• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆମେରିକାର ବିଶିଷ୍ଟ ନିବେଶକ ୯୨ ବର୍ଷୀୟ ଜର୍ଜ ସୋରୋସ ତାଙ୍କ ୨୫ ବିଲିଅନ ଡଲାରର ସାମ୍ରାଜ୍ୟକୁ ପୁଅ  ୩୭ ବର୍ଷ ବୟସ  ଆଲେକଜାଣ୍ଡାରଙ୍କୁ ହସ୍ତାନ୍ତର କରିବା ନେଇ ଘୋଷଣା କରିଛନ୍ତି।

  2. ଓଡ଼ିଶା ସମେତ ଛତିଶଗଡ଼, ଆନ୍ଧ୍ର ଓ ତେଲେଙ୍ଗାନାରେ ଗୁଇନ୍ଦା ତଥ୍ୟ ଆଧାରରେ ଏଣିକି ମାଓ ଦମନ ରଣନୀତି ପ୍ରସ୍ତୁତ ହେବ।

  3. ଆସନ୍ତା ଜୁଲାଇ ୧୨ରୁ ୧୯ ମଧ୍ୟରେ ଚନ୍ଦ୍ରଯାନ-୩ ଲଞ୍ଚ୍‌ ହେବ। ଯଦି ଯୋଜନା ମୁତାବକ ସବୁ କାର୍ଯ୍ୟ ଠିକ୍‌ଠାକ୍‌ ଚାଲେ ତେବେ ଚନ୍ଦ୍ରଯାନ-୩କୁ ଚନ୍ଦ୍ରରେ ସଫଳ ଅବସ୍ଥାପିତ କରାଯିବ।

  4. ଏଲନ ମସ୍କଙ୍କ ମହାକାଶ ଗବେଷଣା କମ୍ପାନି ସ୍ପେସ୍‌ଏକ୍ସ କୈରନ କ୍ବାଜି ନାମକ ଜଣେ ୧୪ ବର୍ଷର ବାଳକକୁ ସଫ୍ଟୱେର ଇଂଜିନିୟର ଭାବେ ନିଯୁକ୍ତି ଦେଇଛି।

  5. ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ କହିଛନ୍ତି ଯେ, ଗର୍ଭବତୀ ମହିଳାମାନେ ରାମାୟଣ ଏବଂ ବିଶେଷତଃ ରାମାୟଣର ସୁନ୍ଦରାକାଣ୍ଡ ପଢ଼ିବା ଉଚିତ।

  6. ଇଟାଲିର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ ବେର୍ଲୁସ୍କୋନିଙ୍କର ୮୬ ବର୍ଷ ବୟସରେ ପର‌ଲୋକ ଘଟିଛି।  

  7. ଓଡିଶାର ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଲେ l ମୃତ ଡ୍ରାଇଭର/କର୍ମଚାରୀଙ୍କ ମନୋନୀତ ବ୍ୟକ୍ତିଙ୍କୁ ମିଳିବ ୪ ଲକ୍ଷ ଟଙ୍କା, ଅତି ଗଭୀର ଆଘାତ କ୍ଷେତ୍ରରେ ମିଳିବ ୮୦ ହଜାର ଟଙ୍କାର ସହାୟତା । ମଧୁବାବୁ ପେନସନ ଯୋଜନାରେ  ସାମିଲ ହେବେ l

  8. ଜୁନ ୧୯ରୁ ଜୁଲାଇ ୪ ପର୍ଯ୍ୟନ୍ତ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ l

  9. ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ  ଶ୍ରୀମନ୍ଦିର ପରିଚାଳନା ଲାଗି ୨୭୧କୋଟି ୭ଲକ୍ଷ ଟଙ୍କାର ଆୟ ବ୍ୟୟ ଅଟକଳ ଅନୁମୋଦନ ହେଲା l

  10. ମହାରାଷ୍ଟ୍ରର ନାଗପୁର ଠାରେ ଆୟୋଜିତ ଜାତୀୟ ସ୍ତର ପ୍ରତିଯୋଗିତାରେ ପାରଳାଖେମୁଣ୍ଡିର ଡାକ୍ତର ସନ୍ଧ୍ୟାରାଣୀ ପାଣିଗ୍ରାହୀ ମିସେସ ଇଣ୍ଡିଆ କନଫିଡେଣ୍ଟ କୁଇନ ଭାବେ ବିବେଚିତ  ହେଲେ l

  11. କୋ-ୱିନରେ କୋଭିଡ୍‌ ଟିକା ନେଇଥିବା ଲୋକଙ୍କ ବ୍ୟକ୍ତିଗତ ଡାଟା ହେଲା ଲିକ୍‌ l ଭାରତ ସରକାର ତଦନ୍ତ ଆରମ୍ଭ କଲେ l

  12. ଦିଲ୍ଲୀରେ ବାଇକ୍ ଟାକ୍ସି ଉପରେ କଟକଣା ଲଗାଇଲେ ସୁପ୍ରିମକୋର୍ଟ l ଦିଲ୍ଲୀ ସରକାରଙ୍କ ଦ୍ୱାରା ଗାଇଡଲାଇନ ନ ଆସିବା ପର୍ଯ୍ୟନ୍ତ ଦିଲ୍ଲୀରେ ଓଲା, ଉବର ଓ ରାପିଡୋ ଭଳି କମ୍ପାନି ଚଳାଉଥିବା ଦୁଇ ଚକିଆ ଟ୍ୟାକ୍ସି ହେଲା ନିଷିଦ୍ଧ l

  13. ଜାତିସଂଘର ସାଂସ୍କୃତିକ ତଥା ବିଜ୍ଞାନ ଭିତ୍ତିକ ସଂସ୍ଥା ୟୁନେସ୍କୋରେ ଆମେରିକା ପୁଣି ଯୋଗଦେବା ନେଇ ଗତକାଲି ଘୋଷଣା କଲା l

  14. ଆସନ୍ତା କିଛି ମାସ ମଧ୍ୟ‌ରେ ୫ ରାଜ୍ୟ ମିଜୋରାମ, ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଅଛି।୫ ରାଜ୍ୟରେ ନିର୍ବାଚନ ସହ ସିଧାସଳଖ ଜଡ଼ିତ ଥିବା ଅଧିକାରୀ ତଥା ନିଜ ଗୃହ ଜିଲ୍ଲାରେ ଅବସ୍ଥାପିତ ଅଧିକାରୀ ଏବଂ ଗୋଟିଏ ଜିଲ୍ଲାରେ ୩ରୁ ୪ ବର୍ଷ ରହିଥିବା ଅଧିକାରୀଙ୍କୁ ବଦଳି କରିବାପାଇଁ ନିର୍ବାଚନ କମିସନ୍‌ ଉକ୍ତ ୫ ରାଜ୍ୟର ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

  15. କଳିଙ୍ଗ ଷ୍ଟାଡିୟମ୍‌ଠାରେ ଚାଲିଥିବା ହିରୋ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍‌ରେ ଆୟୋଜକ ଭାରତ ଫାଇନାଲ୍ ଖେଳିବା ଲାଗି ଯୋଗ୍ୟତା ହାସଲ କଲା l

  16. ରାଉରକେଲାସ୍ଥ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଗତକାଲିଠାରୁ ୧୩ତମ ଜାତୀୟ କନିଷ୍ଠ ବାଳକ ହକି ପ୍ରତିଯୋଗିତା ହେଲା ଆରମ୍ଭ l ୧୮-୦ ଗୋଲ୍‌ରେ ଗୁଜୁରାଟକୁ ପରାସ୍ତ କରି ବିଜୟରୁ ଅଭିଯାନ ଓଡିଶା ଆରମ୍ଭ କଲା l

  17. ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସିପ୍‌ରେ ଶୁଭମନ ଗିଲ୍ ନିଜ କ୍ୟାଚ ବିଡ଼ିଓ ସୋସିଆଲ୍ ମିଡିଆରେ ପୋଷ୍ଟ କରିବାରୁ ଗିଲ୍‌ଙ୍କୁ ଦଣ୍ଡିତ କଲା ICC, ମ୍ୟାଚ୍ ଫିର ୧୧୫ ପ୍ରତିଶତ ଫାଇନ୍ ଦେବେ l

  18. କଣ୍ଟାବାଞ୍ଜିରେ ଆୟୁବ ଖାଁ ମଲ୍ଟି ସ୍ପେଶିଆଲିଷ୍ଟ ହସପିଟାଲ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । କହିଲେ, ଗରିବ ଲୋକ ଯେପରି ସବୁଠାରୁ ଭଲ ଚିକିତ୍ସା ପାଇବ ସେଥିପାଇଁ ଆମେ କାମ କରୁଛୁ ।

  19. ଜାନୁଆରି ୨୨, ୨୦୨୪ରେ ଅଯୋଧ୍ୟାରେ ନିର୍ମାଣ କରାଯାଉଥିବା ରାମ ମନ୍ଦିରରେ ପ୍ରଭୁ ରାମଲଲା ବିରାଜିବେ ବୋଲି ଜଣାପଡ଼ିଛି।

  20. ଚୀନ୍‌ରେ ଶେଷ ଭାରତୀୟ ସାମ୍ବାଦିକଙ୍କୁ ଦେଶ ଛାଡିବାକୁ ନିର୍ଦେଶ ଦେଇଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.