• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମେ’୨ରେ ଆମାଜନ ଜଙ୍ଗଲରେ ଘଟିଥିବା ଏକ ବିମାନ ଦୁର୍ଘଟଣାରେ ବର୍ତ୍ତିଯାଇଥିବା ୪ ଜଣ ପିଲା ୪୦ ଦିନ ପରେ ଆମାଜନ ଜଙ୍ଗଲରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି।

  2. କର୍ନାଟକ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜ ପ୍ରଚାର ପତ୍ରରେ ନିର୍ବାଚନ ଜିତିଲେ ଆରଏସଏସ ସଂଗଠନ ଉପରେ ବ୍ୟାନ୍‌ ଲଗେଇବୁ ବୋଲି ଘୋଷଣା କରିଥିଲା।

  3. ଲୋକ ସଭା ନିର୍ବାଚନ ପୂର୍ବରୁ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ହଇଚଇ ସୃଷ୍ଟି ହୋଇଛି। ସୁପ୍ରିୟା ସୁଲେ ଏବଂ ପ୍ରଫୁଲ୍ଲ ପଟେଲଙ୍କୁ ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।

  4. ହରଡ଼ ଡାଲି ଦର ଦୁଇମାସରେ ୧୫ ପ୍ରତିଶତ ବଢିଛି। ଏବେ ହରଡ଼ ଡାଲି ପାଇକାରୀ ଦର କିଲୋ ପ୍ରତି ୧୨୮ରୁ ୧୪୩ ଟଙ୍କା ଅଛି। ଦୁଇ ମାସ ତଳେ ୧୧୦ରୁ ୧୨୫ ଟଙ୍କା ଥିଲା। ଦର ୧୫ ପ୍ରତିଶତ ବଢ଼ିଛି।

  5. ମଣିପୁରରେ ହିଂସା ଥମୁନି। କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଶାନ୍ତି ସ୍ଥାପନା ପାଇଁ ଚାଲିଥିବା କଥାବାର୍ତ୍ତା ବିଫଳ ହୋଇଛି। ହିଂସା ଯୋଗୁଁ ମଣିପୁରରେ ପୁଣି ୩ ଜଣଙ୍କ ମୃତ୍ୟୁ ହୋଇଛି।

  6. ୟୁକ୍ରେନର କାଖୋବକା ଡ୍ୟାମକୁ ବିସ୍ଫୋରଣରେ ଗତ ମଙ୍ଗଳବାର ଉଡ଼ାଇ ଦିଆଯାଇଛି। ଏଥିଯୋଗୁ ସେଠାରେ ଭୟଙ୍କର ବନ୍ୟା ଦେଖାଦେଇଛି। ବନ୍ୟାରେ ଆଜି ସୁଦ୍ଧା ୧୦ ଜଣଙ୍କର ମୃତ୍ୟୁ ହୋଇଛି।

  7. ଚଳିତ ବର୍ଷର ପ୍ରଥମ ୪ ମାସରେ ଚରମ ଜଳବାୟୁ ପାଇଁ ଦେଶରେ ୨୩୩ ଲୋକଙ୍କ ଜୀବନ ଯାଇଛି ଏବଂ ୦.୯୫ ନିୟୁତ ହେକ୍ଟର ଚାଷଜମି ନଷ୍ଟ ହୋଇଯାଇଛି।

  8. ଦେଶରେ ସମୁଦାୟ ମଧୁମେହ ରୋଗୀଙ୍କ ସଂଖ୍ୟା ୧୦.୧ କୋଟିରୁ ଅଧିକ ହେଲାଣି। ୨୦୧୯ରେ ଦେଶରେ ୭ କୋଟି ଲୋକ ଏହି ରୋଗରେ ପୀଡ଼ିତ ଥିବାବେଳେ ଗତ ୪ ବର୍ଷ ମଧ୍ୟରେ ସେମାନଙ୍କ ସଂଖ୍ୟା ୪୪ ପ୍ରତିଶତ ବୃଦ୍ଧି ଘଟିଛି।

  9. ମହାରାଷ୍ଟ୍ରରେ ଶିବସେନା-ବିଜେପି ମେଣ୍ଟରେ ‘ସ୍ବାର୍ଥପର ରାଜନୀତି’ ଚାଲିଛି ବୋଲି ଶୁକ୍ରବାର ଦିନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ତଥା ଶିବସେନା ସାଂସଦ ଶ୍ରୀକାନ୍ତ ସିନ୍ଦେ କହିଛନ୍ତି।

  10. ସୋରଡା ଏନଏସିର ଉନ୍ନତିକରଣ ପାଇଁ ମୋଟ ୩୭ଟି ପ୍ରକଳ୍ପକୁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

  11. ବାହାନଗା ସ୍କୁଲର ହେବ ପୁନଃନିର୍ମାଣ l ଆଦର୍ଶ ବିଦ୍ୟାଳୟ ଭାବେ ଗଢ଼ିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ନିର୍ଦେଶ  

  12. ମଞ୍ଚରେ ଟଳିପଡ଼ିଲେ ମାଲେସିଆ ବିଶିଷ୍ଟ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଶ୍ରୀଗଣେଶନ୍, ଦୀପ ଜାଳୁଜାଳୁ ଲିଭିଗଲା ଜୀବନ ଦୀପ ।

  13. ଜିରାର ପାଇକାରୀ ମୂଲ୍ୟ ୨୦୨୨ ଜୁନରେ ୧୫୦ଟଙ୍କା ଥିଲା। ବର୍ଷକରେ ବଢ଼ିଲାଣି ୫ଶହ l କିଲୋ ୭ଶହ ଟଙ୍କାରେ ହେଉଛି ବିକ୍ରି l

  14. ବିଦେଶୀ ମୁଦ୍ରା ଆଇନ ଉଲ୍ଲଂଘନ ଅଭିଯୋଗ କରି ସାଓମୀ ଟେକ୍ନୋଲୋଜୀ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସାଓମୀ ବିଦେଶୀ ମୁଦ୍ରା ଆଇନ ଉଲ୍ଲଂଘନ କରି ୫୫୫୧.୨୮ କୋଟି ଟଙ୍କାର କାରବାର କରିଛି।

  15. ଜାତୀୟ ଔଷଧ ମୂଲ୍ୟ ନିୟନ୍ତ୍ରକ ଏନ୍‌ପିପିଏ ଶୁକ୍ରବାର ୨୩ ପ୍ରକାର ଔଷଧର ଖୁଚୁରା ଦାମ୍ ନିର୍ଧାରଣ କରିଛନ୍ତି। ଏଥିରେ ଉଚ୍ଚ ରକ୍ତଚାପ ଓ ଡାଇବେଟିସ୍‌ ରୋଗୀମାନେ ଖାଉଥିବା ଔଷଧର ନାମ ରହିଛି।

  16. ଟ୍ୱିଟର ପରେ ଏବେ ମେଟା ଭାରତରେ ଲଞ୍ଚ କଲା ଭେରିଫାଏଡ୍ ପ୍ରୋଗ୍ରାମ l ଭାରତ ପାଇଁ ଏହାର ମୂଲ୍ୟ ମାସକୁ ୬୯୯ ଟଙ୍କା ରହିଛି।

  17. ଉଚ୍ଚଶିକ୍ଷା ମନ୍ତ୍ରୀ ପରେ ହଟିଲେ ସଚିବ l ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ସଚିବ ଭାବେ ଅରବିନ୍ଦ ଅଗ୍ରୱାଲ ହେଲେ ନିଯୁକ୍ତ l

  18. ନାଗାଲାଣ୍ଡରେ ବିକ୍ରି ହୋଇପାରିବ କୁକୁର ମାଂସ, କଟକଣା ଉଠାଇଲେ ହାଇକୋର୍ଟ l

  19. ବ୍ରିଜ ଭୂଷଣଙ୍କ ବିରୋଧରେ ଲାଗିଥିବା ଅଭିଯୋଗର ସିନ୍ ରି-କ୍ରିଏସନ କଲା ଦିଲ୍ଲୀ ପୁଲିସ l

  20. ଭୁବନେଶ୍ୱର ରେ ଆୟୋଜିତ ଇଣ୍ଟରକଣ୍ଟିନେଣ୍ଟାଲ୍‌ କପ୍‌ ଅଭିଯାନରେ ଭାରତର ବିଜୟ ଅଭିଯାନ: ମଙ୍ଗୋଲିଆକୁ ୨-୦ ଗୋଲ୍‌ରେ ହରାଇଲା l

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.