• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଗୋରଖପୁରସ୍ଥିତ ‘ଗୀତା ପ୍ରେସ୍‌’କୁ ବର୍ଷ ୨୦୨୧ର ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ ବୋଲି ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ବିଚାରକ ମଣ୍ଡଳୀ ସର୍ବସମ୍ମତକ୍ରମେ ନିଷ୍ପତ୍ତି ଗ୍ରହଣ କରିଥିବା କଥା ‌ଔପଚାରିକ ଭାବେ ଘୋଷଣା କରାଯାଇଥିଲା।

  2. ଓମ୍‌ ରାଉତଙ୍କ ଫିଲ୍ମ ‘ଆଦିପୁରୁଷ’କୁ ନେପାଳରେ ଜୋରଦାର ବିରୋଧ କରାଯାଉଛି। ବିଭିନ୍ନ ସ୍ଥାନରେ ଫିଲ୍ମ ବିରୋଧରେ ପ୍ରଦର୍ଶନ ମଧ୍ୟ ହୋଇଛି। ଆଜି ନେପାଳ ସରକାର କାଠମାଣ୍ଡୁରେ ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶନ ଉପରେ କଟକଣା ଲଗାଇଛନ୍ତି।

  3. ତାମିଲନାଡ଼ୁର ଡିଏମ୍‌କେ ନେତା ଶିବାଜୀ କୃଷ୍ଣମୂର୍ତ୍ତି ବିଜେପି ନେତ୍ରୀ ଖୁସବୁ ସୁନ୍ଦର ଓ ରାଜ୍ୟପାଳ ଆର୍‌ଏନ୍‌ ରବିଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇ ଗିରଫ ହୋଇଛନ୍ତି।

  4. ଚୀନ୍‌ର ଚେକିଆଙ୍ଗ ପ୍ରଦେଶର ଏକ କମ୍ପାନି ନିଜ କର୍ମଚାରୀଙ୍କ ପାଇଁ ଏକ ନୂଆ ନିୟମ କରିଛି। କମ୍ପାନିର କୌଣସି ବିବାହିତ କର୍ମଚାରୀ ପରକୀୟା ସମ୍ପର୍କ ରଖିପାରିବେନି କିମ୍ବା ନିଜ ସ୍ତ୍ରୀ ବା ସ୍ବାମୀକୁ ଛାଡ଼ପତ୍ର ଦେଇପାରିବେନି। ସେପରି କଲେ ତାଙ୍କୁ ଚାକିରିରୁ ବରଖାସ୍ତ କରାଯିବ।

  5. ବ୍ରିଟେନରେ ପ୍ରୀତ୍‌ ଭିକଲ୍‌ ନାମକ ଜଣେ ଭାରତୀୟ ବଂଶୋଦ୍ଭବ ଇଞ୍ଜିନିୟରିଂ ଛାତ୍ର ବ୍ରିଟେନର ଏକ କ୍ଲବରୁ ଜଣେ ନିଶାସକ୍ତ ମହିଳାଙ୍କୁ ଟେକିନେଇ ତାଙ୍କ ଫ୍ଲାଟରେ ଦୁଷ୍କର୍ମ କରିଛି। ଏହା ଜଣାପଡ଼ିବା ପରେ ଅଭିଯୁକ୍ତ ଛାତ୍ରକୁ ୬ ବର୍ଷ ୯ ମାସ ଜେଲଦଣ୍ଡ ହୋଇଛି।

  6. ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ୨୦୦୦ ଟଙ୍କିଆ ନୋଟ୍ ଉପରେ ପ୍ରତିବନ୍ଧକ ଲଗାଯିବା କାରଣରୁ ନକ୍ସଲ ସଂଗଠନ ବହୁ କ୍ଷତି ସହିଛି। ଛତିଶଗଡର ବସ୍ତରରେ ନକ୍ସଲମାନେ ସେମାନଙ୍କ ପାଖରେ ରଖିଥିବା ୨୦୦୦ ଟଙ୍କିଆ ନୋଟକୁ ଏବେ ବଦଳାଇବାରେ ଲାଗିପଡିଛନ୍ତି |

  7. ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାରେ ୧୫ ଲକ୍ଷ ଶ୍ରଦ୍ଧାଳୁ ସମାଗମ ହୋଇ ପାରନ୍ତି, ସେମାନଙ୍କୁ ୫୦ ଲକ୍ଷ ପାଣି ବୋତଲ ବଣ୍ଟାଯିବ ।

  8. ଉତ୍ତରାଖଣ୍ଡରେ ଖୁବଶୀଘ୍ର ଲାଗୁହେବ ୟୁସିସି, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ଘୋଷଣା କରିଛନ୍ତି ।

  9. ଓଡିଆ ବିଶ୍ବବିଦ୍ୟାଳୟ, ଚଳିତ ବର୍ଷରୁ କାର୍ଯ୍ୟକ୍ଷମ ହେବ ଓ ପାଠପଢା ଆରମ୍ଭ ହେବ  ।

  10. ପାଣ୍ଡୋରା ପେପର ଲିକ୍ ମାମଲାରେ  ସ୍ବରୂପ ଭ୍ରାତାଙ୍କ ୩୦ କୋଟି ସଂପତ୍ତି ଇଡି ଜବତ କଲା ।

  11. ୮୮,୦୩୨ କୋଟି ଟଙ୍କାର ୫୦୦ ଟଙ୍କିଆ ଉଭାନ: ଖବରକୁ ରିଜର୍ଭ ବ୍ୟାଙ୍କର ଖଣ୍ଡନ ।

  12. ୨୦୦୦ ଟଙ୍କିଆ ପ୍ରତ୍ୟାହାର ପ୍ରଭାବ: ନଗଦ ୮୩ ହଜାର କୋଟି କମିଲା ।

  13. ଭାରତ ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ ଚାମ୍ପିୟନ; ବିଜୟୀ ଟିମକୁ ୧ କୋଟିର ପୁରସ୍କାର ।

  14. -ଭୁବନେଶ୍ୱର:ନିଯୁକ୍ତି ପାଇବେ ୧୬୦ ଓଡ଼ିଶା ଶିକ୍ଷା ସେବା ଅଧିକାରୀ,ଆଜି ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ।

  15. ଆଜି ମହାବାହୁଙ୍କ ନବଯୌବନ ଦର୍ଶନ, ପରମାଣିକ ଦର୍ଶନ ପାଇଁ ଟିକେଟ୍ ମୂଲ୍ୟ ୧୦୦ ଟଙ୍କା।

  16. ଅସହାୟ ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ, ଫୁଟପାଥରୁ ଲୋକଙ୍କୁ ଉଦ୍ଧାର କରିବାକୁ ପାଟ୍ରୋଲିଂ ଟିମକୁ ନିର୍ଦ୍ଦେଶ।

  17. ୯୨%ପ୍ରତିଶତ ମାର୍କ ରଖି ନିଟ୍ ରେ ସଫଳତା ଆଣିଲେ ରାଜକନିକାର ଝିଅ ସ୍ୱାତିରେଖା।

  18. ଗୋପାଳନ ଓ ଦୁଗ୍ଧ ସଂଗ୍ରହ କେନ୍ଦ୍ର କରି ଉପକୃତ ହେଉଛନ୍ତି ମାର୍ଶାଘାଇ ଅଂଚଳର ବି-ଟେକ୍ ପଢ଼ୁଆ ଯୁବକ, ଦିନକୁ ଉତ୍ପାଦନ ହେଉଛି ୬୦ରୁ ୬୫ ଲିଟର କ୍ଷୀର।

  19. ବିଦେଶିନୀଙ୍କ ହନିଟ୍ରାପରେ ୭୦ ବର୍ଷିୟ ପୂର୍ବତନ ସରକାରୀ ବାବୁ, ୫ବର୍ଷରେ ହରାଇଲେ ୨୦ଲକ୍ଷ ଟଙ୍କା।

  20. ଭାରତ ଦ୍ବିତୀୟ ଥର ଲାଗି ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ବିଜେତା ହୋଇଛି। ପ୍ରଥମ ଥର ଭୁବନେଶ୍ବରସ୍ଥିତ କଳିଙ୍ଗ ‌ଷ୍ଟାଡିୟମରେ ଖେଳାଯାଇଥିବା ଏହି ଚତୁଃରାଷ୍ଟ୍ରୀୟ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ୧୦୧ ମାନ୍ୟତାପ୍ରାପ୍ତ ଭାରତ ୨-୦ ଗୋଲ୍‌ରେ ନିଜଠୁ ଉଚ୍ଚମାନ୍ୟତାପ୍ରାପ୍ତ ଲେବାନନ୍‌ (୯୯)କୁ ପରାସ୍ତ କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.