• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଜୟ ଜଗନ୍ନାଥ  ଧ୍ବନୀରେ କମ୍ପୁଛି ବଡ଼ଦାଣ୍ଡ । ସିଂହଦ୍ୱାରରେ ଲାଗିଲା ତିନି ରଥ ।  

  2. ଜୁଲାଇ ୧୪ ବାସ୍ତିଲ ଡେ’ରେ ପ୍ୟାରିସରେ ପାରମ୍ପରିକ ମିଲିଟାରି ପରେଡ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ହେବେ। ଭାରତୀୟ ବାୟୁସେନାର ୩ ରାଫେଲ୍‌ ଯୁଦ୍ଧବିମାନ ବାସ୍ତିଲ ଡେ ଫ୍ଲାଏପାଷ୍ଟ୍‌ରେ ଅଂଶଗ୍ରହଣ କରିବ। ଜୁଲାଇ ୧୪ ବାସ୍ତିଲ ଡେ’ରେ ପ୍ୟାରିସରେ ପାରମ୍ପରିକ ମିଲିଟାରି ପରେଡ୍‌ ହେବ।

  3. ରାଷ୍ଟ୍ରପତି ତଥା ଭାରତୀୟ ସଶସ୍ତ୍ର ସେନାର ସର୍ବୋଚ୍ଚ କମାଣ୍ଡର ଦ୍ରୌପଦୀ ମୁର୍ମୁ ଦିଲ୍ଲୀରେ ଅନୁଷ୍ଠିତ ଡିଫେନ୍ସ ଇନ୍‌ଭେଷ୍ଟିଚ୍ୟୋର ସିରିମନି (ଫେଜ୍-୨)ରେ ୮୪ ଜଣଙ୍କୁ ବିଶିଷ୍ଟ ସେବା ପୁରସ୍କାରରେ ସମ୍ମାନିତ କରିଛନ୍ତି।

  4. କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ କେନ୍ଦୁଆରେ ବାହୁଡା ଯାତ୍ରାରେ ରଥ ଟଣାବେଳେ ୧୧ କେଭି ତାର ସଂସ୍ପର୍ଶରେ ଆସି ୨ ଜଣଙ୍କ ମୃତ୍ୟୁ ଘଟିବା ବେଳେ ଜଣେ ଗୁରୁତ ଆହତ ହୋଇଛନ୍ତି।

  5. ତ୍ରିପୁରାର ୟୁନାକୋଟି ଜିଲ୍ଲାରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ରଥ ଜଳିବା  ଅଘଟଣରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। 

  6. ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ) ଅଧ୍ୟକ୍ଷ ଏସ୍‌ ସୋମନାଥ ଏହି ସୂଚନା ଦେଇ  କହିଛନ୍ତି, ଚନ୍ଦ୍ରଯାନ ୩ ମହାକାଶ ଯାନ ଏବେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇସାରିଛି। ଜୁଲାଇ ମଧ୍ୟଭାଗରେ ଚନ୍ଦ୍ରଯାନ-୩ ଲଞ୍ଚ୍‌ ହେବ।

  7. ଯଦି ପଞ୍ଚାୟତିରାଜ ଅନୁଷ୍ଠାନ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିବ ତାକୁ ଓଡିଶା ରାଜ୍ୟ ସରକାର, କେନ୍ଦ୍ର ସରକାର ଦେଉଥିବା  ପୁରସ୍କାରର ୬ ଗୁଣ ଅର୍ଥ ରାଶି ପୁରସ୍କାର ଭାବରେ ଦିଆଯିବ । ସେହିପରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପଞ୍ଚାୟତିରାଜ ଅନୁଷ୍ଠାନକୁ ୩ ଗୁଣ ଓ ତୃତୀୟ ସ୍ଥାନ ପାଇଥିବା ଅନୁଷ୍ଠାନକୁ ୨ ଗୁଣ ଆର୍ଥିକ ପୁରସ୍କାର ଦିଆଯିବ ।

  8. ଉତ୍ତରପ୍ରଦେଶ ସହାରନପୁରର ଦେଓବଁନ୍ଦ ଅଞ୍ଚଳରେ ଆଜାଦ ସମାଜ ପାର୍ଟି (  ଭୀମ ଆର୍ମି ) ମୁଖ୍ୟ ଚନ୍ଦ୍ରଶେଖର ଦିଲ୍ଲୀରୁ ସହାରନପୁରର ଛୁଟମଲପୁର ସହରରେ ଥିବା ତାଙ୍କ ଘରକୁ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳିମାଡ଼ କରିଥିଲେ।

  9. ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ୫ ଦିନ ରିମାଣ୍ଡରେ ନେଲା ଭିଜିଲାନ୍ସ।

  10. ବେଦ, ମନ୍ତ୍ର ଓ ପୂଜାପାଠ ଏବଂ ଏକ ଆଧ୍ୟାତ୍ମିକ ପରିବେଶ ରେ  ଆମେନିଟିଜ୍ ଆଣ୍ଡ ମନ୍ୟୁମେଣ୍ଟସ୍ ରିଭାଇଭାଲ୍ ପ୍ଲାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କଲେ।

  11. ସଡ଼କ ନିର୍ମାଣ କ୍ଷେତ୍ରରେ ଭାରତ ଅଦ୍ଭୁତପୂର୍ବ ସଫଳତା ହାସଲ କରିବା ସହିତ ଆମେରିକା ପରେ ବିଶ୍ଵର ଦ୍ଵିତୀୟ ସର୍ବବୃହତ ସଡ଼କ ନେଟୱର୍କ ରାଷ୍ଟ୍ର ଭାବେ ପ୍ରତିଷ୍ଠାଲାଭ କରିଛି। ଗତ ୯ ବର୍ଷ ମଧ୍ୟରେ ୧.୪୫ ଲକ୍ଷ କିମି ସଡ଼କ ନିର୍ମାଣ କରାଯାଇଛି ବୋଲି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି।

  12. କେନ୍ଦୁଝରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ବରଯାତ୍ରୀଙ୍କ ଉପରେ ଟ୍ରକ ମାଡିଯାଇ ୫ ଜଣଙ୍କର ମୃତ୍ୟୁ ହେବା ସହ ୭ ଗୁରୁତର ହୋଇଛନ୍ତି। ଗୁରୁତର ମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।

  13. ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଋଷି ସୁନକ ସରକାରୀ ଦଲିଲଗୁଡ଼ିକରେ ହାତରେ କିଛି ନୋଟ୍ ଲେଖିବା ପାଇଁ ଲିଭାଯାଇ ପାରୁଥିବା କାଳିବିଶିଷ୍ଟ କଲମ ବ୍ୟବହାର କରନ୍ତି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି।

  14. ଛତିଶଗଡ଼ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ୍ ସିଂହଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି।

  15. ଜଳ ଜୀବମାନଙ୍କ ରୋଗ ନିରାକରଣ ଉଦ୍ଦେଶ୍ୟରେ ‘ରିପୋର୍ଟ ଫିସ ଡିଜିଜ୍’ ମୋବାଇଲ ଆପ୍‌ର ଆଜି ଶୁଭାରମ୍ଭ ହୋଇଛି। କେନ୍ଦ୍ର ମତ୍ସ୍ୟପାଳନ, ପଶୁ ପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଏହାର ଶୁଭାରମ୍ଭ କରିଛନ୍ତି।

  16. ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ଵକପ୍‌ର ସୂଚୀ ପ୍ରକାଶ ପାଇସାରିଲାଣି। ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଏହି ବିଶ୍ଵ କପ୍‌ର ୫ଟି ମ୍ୟାଚ୍‌ ଦିଲ୍ଲୀସ୍ଥିତ ଅରୁଣ ଜେଟଲି ଷ୍ଟାଡିୟମରେ ଆୟୋଜିତ ହେବ।

  17. ଦେଶର ଗବେଷଣା କ୍ଷମତା ବଢ଼ାଇବା ପାଇଁ ନୂତନ ପାଣ୍ଠି ଯୋଗାଣକାରୀ ସଂସ୍ଥା ଜାତୀୟ ଗବେଷଣା ଫାଉଣ୍ଡେଶନ (ଏନ୍‌ଆର୍‌ଏଫ୍‌) ପ୍ରତିଷ୍ଠା କରାଯିବ। ଏଥିପାଇଁ ଏକ ବିଲ୍‌କୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି।

  18. ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଜୁଲାଇ ତୃତୀୟ ସପ୍ତାହରୁ ଆରମ୍ଭ ହୋଇପାରେ। ଅଧିବେଶନ ପ୍ରଥମେ ପୁରୁଣା ଭବନରେ ଆରମ୍ଭ ହୋଇ ମଧ୍ୟଭାଗରୁ ନୂଆ ବିଲ୍ଡିଂରେ ହେବ ବୋଲି ସଂସଦୀୟ ସୂତ୍ରରୁ ସୂଚନା ମିଳିଛି।

  19. ହକି ଇଣ୍ଡିଆ ମଙ୍ଗଳବାର ପୂର୍ବତନ ଅଧିନାୟକ ତୁଷାର ଖାଣ୍ଡକରଙ୍କୁ ଜୁନିୟର ମହିଳା ହକି ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତି ଦେଇଛି।

  20. ବିଶ୍ୱକପ ୨୦୨୩ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥିରେ ଟିମ ଇଣ୍ଡିଆର ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ରହିଛି। ଏହି ମ୍ୟାଚ ଚେନ୍ନାଇରେ ୮ ଅକ୍ଟୋବରରେ ଖେଳାଯିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.