• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦେଶର ସୁରକ୍ଷା ସମ୍ବଳିତ ଗୋପନ ଦଲିଲ ବେଆଇନ ଭାବେ ରଖିବା ଅଭିଯୋଗରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ ହୋଇଛନ୍ତି।

  2. ବିବାହ ଅନୁଷ୍ଠାନରୁ ଫେରୁଥିବା ବେଳେ ଉତ୍ତର ନାଇଜେରିଆରେ ଗୋଟାଏ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହେବାରୁ ପିଲାଙ୍କ ସମତେ ଅନ୍ୟୂନ ୧୦୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

  3. କେନ୍ଦ୍ରୀୟ ଫିଲିପାଇନ୍ସରେ ଭୟଙ୍କର ଆଗ୍ନେୟଗିରି ଉଦଗୀରଣ ର ପ୍ରଭାବରେ ପ୍ରବଳ ଧୂଆ ଓ ପାଉଁଶ ସହ ଲାଭା ଉଦ୍‌ଗୀରଣ ଅବ୍ୟାହତ ରହିଛି। ଆଖପାଖ ଅଞ୍ଚଳର ପ୍ରାୟ ୧୪୦୦୦ ଲୋକଙ୍କୁ ଅନେକ ମାସ ପାଇଁ ସେମାନଙ୍କ ଘରୁ ଅନ୍ୟତ୍ର ନିଆଯାଇଛି।

  4. ଦେଶରେ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଉଥିବାରୁ ସୁଇସାଇଡ ଉପରେ ବ୍ୟାନ ଲଗାଇଲେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ।

  5. ଡେବିଟ୍ କାର୍ଡ ପରିବର୍ତ୍ତେ ‌ଏବେ ଲୋକମାନେ ଅଧିକ ମାତ୍ରାରେ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି। ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁଯାୟୀ ଚଳିତବର୍ଷ ଏପ୍ରିଲ ମାସରେ ଦେଶରେ ଡେବିଟ୍ କାର୍ଡ ତୁଳନାରେ ଅଧିକ କ୍ରେଡିଟ କାର୍ଡ ସ୍ବାଇପ୍ ହୋଇଛି।

  6. ଦଶ ବର୍ଷ ପରେ ପୁଣି ଥରେ UNESCOକୁ ଫେରିବ ଆମେରିକା, ଚୀନର ବଢୁଥିବା ପ୍ରଭାବକୁ ଦେଖି ନିଷ୍ପତ୍ତି; ପୈଠ କରିବ ୬୦ କୋଟି ଡଲାରର ବକେୟା ।

  7. ରୋଜଗାର ମେଳାରେ ଏଥରକ ୭୦ହଜାର ଯୋଗ୍ୟ ପ୍ରାର୍ଥୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ନିଯୁକ୍ତି ପତ୍ର ବାଟିଂଛନ୍ତିା ଦେଶର ଯୁବଗୋଷ୍ଠିଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଆଗାମୀୀ ୨୫ବର୍ଷ ମଧ୍ୟରେ ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ସରକାର ଓ ଜନତାଙ୍କ ସାମ୍ନାରେ ବଡ ଲକ୍ଷ୍ୟ ରହିଛି ।

  8. ଭାରତୀୟ ସେୟାର ମାର୍କେଟ ଇତିହାସରେ ପ୍ରଥମ ଥର କୌଣସି ସେୟାର ଏକ ଲକ୍ଷ ଟଙ୍କା ପ୍ରତି ସେୟାର ସ୍ତର ଛୁଇଁଛି।

  9. ବେଙ୍ଗାଲୁରୁରେ ଜନ୍ମକଲା ମା’କୁ ୯୦ଟି ନିଦ ବଟିକା ଦେବା ପରେ ତଣ୍ଟିଚିପି ହତ୍ୟା କଲା ଝିଅ ।

  10. ‘ଓ୍ଵାର୍କ ଫ୍ରମ ହୋମ୍‌’ ବନ୍ଦ ହେବା ପରେ ଭାରତର ସର୍ବବୃହତ ଆଇଟି ଫାର୍ମ ଟିସିଏସ୍‌ ରୁ ଚାକିରୀ ଛାଡ଼ୁଛନ୍ତି ମହିଳା କର୍ମଚାରୀ l

  11. ମଧ୍ୟପ୍ରଦେଶ ଭୋପାଳରେ ୬ ମହଲା ବିଶିଷ୍ଟ ‘ସତପୁରା ଭବନ’ ରେ ଗତକାଲି ବଡ଼ ଧରଣର ଅଗ୍ନିକାଣ୍ଡ ଯୋଗୁଁ ୧୨ ହଜାରରୁ ଅଧିକ ଗୁରୁତ୍ବପୂର୍ଣ୍ଣ ସରକାରୀ ଫାଇଲ୍‌ ଜଳି ଯାଇଛି।

  12.  କେରଳ ହାଇକୋର୍ଟ ନିକଟରେ କହିଛନ୍ତି ଯେ, ଲିଭ୍-ଇନ୍ ସମ୍ପର୍କକୁ ଆଇନ ବିବାହ ଭାବେ ସ୍ବୀକୃତି ଦେଇନାହିଁ। ଏଣୁ ଆପୋସ ରାଜିନାମାରେ ଏକାଠି ରହୁଥିବା ଦମ୍ପତି ଏହାକୁ ବିବାହ ବୋଲି ଦାବି କରିପାରିବେ ନାହିଁ କିମ୍ବା ଛାଡ଼ପତ୍ର ପ‌ାଇଁ ଆବେଦନ କରିପାରିବେ ନାହିଁ।

  13. କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହା ଦେଶରେ ବିପର୍ଯ୍ୟୟ ପରିଚାଳନା ପାଇଁ ୮ହଜାର କୋଟି ଟଙ୍କାରୁ ଅଧିକ ସହାୟତା ରାଶି ସହିତ ତିନୋଟି ପ୍ରମୁଖ ଯୋଜନା ବିଷୟରେ ଘୋଷଣା କରିଛନ୍ତି। ସେଗୁଡ଼ିକ ହେଉଛି: ୧) ରାଜ୍ୟରେ ଅଗ୍ନିଶମ ସେବାର ବିସ୍ତାର ଏବଂ ଆଧୁନିକୀକରଣ ପାଇଁ ୫ ହଜାର କୋଟି ଟଙ୍କାର ପ୍ରକଳ୍ପ, ୨) ସହରରେ ବନ୍ୟା ବିପଦ ହ୍ରାସ ଲାଗି ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ସାତଟି ମହାନଗର- ମୁମ୍ବାଇ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ, ହାଇଦ୍ରାବାଦ, ଅହମଦାବାଦ ଏବଂ ପୁଣେ ପାଇଁ ୨୫୦୦ କୋଟି ଟଙ୍କାର ପରିଯୋଜନା ଏବଂ ୩) ଭୂ-ସ୍ଖଳନ ପ୍ରଶମନ ଲାଗି ୧୭ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ୮୨୫ କୋଟି ଟଙ୍କାର ଜାତୀୟ ଭୂ-ସ୍ଖଳନ ବିପଦ ପ୍ରଶମନ ପ୍ରକଳ୍ପ।

  14. ଓଡ଼ିଶା ସରକାର ରାଜ୍ୟର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ  ଅର୍ଥାତ ୪ ପ୍ରତିଶତ ବୃଦ୍ଧି କରିଛନ୍ତି। ।

  15. ମେଡିକାଲ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌)-ୟୁଜି ୨୦୨୩ ପରୀକ୍ଷାଫଳ ପ୍ରକାଶିତ ପାଇଛି , ଦେଶରେ ଏ. ପ୍ରଭଞ୍ଜନ ଓ ଓଡ଼ିଶା ରାଜ୍ୟରେ ସ୍ବୟଂଶକ୍ତି ତ୍ରିପାଠୀ ଟପ୍ପର ହୋଇଛନ୍ତି ।

  16. ଓଡିଶା ରାଜ୍ୟର ବିଦ୍ୟାଳୟରେ ନିୟୋଜିତ ଥିବା ପାଚିକା- ସହାୟିକା ମାନଙ୍କ ପାଇଁ ୧୧୭.୭୩ କୋଟି ଓ ଶାଢ଼ି ପାଇଁ ୫.୪୫ କୋଟି ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

  17. ଭୁବନେଶ୍ବର ଆଇଆଇଟିର ବୋର୍ଡ ଅଫ ଗଭର୍ଣ୍ଣର ସଦସ୍ୟ ଭାବେ କେନ୍ଦ୍ର ସରକାର ପ୍ରଶାନ୍ତ କୁମାର ସ୍ବାଇଁଙ୍କୁ ମନୋନୀତ କରିଛନ୍ତି। ଶ୍ରୀ ସ୍ବାଇଁ ପୂର୍ବରୁ କେନ୍ଦ୍ର ସରକାରଙ୍କ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରିଥିଲେ।

  18. ସୂର୍ଯ୍ୟମୁଖୀ ଏମଏସପି ଦାବିରେ କୃଷକମାନେ ଏହି ଆନ୍ଦୋଳନ କରିବା ସହ ଦିଲ୍ଲୀ-ଚଣ୍ଡିଗଡ଼ ରାସ୍ତା ଅବରୋଧ କରିଥିଲେ ।ହରିୟାଣାର କୁରୁକ୍ଷେତ୍ରରେ ଦିଲ୍ଲୀ-ଚଣ୍ଡିଗଡ଼ ରାଜପଥ ଅବରୋଧ କରି ଧାରଣାରେ ବସିଥିବା କୃଷକଙ୍କ ଦାବିକୁ ହରିୟାଣା ସରକାର ଗ୍ରହଣ କରିଛନ୍ତି।

  19. ଚଳିତ ମହିଳା ଏମର୍ଜିଂ ଏସିଆ କପ୍‌ ଟ୍ବେଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତାରେ ଭାରତୀୟ ଏ’ ଦଳ ବିଜୟରୁ ଅଭିଯାନ କଲା ଆରମ୍ଭ l

  20. ଡବ୍ଲୁଟିସି ଫାଇନାଲ ୨୦୨୩: ଇଣ୍ଡିଆ ଟିମ୍‌କୁ ତାଗିଦ୍‌ କଲେ ରବି ଶାସ୍ତ୍ରୀ, କହିଲେ ମ୍ୟାଚ୍‌ ପ୍ରସ୍ତୁତି ପାଇଁ ଛାଡିବାକୁ ପଡିବ ଆଇପିଏଲ  l

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.