• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ୨୦୨୧ ବର୍ଷ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ଗୋରଖପୁରର ଗୀତା ପ୍ରେସକୁ ଦିଆଯିବ। ଧର୍ମ, ସଂସ୍କୃତି ଏବଂ ପରମ୍ପରାକୁ ଅନ୍ତର୍ଭୁକ୍ତ କରିବାରେ ପ୍ରେସର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ।

  2. ମହିଳାମାନେ ନିଜ ପସନ୍ଦର ମୋବାଇଲ୍ କିଣିବାକୁ ସକ୍ଷମ ହେବେ | ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କହିଛନ୍ତି ଯେ ସରକାର ଏହି ଯୋଜନା ଅଗଷ୍ଟ ମାସରେ ରକ୍ଷାବନ୍ଧନ ଅବସରରେ ଆରମ୍ଭ କରିବେ। ଆମେ ସ୍ମାର୍ଟଫୋନ୍ ବଦଳରେ ମହିଳାମାନଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣର ନଗଦ ଦେବୁ।

  3. ଶିମିଳିପାଳରେ ଶିକାରୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଫରେଷ୍ଟର ମାଥି ହାଁସଦାଙ୍କ ପରିବାରକୁ ୨୫ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ପ୍ରଦାନ କରାଯିବ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଏହି ସୂଚନା ଦେଇଛନ୍ତି ।

  4. ପ୍ରକାଶ ପାଇଛି ଜେଇଇ ଆଡଭାନସଡ ଫଳ । ହାଇଦ୍ରାବାଦ ଜୋନର ଭି.ଭି ରେଡ୍ଡୀ ୩୬୦ରୁ ୩୪୧ ମାର୍କ ରଖି ଟପ୍ପର ହୋଇଛନ୍ତି। 

  5. ରଥଯାତ୍ରା ପାଇଁ ହେବ ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍, ମୁତୟନ ହେବେ ୧୭୦ ପ୍ଲାଟୁନ ପୋଲିସ ଫୋର୍ସ।

  6. ତାମିଲନାଡୁରେ ଥମୁନି ସରକାର-ରାଜ୍ୟପାଳ ବିବାଦ । ଇଡି ଦ୍ୱାରା ଗିରଫ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କ ବିଭାଗ ବଂଟନ ପ୍ରସ୍ତାବକୁ ରାଜ୍ୟପାଳଙ୍କ ପ୍ରତ୍ୟାଖାନ ।

  7. ଉପହାସର ଶିକାର ହେଲେ ଆମେରିକା ରାଷ୍ଟ୍ରପତି, ଜୋ ବାଇଡେନଙ୍କ ତ୍ରୁଟିପୂର୍ଣ୍ଣ ଭାଷଣ ସାମାଜିକ ଗଣମାଧ୍ୟମରେ ହେଉଛି ଭାଇରାଲ ।

  8. ବଢ଼ିଲା ରାସନ କାର୍ଡ ସହ ଆଧାର ଲିଙ୍କ କରିବା ଅବଧି, ସେପ୍ଟେମ୍ବର ୩୦ ଶେଷ ତାରିଖ ।

  9. ଆମେରିକାରେ ୧୮୦ ଦେଶର ପ୍ରତିନିଧିଙ୍କୁ ଯୋଗ କରାଇବେ ପିଏମ୍ ମୋଦୀ, ଜାତିସଂଘ ମୁଖ୍ୟାଳୟରେ ମେଗା ଶୋ’ର ପ୍ରସ୍ତୁତି ।

  10. ଆଫଗାନିସ୍ତାନ ବିପକ୍ଷରେ ବାଂଲାଦେଶର ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ବିଜୟ; ୫୪୬ ରନ୍‌ରେ ଜିତିଲା ଟିମ୍

  11. ଡେଭିଡ ୱାର୍ନରଙ୍କ ବିରଳ ରେକର୍ଡ, ଷ୍ଟୁଆର୍ଟ ବ୍ରଡଙ୍କ ବଲରେ ୧୫ ଥର ହେଲେଣି ଆଉଟ ।

  12. ୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ତେଲେଙ୍ଗାନା ବିଶ୍ବବିଦ୍ୟାଳୟର କୁଳପତି ଦାଚେପଲ୍ଲୀ ରବିନ୍ଦେର ଶନିବାର ଏସିବି (ଆଣ୍ଟି କରପସନ ବ୍ୟୁରୋ) ହାତରେ ଧରାପଡିଛନ୍ତି।

  13. ଶିମ୍‌ଲାରେ ଥିବା ଗୋଟାଏ ଶହେବର୍ଷ ପୁରାତନ ଜୈନ ମନ୍ଦିର ଛୋଟ ଓ ଦେହ ଦିଶୁଥିବା ପୋଷାକ ପିନ୍ଧିଥିବା ଭକ୍ତମାନଙ୍କ ପାଇଁ ମନ୍ଦିର ପ୍ରବେଶ ନିଷେଧ କରିଛି।

  14. ଜର୍ମାନିର ପ୍ରସିଦ୍ଧ ‘ସିଣ୍ଡ୍ରେଲା କ୍ୟାସେଲ୍‌’ (ଦୁର୍ଗ) ଥିବା ପାହାଡ଼ ଉପରୁ ଧକ୍କା ‌ଦେଇ ତଳେ ଥିବା ଖାଇକୁ ଠେଲି ଦିଆଯାଇଥିବା ଜଣେ ୨୨ ବର୍ଷୀୟ ତରୁଣୀ ଗୋଟାଏ ଗଛକୁ ଜାବୁଡ଼ିଧରି ବଞ୍ଚିଯାଇଥିବା କଥା କେତେକ ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

  15. ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର କହିଛନ୍ତି ଯେ, ରୁଷ୍‌ର ପ୍ରଥମ ବ୍ୟାଚ୍ ଟ୍ୟାକ୍ଟିକାଲ (ସ୍ବଳ୍ପ କ୍ଷମତାସମ୍ପନ୍ନ) ଆଣବିକ ଅସ୍ତ୍ର ବେଲାରୁଷ୍‌ରେ ପହଞ୍ଚିସାରିଛି।

  16.  କର୍ଣ୍ଣାଟକର କଂଗ୍ରେସ ସରକାର ବିଦ୍ୟାଳୟ ପାଠ୍ୟକ୍ରମରେ ହିନ୍ଦୁତ୍ବବାଦୀ ବିନାୟକ ଦ‌ାମୋଦର ସାବରକରଙ୍କ ଉପରେ ଥିବା ବିଷୟକୁ ବାଦ୍ ଦେବାକୁ ନିଷ୍ପତ୍ତି ନେବା ପରେ ସାବରକରଙ୍କ ନାତି ରଣଜିତ ସାବରକର କହିଛନ୍ତି ଯେ ଏହାର କିଛି ପ୍ରଭାବ ପଡ଼ିବନି।

  17. ଜଳ ସଂରକ୍ଷଣ ଓ ପରିଚାଳନାରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନ ହାସଲ କରିବା ସହ ଜିଲ୍ଲା ସ୍ତରରେ ଜଳ ପରିଚାଳନାରେ ଗଞ୍ଜାମ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି।

  18. ବହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସାଧିନ ଥିବା ଆଉ ଜଣେ ଆହତଙ୍କ ମୃତ୍ୟୁ ହୋଇଛି। ଯାହା ଫଳରେ ମୃତକଙ୍କ ସଂଖ୍ୟା ୨୯୨କୁ ବୃଦ୍ଧି ପାଇଛି। 

  19. ଗତ ୯ ତାରିଖଠାରୁ କଳିଙ୍ଗ ଷ୍ଟାଡିୟମରେ ଚାଲି ଆସୁଥିବା ଚତୁଃରାଷ୍ଟ୍ରୀୟ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ କପ୍‌‌ର ତୃତୀୟ ସଂସ୍କରଣ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ରବିବାର ଟାଇଟଲ ପାଇଁ ଫାଇନାଲ ମୁକାବିଲାରେ ଭାରତ ଓ ଲେବାନନ ପରସ୍ପରକୁ ଭେଟିବେ।

  20. ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ନାମରେ ଏକ ସଂଗୀନ ଅଭିଯୋଗ ଆଣିଛନ୍ତି ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ | ସେ ଅଭିଯୋଗ କରିଛନ୍ତି ଯେ ବ୍ରିଜଭୂଷଣ ନାବାଳିକା କୁସ୍ତି ଯୋଦ୍ଧାଙ୍କ ପରିବାରକୁ ଧମକଚମକ ଦେଇଛନ୍ତି | 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.