• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସୁପ୍ରିମକୋର୍ଟରୁ ଖୁବ୍‌ଶୀଘ୍ର ୬ ଜଣ ବିଚାରପତି ଅବସର ନେବେ। ବିଚାରପତି କେଏମ୍‌ ଯୋସେଫ ସୁପ୍ରିମକୋର୍ଟରୁ ଅବସର ନେଇଛନ୍ତି। ତେ ମେ’ ୧୯ ତାରିଖ ସୁପ୍ରିମକୋର୍ଟରେ ତାଙ୍କର ଶେଷ କାର୍ଯ୍ୟଦିବସ ଥିଲା।

  2. ଗୁଜରାଟର ଅନେକ ଅଞ୍ଚଳରେ ସାଇକ୍ଲୋନିକ ଷ୍ଟର୍ମ ‘ବିପର୍ଯ୍ୟୟ’ ପ୍ରଭାବ ଦେଖିବାକୁ ମିଳୁଛି। ପ୍ରବଳ ପବନରେ ବର୍ଷା ହେଉଛି। ବାତ୍ୟା ଯୋଗୁଁ ଅନେକ ଗଛ ଓ ଖମ୍ବ ଭାଙ୍ଗି ପଡିଛି। 

  3. ଆମେରିକାର ସିନେଟ ଫେଡେରାଲ ବିଚାରପତି ଭାବରେ ପ୍ରଥମ ମୁସଲମାନ ମହିଳା ନୁସରତ ଜାହାନ ଚୌଧୁରୀଙ୍କ ନାମାଙ୍କନକୁ ଅନୁମୋଦନ କରାଯାଇଛି। ୪୬ ବର୍ଷିୟ ନୁସରତ ନ୍ୟୁୟର୍କର ପୂର୍ବ ଜିଲ୍ଲାରେ ୟୁଏଫ୍‌ଏସ୍‌ କୋର୍ଟର ବିଚାରପତି ଭାବରେ କାର୍ଯ୍ୟ କରିବେ।

  4. ଚଳିତ ବର୍ଷରୁ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଇଗ୍ନୋ)ରେ ଆରମ୍ଭ ହେବ ବିଜ୍ଞାନ ବିଭାଗ ସ୍ନତକୋତ୍ତର(ଏମ୍‌‌ଏସ୍‌‌ସି)ରେ ଦୂର ନିରନ୍ତର ଶିକ୍ଷା। ଚଳିତ ଶିକ୍ଷା ବର୍ଷ ଠାରୁ ଏମଏସସିରେ ୪ଟି ନୂତନ ପାଠ୍ୟକ୍ରମ ଇଗ୍ନୋ ପ୍ରଚଳନ କରିଛି। ଏ ସମସ୍ତ ପାଠ୍ୟକ୍ରମ ସାରା ଭାରତରେ ବିଭିନ୍ନ ଷ୍ଟଡି ସେଣ୍ଟର ମାଧ୍ୟମରେ ପ୍ରଦାନ କରାଯିବ।

  5. ସମୟ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଦାୟିତ୍ୱ ବଢ଼଼ିଛି, କାର୍ଯ୍ୟ ପରିସର ମଧ୍ୟ ବଢ଼ିଛି। ତେବେ ଅନେକ ପୁରୁଣା ନୀତି ନିୟମ ସେବା ଯୋଗାଇବାରେ ବାଧକ ସାଜିଛି। ତେଣୁ ୭୦/୮୦ ବର୍ଷ ତଳର ଏହି ନିୟମରେ ସଂଶୋଧନ କରିବା ପାଇଁ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।

  6. ଜାମୁକୋଳିରେ ନିର୍ମାଣ ହେବ ଅତ୍ୟାଧୁନିକ ଗୋମଙ୍ଗଳ କେନ୍ଦ୍ର। ଏହି ଗୋମଙ୍ଗଳ କେନ୍ଦ୍ରରେ ପାଖାପାଖି ୨ ହଜାର ଗୋରୁ ରହିବାର ବ୍ୟବସ୍ଥା ସହିତ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ।

  7. ପୂର୍ବତନ ସାଂସଦ ଅନାଦି ଚରଣ ଦାସଙ୍କ ୯୨ ବର୍ଷରେ  ଶୁକ୍ରବାର ପରଲୋକ ହୋଇଛି ।

  8. ଓଡିଶାରେ ବିଭିନ୍ନ ସ୍ଥାନରେ ଘନ ଘନ ବିଜୁଳି କାଟ ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ଏହାକୁ ନେଇ ସାରାରାଜ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। 

  9. ରିଲିଜ ହେଲା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଆଦିପୁରୁଷ।

  10. ନୂଆ ଦିଲ୍ଲୀ ସ୍ଥିତ ନେହରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ ଏଣିକି ପ୍ରାଇମ ମିନିଷ୍ଟର ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ ନାଁ  ବଦଳିଲା। ।

  11. ବାହାନଗା ରେଳ ଦୁର୍ଘଟଣା ପୀଡିତଙ୍କୁ ୧୦ କୋଟି ସହାୟତା ଦେବାକୁ ଅନୁମତି ଜେଲରୁ ମହାଠକ ସୁକେଶ ମାଗିଲେ ।

  12. ପ୍ରତିଷ୍ଠିତ କଳାକାର ଅନୀଲ ହରିପାଲଙ୍କ ପରଲୋକ ।

  13. ମହିଳା ଆପିଏସ ଅଫିସରଙ୍କୁ ଯୌନ ଶୋଷଣ ମାମଲା, ତାମିଲନାଡୁ ପୂର୍ବତନ ଡିଜିଙ୍କୁ ୩ ବର୍ଷ ଜେଲ୍‌ ହେଲା

  14. ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ବିଦ୍ୟାଳୟ ଗୁଡ଼ିକୁ ଜୁନ ୧୯ ପରିବର୍ତ୍ତେ ଜୁନ୍ ୨୧ ତାରିଖରେ ଖୋଲିବେ।

  15. ମଣିପୁରରେ ଥମୁନି ହିଂସା, କମୁନି ଉତେଜନା । ରାଷ୍ଟ୍ରମନ୍ତ୍ରୀଙ୍କ ଘର ଉପରକୁ ଆକ୍ରମଣ କଲେ ୫୦ ଉପଦ୍ରବାକରୀ, ଫିଙ୍ଗିଲେ ପେଟ୍ରୋଲ ବୋମା, ଲଗାଇଲେ ନିଆଁ।

  16. ୫ ବର୍ଷରେ ପତଞ୍ଜଳି କାରବାର ୧ ଲକ୍ଷ କୋଟି ହେବ, ୧୪ ନୂଆ ଉତ୍ପାଦ ଉନ୍ମୋଚିତ ।

  17. ପାନ୍‌ ସହ ଆଧାର ଲିଙ୍କ୍‌ ନ ହୋଇଥିଲେ  ବକେୟା ରିଫଣ୍ଡ୍‌ ମିଳିବନି ।

  18.  ‘ମୋ ଘର’ ପାଇଁ ରାଜ୍ୟ ସରକାରଙ୍କ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେଲା ।

  19. ରିଲିଜ୍‌ ହେଉଣୁ ଆଦିପୁରୁଷ ଫିଲ୍ମକୁ ନେଇ ବିବାଦ ଦେଖାଯାଇଛି। ଫିଲ୍ମ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ଆବେଦନରେ ରାମାୟଣ ଏବଂ ପ୍ରଭୁ ରାମଙ୍କୁ ଫିଲ୍ମରେ ଅପମାନିତ କରାଯାଇଥିବା ଅଭିଯୋଗ ହୋଇଛି।

  20. ୨ ଥର ମନୋରଞ୍ଜନ ଜଗତର ସବୁଠୁ ଶ୍ରେଷ୍ଠ ପୁରସ୍କାର ଓସ୍କାର ଜିତିଥିବା ଅଭିନେତ୍ରୀ ତଥା ବ୍ରିଟିଶ ରାଜନେତ୍ରୀ ଗ୍ଲେଣ୍ଡା ଜ୍ୟାକ୍‌ଶନଙ୍କ ଗୁରୁବାର ପରଲୋକ ଘଟିଛି। ତାଙ୍କୁ ୮୭ ବର୍ଷ ହୋଇଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.