• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବୁଧବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ‘ଫାଷ୍ଟ୍‌ ଲେଡି’ ଜିଲ୍‌ ବାଇଡେନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହ୍ବାଇଟ୍‌ ହାଉସ୍‌କୁ ପାଛୋଟି ନେଇଛନ୍ତି। ହ୍ବାଇଟ୍‌ ହାଉସ୍‌ ଭିତରକୁ ପ୍ରବେଶ କରିବା ପୂର୍ବରୁ ସେମାନେ ପରସ୍ପରର କୁଶଳ ଜୀଜ୍ଞାସା କରି (ଭଲମନ୍ଦ ପଚାରିବା) ଫଟୋ ଉଠାଇବା ପାଇଁ ‘ପୋଜ୍‌’ ଦେଇଥିଲେ।

  2. ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲର କାର୍ଯ୍ୟକାଳକୁ ଆଜି କେନ୍ଦ୍ର ସରକାର ଏପ୍ରିଲ ୧୩, ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

  3. ପଶ୍ଚିମବଙ୍ଗରେ ୨୪ ଘଣ୍ଟା ମଧ୍ୟରେ ୮୨ ହଜାରରୁ ଅଧିକ କେନ୍ଦ୍ରୀୟ ବାହିନୀ ମୁତୟନ କରିବାପାଇଁ କାଲକାଟା ହାଇକୋର୍ଟ ରାଜ୍ୟ ନିର୍ବାଚନ କମିସନ୍‌ (ଏସଇସି)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

  4. ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଟେସ୍‌ଲା ମୁଖ୍ୟ ଏଲନ୍‌ ମସ୍କ। ଆମ ଭିତରେ ଶକ୍ତିଠାରୁ ଆରମ୍ଭ କରି ଆଧ୍ୟାତ୍ମିକତା ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି ଜଣାଇଛନ୍ତି।

  5. ସାରା ବିଶ୍ବରେ ଯୋଗର ପ୍ରଚାର ପ୍ରସାର କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାରର ଭୂମିକାକୁ କଂଗ୍ରେସ ନେତା ଶଶି ଥରୁର ସ୍ବୀକାର କରିଛନ୍ତି। ଯୋଗକୁ ଲୋକପ୍ରିୟ କରିଥିବାରୁ ଥରୁର ଆଜି ମୋଦୀ ସରକାରକୁ ପ୍ରଶଂସା କରିଛନ୍ତି। 

  6. ଦିଲ୍ଲୀର ଏକ ପଞ୍ଚ ତାରକା ‌ହୋଟେଲ ରୋଜେଟ୍‌ ହାଉସ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦର ନିକଟସ୍ଥ ଏରୋସିଟିରେ ଅବସ୍ଥିତ। ଏହି ହୋଟେଲ୍‌ରେ ଦୀର୍ଘ ୨ ବର୍ଷ ଧରି ରହିଥିବା ଜଣେ ବ୍ୟକ୍ତି ଶେଷରେ ଟଙ୍କାଟିଏ ବି ନଦେଇ ଚମ୍ପଟ ମାରିଛନ୍ତି।

  7. ଜୁନ୍ ୨୨ ତାରିଖ ସନ୍ଧ୍ୟାରେ ଶୁକ୍ର ଓ ମଙ୍ଗଳ ଗ୍ରହର ଖୁବ୍ ନିକଟରେ ଚନ୍ଦ୍ର ଦେଖାଯିବ। ପଶ୍ଚିମ ଆକାଶରେ ଶୁକ୍ଳ ଉଜ୍ଜଳ ଓ ମଙ୍ଗଳ ଗ୍ରହ ଫିକା ଲାଲ ରଙ୍ଗର ଦେଖାଯିବ । ୨୨ ତାରିଖ ଦିନ ସେମାନଙ୍କ ଭିତରେ କୌଣିକ ଦୂରତା ପ୍ରାୟ ୨ ରୁ ୪ ଡିଗ୍ରୀ ରହିବ ।

  8. ରାଜସ୍ଥାନର ବିକାନେର ଜିଲାରେ ଜଣେ ୨୦ ବର୍ଷୀୟା ଦଳିତ ଛାତ୍ରୀ କୋଚିଂ କ୍ଲାସ୍‌ ଯାଉଥିବାବେଳେ ତାଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯାଇଛି। ୨ ଜଣ ପୋଲିସ କର୍ମଚାରୀଙ୍କ ସନ୍ଦେହଜନକ ଭୂମିକା ରହିଥିବାରୁ ସେମାନଙ୍କୁ ନିଲମ୍ବନ କରାଯାଇଛି

  9. କୋରିଆର ଖ୍ୟାତନାମା ଗାୟକ ଚୋଇ ସୁଙ୍ଗ୍‌-ବୋଙ୍ଗ୍‌ ତାଙ୍କ ବାସଭବନରେ ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି। ୨୦୧୧ରେ କୋରିଆ ଗଟ୍‌ ଟ୍ୟାଲେଣ୍ଟ ପ୍ରତିଯୋଗିତାରେ ସେ ଦ୍ୱିତୀୟ ସ୍ଥାନ ହାସଲ କରିବା ପରେ ଖ୍ୟାତି ଅର୍ଜନ କରିଥିଲେ।

  10. ଜୁନ ୨୪ରେ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବା ସହ ଚକ୍ଷୁ ଖୋଲାଯିବ ଏବଂ ରାମଲଲାଙ୍କ ଦିବ୍ୟ ଦର୍ଶନ ଆରମ୍ଭ ହେବ।  

  11. ରାଜ୍ୟ କ୍ୟାବିନେଟ୍ ରେ  ୧୫ଟି ପ୍ରସ୍ତାବକୁ ଗୃହିତ ହେଲା l ରାଜ୍ୟରେ ପୁଷ୍ଟିଗତ ସ୍ଥିତିର ଉନ୍ନତି ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେବ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା l ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସବୁ ଗାଁକୁ ରାସ୍ତା  ନିର୍ମାଣ ହେବ l

  12. ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଯୋଗାଭ୍ୟାସ କଲେ ମୋଦି l ଯୋଗମୟ ସାରା ଜଗତ l

  13. ଗଙ୍ଗୋତ୍ରୀ, ୟମୁନେତ୍ରୀ ଓ ବଦ୍ରିନାଥ ଚାରିଧାମରେ ଭାଙ୍ଗିଲା ଶ୍ରଦ୍ଧାଳୁଙ୍କ ରେକର୍ଡ, କେଦାରନାଥରେ ଦର୍ଶନ ନିମନ୍ତେ ବନ୍ଦ ହେଲା ରେଜିଷ୍ଟ୍ରେସନ l ଚଳିତବର୍ଷ ଏପର୍ଯ୍ୟନ୍ତ ୪୭.୩୯ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଦର୍ଶନ ଲାଗି ପଞ୍ଜିକରଣ କରିଥିବା ଆସିଲା ସୂଚନା l

  14. ପ୍ରାଚୀନ ‘ସଉରା’ ଭାଷାକୁ ସାମ୍ବିଧାନିକ ମାନ୍ୟତା ପାଇଁ କ୍ୟାବିନେଟର ମଞ୍ଜୁରୀ ମିଳିଲା l ୫ ଲକ୍ଷରୁ ଊର୍ଦ୍ଧ୍ୱ ସଉରା ଭାଷାଭାଷୀ ଉପକୃତ ହେବେ l

  15. ଆମେରିକାର କଂଗ୍ରେସ କମିଟି ରାଷ୍ଟ୍ରପତି ଜୋ ବାଇଡେନ ସରକାରଙ୍କୁ ଭାରତକୁ ନାଟୋ ପ୍ଲସ ରେ ସାମିଲ କରିବାକୁ ସୁପାରିଶ କରିଛି। କମିଟି କହିଛି ଭାରତ ଅନ୍ତର୍ଭୁକ୍ତ ହେବା ଦ୍ୱାରା ନାଟୋ ପ୍ଲସ ମଜବୁତ ହେବ।

  16. ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଚାଇନେ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ଭେଟିବାର ଗୋଟିଏ ଦିନ ପରେ ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ବେଜିଂ ପ୍ରତିପକ୍ଷଙ୍କୁ ଏକଛତ୍ରବାଦୀ ଶାସକ ବୋଲି କହିଛନ୍ତି।

  17. ମୁମ୍ବାଇ ତାଜ୍‌ ହୋଟେଲ୍‌ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଲଶ୍ମର-ଇ-ତୋଇବା ଆତଙ୍କବାଦୀ ସାଜିଦ୍‌ ମିରଙ୍କୁ କଳା ତାଲିକା ଭୁକ୍ତ କରିବା ପ୍ରସ୍ତାବକୁ ମଙ୍ଗଳବାର ଚାଇନା ରଦ୍ଦ କରିଛି।

  18. ଜଳ ସୂଚନା କେନ୍ଦ୍ର ରାଜ୍ୟରେ ପ୍ରତିଷ୍ଠା ହେବ। ପ୍ରସ୍ତାବ ପ୍ରସ୍ତୁତ କରିବା ନେଇ ଭୂତଳ ଜଳ ବୋର୍ଡକୁ ଜଳସମ୍ପଦ ବିଭାଗ ଲେଖିଲେ ଚିଠି l

  19. -ଆଇସିସି, ବିସିସିଆଇ ଦେଲେ ପାକିସ୍ତାନକୁ ବଡ଼ ଝଟକା, ବିଶ୍ବକପ- ମ୍ୟାଚ ସ୍ଥାନ ପରିବର୍ତ୍ତନ ଅନୁରୋଧକୁ କଲେ ପ୍ରତ୍ୟାଖ୍ୟାନ l

  20. ଭାରତୀୟ ୨୩ ବର୍ଷରୁ କମ୍ ମହିଳା ଦଳ ଏମଜିଂ ଏସିଆ କପ୍ ଟ୍ବେଣ୍ଟି-୨୦ରେ ହେଲେ ବିଜେତା l

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.