• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପାଟନାରେ ମୋଦୀଙ୍କ ବିରୋଧରେ ଦେଶର ୧୫ଟି ବିରୋଧୀ ଦଳର ମହାମେଳି । ୨୪ରେ ଏକାଠି ଲଢ଼ିବେ ନିର୍ବାଚନ l ସବୁ ଦଳର ଲକ୍ଷ୍ୟ ହେଉଛି କିପରି ୨୦୨୪ରେ ନରେନ୍ଦ୍ର ମୋଦୀଙ୍କୁ ହରାଇବେ ।

  2. କର୍ନାଟକର ସିଦ୍ଧରମୈୟା ସରକାର ବିଶ୍ୱର ବୃହତ୍ତମ ବୈଦ୍ୟୁତିକ କାର ନିର୍ମାତା ଟେସଲାକୁ ରାଜ୍ୟରେ ନିବେଶ ପାଇଁ ଆମନ୍ତ୍ରଣ କରିଛି। ଏନେଇ ସୂଚନା ଦେଇଛନ୍ତି କର୍ନାଟକର ଉଦ୍ୟୋଗ ମନ୍ତ୍ରୀ ଏମ୍‌.ବି ପାଟିଲ୍‌

  3. ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତହ ଅଲ-ସିସିଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ଇଜିପ୍ଟ ଗସ୍ତ l ଏହି ଗସ୍ତରେ ସେ ମିଶ୍ରର ରାଜଧାନୀ କାହିରାରେ ଏକାଦଶ ଶତାବ୍ଦୀର ଅଲ-ହାକିମ ମସଜିଦ ପରିଦର୍ଶନ କରିବେ।

  4. ପ୍ୟାରିସ ସମ୍ମିଳନୀରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ: କହିଲେ-‘ଯୁଦ୍ଧ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ଆମକୁ ଖାଇବା ପାଇଁ ମଧ୍ୟ ଲୋନ୍ ଦିଆଯାଉ ନାହିଁ’ l

  5. ଦେଶରେ ଫାସଟ୍ୟାଗ୍ ଆଦାୟ ରାଶି ଗତ ୫ ବର୍ଷ ମଧ୍ୟରେ ଦୁଇଗୁଣା ବୃଦ୍ଧି ଘଟିଛି। ୨୦୧୭ରେ ଫାସ୍‌ଟ୍ୟାଗ ବାବଦରେ ୨୨,୮୨୦ କୋଟି ଟଙ୍କା ଆଦାୟ ହୋଇଥିଲା। କିନ୍ତୁ ୨୦୨୨ରେ ଏହା ୫୦,୮୫୫ କୋଟି ଟଙ୍କାରେ ପହଞ୍ଚିଛି।

  6. ୫-ଟି ଉପକ୍ରମରେ ଦୁଇଟି ପର୍ଯ୍ୟାୟରେ ନନ୍ଦନକାନନକୁ ଏକ ବିଶ୍ୱସ୍ତରୀୟ ପ୍ରାଣୀ ଉଦ୍ୟାନ ଭାବେ ରୂପାନ୍ତର କରାଯିବ । ପ୍ରସ୍ତାବଟି କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ଅନୁମୋଦନ l

  7. ଆମେରିକାରେ ଆଦାନି ଗ୍ରୁପ୍ ବି‌ରୋଧରେ ତଦନ୍ତ ଚାଲିଥିବା ଖବର ପ୍ରକାଶ ପାଇବା ପରେ ଷ୍ଟକ୍‌ ବଜାରରେ ତାଲିକାଭୁକ୍ତ ଥିବା ଆଦାନି ଗ୍ରୁପ୍‌ର ସାତଟି ସଂସ୍ଥାର ସେୟାର ମୂଲ୍ୟରେ ହ୍ରାସ ଘଟିଛି। ଫଳରେ, ଆଦାନି ଗ୍ରୁପ୍‌ର ବିଭିନ୍ନ ସଂସ୍ଥା ପ୍ରାୟ ୫୫ ହଜାର କୋଟି ଟଙ୍କା ହରାଇଛନ୍ତି। ଗ୍ରୁପ୍‌ର ମୋଟ ବଜାର ପୁଞ୍ଜି ପରିମାଣ ୧୦ ଲକ୍ଷ କୋଟି ଟଙ୍କା ତଳକୁ ହ୍ରାସ ପାଇଛି।

  8. ଆମେରିକା ସଂସଦକୁ ସମ୍ବୋଧିତ କରି  ଦୁଇ ଦେଶର ସଂପର୍କର ନିବିଡତା ଲୋକତନ୍ତ୍ରର ଅତୁଟ ବନ୍ଧନ ବୋଲି  ପ୍ରଧାନମନ୍ତ୍ରୀ ମୋଦୀ। କହିଲେ l

  9. ତେଲେଙ୍ଗାନାରେ ଦଶମ ଶ୍ରେଣୀ ପାଠ୍ୟ ପୁସ୍ତକ‌ର ପ୍ରଚ୍ଛଦରେ ଛପା ଯାଇଥିବା ସମ୍ବିଧାନର ମୁଖବନ୍ଧରେ ‘ ଧର୍ମନିରପେକ୍ଷ’, ‘ସମାଜବାଦ’ ଶବ୍ଦ ନାହିଁ। ତେଲେଙ୍ଗାନା ଶିକ୍ଷା ବିଭାଗ ପକ୍ଷରୁ ଦଶମ ଶ୍ରେଶୀ ପିଲାଙ୍କ ପାଇଁ ୫ ଲକ୍ଷ ସୋସିଆଲ ଷ୍ଟଡିଜ୍‌ ପାଠ୍ୟ ପୁସ୍ତକ ବଣ୍ଟନ କରାଯାଇଛି।

  10. ୨୦୫୦ ସୁଦ୍ଧା ବିଶ୍ବ ଜନସଂଖ୍ୟାର ୧୩.୪ ପ୍ରତିଶତ ତଥା ୧୩୦ କୋଟି ଲୋକ ମଧୁମେହ ସହ ବଞ୍ଚିବେ। ୨୦୨୧ରେ ବିଶ୍ବ ଜନସଂଖ୍ୟାର ୬.୭ ପ୍ରତିଶତ ତଥା ୫୨୯ ନିୟୁତ ଲୋକ ମଧୁମେହରେ ପୀଡ଼ିତ ଥିବାବେଳେ ୨୦୫୦ ବେଳକୁ ଏହା ଦ୍ବିଗୁଣ ହୋ‌ଇଯିବ।

  11. ପାକିସ୍ତାନ ଅଧିକୃତ କଶ୍ମୀର ପଟୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ୪ଜଣ ଆତଙ୍କବାଦୀ ଜମ୍ମୁ ଓ କଶ୍ମୀରର କୁପ୍‌ୱାଡ଼ା ଜିଲ୍ଲା ଅନ୍ତର୍ଗତ ମଚ୍ଛଲ୍‌ ସେକ୍ଟର୍‌ରେ ନିହତ ହୋଇଥିବା କଥା ଆଜି ପୁଲିସ କହିଛି।

  12. ଓଡ଼ିଶାରେ ମୌସୁମୀ ପ୍ରବେଶ ପରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢିଲା l

  13. ଯଦି ସ୍ବାମୀ ଅନ୍ୟ ଜଣେ ମହିଳାଙ୍କୁ ରଖିଛନ୍ତି ତେବେ ପତ୍ନୀଙ୍କୁ ଶାଶୂଘରେ ରହିବାପାଇଁ କେହି ବାଧ୍ୟ କରିପାରିବେନି। ହିମାଚଳପ୍ରଦେଶ ହାଇକୋର୍ଟ ଏକ ଛାଡ଼ପତ୍ର ଆବେଦନ ଉପରେ ଶୁଣାଣି କରିବା ସମୟରେ ଏଭଳି ଟିପ୍ପଣୀ ଦେଇଛନ୍ତି।

  14. ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଦୁଇଟି ଠିକଣାରୁ ଏପର୍ଯ୍ୟନ୍ତ ନଗଦ ୨,୯୧,୯୩,୮୦୦ ଟଙ୍କା ଜବତ ହୋଇଛି l

  15. ୨୦୨୩ ବର୍ଷ ପାଇଁ ଆଜି ସାହିତ୍ୟ ଅକାଦେମି ପକ୍ଷରୁ ବାଲ୍ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି | ଚଳିତବର୍ଷ ୨୨ଟି ଭାଷାରେ ପ୍ରକାଶିତ ଶିଶୁସାହିତ୍ୟ ସମ୍ବଳିତ ପୁସ୍ତକ ପାଇଁ ପୁରସ୍କାର ଘୋଷଣା କରାଯାଇଛି | ଓଡିଶାରେ ଶିଶୁ ସାହିତ୍ୟିକ ଟିଟିଲାଗଡର ଯୁଗଳ କିଶୋର ଷଡଙ୍ଗୀ ବାଲ ସାହିତ୍ୟ ପୁରସ୍କାର ପାଇବା ପାଇଁ ହେଲେ ମନୋନିତ ହୋଇଛନ୍ତି  l

  16. ସରିଲା ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ବାଲେଶ୍ୱର ଗସ୍ତ ଯାଇ  ଶାନ୍ତିକାନନରେ ଫକୀର ମୋହନ ସେନପତିଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ  l ମିଶନ ଶକ୍ତି ବଜାର ବୁଲିବା ସହ ଉତ୍କଳ ବାଳାଶ୍ରମରେ ଛାତ୍ରଛାତ୍ରୀ ମାନଙ୍କ ସହିତ ସମୟ ବିତାଇଲେ l

  17. ଉତ୍ତରପ୍ରଦେଶ ବୋର୍ଡ ପାଠ୍ୟକ୍ରମରେ ମହାନ୍ କ୍ରାନ୍ତିକାରୀ ବିନାୟକ ଦାମୋଦର ସବରକରଙ୍କ ଜୀବନୀ ସାମିଲ ହେବ l

  18. ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଯାଞ୍ଚ୍, ନିୟମ ଉଲ୍ଲଂଘନକାରୀଙ୍କୁ ୫ ହଜାର ଟଙ୍କାର ମୋଟା ଫାଇନ୍ ଆଦାଯ କରାଯିବ l

  19. ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ଓ ଦିନିକିଆ ଶୃଙ୍ଖଳାରୁ ଚେତେଶ୍ବର ପୂଜାରା ହେଲେ ବାଦ୍‌ l ପ୍ରଥମ ଥର ଲାଗି ଜୟସୱାଲ, ଋତୁରାଜ, ମୁକେଶ ହେଲେ ସାମିଲ ହେଲେ l

  20. ଜାତୀୟ ବରିଷ୍ଠ ମହିଳା ଫୁଟବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ସେମିଫାଇନାଲ୍‌ରେ କଲା ପ୍ରବେଶ l ଗତକାଲି ଚଣ୍ଡିଗଡ଼ ବିପକ୍ଷ ମ୍ୟାଚ୍‌କୁ ଓଡ଼ିଶା ୨-୦ ଗୋଲ୍‌ରେ ବିଜୟୀ ହୋଇ ଏହି ଯୋଗ୍ୟତା ଅର୍ଜନ କରିଛି l

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.