• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଓପିଟିସିଏଲ୍‌‌ ଏବଂ ଓକାକ୍‌‌ର ମିଳିତ ଉଦ୍ୟମ ଫଳରେ ଧାର୍ଯ୍ୟ ସମୟ ଭିତରେ ଭାରତନେଟ୍‌‌-୧ ପ୍ରକଳ୍ପ ଶେଷ ହୋଇଥିବା ବେଳେ ପରବର୍ତ୍ତି ପର୍ଯ୍ୟାୟ ପାଇଁ କାମ ଆରମ୍ଭ ହୋଇଛି। ୫୪୫ କୋଟି ଟଙ୍କା ବିନିମୟରେ ୨୦,୦୦୦ କିମି ଦୀର୍ଘ ଅପ୍ଟିକାଲ ଫାଇବର କେବଲିଂ ମାଧ୍ୟମରେ ୧୩୨ଟି ବ୍ଲକ ଅଧୀନରେ ଥିବା ୨୯୩୨ ଗ୍ରାମ ପଞ୍ଚାୟତକୁ ହାଇସ୍ପିଡ୍‌‌ ଇଣ୍ଟରନେଟ୍‌‌ ସେବା ଯୋଗାଇ ଦିଆଯିବ। 

  2. ମଣିପୁରରେ ବି‌ସ୍ଫୋରକ ସ୍ଥିତି ଲାଗି ରହିଛି। ନିଷିଦ୍ଧ ଉଗ୍ରପନ୍ଥୀ ସଂଗଠନଗୁଡ଼ିକ ଏବେ ସବୁ ଜିଲ୍ଲାରେ ସକ୍ରିୟ ହୋଇଉଠିଥିବାରୁ ସୁରକ୍ଷା ବାହିନୀ ପାଇଁ ଚ୍ୟାଲେଂଜ ବଢ଼ିଛି। ନିଷିଦ୍ଧ ଉଗ୍ରପନ୍ଥୀ ସଂଗଠନର ୟୁଏନ୍‌ଏଲ୍‌ଏଫ୍‌ର ୪ ଜଣ ସଦସ୍ୟଙ୍କୁ ଆଜି ଗିରଫ କରାଯାଇଛି । 

  3. କରାଚି ବନ୍ଦର ଟର୍ମିନାଲକୁ ହସ୍ତାନ୍ତର କରିବା ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ସହିତ ଚୁକ୍ତି ଶେଷ କରିବାକୁ ପାକିସ୍ତାନ ଏକ ବୁଝାମଣା କମିଟି ଗଠନ କରିଛି।

  4. ଇସ୍ରାଏଲ ଏକ ବଡ଼ ଘୋଷଣା କରିଛି। ଇସ୍ରାଏଲ ଭୂମଧ୍ୟସାଗର ଏବଂ ଲୋହିତ ସାଗର ମଧ୍ୟରେ ୨୫୪ କିଲୋମିଟର (୧୫୮ ମାଇଲ)ର ଫାଇବର-ଅପ୍ଟିକ କେବୁଲ ପ୍ରକଳ୍ପ ନିର୍ମାଣ କରିବ। 

  5. ଉତ୍ତର କାରୋଲିନା ରାଜ୍ୟର ପୂର୍ବତନ ଅଧିକାରୀ ଡ. ମେଣ୍ଡି କୋହେନ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ର ନୂତନ ନିର୍ଦ୍ଦେଶକ ହେବେ। ହ୍ବାଇଟ ହାଉସ ପକ୍ଷରୁ ଏହା ଘୋଷଣା କରାଯାଇଛି। 

  6. ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନଙ୍କୁ ‘ଡେଲି ମେଲ୍‌’ ଖବରକାଗଜରେ ସ୍ତମ୍ଭକାର ଭାବେ ନିଯୁକ୍ତି ମିଳିଛି। ଦୀର୍ଘଦିନ ପରେ ବୋରିସ୍‌ ତାଙ୍କ ସାମ୍ବାଦିକତା କ୍ୟାରିୟରକୁ ଫେରିଛନ୍ତି।

  7. ଉତ୍ତରପ୍ରଦେଶ ମୈନପୁରୀର କରହଲ୍‌ ଅଞ୍ଚଳରେ ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ଗୁଳିକରି ହତ୍ୟା କରାଯାଇଛି। ସାମାନ୍ୟ ଅଳିଆ ପକାଇବାକୁ ନେଇ ପାଟିତୁଣ୍ଡ ହେବାରୁ ଏହି ଘଟଣା ଘଟିଛି। 

  8. ଶରଧାବାଲିରେ ଲାଗିଛି ତାଳଧ୍ୱଜ। ବାଟରେ ଅକଟି ରହିଥିବା ଦେବଦଳନ ଓ ନନ୍ଦିଘୋଷ ରଥକୁ ଠାକୁରଙ୍କ ଅବକାଶ ପର୍ଯ୍ୟନ୍ତ ଦୈନ ଦିନ ନୀତି ସରିବା ପରେ ସକାଳ ୯ଟାରୁ ପୁଣି ହେବ ରଥ ଟଣା ।  ପହଣ୍ଡି ହୋଇପାରିବନି, ରଥରେ ଦର୍ଶନ ଦେବେ ମହାପ୍ରଭୁ ।

  9. ଆଜି ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ୧୮୦ ଦେଶର ପ୍ରତିନିଧିଙ୍କୁ ଶିଖାଇବେ ଯୋଗ l

  10. ଯୁକ୍ତ ଦୁଇ ଶ୍ରେଣୀରେ ନାମଲେଖା ପାଇଁ ଆବେଦନ କରିବାର ଅବଧି ଜୁନ୍ ୨୬ତାରିଖ ପର୍ଯ୍ୟନ୍ତ ବୃଦ୍ଧିକଲେ ରାଜ୍ୟ ସରକାର l

  11. ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶାର କିଛି ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ଅନୁକୁଳ ହେବା ଯୋଗୁଁ ଆଜିଠାରୁ ରାଜ୍ୟରେ କେତେକ ଜିଲ୍ଲାରେ ପ୍ରାକ୍ ମୌସୁମୀ ବର୍ଷା ହେବା ସହ ତାତିରୁ ମିଳିବ ଆଶ୍ୱସ୍ତି l

  12. ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବାହାନଗା ଗସ୍ତ କରି ଦୁର୍ଘଟଣା ସମୟରେ ସ୍ଥାନୀୟ ଲୋକଙ୍କ ସହଯୋଗ ପାଇଁ ଜଣାଇଲେ ଧନ୍ୟବାଦ l ବାହାନଗାର ବିକାଶ ଲାଗି ୨ କୋଟି ଟଙ୍କାର ଆର୍ଥିକ ସହାୟତା କଲେ ଘୋଷଣା ।

  13. ମହିଳା ସ୍ୱାସ୍ଥ୍ୟ କର୍ମୀ ମଞ୍ଜୁଲତା ମହାରଣା ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୋପଦୀ ମୂର୍ମୁଙ୍କ ଠାରୁ ପାଇବେ ଚଳିତ ବର୍ଷର ଜାତୀୟ ଫ୍ଲୋରେନ୍ସ ନାଇଟ ଏଙ୍ଗଲ ପୁରଷ୍କାର ।

  14. ଟାଇମ୍ସ ଅଫ୍ ଇଣ୍ଡିଆ’ରେ ପ୍ରକାଶିତ ରିପୋର୍ଟ  ଅନୁଯାୟୀ ଏଣିକି ଆଉ ରାଜ୍ୟସଭା ନୁହେଁ; ଏଥର ଲୋକସଭା ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ରଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ l

  15. ଏଣିକି ମହିଳାମାନେ ଅତି ସହଜରେ ଜାଣିପାରିବେ ସେମାନେ ଗର୍ଭବତୀ ଅଛନ୍ତି କି ନାହିଁ। ସାଲିଭା (ଲାଳ) ଦ୍ୱାରା ମହିଳାମାନେ ଗର୍ଭଧାରଣ ସମ୍ପର୍କରେ ଜାଣିପାରିବେ।

  16. ନକଲି ଔଷଧ ଯାଞ୍ଚ ତାଲିକାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (‘ହୁ’) ଭାରତର ୭ଟି ଔଷଧକୁ ଅନ୍ତର୍ଭୁକ୍ତ କରିଛି। 

  17. ଜୟପୁରର ଦଶରଥ କୁମାଓ୍ଵତ୍‌ ତାଙ୍କ ପତ୍ନୀଙ୍କୁ ଭରଣପୋଷଣ ଟଙ୍କା ନ ଦେବା ଅଭିଯୋଗରେ ଜେଲ୍‌ ଯାଇଥିଲେ। ପରେ ତାଙ୍କ ତରଫରୁ ଭରଣପୋଷଣ ବାବଦରେ ଅର୍ଥ ଦେବା ପାଇଁ ତାଙ୍କ ପରିବାର ଲୋକେ ୫୫ ହଜାର ଟଙ୍କା ମୂଲ୍ୟର ୨୮୦ କିଲୋ କଏନ୍‌ କୋର୍ଟରେ ଜମା କରିଛନ୍ତି।

  18. ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଥିବା ବେଳେ ୨୨ ଜୁନ୍‌ରୁ ଉପକୂଳ ଓଡ଼ିଶା ସମେତ ପାର୍ଶ୍ୱବର୍ତ୍ତୀ କିଛି ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ୨୧ ତାରିଖରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଏବଂ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ( ୭ ରୁ ୧୧ ସେମି) ସମ୍ଭାବନା ରହିଥିବାବେଳେ ୨୩ ଏବଂ ୨୪ ତାରିଖରେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ( ୭ ରୁ ୨୦ ସେମି) ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

  19. କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୬୨ତମ ଜାତୀୟ ଅନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶାର ପଦକ ସଂଖ୍ୟା ୫ (୧ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୧ କାଂସ୍ୟ)ରେ ପହଞ୍ଚିଲା l

  20. ଦକ୍ଷିଣ ଏସୀୟ ଫୁଟ୍‌ବଲ୍‌ ମହାସଂଘ (ସାଫ୍‌) ଚାମ୍ପିଅନ୍‌ସିପ୍‌ ଆଜିଠାରୁ ବେଙ୍ଗାଲୁରୁସ୍ଥିତ କାନ୍ତୀରଭା ଷ୍ଟାଡିୟମରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ରେ ନେପାଳ ଓ କୁଏତ ଅପରାହ୍ଣ ୩.୩୦ରେ ମୁହାଁମୁହିଁ ହେବେ। ପରେ ରାତି ୭.୩୦ରେ ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ ଆୟୋଜକ ଭାରତ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.