• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସିରିୟାରେ ରୁଷ୍‌ ଆକାଶ ମାର୍ଗରୁ ଆକ୍ରମଣ କରିଛି। ଏହାଦ୍ବାରା ୧୩ ଜଣଙ୍କର ମୃତ୍ୟୁ ହୋଇଛି। ବିଦ୍ରୋହୀଙ୍କ କବଳରେ ଥିବା ଇଦଲିବ ଅଞ୍ଚଳର ଏକ ପରିବା ଏବଂ ଫଳ ମାର୍କେଟରେ ଉକ୍ତ ଆକ୍ରମଣ ଦେଖିବାକୁ ମିଳିଛି। ମୃତକଙ୍କ ମଧ୍ୟରେ ୨ ଶିଶୁଙ୍କ ସମେତ ୯ ଜଣ ବେସାମରିକ ବ୍ୟକ୍ତି ଅ

  2. କୁଥବାଲାପୁରର ଚିନ୍ତଲ ଗ୍ରାମରେ ଶନିବାର ଅପରାହ୍ଣରେ ଏକ ତିନିମହଲା କୋଠାକୁ ହାଇଡ୍ରଲିକ୍ ଜ୍ୟାକ୍ ଦ୍ବାରା ଉପରକୁ ଉଠାଯାଉଥିବା ବେଳେ ଏହା ଢଳିପଡ଼ି ପଡ଼ୋଶୀ ଆବାସିକ ଆପାର୍ଟମେଣ୍ଟ ଉପରେ ଶୋଇପଡ଼ିଥିଲା। ସେତେବେଳେ କୋଠା ଭିତରେ ୧୬ ଜଣ ଲୋକ ଥିଲେ

  3. ଭୁବନେଶ୍ବର ସମେତ ଦେଶର ୧୦୦ଟି ସ୍ମାର୍ଟ ସିଟି ପ୍ରକଳ୍ପ କାମ ମାର୍ଚ୍ଚ ୨୦୨୪ ସୁଦ୍ଧା ଶେଷ ହେବ। କେନ୍ଦ୍ର ଆବାସ ଓ ସହରାଞ୍ଚଳ ବିକାଶ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି।

  4. ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ବାଧୀନ ଦଳ ବିଆର୍‌ଏସ୍‌ (ଭାରତ ରାଷ୍ଟ୍ର ସମିତି)ର ୧୨ରୁ ଅଧିକ ପୂର୍ବତନ ମନ୍ତ୍ରୀ, ବିଧାୟକ ଏବଂ କାର୍ଯ୍ୟକର୍ତ୍ତା ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି।

  5. କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ପକ୍ଷରୁ ଅଧିକ ପେନ୍‌ସନ୍ ଲାଗି ଆବେଦନ କରିବାର ସମୟ ସୀମାକୁ ଜୁଲାଇ ୧୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଏଥିପାଇଁ ଧାର୍ଯ୍ୟ କରାଯାଇଥିବା ଜୁନ୍ ୨୬ ସମୟ ସୀମା ଆଜି ଶେଷ ହେଉଥିଲା।

  6. ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା ଚଳିତବର୍ଷ ବିଳମ୍ବରେ କେରଳ ଛୁଇଁଥି‌ଲେ ମଧ୍ୟ ଏହା ଶୀଘ୍ର ଶୀଘ୍ର ଦେଶର ଅଧିକାଂଶ ଅଞ୍ଚଳକୁ ଛୁଇଁବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଭାରତର ୮୦ ପ୍ରତିଶତ ଅଞ୍ଚଳରେ ମୌସୁମୀ ପହଞ୍ଚି ସାରିଲାଣି।

  7. ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳା ଖେଳା, ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ନବମୀ ସନ୍ଧ୍ୟା ଦର୍ଶନ କରିବେ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତ । ବାହୁଡ଼ା ଯାତ୍ରା ପାଇଁ ସ୍ଵତନ୍ତ୍ର ନୀତିକାନ୍ତି ଯୋଗୁଁ ସନ୍ଧ୍ୟା ୫ଟାରୁ ସନ୍ଧ୍ୟା ଦର୍ଶନ ହେବ ବନ୍ଦ l

  8. ଉତ୍କଳ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ କଲେଜର ଉଭୟ ନିୟମିତ ଏବଂ ବ୍ୟାକ୍ ଯୁକ୍ତ ୩ ଶେଷ ସେମିଷ୍ଟାର ପରୀକ୍ଷାଫଳ ପ୍ରକାଶ ପାଇଲା।  ପାସହାର ୯୧.୭୨% ରହିଛି |

  9. ଯୁକ୍ତ୨ ନାମଲେଖା ଆବେଦନ ଅବଧି ପୁଣି ବଢିଲା । ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ସାମ୍‌ସ ପୋର୍ଟାଲ ଜରିଆରେ ଆବେଦନ କରିପାରିବେ। ପ୍ରଥମ ମେଧା ତାଲିକା ଜୁଲାଇ ୬ ତାରିଖରେ ପ୍ରକାଶ ପାଇବ l

  10. ଏଣିକି ରାଜ୍ୟର ଡାକ୍ତରଖାନା ପରିସରରେ ଅଥବା ନିକଟରେ ଥିବା ଆହାର କେନ୍ଦ୍ରଗୁଡିକ ରବିବାର ଦିନ ବି ଖୋଲା ରହିବ l

  11. -ଏଣିକି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ଗ୍ରୁପ୍‌-ଡି ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ବିପର୍ଯ୍ୟୟ ଏବଂ ମହାମାରୀ ପରିଚାଳନା ସମ୍ବନ୍ଧୀୟ ତାଲିମ୍‌ ଦିଆଯିବ ।

  12. ଗତକାଲି କଟକ ପରିବାର ଅଦାଲତରେ ଅନୁଭବ-ବର୍ଷା ପାରିବାରିକ ମାମଲାର ହେଲା ଶୁଣାଣି l ବର୍ଷାଙ୍କୁ ଅନୁଭବଙ୍କ ତରଫରୁ ଆଇନଜୀବୀ ଦେଢ ଶହରୁ ଅଧିକ ପ୍ରଶ୍ନ ପଚରା ଯାଇଥିବା ସୂଚନା ମିଳିଛି।

  13. -ଜାତୀୟ ଗଣମାଧ୍ୟମ ଆଜ୍ ତକକୁ ସାକ୍ଷାତକାର ଦେଇ ଖୁଲାସା କଲାକୁଖ୍ୟାତ ଗ୍ୟାଙ୍ଗଷ୍ଟର ସତବିନ୍ଦର ସିଂହ ଓରଫ ଗୋଲ୍ଡି ବ୍ରାର୍ l କହିଲା ସିଦ୍ଧୁ ମୁସେୱାଲାକୁ ମାରିଛି, ଆଗକୁ ସୁଯୋଗ ମିଳିଲେ ବଲିଉଡ ଅଭିନେତା ସଲମାନ ଖାନକୁ ବି ମାରିବି।

  14. ମଣିପୁରରେ ମହିଳାଙ୍କ ବିରୋଧ ଯୋଗୁଁ ଅଟକିଲା ସେନା ଅପରେସନ୍ l ଜୁନ୍ ୩୦ ପର୍ଯ୍ୟନ୍ତ ଇଣ୍ଟରନେଟ୍ ବ୍ୟାନ୍‌ ବଢ଼ିଲା l

  15. ରାଜସ୍ଥାନ ସରକାର ଅଶୋକ ଗେହଲଟଙ୍କ ବଡ଼ ଘୋଷଣା: ପ୍ରଥମ ପର୍ଯ୍ୟାୟରେ ୪୦ ଲକ୍ଷ ମହିଳାଙ୍କୁ ବଣ୍ଟାଯିବ ସ୍ମାର୍ଟଫୋନ, ୩ବର୍ଷ ପର୍ଯ୍ୟନ୍ତ ମିଳିବ ମାଗଣା ଇଣ୍ଟରନେଟ l ୨୫ ଜୁଲାଇ ପୂର୍ବରୁ ସ୍ମାର୍ଟଫୋନ ବାଣ୍ଟିବା ଲାଗି ପ୍ରକ୍ରିୟା ଆରମ୍ଭ ହେବ l

  16. ଗିରଫ ଭୟରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବଲିଉଡ୍ କଣ୍ଠଶିଳ୍ପୀ ସୌରିନ ଭଟ୍ଟ। ଆଗୁଆ ଜାମିନ ପାଇଁ ଆବେଦନ କଲେ ।

  17. ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନ କଲେ ଯାହା ଫଳ ମିଳେ ଗୁଣ୍ଡିଚା ମନ୍ଦିରରେ ଏକଦିବସ ଦର୍ଶନରେ ସେତିକି ଫଳ ମିଳିଥାଏ ବୋଲି କହାଯାଏ। ପୁଣି ଦିନ ଅପେକ୍ଷା ରାତି ତଥା ସନ୍ଧ୍ୟା ଦର୍ଶନ ଅଧିକ ପୁଣ୍ୟ ଦେଇଥାଏ ବୋଲି ବିଶ୍ବାସ ରହିଛି।

  18. ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାସ୍ଥିତ ବାଗିପୁଲ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଏହି ଅଞ୍ଚଳରେ ଫସି ରହିଛନ୍ତି ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ ସମେତ ୨୦୦ ରୁ ଅଧିକ ଲୋକ।

  19. କାରକୁ ଧକ୍କା ଦେଲା ଟ୍ୟାଙ୍କର । ଦୁର୍ଘଟଣାରେ ଚାଲିଗଲା ବାପା,ମା’ ଓ ଶିଶୁକନ୍ୟାର ଜୀବନ। ଉଜୁଡ଼ିଗଲା ସୁନାର ସଂସାର। କୋରାପୁଟ ଜିଲ୍ଲା ପଟାଙ୍ଗୀ ନିକଟରେ ଆଜି ସକାଳେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

  20. ବିଶ୍ଵକପ୍‌ର କାର୍ଯ୍ୟସୂଚୀ ଜାରି କରିବ ବିସିସିଆଇ। ଆଜିଠାରୁ ଆଇସିସି ପୁରୁଷ ବିଶ୍ଵକପ୍‌ ଟ୍ରଫି କୁଏତ, ବାହାରିନ, ମାଲେସିଆ, ଆମେରିକା, ନାଇଜେରିଆ, ୟୁଗାଣ୍ଡା, ଫ୍ରାନ୍ସ, ଇଟାଲୀ ଏବଂ ଆୟୋଜକ ଭାରତ ସହିତ ସମଗ୍ର ଦୁନିଆର ୧୮ ଦେଶ ଯାତ୍ରା କରିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.