• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବୁଧବାର ରଥାରୁଢ଼ ହୋଇ ଦାରୁବିଗ୍ରହ ଶ୍ରୀମନ୍ଦିର ଅଭିମୁଖେ ଯିବେ । ଜନ୍ମବେଦୀରେ ଶେଷ ହୋଇଛି ଚତୁର୍ଦ୍ଧାବିଗ୍ରହଙ୍କ ଲୀଳା। ଏବେ ରତ୍ନବେଦୀକୁ ବାହୁଡ଼ିବାକୁ ପ୍ରସ୍ତୁତ ହେଉଛନ୍ତି ମହାପ୍ରଭୁ। ଶ୍ରୀଗୁଣ୍ଡିଚା ମନ୍ଦିରରେ ୭ ଦିନ ରହଣି ପରେ ବୁଧବାର ଭାଇ ଭଉଣୀଙ୍କୁ ସାଥୀରେ ଧରି ବାହୁଡ଼ିବେ କାଳିଆ ଠାକୁର।

  2. ଗୋଆର ଗୋଟିଏ, ଗୁଜୁରାଟରୁ ୩ ଏବଂ ପଶ୍ଚିମବଙ୍ଗର ୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଘୋଷଣା ହୋଇଛି। ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଜୁଲାଇ ୧୩ ଏବଂ ଭୋଟ ଗ୍ରହଣ ଓ ଗଣତି ଜୁଲାଇ ୨୪ରେ ହେବ।

  3. ଗତବର୍ଷ ଅମରନାଥ ଯାତ୍ରା ସମୟରେ ଗୁମ୍ଫାରେ ହୋଇଥିବା ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଗୁମ୍ଫାର ସୁରକ୍ଷା ପାଇଁ ଆଇଟିବିପିକୁ ନିୟୋଜିତ କରାଯାଇଛି । ସିଆରପିଏଫ କେବଳ ଗୁମ୍ଫା ନିକଟ କିଛି ସ୍ଥାନରେ ରହିବ ।

  4. ୱାଗନର୍‌ ମୁଖ୍ୟ ଏବଂ ସଶସ୍ତ୍ର ବିଦ୍ରୋହରେ ଜଡିତ ବ୍ୟକ୍ତିଙ୍କୁ ଆଶ୍ୱସ୍ତି ମିଳିଛି। ରୁଷିଆ କର୍ତ୍ତୃପକ୍ଷ ସେମାନଙ୍କ ବିରୋଧରେ ଥିବା ଅଭିଯୋଗ ପ୍ରତ୍ୟାହାର କରିଛନ୍ତି।

  5. ଇଟାଲୀରେ ସରକାର ମସଜିଦ ବାହାରେ ମୁସଲମାନ ପ୍ରାର୍ଥନା ସ୍ଥଳ ଉପରେ ବ୍ୟାନ ଲଗାଇବା ପାଇଁ ଆଇନର ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି ।

  6. ଆସିଷ୍ଟେଡ୍ ରିପ୍ରଡକ୍ଟିଭ୍ ଟେକ୍ନିକ୍ (ଏଆର୍‌ଟି) ସମୟରେ ଶୁକ୍ରାଣୁ ଅଦଳବଦଳ ଅଭିଯୋଗରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲ ଓ ସମ୍ପୃକ୍ତ ଡାକ୍ତରମାନଙ୍କ ଉପରେ ଜାତୀୟ ଖାଉଟି ବିବାଦ ସମାଧାନ କମିସନ (ଏନ୍‌ସିଡିଆର୍‌ସି) ଦେଢ଼ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି।

  7. ଦେଶଦ୍ରୋହ ଆଇନକୁ ରଦ୍ଦ କରିବାକୁ ଦାବି ମଧ୍ୟରେ ଆଇନ ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ଋତୁରାଜ ଆୱସ୍ତି କହିଛନ୍ତି କଶ୍ମୀରରୁ କେରଳ ଏବଂ ପଞ୍ଜାବରୁ ଉତ୍ତର-ପୂର୍ବ ପର୍ଯ୍ୟନ୍ତ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତର ଏକତା ତଥା ଅଖଣ୍ଡତା ରକ୍ଷା କରିବା ପାଇଁ ଏହି ଆଇନ ଜରୁରୀ।

  8. କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ମଙ୍ଗଳବାର କହିଛନ୍ତି ତାଙ୍କ ସରକାର ପୂର୍ବ ଭାଜପା ସରକାରଙ୍କ ଶାସନ କାଳରେ ହୋଇଥିବା ସମସ୍ତ ଦୁର୍ନୀତି ଏବଂ ଅନିୟମିତତାର ଯାଞ୍ଚ କରିବେ ଏବଂ ଦୋଷୀଙ୍କୁ ଦଣ୍ଡିତ କରିବେ।

  9. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶ ଭୋପାଳରେ ରାଣୀ କମଳାପତି ରେଳ ଷ୍ଟେସନ୍‌ରେ ୫ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ର ଶୁଭାରମ୍ଭ କରିଛନ୍ତି। ମୋଦୀ ଆଜି ଭୋପାଳରେ ନିଜେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ଏହି ଟ୍ରେନ୍‌ ଗୁଡ଼ିକର ଶୁଭାରମ୍ଭ କରିଛନ୍ତି।

  10. ଉତ୍ତରପ୍ରଦେଶ ପୁଲିସ ଫୋର୍ସ କୁକୁରକୁ ଖୋଜି ଖୋଜି ନୟାନ୍ତ ହୋଇଗଲେ । ୩୬ ଘଣ୍ଟାରେ ୫୦୦ରୁ ଅଧିକ ଘର ସର୍ଚ୍ଚ‌୍ କରି ପକାଇଲେ। କୁକୁରର ଫଟୋ ଧରି ଘରକୁ ଘର ବୁଲିଲେ। ସିସିଟିଭି ଯାଞ୍ଚ କଲେ। କିନ୍ତୁ କୁକୁର ମିଳିଲାନି। 

  11. ଉତ୍ତରାଖଣ୍ଡର ବଦ୍ରିନାଥ ଧାମ ଆଖପାଖ ଅଞ୍ଚଳରେ ଇଦ୍ ପାଳନ କରାଯିବ ନାହିଁ।  ବଦ୍ରିନାଥ ଧାମରେ ଥିବା ପଣ୍ଡା-ପୁରୋହିତଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। 

  12. ଅତିକର ଭଉଣୀ କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର ତଥା ପୂର୍ବତନ ସାଂସଦ ଅତିକ ଅହମଦ ଓ ତାଙ୍କ ଭାଇ ଅସରଫ ଅହମ୍ମଦର ହତ୍ୟା ଘଟଣାକୁ ନେଇ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି |

  13.  ମୋଦୀଙ୍କ ସହିତ ହ୍ବାଇଟ ହାଉସରେ ରାତ୍ରି ଭୋଜନରେ ସାମିଲ‌ ହୋଇଥିବ‌ା ଆମେରିକୀୟ ବ୍ୟବସାୟୀ ତଥା କୋଟିପତିଙ୍କ ଗତ ରବିବାର ‌କୋଲୋରାଡୋରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ନେଇ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ ଆମେରିକୀୟ କୋଟିପତିଙ୍କ ନାମ ଜେମ୍ସ କ୍ରାଉନ ବୋଲି ଜଣାପଡ଼ିଛି।

  14. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୮୪ ଜଣ ସେନା ଅଧିକାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର ପ୍ରଦାନ କଲେ l ସେଥିମଧ୍ୟରୁ ୫୨ ଜଣଙ୍କୁ ଅତି ବିଶିଷ୍ଟ ସେବା ମେଡାଲ, ୩ ଜଣଙ୍କୁ ଉତ୍ତମ ଯୁଦ୍ଧ ସେବା ମେଡାଲ ଓ ୨୯ ଜଣଙ୍କୁ ପରମ ବିଶିଷ୍ଟ ସେବା ମେଡାଲ ପ୍ରଦାନ କରାଗଲା l

  15. ପବିତ୍ର ଇଦ୍‌-ଉଲ୍‌-ଜୁହା ଅବସରରେ ରାଜ୍ୟର ସମସ୍ତ ସରକାରୀ ଅନୁଷ୍ଠାନ ଛୁଟି ଘୋଷଣା କଲେ ରାଜ୍ୟ ସରକାର l

  16. ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ବରଗଡ଼ ଜିଲ୍ଲାରେ ପ୍ରସ୍ତାବିତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ । ୧୬୭୭ କୋଟିରେ ନିର୍ମିତ ଏହି ପ୍ରକଳ୍ପ ୨୫,୬୦୦ ହେକ୍ଟର ଜମିକୁ ସେଚ ଯୋଗାଇବ । ପ୍ରକଳ୍ପର ସମୀକ୍ଷା କଲେ ୫-ଟି ସଚିବ ଭିକେ ପାଣ୍ଡିଆନ l

  17. ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଆକାଉଣ୍ଟସ ଅଫିସର ଭିଜିଲାନ୍ସ ପଞ୍ଝାରେ  ପଡିଲେ । ଅଙ୍ଗନବାଡି କୋଠା ନିର୍ମାଣ ପରେ ବିଲ୍ ପାସ ପାଇଁ ଠିକାଦାରଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ ନେବା ବେଳେ ରେଡ୍ ହ୍ୟାଣ୍ଡେଡ ମାଡି ବସିଥିଲା ଭିଜିଲାନ୍ସ।

  18. ବିହାରର ସମସ୍ତିପୁର ରୋସାଡ଼ା ଥାନା ମାବି ଗାଁରେ ଗୀତ ଗାଉଥିବା ବେଳେ ମାଇକ୍ରୋଫନ୍‌ରୁ କରେଣ୍ଟ ଲାଗି ଗାୟିକାଙ୍କ ମୃତ୍ୟୁ ହେଲା l

  19. ଭାରତରେ ଆସନ୍ତା ଅକ୍ଟୋବର ୫ରୁ ଦିନିକିଆ ବିଶ୍ୱକପ ୨୦୨୩ ଆରମ୍ଭ ହେବ, ଏନେଇ ମ୍ୟାଚସୂଚୀ ଜାରି ହେଲା l

  20. ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ୧୩ତମ ଜାତୀୟ କନିଷ୍ଠ ବାଳିକା ହକି ପ୍ରତିଯୋଗିତା ଆରମ୍ଭ ହୋଇଛି l

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.