• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆଜି ରତ୍ନ ସିଂହାସନ ଛାଡ଼ି ଭକ୍ତଙ୍କ ଗହଣକୁ ମହାବାହୁ କାଳିଆ ସାଆନ୍ତ ଆସିବେ । ରଥରେ ବିଜେ କରି ନବଦିନାତ୍ମକ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ ।

  2. ବ୍ୟବସ୍ଥାପିକା ସଂପର୍କରେ ଅନୁଶୀଳନ କରୁଥିବା ସଂସ୍ଥା ପିଆରଏସ୍‌ ଲେଜିସ‌ଲେଟିଭ ରିସର୍ଚ୍ଚର ‘ଆନୁଆଲ ରିଭ୍ୟୁ ଅଫ୍‌ ଷ୍ଟେଟ୍‌ ଲଜ୍‌ ୨୦୨୨’ ରିପୋର୍ଟ ଅନୁଯାୟୀ ୨୦୨୨ରେ ୨୮ଟି ରାଜ୍ୟ ବିଧାନସଭା ହାରାହାରି ୨୧ ଦିନ ବସିଛି।

  3. ୨୦୧୬ରୁ ୨୦୨୨ ମଧ୍ୟରେ ୨୪ ରାଜ୍ୟ ବିଧାନସଭା ହାରାହାରି ୨୫ ଦିନ ବସିଛି। କେରଳ ବିଧାନସଭା ବର୍ଷକୁ ସର୍ବାଧିକ ୪୮ ଦିନ ବସିଛି। କେରଳ ପଛକୁ ଓଡ଼ିଶା ବିଧାନସଭା ହାରାହାରି ୪୧ ଏବଂ କର୍ଣ୍ଣାଟକ ବିଧାନସଭା ହାରାହାରି ୩୫ ଦିନ ବସିଛି। ୨୦୧୬ ପରଠାରୁ ରାଜ୍ୟ ବିଧାନସଭା କାର୍ଯ୍ୟ ଦିବସ କମିଯାଇଛି। 

  4.  ଆମେରିକା ସଂସଦର ମିଳିତ ଅଧିବେଶନରେ ଜୁନ୍ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ବୋଧନ ଦେବେ। ଏହା ପୂର୍ବରୁ ନରେନ୍ଦ୍ର ମୋଦୀ ବିଦେଶୀ ସଂସଦରେ ୧୧ ଥର ଭାଷଣ ଦେଇସାରିଛନ୍ତି। ଏହାକୁ ମିଶାଇଲେ ହେବ ୧୨ ଥର।

  5. ଜମ୍ମୁ କାଶ୍ମୀରରେ କେନ୍ଦ୍ରୀୟ ଶାସନକୁ ୫ ବର୍ଷ ପୂରିଛି। ସ୍ବାଧୀନତା ପରେ ଏହା ଦେଶରେ ଦ୍ବିତୀୟ ଦୀର୍ଘକାଳୀନ ରାଷ୍ଟ୍ରପତି ଶାସନ।

  6. ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ, ବୋଲି ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନା।

  7. ‘ଡାଇଲଗକୁ ନେଇ ବିବାଦ ପରେ ଆଦିପୁରୁଷ’ ଲେଖକଙ୍କୁ ମିଳିଲା ସୁରକ୍ଷା।

  8. ଭାରତୀୟ ବିମାନ ଶିଳ୍ପ କ୍ଷେତ୍ରରେ ସବୁଠୁ ବଡ ଡିଲ୍ କରିଛି ଇଣ୍ଡିଗୋ ଏୟାରଲାଇନ୍ସ। ଇଣ୍ଡିଗୋ ଫ୍ରାନ୍ସ କମ୍ପାନି ଏୟାରବସଠାରୁ ୫୦୦ ନୂଆ ଏୟାରବସ୍ ଏ୩୨୦ ବିମାନ କିଣିବାକୁ ଅର୍ଡର ଦେଇଛି।ଇଣ୍ଡିଗୋର ଏବେ ପ୍ରାୟ ୩୦୦ ବିମାନ ଚଳାଚଳ କରୁଛି ।

  9. ଯୋରନ୍ଦା ଗାଦିର ଉନ୍ନତିକରଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମହିମା ଅଲେଖ ସାଧୁସନ୍ଥ, ଧନ୍ୟବାଦ ଦେଲେ ।

  10. ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଅନୁଯାଇ ଆସନ୍ତା ୨୧ ତାରିଖ ଅର୍ଥାତ ବୁଧବାର ରାଜ୍ୟରେ ଖୋଲିବ ସବୁ ସ୍କୁଲ।

  11. ନେପାଳରେ ଚଳଚିତ୍ର ଆଦିପୁରୁଷକୁ ନାଁ । କାଠମାଣ୍ଡୁ ପରେ ପୋଖରାନରେ ଲାଗିଲା ଚଳଚିତ୍ର ପ୍ରଦର୍ଶନ ଉପରେ ରୋକ ।

  12. ଗ୍ରୀସ୍ ଉପକୂଳରେ ଭୂମଧ୍ୟସାଗରରେ ଏକ ମାଛଧରା ଟ୍ରଲର ବୁଡ଼ିଯିବା ଯୋଗୁ ପ୍ରାୟ ୩୦୦ ପାକିସ୍ତାନୀ ନାଗରିକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା ବ୍ୟକ୍ତ କରାଯାଇଛି। 

  13. ଛତିଶଗଡ କ୍ୟାଡରର ୧୯୮୮ ବ୍ୟାଚ ଆଇପିଏସ୍‌ ଅଧିକାରୀ ରବି ସିହ୍ନା ‘ର’ ମୁଖ୍ୟ ହେବେ ।

  14. ଭାରତ ସରକାରଙ୍କ ଦ୍ବାରା ‘ୱାଣ୍ଟେଡ୍‌’ ଘୋଷିତ କୁଖ୍ୟାତ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାରକୁ ରବିବାର ସ୍ଥାନୀୟ ସମୟ ରାତି ୮ଟା ୨୭ରେ କାନାଡ଼ାର ସୁରୀଠାରେ ଗୁଳିକରି ହତ୍ୟା କରାଯାଇଛି। 

  15. କାଷ୍ଟିଂ କାଉଚ ମାମଲାରେ  ସୌରିନ୍‌ ଭଟ୍ଟଙ୍କ  ଅଡ଼ୁଆ ବଢ଼ିଲା, ସୌରିନ୍‌ଙ୍କୁ ଖୋଜିବାକୁ ପୁଲିସ କଲିକତା ଯିବ ।

  16. ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝି ବିହାରରେ ନୀତୀଶ କୁମାର ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି। ଜିତନ ରାମ ମାଂଝିଙ୍କ ଦଳ ଏଚଏଏମ୍‌ (ହିନ୍ଦୁସ୍ତାନୀ ଅୱମ ମୋର୍ଚ୍ଚା) ‌ସୋମବାର ଦିନ ନୀତୀଶ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିବା ଘୋଷଣା କରିଛି।

  17. ବିହାରର ସ୍ମାର୍ଟ ପ୍ରିପେଡ୍‌ ମିଟର ଯୋଜନାକୁ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ରାଜ୍ୟ ଲାଗୁ କରିବେ। ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ୧୩ତମ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

  18. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିଯୁକ୍ତ ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବା ସହିତ ଦିଗଦର୍ଶନ ଦେଇଛନ୍ତି । ସ୍କୁଲ ଓ ଗଣଶିକ୍ଷା ବିଭାଗର ୧୬୦ ଜଣ ପ୍ରଧାନଶିକ୍ଷକ ଓ ବ୍ଲକ ଶିକ୍ଷା ଅଧିକାରୀ, ସାମାଜିକ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ୯୦ ଜଣ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ୧୯ ଜଣ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି ।

  19. କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୬୨ତମ ଜାତୀୟ ଅନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଛି। ଶେଷ ଦିନରେ ଓଡ଼ିଶାକୁ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ମିଳିଛି। ଫଳରେ ଓଡ଼ିଶାର ପଦକ ସଂଖ୍ୟା ୫ (୧ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୧ କାଂସ୍ୟ)ରେ ପହଞ୍ଚିଛି। ସ୍ବର୍ଣ୍ଣ ପଦକଟି ସ୍ପ୍ରିଣ୍ଟର ଶ୍ରାବଣୀ ନନ୍ଦ ଜିତିଥିଲା ବେଳେ ରୌପ୍ୟ ପାଇଥିଲେ ଜାଭ୍‌ଲିନ୍‌ ଫିଙ୍ଗାଳି କିଶୋର କୁମାର ଜେନା। 

  20. ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ବକପ୍‌ରେ ପାକିସ୍ତାନ କିଛି ସ୍ଥାନରେ ଖେଳିବାକୁ ରାଜି ହେଉନଥିବା ଜଣାପଡ଼ିଛି। ବିଶେଷ କରି ଚେନ୍ନାଇରେ ଆଫଗାନିସ୍ତାନ ଓ ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆ ବିପକ୍ଷରେ ପାକିସ୍ତାନ ତାହାର ମ୍ୟାଚ୍‌ ଖେଳିବାକୁ ଚାହୁନି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.