• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମହଣ ମହଣ ସ୍ୱର୍ଣ୍ଣାଳଙ୍କାରରେ ସଜେଇ ହୋଇ ବଡ଼ଦାଣ୍ଡରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।

  2. ଶ୍ରୀମନ୍ଦିର ସିଂହଦ୍ଵାର ରୂପାରେ ଝଟକିଲା । ସିଂହଦ୍ଵାର ରୂପା ଛାଉଣୀ ପରେ ଅତି ସୁନ୍ଦର ଦିଶୁଛି । ୩ଦିନ ଧରି ଚାଲିଥିବା ସିଂହଦ୍ୱାର ରୂପା ଛାଉଣୀ କାମ ଶେଷ ହୋଇଛି । ଶାଗୁଆନ୍ କାଠରେ ନବନିର୍ମିତ କବାଟ ସିଂହଦ୍ୱାରରେ ଲାଗିବା ପରେ ମୁମ୍ବାଇରୁ ଆସିଥିବା କାରିଗରମାନେ ଏହା ଉପରେ ବିଭିନ୍ନ ଡିଜାଇନର ରୂପା ପ୍ଲେଟ ସବୁ ଲଗାଇଛନ୍ତି ।

  3.  ମଙ୍ଗଳବାର ସକାଳେ ପୁଲିସ ଗୁଳିରେ ଜଣେ ୧୭ ବର୍ଷୀୟା ବାଳିକା ନାହେଲ ଏମ୍‌ ନିହତ ହେବା ପରେ ଏହାର ପ୍ରତିବାଦରେ ଗୁରୁବାର ପୂର୍ବାହ୍ଣରେ ପ୍ୟାରିସରେ ପୋଡ଼ାଜଳା ଓ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଅନ୍ୟାନ୍ୟ ସହରକୁ ମଧ୍ୟ ଏହି ହିଂସା ବ୍ୟାପିଥିଲା ପୁଲିସ ପକ୍ଷରୁ ପ୍ରାୟ ‌୧୫୦ ପ୍ରତିବାଦକାରୀଙ୍କୁ ଗିରଫ କରାଯାଇଛି।

  4. ବରିଷ୍ଠ ସାମ୍ବାଦିକ ତଥା ଦୈନିକ ସକାଳର ବ୍ରହ୍ମପୁର ସଂସ୍କରଣ ମୁଖ୍ୟ ଡକ୍ଟର.ଜଗନମୋହନ ମହାପାତ୍ରଙ୍କ ୫୮ବର୍ଷ ବୟସରେ ଦେହାନ୍ତ ।

  5. ଆଇଆଇଟି ଏବେ ପ୍ରଥମ ଥର ପାଇଁ ଶିକ୍ଷକ ତିଆରି କରିବ। ଏହି ମର୍ମରେ ଆଇଆଇଟି ଭୁବନେଶ୍ବର ଓ ଖଡ଼ଗପୁରରେ ୨୦୨୩-୨୪ ଶିକ୍ଷା ବର୍ଷରେ ୪ ବର୍ଷିଆ ବିଏଡ୍ ପାଠ୍ୟକ୍ରମ ଆରମ୍ଭ କରାଯିବାକୁ ପ୍ରକ୍ରିୟା ଆରମ୍ଭ କରିବ ।

  6. ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ଖ୍ୟାତନାମା ଓଡ଼ିଆ ଲେଖିକା ଡ଼. ଗାୟତ୍ରୀବାଳା ପଣ୍ଡାଙ୍କୁ ମିଳିଛି ‘ଟାଇମ୍ସ ପାୱାର ୱିମେନ୍‌‌ ଆୱାର୍ଡ଼-୨୦୨୩’।

  7. ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ(ଓଏସ୍‌ଡିଏ) ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗ୍‌ଚୀ ଇସ୍ତଫା ଦେଇଛନ୍ତି। ବାଗ୍‌ଚୀ ଟୁଇଟ କରି ନିଜେ ଏହି ସୂଚନା ଦେଇଛନ୍ତି।

  8. ଦେଶର ସର୍ବବୃହତ ଆଇଟି କମ୍ପାନୀ ଟାଟା କନସଲଟାନ୍ସି ନିଯୁକ୍ତି ସ୍କାମରେ ହୋଇଥିବା ଘୋଟାଲାକୁ ନେଇ ବଡ଼ ପଦକ୍ଷେପ ନେଇଛି। ଟିସିଏସ୍‌ ୬ ଜଣ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରିଦେଇଛି। ଏହା ବ୍ୟତୀତ ୬ ଜଣ ବ୍ୟବସାୟ ସହଯୋଗୀ ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଇଛି।

  9. ତାମିଲନାଡୁ ରାଜ୍ୟପାଳ ଆର.ଏନ ରବି ତତ୍କାଳୀନ ପ୍ରଭାବ ପକାଇ ଗିରଫ ହୋଇ ଜେଲରେ ଥିବା ବି ସେନ୍ଥିଲ ବାଲାଜୀଙ୍କୁ ଗୁରୁବାର ମନ୍ତ୍ରୀ ପରିଷଦ ବରଖାସ୍ତ କରିଛନ୍ତି।

  10. ମଧ୍ୟପ୍ରଦେଶର ଦାମୋହରୁ ଆସିଥିବା ଟେଲି ଅଭିନେତ୍ରୀ ଚାହତ ପାଣ୍ଡେ ଦିଲ୍ଲୀର ଏଏପି ମୁଖ୍ୟାଳୟରେ ଆମ ଆଦମୀ ପାର୍ଟି(ଏଏପି)ରେ ସାମିଲ ହୋଇଛନ୍ତି।

  11. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତାଙ୍କ ମନ୍ତ୍ରୀ ପରିଷଦରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ମନ୍ତ୍ରୀ ଆତିଶୀଙ୍କୁ ଅର୍ଥ ଓ ରାଜସ୍ବ ବିଭାଗର ଦାୟିତ୍ୱ ଦେଇଛନ୍ତି।

  12. ଆମେରିକା ସୁପ୍ରିମ୍‌କୋର୍ଟ ଗୁରୁବାର ବିଶ୍ବବିଦ୍ୟାଳୟଗୁଡ଼ିକରେ ଆଡ଼ମିସନ କ୍ଷେତ୍ରରେ ଜାତି-ଧର୍ମର ସଂରକ୍ଷଣକୁ ନିଷିଦ୍ଧ କରିଛନ୍ତି।

  13. ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଜଣେ ୧୦୧ ବର୍ଷୀୟ ଭାରତୀୟ ମୂଳ ପୂର୍ବତନ ସୈନିକଙ୍କୁ ପଏଣ୍ଟ୍ସ ଅଫ ଲାଇଟ ପୁରସ୍କାରରେ ସମ୍ମାନିତ କରିଛନ୍ତି।

  14. ଚଳିତ ବର୍ଷ କେଦାରନାଥ ଯାତ୍ରାରେ ଖଚରମାନେ ହେଲିକପ୍ଟର୍‌କୁ ଟପିଯାଇ ପ୍ରାୟ ୪୬% ଅଧିକ ଅର୍ଥ ଉପାର୍ଜନ କରିଥିବା କଥା ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି।, ଚଳିତ ବର୍ଷ  ମଧ୍ୟ ଯାତ୍ରୀବାହୀ ଖଚରମାନଙ୍କଦ୍ବାରା ୮୨.୪ କୋଟି ଟଙ୍କା ଆୟ ହୋଇଛି ।

  15. କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଚାଷୀମାନଙ୍କ ପାଇଁ ୩,୭୦,୧୨୮ କୋଟି ଟଙ୍କାର ସ୍ଵତନ୍ତ୍ର ପ୍ୟାକେଜ୍‌କୁ ମଞ୍ଜୁର କରାଯାଇଛି।

  16. ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର ୫.୩ କୋଟି ଟଙ୍କା ମୂଲ୍ୟର ଏକ ବିଳାସପୂର୍ଣ୍ଣ ଫ୍ଲାଟ୍‌କୁ ୧୧ ଲକ୍ଷ ଟଙ୍କାରେ କିଣିଛନ୍ତି।

  17. ଦେଶର ସବୁ ପଞ୍ଚାୟତ ଲାଗି ୟୁପିଆଇ ବାଧ୍ୟତାମୂଳକ କରାଯାଇଛି। ଅଗଷ୍ଟ ୧୫ ସୁଦ୍ଧା ସେମାନେ ସବୁ କାରବାର ୟୁପିଆଇରେ କରିବେ। ବିଶେଷକରି ସବୁ ବିକାଶମୂଳକ କାର୍ଯ୍ୟ ଓ ରାଜସ୍ବ ସଂଗ୍ରହ ୟୁପିଆଇ ମାଧ୍ୟମରେ ହେବ।

  18. ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ପିଲାଙ୍କ ଉପରେ ସଶସ୍ତ୍ର ସଂଘର୍ଷର ପ୍ରଭାବ ସମ୍ପର୍କିତ ଏହାର ରିପୋର୍ଟରୁ ଭାରତର ନାମକୁ ବାଦ୍ ଦେଇଛନ୍ତି। ପିଲାମାନଙ୍କ ସୁରକ୍ଷା ପାଇଁ ଭାରତ ସରକାର ଉପଯୁକ୍ତ ପଦାକ୍ଷପ ନେଉଛନ୍ତି ବୋଲି ଗୁଟେରସ କହିଛନ୍ତି।

  19. ଟେଷ୍ଟରେ ୯ ହଜାର ରନ୍‌ ପୂରଣ କରିଥିବା ସ୍ମିଥ୍‌ଙ୍କ ୩୨ତମ ଶତକ ସହାୟତାରେ ଅଷ୍ଟ୍ରେଲିଆ ଦ୍ବିତୀୟ ଆସେସ୍‌ ଟେଷ୍ଟର ଦ୍ବିତୀୟ ଦିନରେ ୪୧୬ ରନ୍‌ ସଂଗ୍ରହ କରି ସମସ୍ତ ୱିକେଟ୍‌ ହରାଇଛି।

  20. ଏସୀୟ କ୍ରୀଡ଼ା ଓ ବିଶ୍ବ ଚାମ୍ପିଅନ୍‌ସିପ୍‌ ଟ୍ରାଏଲ୍ସ ପାଇଁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ସମୟ ନେଇଛନ୍ତି ଭାରତର ଦୁଇ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଓ ଭିନେଶ ଫୋଗତ। ଏଥିସହିତ ଏମାନଙ୍କ ବିଦେଶ ପ୍ରଶିକ୍ଷଣ ଆବେଦନକୁ ମଧ୍ୟ କ୍ରୀଡ଼ା ମନ୍ତ୍ରଣାଳୟ ସବୁଜ ସଙ୍କେତ ଦେଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.