• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୨୦୦୮ ବ୍ୟାଚ୍ ଆଇଏଏସ୍ ଯାମିନୀ ଷଡ଼ଙ୍ଗୀଙ୍କୁ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ଏହାସହିତ ସେ ଅର୍ଥ ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ ।

  2. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ୟୁନିଟ -୩ ସ୍ଥିତ ଭୀମ ଭୋଇ ଦୃଷ୍ଟିହୀନ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବିପିନ ବିହାରୀ ଚୌଧୁରୀ ଶ୍ରୁତିବାଧିତ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୂପେ ଲୋକାର୍ପିତ କରିଛନ୍ତି।

  3. ଏପି ମହେଶ ‌କୋଅପରେଟିଭ୍ ଅର୍ବାନ୍ ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୬୫ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ୨୦୨୨ରେ ଏହି ବ୍ୟାଙ୍କ ଉପରେ ହ୍ୟାକରମାନେ ଆକ୍ରମଣ କରି ୧୨.୪୮ କୋଟି ଟଙ୍କା ଚୋରାଇ ନେଇଥିଲେ।

  4. ଇସ୍ରାଏଲୀ ସେନା ସୋମବାର ୱେଷ୍ଟ ବ୍ୟାଙ୍କର ଜେନିନ ସହର ଉପରେ ଡ୍ରୋନ ଆକ୍ରମଣ କରିଛି। ୱେଷ୍ଟ ବ୍ୟାଙ୍କରେ ଗତ ୨୦ ବର୍ଷ ମଧ୍ୟରେ ହୋଇଥିବା ଏହି ବଡ଼ ଧରଣର ଆକ୍ରମଣରେ ଅତିକମ୍‌ରେ ୮ ଜଣ ପାଲେଷ୍ଟେନୀୟଙ୍କ ମୃତ୍ୟୁ ହୋଇଛି।

  5. ଚନ୍ଦ୍ରାୟାନ -୩ ମିଶନ ଜୁଲାଇ ୧୩ରେ ଲଞ୍ଚ ହେବ। ସୋମବାର ଏନେଇ ଇସ୍ରୋ ଚେୟାରମ୍ୟାନ ଏସ୍‌. ସୋମନାଥ ସୂଚନା ଦେଇଛନ୍ତି। ସୋମନାଥ କହିଛନ୍ତି, ଆମେ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡି କରିବାକୁ ସକ୍ଷମ ହେବୁ। 

  6. ପବନହଂସରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତିକୁ ସ୍ଥଗିତ ରଖିବା ଲାଗି କେନ୍ଦ୍ର ସରକାର ସୋମବାର ନିଷ୍ପତ୍ତି ନେଇଛନ୍ତି। 

  7. ଭାରତୀୟ ସୈନ୍ୟବାହିନୀର ୟୁନିଟଗୁଡ଼ିକରେ ମେଜର, କ୍ୟାପଟେନ୍‌ ଭଳି ମଧ୍ୟମ ବର୍ଗ ଅଫିସର ସଂଖ୍ୟାରେ ଘୋର ଅଭାବ ଦେଖାଦେଇଛି, ଯାହା ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗ।

  8. ନ୍‌ସିପି ନେତା ଅଜିତ ପାଓ୍ବାର ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବା ପରେ ରାଜ୍ୟ ସରକାରଙ୍କୁ ସମର୍ଥନ କରୁଥିବା ବିଧାୟକମାନଙ୍କ ସଂଖ୍ୟା ୨୦୦ ଅତିକ୍ରମ କରିଛି, ଯାହାକି ଗତ ୫୧ ବର୍ଷ ମଧ୍ୟରେ ପ୍ରଥମ ଘଟଣା।

  9. ଦକ୍ଷିଣ କେନ୍ଦ୍ରୀୟ ରେଳବାଇକୁ ନିକଟରେ ଏକ ଅଜ୍ଞାତ ଚିଠି ମିଳିଛି। ଯେଉଁଥିରେ ଆସନ୍ତା ସପ୍ତାହରେ ହାଇଦ୍ରାବାଦ-ଦିଲ୍ଲୀ-ହାଇଦ୍ରାବାଦ ମାର୍ଗରେ ବାଲେଶ୍ୱର ଭଳି ଟ୍ରେନ ଦୁର୍ଘଟଣା ହେବ ବୋଲି ଚେତାବନୀ ଦିଆଯାଇଛି।

  10. ଧାରା ୩୭୦ ଉଚ୍ଛେଦ ଉପରେ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଜୁଲାଇ ୧୧ରେ ସୁପ୍ରିମକୋର୍ଟରେ ଶୁଣାଣି ହେବ।

  11. ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ୨ ହଜାର ଟଙ୍କିଆ ନୋଟ୍‌ ପ୍ରତ୍ୟାହାର କରିନେବା ଲାଗି ଘୋଷଣା କରିଛି। ଏନେଇ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବାକୁ ସମୟ ଦିଆଯାଇଛି।

  12. ମହାରାଷ୍ଟ୍ରରେ ବିଦ୍ରୋହ ପରେ ରାଜନୈତିକ ଉତ୍ତେଜନା ଜାରି ରହିଛି। ବର୍ତ୍ତମାନ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏନସିପି ସେମାନଙ୍କୁ ଦଳରୁ ବହିଷ୍କାର କରିଛି।

  13. ମଣିପୁର ହିଂସା ସମ୍ପର୍କରେ ସୁପ୍ରିମକୋର୍ଟ ମଣିପୁର ସରକାରଙ୍କ ଠାରୁ ଏକ ଅପଡେଟ ଷ୍ଟାଟସ ରିପୋର୍ଟ ମାଗିଛନ୍ତି। ଜୁଲାଇ ୧୦ସୁଦ୍ଧା ଏହି ରିପୋର୍ଟ ମଗାଯାଇଛି।

  14. ସୋମବାର ସୁପ୍ରିମ୍‌କୋର୍ଟ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନ୍‌ୟୁ) ପ୍ରଶାସନକୁ ଏକ ନୋଟିସ୍ ଜାରି କରିଛନ୍ତି। ବିଶ୍ବବିଦ୍ୟାଳୟକୁ ଜଣେ ପ୍ରଫେସର ସେକ୍ସ ରୢାକେଟ୍‌ର ପେଣ୍ଠ ବୋଲି କହିଥିବାର କୌଣସି ଲିଖିତ ଦଲିଲ ଅଛି କି ନାହିଁ ଯାଞ୍ଚ କରି ତାହା ଜଣାଇବାକୁ କୋର୍ଟ ଆଦେଶ ଦେଇଛନ୍ତି।

  15. ଗ୍ରୀଷ୍ମାବକାଶ ପରେ ନୂତନ କାଗଜ-ବିହୀନ ସୁବିଧା ସହ ସୁପ୍ରିମ୍‌କୋର୍ଟର କାର୍ଯ୍ୟ ପୁନଶ୍ଚ ଆରମ୍ଭ ହୋଇଛି। ଆଇନଜୀବୀ, ମାମଲାକାରୀ ଓ ଅନ୍ୟମାନଙ୍କ ପାଇଁ ମାଗଣା ୱାଇଫାଇ ସୁବିଧା ପ୍ରଦାନ କରାଯାଇଛି।

  16. ଦେଶରେ ୫ଜି ଟେଲି ଯୋଗାଯୋଗର ସମ୍ପ୍ରସାରଣ ଦ୍ରୁତ ଗତିରେ ଜାରି ରହିଥିବା ବେଳେ କେନ୍ଦ୍ର ସରକାର ପରବର୍ତ୍ତୀ ପିଢ଼ିର ୬ଜି ପ୍ରଯୁକ୍ତି ଉପରେ କାର୍ଯ୍ୟ ଆରମ୍ଭ କରିଛନ୍ତି।

  17. ସୋମବାର ନିର୍ବାଚନ କମିସନ ଏକ ଅନ୍‌ଲାଇନ୍‌ ପୋର୍ଟାଲ ଆରମ୍ଭ କରିଛନ୍ତି, ଯେଉଁଥିରେ ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ଆୟ, ବ୍ୟୟ ଓ ନିର୍ବାଚନ ଖର୍ଚ୍ଚ ଆଦିର ବିବରଣୀ ପ୍ରଦାନ କରିପାରିବେ।

  18. ଜମି ବଦଳରେ ରେଲେଓ୍ଵରେ ଚାକିରି ଦୁର୍ନୀତି ମାମଲାରେ ଲାଲୁ ପରିବାରର ସମସ୍ୟା ବଢ଼ିଯାଇଛି। ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡି ଦେବୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ ।

  19. ପାହାଳ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ଜଣେ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇ ଜୀବନ ବଞ୍ଚାଇ ଦେଲେ ସିଦ୍ଧାନ୍ତ । ଭୁବନେଶ୍ୱର ରାଜରାସ୍ତାରେ ଏମିତି କିଛି ସହଯୋଗ କରି ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି ଚଳଚ୍ଚିତ୍ର ତାରକା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ।

  20. ଓଡିଶା ଟ୍ରାଡିସନାଲ ସୋତୋକାନ କରାଟେ ଆସୋସିଏସନ ଦ୍ୱାରା ଆୟୋଜିତ ୯ମ ଓଡିଶା ଓପନ ଟିଏକେଏଫଆଇ କରାଟେ ଚମ୍ପିଆନସିପ୍-୨୦୨୩ ରେ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଓରନ୍ଦା ଗ୍ରାମର ୨ ଭଉଣୀ ସଫଳତା ଅର୍ଜନ କରିଛନ୍ତି । 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.