମାଣ କରିଥିବା ଇରାନ ଦାବି କରିଛି , ଯାହାକି ଶବ୍ଦର ବେଗଠାରୁ ୧୫ ଗୁଣ ବେଗରେ ଗତି କରିପାରିବ । ଇରାନ ଏଭଳି ଏକ ସମୟରେ ଘୋଷଣା କରିଛି ଯେତେବେଳେ ଆମେରିକା ସହ ତାହାର ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଛି ।

  12. ଦୁଇ ହଜାର ପ୍ରାଥମିକ କୃଷି କ୍ରେଡିଟ ସୋସାଇଟିକୁ ପ୍ରଧାନ ମନ୍ତ୍ର ଜନ ଔଷଧୀ କେନ୍ଦ୍ର ଖୋଲିବାକୁ ଅନୁମତି ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

  13. ସରକାର ପୁନର୍ବାର କୁସ୍ତିଯୋଦ୍ଧାମାନଙ୍କୁ ଆଲୋଚନା ପାଇଁ ଆମନ୍ତ୍ରଣ କରିଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି।

  14. କର୍ନାଟକ ବିଧାନ ପରିଷଦର ୩ଟି ଆସନ ପାଇଁ ନିର୍ବାଚନ ଆୟୋଗ ମଙ୍ଗଳବାର ତାରିଖ ଘୋଷଣା କରିଛନ୍ତି। ଏହି ଆସନଗୁଡିକ ପାଇଁ ଜୁନ ୩୦ରେ ମତଦାନ ଅନୁଷ୍ଠିତ ହେବ.

  15. ବୁଥ୍‌ସ୍ତରରେ ଏଣିକି ଛାତ୍ର କଂଗ୍ରେସର ସକ୍ରିୟ ପ୍ରତିନିଧି ନିଯୁକ୍ତ ହେବେ। ତୃଣମୂଳସ୍ତରରୁ ଲଢ଼େଇକୁ ଅଧିକ କ୍ରୀୟାଶୀଳ କରିବା ପାଇଁ ୪୦ ହଜାର ବୁଥ୍‌ରେ ଛାତ୍ର କଂଗ୍ରେସ ପ୍ରତିନିଧି ନିଯୁକ୍ତ କରିବ।

  16. ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ୨୦୨୩ ମେ ମାସରେ ୫,୧୯, ୪୭୪ ୟୁନିଟ୍‌ ମୋଟର ସାଇକେଲ ବିକ୍ରି କରିଛି। ଏପରିକି ୨୦୨୨ ମେ’ ମାସ ତୁଳନାରେ କମ୍ପାନୀର ବିକ୍ରି ଅଭିବୃଦ୍ଧି ୭% ରହିଛି।

  17. ଦକ୍ଷିଣ ୟୁକ୍ରେନ୍‌ ଓ ରୁଷିଆ ମଝିରେ ଥିବା ଏକ ବୃହତ୍‌ ଡ୍ୟାମ୍‌କୁ ମଙ୍ଗଳବାର ଟାର୍ଗେଟ କରାଯାଇଛି। ଫଳରେ ଏହାର ଏକ ବଡ଼ ଅଂଶ ଭୁଶୁଡ଼ିପଡ଼ିଛି।

  18. ବାଲେଶ୍ବର ଜିଲା ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮ । ସମସ୍ତ ପ୍ରକାର ଯାଞ୍ଚ ପରେ ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ୨୮୮ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ମଙ୍ଗଳବାର ସ୍ପଷ୍ଟ କରିଛନ୍ତି ।

  19. ସମୟ ସହିତ ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆରେ ସମ୍ମାନ ହାସଲ କରିଛି ବୋଲି କହିଛନ୍ତି ଭାରତୀୟ ବ୍ୟାଟର ବିରାଟ କୋହଲି। ପୂର୍ବରୁ ଅଷ୍ଟ୍ରେଲିଆ ଭାରତକୁ ଏହାର ପ୍ରତିଦ୍ୱନ୍ଦ୍ୱୀ ଭାବରେ ଗଣୁଥିଲା।

  20. ମହିଳା ଏସିଆ କପ୍‌ ଜୁନିୟର ହକିରେ ଭାରତୀୟ ଦଳ କୋରିଆ ସହିତ ପଏଣ୍ଟ ବାଣ୍ଟିଛି। ୨-୦ରେ ପଛୁଆ ରହିଥିବା ବେଳେ ଦଳ ଦୃଢ ଭାବରେ ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍‌ ଡ୍ର ରଖିବାରେ ସମର୍ଥ ହୋଇଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.