• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଆମେରିକା ସହିତ ପରମାଣୁ ଚୁକ୍ତି ସଂପର୍କରେ ଇରାନର ସର୍ବୋଚ୍ଚ ନେତା ଅୟତୁଲ୍ଲା ଅଲି ଖାମେନି ଏକ ବଡ଼ ବିବୃତ୍ତି ଦେଇଛନ୍ତି। ପଶ୍ଚିମ ଦେଶ ସହ ଆଣବିକ ଚୁକ୍ତିରେ କିଛି ଭୁଲ ନାହିଁ ବୋଲି ସେ କହିଛନ୍ତି।

  2. ଆଫଗାନିସ୍ତାନରେ ତାଲିବାନ ଦ୍ୱାରା ନିଯୁକ୍ତ ଆଭ୍ୟନ୍ତରୀଣ ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନି ପ୍ରମୁଖ ଅର୍ଥନୈତିକ ପ୍ରକଳ୍ପର ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ବୋଲି ସୂଚନା ଦେଇଛନ୍ତି। ମିଳିତ ଜାତିସଂଘର ଏକ ରିପୋର୍ଟରେ ଏହା ଦାବି କରାଯାଇଛି।

  3. ସାଇବର ଅପରାଧ ଏବଂ ସୋସିଆଲ ମିଡିଆରେ ବ୍ୟବହାରକାରୀମାନେ ଆଇନ ବହିର୍ଭୂତ କାର୍ଯ୍ୟ କରୁଛନ୍ତି। ତେଣୁ ଇଣ୍ଟରନେଟ୍‌କୁ ସମସ୍ତଙ୍କ ଲାଗି ସୁରକ୍ଷିତ ଓ ଭରସାଯୋଗ୍ୟ କରିବା ଲାଗି କେନ୍ଦ୍ର ସରକାର ଖୁବଶୀଘ୍ର ନୂଆ ‘ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ୍‌’ ‌ଆଣିବାକୁ ଯାଉଛନ୍ତି ବୋଲି କେନ୍ଦ୍ର ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି।

  4. ପଶ୍ଚିମ ସମୁଦ୍ର ଉପକୂଳରେ ଅତି ଭୀଷଣ ବାତ୍ୟାରେ ରୂପ ନେଇଛି ଘୂର୍ଣ୍ଣିଝଡ଼ ବିପର୍ଯ୍ୟୟ । ଆସନ୍ତା ୧୫ ତାରିଖରେ ଏହା ସ୍ଥଳଭାଗ ଛୁଇଁପାରେ। ଗୁଜରାଟର ମାଣ୍ଡଭି ଏବଂ ପାକିସ୍ତାନର କରାଚୀ ଅଞ୍ଚଳରେ ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

  5. ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଆଜି କୁହାଯାଇଛି ଯେ ବାତ୍ୟା ‘ବିପର୍ଯ୍ୟୟ’ କ୍ରମଶଃ ଏକ ଭୟଙ୍କର ବାତ୍ୟାରେ ପରିଣତ ହେବାରେ ଲାଗିଛି। ଏହା ଧୀ‌ରେ ଧୀରେ ଉଗ୍ର ରୂପ ନେଉଛି। ଏହା ଉତ୍ତର ଆଡ଼କୁ ଗତି କରୁଛି।

  6. ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଥିବାକୁଖ୍ୟାତ୍‌ ସିରିଏଲ୍‌ କିଲର  ଗଣିତଜ୍ଞ ଟେଡ୍‌ କଜିନ୍‌ସ୍କିଙ୍କ ଶନିବାର ୮୧ ବର୍ଷ ବୟସରେ ମୃତ୍ୟୁ ଘଟିଛି।

  7. ଜର୍ମାନ ଖବରକାଗଜରେ ପ୍ରକାଶିତ ଏକ ସର୍ଭେ ଅନୁଯାୟୀ, ୧୮-୨୫ ବର୍ଷ ବୟସର ୩୩ ପ୍ରତିଶତ ପୁରୁଷ କହିଛନ୍ତି ପରିବାରରେ ମହିଳାଙ୍କ ପ୍ରତି ହିଂସା ଏକ ସାଧାରଣ କଥା। ସର୍ବେକ୍ଷଣ ଅନୁଯାୟୀ, ୩୪ ପ୍ରତିଶତ ପୁରୁଷ କହିଛନ୍ତି ଅତୀତରେ ସେମାନେ ମହିଳା ହିଂସାରେ ଜଡ଼ିତ ଥିଲେ।

  8. ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବିମ୍ସଟେକ୍‌ ବ୍ୟବସାୟ କନ୍‌କ୍ଲେଭ-୨୦୨୩ର ଆୟୋଜନ କରାଯାଉଛି। ଏହି କନ୍‌କ୍ଲେଭ ଚଳିତ ବର୍ଷ ଜୁନ୍‌ ୧୩ରୁ ୧୫ ପର୍ଯ୍ୟନ୍ତ କୋଲକାତା ଠାରେ ଅନୁଷ୍ଠିତ ହେବ।

  9. କ୍ଲେ କୋର୍ଟ ଟେନିସ୍‌ ଫ୍ରେଞ୍ଚ୍‌ ଓପନ୍‌ ଜିତିବା ସହିତ କ୍ୟାରିୟରର ୨୩ ତମ ଗ୍ରାଣ୍ଡସ୍ଲାମ ବିଜୟୀ ହୋଇଛନ୍ତି ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌।

  10. ବିଶେଷକରି ୨୦୨୨-୨୩ ଆର୍ଥତ୍କ ବର୍ଷରେ କମ୍ପାନୀର ଅଂଶ ଗ୍ରହଣକାରୀ ପଲିସିଧାରୀଙ୍କ ପାଇଁ ମୋଟ ୩୪୪ କୋଟି ଟଙ୍କାର ବୋନସ ରାଶି ଘୋଷଣା ହୋଇଛି।

  11. ବ୍ରିଜଭୂଷଣ ୫୪ଟି ଶିକ୍ଷାନୁଷ୍ଠାନର ମାଲିକ କିମ୍ବା ତା’ ସହ ସମ୍ପୃକ୍ତ, ଯେଉଁ ଅନୁଷ୍ଠାନଗୁଡ଼ିକରେ ୩,୫୦୦ରୁ ଅଧିକ ଶିକ୍ଷକ ଏବଂ ୮୦,୦୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଛନ୍ତି।

  12. ଫାଇନାଲରେ ଭାରତକୁ ୨୦୯ ରନ୍‌ରେ ହରାଇ ଅଷ୍ଟ୍ରେଲିଆ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ ହୋଇଛି। ପରେ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଗଦା ସହ ଅଷ୍ଟ୍ରେଲିଆକୁ ୧.୬ ନିୟୁତ ଡଲାର (ପ୍ରାୟ ୧୩.୨ କୋଟି ଟଙ୍କା) ପୁରସ୍କାର ରାଶି ମିଳିଛି ।

  13. ଭଦ୍ରକ କଲେଜ୍‌କୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଓ ମେଡିକାଲ କଲେଜ୍ ପ୍ରତିଷ୍ଠା ନେଇ କହିଲେ ୫ଟି ସଚିବ, ଖୁବ୍‌ଶୀଘ୍ର ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ ।

  14. ଅଷ୍ଟ୍ରେଲିଆର ହଣ୍ଟର୍‌ ୱାଇନ୍‌ ଅଞ୍ଚଳ ଅନ୍ତର୍ଗତ ସିଡ୍‌ନିର ଉତ୍ତର ପ୍ରାନ୍ତରେ ଗୋଟାଏ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୧୧ ଜଣ ଆହତ ହୋଇଥିବା କଥା ଆଜି ପୁଲିସ କହିଛି।

  15. ରାଜସ୍ଥାନରେ ସାମୂହିକ ବିବାହ କଲେ ୨ ହଜାରରୁ ଅଧିକ ଦମ୍ପତ୍ତି, ଗିନିଜ୍‌ ଓ୍ବାର୍ଲ୍ଡ ରେକର୍ଡରେ ପାଇଲା ସ୍ଥାନ ।

  16.   ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଆସନ୍ତା ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ଛତିଶଗଡ଼ ରାଜଭବନରୁ ପ୍ରକାଶିତ ଏକ ପ୍ରେସବିବୃତିରୁ ଜଣାପଡ଼ିଛି । 

  17. ରଥଯାତ୍ରାବେଳେ ଡ୍ରୋନ ଉଡ଼ାଇବା ମନା, କଟକଣା ଜାରି କଲା ପୁରୀ ପୁଲିସ

  18. ମାତ୍ର ୬ ମାସ ତଳେ ବିପୁଳ ଅର୍ଥ ବ୍ୟୟରେ ରାଉରକେଲା ବିମାନବନ୍ଦର ଛକରେ ତିଆରି ହୋଇଥିବା ୩୦ ଫୁଟ ଉଚ୍ଚତାର ବିଶାଳକାୟ ହକି ସ୍ମାରକୀ ସାମାନ୍ୟ ଝଡ଼ ପବନରେ ଟଳି ପଡ଼ିଛି।

  19. ଜାପାନରେ ଅନୁଷ୍ଠିତ ମହିଳା ଜୁନିୟର ଏସିଆ କପ୍‌ ହକିରେ ଭାରତ ଚାମ୍ପିୟନ୍‌ ହୋଇଛି।

  20. ୧୯୫୬ରେ ମନ୍ଦିର ଆନ୍ଦୋଳନରେ ମୁଖ୍ୟ ଭୂମିକା ନେଇ ଦଳିତ ମହିଳାମାନଙ୍କ ଅଧିକାର ପାଇଁ ଲଢ଼ିଥିବା ଦେବକୀ ନାମ୍ବିସାନ୍‌ଙ୍କର ରବିବାର ପରଲୋକ ହୋଇଯାଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.