• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଚାଇନା ସୀମାରେ ଭାରତ ଖୁବ୍ ଶୀଘ୍ର ବୃହତ ଜଳ ବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟ ନିର୍ମାଣ କରିବ। ରାଜ୍ୟ ଜଳବିଦ୍ୟୁତ୍ କମ୍ପାନୀ ଏନ୍ଏଚ୍ପିସି ଏଲ୍ଟିଡି ଏହି ମେଗା ପ୍ରକଳ୍ପ ନିର୍ମାଣ ଦାୟିତ୍ୱ ନେଇଛି।

  2. ଇକ୍ବେଡରର ଜଣେ ୭୬ ବର୍ଷୀୟା ମୃତ ଘୋଷିତ ମହିଳା ବେଲା ମୋଣ୍ଟୋୟା କଫିନ ଭିତରେ ଥାଇ କଫିନକୁ ବାଡ଼େଇବା ଏବଂ ଖୋଲିବା ପରେ ସେଥିରୁ ଜୀବନ୍ତ ବାହାରିବା ଘଟଣା ତାଙ୍କର ସମ୍ପର୍କୀୟ ଓ ଡାକ୍ତରମାନଙ୍କୁ ଚକିତ କରିଦେଇଛି।

  3. ମହାକାଶରେ ଫୁଟିଥିବା ଫୁଲର ଫଟୋ ଶେୟାର କଲା ନାସା l ଶେୟାର କରାଯିବା ପରେ ଏହାକୁ ୭ ଲକ୍ଷରୁ ଊର୍ଦ୍ଧ୍ବ ଲାଇକ୍ ମିଳି ସାରିଲାଣି।

  4. ଗ୍ରୀସ୍ ପେଲୋପୋନେନ୍ସର ଲୋନିଆନ୍ ସମୁଦ୍ରରେ ଏକ ବୋଟ୍ ବୁଡ଼ି ୫୯ ପ୍ରବାସୀଙ୍କ ମୃତ୍ୟୁ । ରେସ୍କ୍ୟୁ ଟିମ୍ ୧୦୦ଜଣଙ୍କୁ କଲେ ଉଦ୍ଧାର ।

  5. ୟୁଟ୍ୟୁବ୍ ବଦଳାଇଲା ନିୟମ । ଏଣିକି ୫୦୦ ସବସ୍କ୍ରାଇବର୍ସ ଥିବା ୟୁଟ୍ୟୁବ୍ ଚାନେଲ ମଧ୍ୟ ହୋଇପାରିବ ମନିଟାଇଜ୍।

  6. ଆଧୁନିକ ଦାସତ୍ବ ଉପରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ପ୍ରତି ୩ ଜଣରେ ୨ ଜଣ ଭାରତୀୟ ଏଭଳି ଦାସତ୍ବର ଶିକାର ହୋଇଛନ୍ତି। ସର୍ଭେ ଅନୁସାରେ ୨୦୨୧ରେ ପ୍ରାୟ ୫୦ ନିୟୁତ ଭାରତୀୟ ଆଧୁନିକ ଦାସତ୍ବର ଶିକାର ହୋଇଛନ୍ତି, ଯେଉଁ ସଂଖ୍ୟା ୨୦୧୬ ତୁଳନାରେ ୧୦ ନିୟୁତ ବୃଦ୍ଧି ପାଇଛି।

  7. ଦରଦାମ୍‌କୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଥିବା କେନ୍ଦ୍ର ସରକାର ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ଜରିଆରେ ଏଣିକି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗଚ ଚାଉଳ, ଗହମ ବ୍ୟତିରେକେ ରାଜ୍ୟମାନଙ୍କୁ ଅଧିକ ଗହମ ଓ ଚାଉଳର ବିକ୍ରି ଉପରେ ରୋକ ଲଗାଇଛନ୍ତି।

  8. ମଣିପୁରରେ ହିଂସା ନିଆଁ ପୁଣି ଅଣାୟତ୍ତ ହୋଇଛି। ଗତରାତିରେ ଉଗ୍ରପନ୍ଥୀଙ୍କ ଗୁଳିମାଡ଼ରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୦ ଜଣ ଆହତ ହୋଇଛନ୍ତି।

  9. ଆସନ୍ତା ୧୮ ତାରିଖରୁ ବଦଳିବ ପାଗ, ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ହେଉଥିବା ଯୋଗୁଁ ହାଲୁକା ବର୍ଷା ସମ୍ଭାବନା ।

  10. ଏକ ଅଣସରକାରୀ ସଙ୍ଗଠନ (ଏନ୍‌ଜିଓ) ହେଲ୍ପଏଜ୍‌ ଇଣ୍ଡିଆ ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ ଦେଶରେ ୧୬ ପ୍ରତିଶତ ବୟସ୍କା ମହିଳା ଦୁର୍ବ୍ୟବହାରର ଶିକାର ହେଉଛନ୍ତି।

  11. ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗଭର୍ନର ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ନର ଅଫ୍‌ ଦ ଇୟର’ ପୁରସ୍କାର ପ୍ରଦାନ କରାଯାଇଛି। ଏହି ସମ୍ମାନ ଲଣ୍ଡନ ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ଦ୍ୱାରା ଦେଶର କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ନରଙ୍କୁ ପ୍ରଦାନ କରାଯାଇଛି

  12. ହାସ୍ୟାଭିନେତା କପିଲ ଶର୍ମାଙ୍କ କମେଡି ସୋ’ରେ କାମ କରିଥିବା ତୀର୍ଥାନନ୍ଦ ରାଓ ଫେସ୍‌ବୁକ୍ ଲାଇଭ୍‌ରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି। ତାଙ୍କ ଲିଭ୍‌-ଇନ୍ ପାର୍ଟନର ତାଙ୍କୁ ବ୍ଲାକ୍‌ମେଲ କରୁଥିବା ଓ ତାଙ୍କଠାରୁ ଟଙ୍କା ଲୁଟୁଥିବା ଅଭିଯୋଗ କରିଛନ୍ତି ରାଓ।

  13. ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ଏରିକ୍‌ ଗାରସେଟ୍ଟି ମଙ୍ଗଳବାର ଭାରତର ଏନ୍‌ଏସ୍‌ଏ (ଜାତୀୟ ସୁରକ୍ଷା ଉପଦେଷ୍ଟା) ଅଜିତ ଡୋଭଲଙ୍କୁ ପ୍ରଶଂସା କରିଛନ୍ତି ଏବଂ ତାଙ୍କୁ ‘ଅନ୍ତର୍ଜାତୀୟ ସମ୍ପତ୍ତି’ କହିଛନ୍ତି।

  14. ହରଡ଼ ଓ ବିରି ଡାଲି ମୂଲ୍ୟ ବୃଦ୍ଧି ଚିନ୍ତା: ଷ୍ଟକ୍ ଲିମିଟ୍ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟକୁ କେନ୍ଦ୍ର ସରକାର ଦେଲେ ନିର୍ଦ୍ଦେଶ l

  15. ବଳାତ୍କାର ମାମଲାରେ ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଆପୋଷ ବୁଝାମଣା ଆଧାରରେ ବଳାତ୍କାର ମାମଲାର ସମାଧାନ ସମ୍ଭବ ବୋଲି ହାଇକୋର୍ଟ କହିଛନ୍ତି।

  16. ଦିଲ୍ଳୀରେ ପ୍ରଭାସଙ୍କ ‘ଆଦିପୁରୁଷ’ର ଟିକେଟ୍ ଦର ଆକାଶ ଛୁଇଁଲା, ଅଧିକାଂଶ ସୋ’ ହାଉସ୍ଫୁଲ୍ ରହିଥିବା ବେଳେ ଟିକେଟ୍ ଦର ହେଲା ୨୨୦୦ ଟଙ୍କା l ଫିଲ୍ମ ଟି ଆସନ୍ତାକାଲି ମୁକ୍ତିଲାଭ କରିବ l

  17. ଏଣିକି ତାମିଲନାଡ଼ୁରେ କୌଣସି ମାମଲାର ତଦନ୍ତ ପାଇଁ ସିବିଆଇକୁ ନେବାକୁ ହେବ ରାଜ୍ୟ ସରକାରଙ୍କ ଅନୁମତି l ଏ ନେଇ ତାମିଲନାଡୁ ର ଗୃହ ବିଭାଗ ଏକ ନିର୍ଦ୍ଦେଶନାମା କଲେ ଜାରି 

  18. ୧୦ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୧୮ ଜଣ ରାଜ୍ୟସଭା ଏମ୍‌ପିଙ୍କୁ ବିଜେପି ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ କହିପାରେ ବୋଲି ଚର୍ଚ୍ଚା ହେଉଛି। ମଙ୍ଗଳବାର କେତେଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ରାଜ୍ୟସଭା ଏମ୍‌ପିଙ୍କ ନାମ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ରହିଥିଲା।

  19. କଳିଙ୍ଗରେ ଆଜିଠାରୁ ଆରମ୍ଭ ହେବ ୬୨ତମ ଜାତୀୟ ଅନ୍ତଃରାଜ୍ୟ ଦୌଡ଼କୁଦ l ଶ୍ରୀଲଙ୍କା, ମାଳଦ୍ବୀପ ଖେଳାଳି ବି ହେବେ ସାମିଲ l ଏହା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ।

  20. ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ଜାତୀୟ କନିଷ୍ଠ ବାଳକ ହକି ପ୍ରତିଯୋଗିତାରେ ଉତ୍ତରପ୍ରଦେଶ, ଚଣ୍ଡିଗଡ଼ର ବୃହତ୍ ବିଜୟ l

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.