• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦାରିଦ୍ର୍ୟ ମୁକାବିଲା ନାମରେ ୟୁକେ, ଫ୍ରାନ୍ସ, ଜର୍ମାନୀ ଓ ଅନ୍ୟ ୟୁରୋପୀୟ ଧନୀ ରାଷ୍ଟ୍ରମାନେ ପ୍ରାଇଭେଟ୍‌ ହସ୍‌ପିଟାଲମାନଙ୍କୁ ଅର୍ଥଲଗାଣ କରି ଗରିବ ଲୋକଙ୍କୁ ଦେବାଳିଆ କରିଦେଉଛନ୍ତି। ଚଳିତ ଜୁନ୍‌ ମାସରେ ‘ସିକ୍‌ ଡେଭଲପ୍‌ମେଣ୍ଟ’ ଶୀର୍ଷକରେ ଅକ୍ସଫାମ୍‌ ଇଣ୍ଟରନ୍ୟାସନାଲ ଜାରି କରିଥିବା ରିପୋର୍ଟରେ ଏଭଳି ଟିପ୍ପଣୀ ଦେଇଛି। 

  2. ସଡ଼କ ଦୁର୍ଘଟଣାରେ ପ୍ରତିବର୍ଷ ଦେଢ଼ ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଛି ବୋଲି  ନିତିନ ଗଡ଼କରୀ କହିଛନ୍ତି  ।

  3. ମହାରାଷ୍ଟ୍ରର ସମୃଦ୍ଧି ଏକ୍ସପ୍ରେସୱେରେ ଆଜି ଏକ ଏସି ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯିବା ଫଳରେ ବସ୍‌ରେ ଥିବା ୨୫ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବସ୍‌ରେ ମୋଟ୍‌ ୩୩ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣ ଝରକା ଭାଙ୍ଗି ବାହାରକୁ ପଳାଇ ଆସିବା‌ରେ ସକ୍ଷମ ହୋଇଥିଲେ।

  4. ଆମେରିକାରେ ଗ୍ରୀଷ୍ମଲହରୀ ଯୋଗୁଁ ୧୩ ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଶତାଧିକ ଅଂଶୁଘାତରେ ପୀଡ଼ିତ ହୋଇଛନ୍ତି

  5. ଦେଶରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆଦାୟ ଗତ ଜୁନ୍‌ ମାସରେ ୧.୬୧ ଲକ୍ଷ କୋଟି ଟଙ୍କା ରହିଛି। ଗତବର୍ଷର ଜୁନ୍ ତୁଳନାରେ ଏଥିରେ ୧୨ ପ୍ରତିଶତ ବୃଦ୍ଧି ଘଟିଛି।

  6. ପୋଲିସ ଭୀମ ଆର୍ମି ମୁଖ୍ୟଙ୍କୁ ଗୁଳିମାଡ଼ ଘଟଣା: ୩ ଅଭିଯୁକ୍ତଙ୍କୁ ଗିରଫ କଲା ।

  7. ଓଡ଼ିଶାରେ ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବ୍ୟବସ୍ଥାକୁ ଆଇନତଃ ଶୃଙ୍ଖଳିତ କରିବା ଲାଗି ‘ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଅଧ୍ୟାଦେଶ ୨୦୨୩’ ଆସିଛି । ଏହି ଅଧ୍ୟାଦେଶକୁ ଜୁନ ୨୧ ତାରିଖରେ ରାଜ୍ୟପାଳଙ୍କ ସ୍ଵୀକୃତି ମିଳିବା ପରେ ରାଜ୍ୟ ସରକାର ଏହାକୁ ଗେଜେଟରେ ପ୍ରକାଶ କରିଛନ୍ତି।

  8. ସରିଲା ମହାପ୍ରଭୁଙ୍କ ରଥଯାତ୍ରା। ସବୁ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡ଼ିଛନ୍ତି ଶ୍ରୀଜିଉ।

  9. କେନ୍ଦ୍ରାପଡାରେ କୁମ୍ଭୀର ଆତଙ୍କ: ନଈ, ନାଳରେ ପାଦ ରଖିବାକୁ ମାଡୁଛି ଡର, ୨୦ ବର୍ଷରେ ଗଲାଣି ୫୦ରୁ ଅଧିକ ଜୀବନ

  10. ଆସନ୍ତା ୧୦ ତାରିଖରୁ ଝାରସୁଗୁଡ଼ାରୁ କୋଲକାତା ଏବଂ ବିଶାଖାପାଟଣାକୁ ବିମାନ ସେବା ଆରମ୍ଭ କରିବ ସ୍ପାଇସ୍ ଜେଟ୍ । ସେହିପରି ସପ୍ତାହରେ ଚାରିଦିନ ଝାରସୁଗୁଡାରୁ ବେଙ୍ଗାଳୁରୁ ଏବଂ ଚେନ୍ନାଇକୁ ବିମାନସେବା ଯୋଗାଇବ ସ୍ପାଇସ୍ ଜେଟ୍ ।

  11. ସପ୍ତଦଶ ସମବାୟ କଂଗ୍ରେସରେ ‌ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ କୃଷି କ୍ଷେତ୍ର ଓ କୃଷକମାନଙ୍କ ପାଇଁ ସରକାର ବର୍ଷକୁ ୬.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି। କେବଳ ପ୍ରତିଶ୍ରୁତି ଦେବା ପରିବର୍ତ୍ତେ କେନ୍ଦ୍ର ସରକାର କୃଷକମାନଙ୍କ ପାଇଁ ବାସ୍ତବରେ କାର୍ଯ୍ୟ କରୁଛନ୍ତି।

  12. ରାଜ୍ୟସଭା ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଶନିବାର କହିଛନ୍ତି, ସମାନ ନାଗରିକ ସଂହିତା (ୟୁସିସି) ପାଇଁ ପ୍ରସ୍ତାବ କ’ଣ ରହିଛି ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅବଗତ କରିବା ଉଚିତ।

  13. ପାକିସ୍ତାନ ଜେଲ୍‌ରେ ୩୦୮ ଭାରତୀୟ କଏଦୀ ବନ୍ଦୀ ଥିଲେ। ଏମାନଙ୍କ ମଧ୍ୟରେ ୨୬୬ ଜଣ ଧୀବର। ଉକ୍ତ ୩୦୮ ଭାରତୀୟ କଏଦୀଙ୍କୁ ପାକିସ୍ତାନ ଆଜି ଭାରତକୁ ହସ୍ତାନ୍ତର କରିଛି।

  14. ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଏଥର କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଯୋଗ୍ୟତା ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ୧୦ ବର୍ଷର ଅଭିଜ୍ଞତା ଥିବା ପ୍ରଧାନ ଶିକ୍ଷକ ଓ ଶିକ୍ଷକମାନେ ଆବେଦନ ପାଇଁ ଯୋଗ୍ୟ ହେବେ।

  15. ଭାରତୀୟ ରିଜର୍ଭ ବ୍ୟାଙ୍କ ଓଡ଼ିଶା ଶାଖାର ନୂଆ କ୍ଷେତ୍ରୀୟ ନିର୍ଦ୍ଦେଶକ ଭାବେ ଡ. ସାରଦା ପ୍ରସନ୍ନ ମହାନ୍ତି ଦାୟିତ୍ବ ଗ୍ରହଣ କରିଛନ୍ତି। ବ୍ୟାଙ୍କିଂ ନିୟମ ପ୍ରଣୟନ, ନିରୀକ୍ଷଣ, ବୈଷୟିକ ଜ୍ଞାନକୌଶଳ, ମୁଦ୍ରା ପରିଚାଳନା, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ମାନବ ସମ୍ବଳ ପରିଚାଳନା ଆଦି କ୍ଷେତ୍ରରେ ଡ. ମହାନ୍ତିଙ୍କର ବେଶ୍‌ ଅଭିଜ୍ଞତା ରହିଛି।

  16. ରାୟଗଡ଼ା ଜିଲ୍ଲା ଗୁଣୁପୁର ଗୈାରୀ ପ୍ରସାଦ ମିଶ୍ର ଓ ସୁପାରି କିଲର ରାଜେଶ ହତ୍ୟା ରହସ୍ୟର ପର୍ଦ୍ଦାଫାସ୍‌। ପର୍ଦ୍ଦାଫାସ କଲା ପୋଲିସ। ଜମି ବିବାଦକୁ କେନ୍ଦ୍ର କରି ଗୌରୀ ମିଶ୍ରଙ୍କୁ ହୋଇଥିଲା ଗୁଳିମାଡ଼। ପ୍ରମାଣ ନଷ୍ଟ ପାଇଁ ସୁପାରି କିଲର ରାଜେଶକୁ ବିଶାଖାପାଟଣାରେ ହତ୍ୟା କରି ପୋତି ଦେଇଥିଲେ ଦୁର୍ବୃତ୍ତ।

  17. ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଠେଙ୍ଗାହାଟ ହାଟ ଛକରେ ବ୍ରାଉନସୁଗର ମାଫିଆ ସୋମନାଥ ଭୁଜବଳ ଓରଫ ପାକୁ ଦୁବୃର୍ତଙ୍କ ଗୁଳିମାଡରେ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ପାକୁ ମୃତ୍ୟୁର ୨୪ଦିନ ପରେ ପୁଲିସ ୨ଜଣଙ୍କୁ ଗିରଫ କରିଛି । ଜଣେ ହେଲେ ଫାଇରିଙ୍ଗ କରିଥିବା ମୁଖ୍ୟ ଅଭିଯୁକ୍ତ ମୁକୁନ୍ଦପ୍ରସାଦ ଜେନାସାହିର ସାହିତ୍ୟ ବେହେରା ଓରଫ କାହ୍ନା (୨୧) ଓ ଅନ୍ୟଜଣେ ତା ସହଯୋଗୀ ମୁକୁନ୍ଦପ୍ରସାଦ ମେନରୋଡ ପିଏନ କଲେଜ ଛକର ରାଜ ଦଳବେହେରା (୨୩) ।

  18. ଏଚ୍‌ଡିଏଫସି ବ୍ୟାଙ୍କ ସହିତ ଏଚ୍‌ଡିଏଫସି ଲିମିଟେଡର ମିଶ୍ରଣ  କାର୍ଯ୍ୟକାରୀ ହୋଇଛି। ଏହାପରେ ଏଚ୍‌ଡିଏଫସି ଲିମିଟେଡର କାର୍ଯ୍ୟାଳୟ ଓ ଶାଖାର ରୂପକୁ ବଦଳା ଯାଇ ଏଚ୍‌ଡିଏଫସି ବ୍ୟାଙ୍କ ରୂପ ଦିଆଯାଉଛି।

  19. ସାଫ୍ ଫୁଟ୍‌ବଲ ଚାମ୍ପିଅନସିପ୍; ୪-୨ ଗୋଲରେ ଲେବନାନକୁ ହରାଇ ଫାଇନାଲରେ ଭାରତ ।

  20. ବିଶ୍ବକପ୍ କ୍ରିକେଟ ଆରମ୍ଭ ହେବା ପୂର୍ବରୁ ହିଁ ସବୁଠାରୁ ବଡ଼ ଓଲଟପାଲଟ ହୋଇଛି । ଦୁଇ ଥରର ଚାମ୍ପିଅନ ଓ୍ବେଷ୍ଟଇଣ୍ଡିଜ୍ ଏଥର ବିଶ୍ବକପ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହିଁ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.