• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ୧୦ଟା ୩୦ରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ବୀର ସାବରକର ଅନ୍ତର୍ଜାତୀୟ ବିମାନବନ୍ଦର, ପୋର୍ଟ ବ୍ଲେୟାରର ନୂତନ ଇଣ୍ଟିଗ୍ରେଟେଡ୍ ଟର୍ମିନାଲ୍ ବିଲ୍ଡିଂର ଉଦ୍‌ଘାଟନ କରିବେ।

  2. ଚୀନ୍ ବିଦେଶ ମନ୍ତ୍ରୀ କିନ ଗାଙ୍ଗ ଗତ ପ୍ରାୟ ମାସେ ହେଲା ସାଧାରଣରେ ଦେଖିବାକୁ ମିଳିନାହାନ୍ତି। ଶେଷଥର ପାଇଁ ଗତମାସ ୨୫ ତାରିଖରେ ତାଙ୍କୁ ଏକ ବୈଠକରେ ଦେଖାଯାଇଥିଲା। ଚଳିତମାସ ୧୩ ଓ ୧୪ ତାରିଖରେ ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଆସିଆନ ବିଦେଶ ମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା।

  3. ଗତ ପାଞ୍ଚ ବର୍ଷ ଭିତରେ ଦେଶରେ ଦାରିଦ୍ର୍ୟ ଦୂରୀକରଣରେ ବଡ଼ ଧରଣର ସଫଳତା ମିଳିଛି। ସାରା ଦେଶରେ ରେକର୍ଡ ୧୩.୫ କୋଟି ଲୋକ ଦାରିଦ୍ର୍ୟ ରାକ୍ଷାସ କବଳରୁ ମୁକ୍ତି ପାଇଛନ୍ତି।

  4. ଓଡ଼ିଶାରେ ଦାରିଦ୍ର୍ୟ ହାର ଏହି ସମୟରେ ୨୯.୩୪ ପ୍ରତିଶତରୁ ୧୫.୮୬ ପ୍ରତିଶତକୁ ହ୍ରାସ ପାଇଛି। ଗ୍ରାମୀଣ ଦାରିଦ୍ର୍ୟ ହାର ୩୨.୬୪ ପ୍ରତିଶତରୁ ୧୭.୭୨ ପ୍ରତିଶତକୁ ଖସିଥିବା ବେଳେ ସହରାଞ୍ଚଳରେ ସେହି ହାର ୧୨.୩୨ ପ୍ରତିଶତରୁ ୫.୪୨ ପ୍ରତିଶତକୁ ହ୍ରାସ ପାଇଛି। ଜିଲ୍ଲାଗୁଡ଼ିକ ମଧ୍ୟର ମାଲକାନାଗିରି ଦାରିଦ୍ର୍ୟ ହାର ରାଜ୍ୟରେ ସର୍ବାଧିକ ୪୫.୦୧ ପ୍ରତିଶତ ଥିବା ବେଳେ ପୁରୀରେ ସର୍ବନିମ୍ନ ୩.୨୯ ପ୍ରତିଶତ ରହିଛି।

  5. ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର, ଟିଏମ୍‌ସି ନେତା ଡେରେକ ଓବ୍ରାଏନଙ୍କ ସମେତ ମୋଟ ୧୧ ଜଣ ନେତା ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବେ। ଏମାନଙ୍କ ମଧ୍ୟରୁ ୬ଜଣ ଟିଏମ୍‌ସିର ଏବଂ ୫ ଜଣ ବିଜେପି ନେତା ରହିଛନ୍ତି। କାରଣ ଏହି ସବୁ ଆସନରେ କୌଣସି ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ ନାହାନ୍ତି।

  6. ଦିଲ୍ଳୀରେ ସରକାରୀ ଅଧିକାରୀଙ୍କ ଉପରେ ନିଜର ନିୟନ୍ତ୍ରଣ ଲାଗି କେନ୍ଦ୍ର ସରକାର ଜାରି କରିଥିବା ଅଧ୍ୟାଦେଶ ବୈଧ କି ନୁ‌ହଁ? ଏହା ଉପରେ ବିଚାର କରିବ ସୁପ୍ରିମ କୋର୍ଟର ୪ ଜଣିଆ ସମ୍ବିଧାନ ବେଞ୍ଚ। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଏଭଳି ସୂଚନା ଦେଇଛନ୍ତି। ତେବେ ଆସନ୍ତା ୨୦ ତାରିଖରେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

  7. ୨୦୨୦ରେ ଜଣେ ୪୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଅନୁରାଗ ଚନ୍ଦ୍ରାଙ୍କୁ ୩ ଜଣ କିଶୋରଙ୍କ ହତ୍ୟା ଓ ଆଉ ୩ ଜଣ କିଶୋର ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।

  8. ରପ୍ତାନି ପ୍ରସ୍ତୁତି ସୂଚକାଙ୍କ ୨୦୨୨ର ସାମଗ୍ରିକ ରୢାଙ୍କିଂରେ ଓଡ଼ିଶା ଏକାଦଶ ସ୍ଥାନରେ ରହିଛି। ନିତି ଆୟୋଗ ପକ୍ଷରୁ ଆଜି ଏହି ସୂଚକାଙ୍କ ପ୍ରକାଶ ପାଇଛି। ଓଡ଼ିଶାର ସ୍କୋର ହେଉଛି ୫୮. ୮୪। ୨୦୨୧ରେ ଏହି ସୂଚୀରେ ଓଡ଼ିଶା ତ୍ରୟୋଦଶ ସ୍ଥାନରେ ଥିଲା।

  9. ଆମେରିକାରେ ସର୍ବାଧିକ ତାପମାତ୍ରା ରେକର୍ଡସ୍ତରରେ ୫୦ଡିଗ୍ରୀ ଟପିଲା ।

  10. ଜୁଲାଇ ୨୫ ରୁ ୨୭ ପର୍ୟ୍ୟନ୍ତ ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ, ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ।

  11. ବିଶ୍ୱ ଅର୍ଥନୀତି କଠିନ ସ୍ଥିତିରେ ରହିଛି ବୋଲି ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବଙ୍ଗା ସୋମବାର କହିଛନ୍ତି। ବିଶ୍ୱବ୍ୟାଙ୍କ ଗତ ମାସରେ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ୨୦୨୪ର ପୂର୍ବାନୁମାନକୁ ୨.୭%ରୁ ୨.୪%କୁ ହ୍ରାସ କରିଥିଲା।

  12. ଓଡିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡକୁ ସ୍କଚ୍‌-୨୦୨୩ ପୁରସ୍କାର, ସମବାୟ ମନ୍ତ୍ରୀ ଶୁଭେଚ୍ଛା ଜଣାଇଲେ।

  13. ଦୁନିଆର ପ୍ରତିଷ୍ଠିତ ବ୍ୟାଙ୍କ୍‌ ମଧ୍ୟରେ ଭାରତର ପ୍ରଥମ, ୧୦୦ ବିଲିୟନ ମାର୍କେଟ୍‌ କ୍ୟାପ୍‌ କ୍ଲବ୍‌ରେ ଏଚଡିଏଫସି ଏଣ୍ଟ୍ରି କଲା

  14. ବିଜୁ ଜନତା ଦଳ ଉଭୟ ଏନଡିଏ ଓ ୟୁପିଏ ଦଳର ବୈଠକରେ ସାମିଲ ହେବନି ।

  15. ୨୦୨୧-୨୨ର ଦ୍ବିତୀୟ ତ୍ରୈମାସିକରେ ସହରାଞ୍ଚଳ ଲୋକମାନଙ୍କ ମାସିକ ହାରାହାରି ଦରମା ୨୦,୦୩୦ ଟଙ୍କା ଥିଲା। ୨୦୨୩ର ପ୍ରଥମ ‌ତ୍ରୈମାସିକରେ ତାହା ୨୧,୬୪୭ ଟଙ୍କାକୁ ବୃଦ୍ଧି ପାଇଛି

  16. ଗୋପାଳପୁର ବନ୍ଦର ପଣ୍ୟ ଲୋଡିଂରେ ରେକର୍ଡ ,୪୦ ଘଣ୍ଟାରେ ୮୬,୭୦୦ ମେଟ୍ରିକ୍ ଟନ୍ ଲୁହାପଥର ଲୋଡିଂ ହେଲା ।

  17. ଡିଜିଟାଲ୍ କାରବାର କ୍ଷେତ୍ରରେ ବିଶ୍ବ ଦରବାରରେ ଭାରତକୁ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥିବା ଦେଶୀ ୟୁନିଫାଏଡ୍‌ ପେମେଣ୍ଟ୍‌ ଇଣ୍ଟରଫେସ୍ (ୟୁପିଆଇ) ଏବେ ବିଦେଶରେ ବେଶ ଲୋକପ୍ରିୟ ହେବାରେ ଲାଗିଛି।

  18. ସଫଳତାର ସହ ଦ୍ୱିତୀୟ କକ୍ଷରେ ପ୍ରବେଶ କଲା ଚନ୍ଦ୍ରୟାନ-୩, ଇସ୍ରୋ ସୂଚନା  ଦେଲା ।

  19. ୧୦,୦୦୦ କୋଟିରୁ ଅଧିକ ମୂଲ୍ୟରେ ୯୭ ମେଡ୍ ଇନ୍ ଇଣ୍ଡିଆ ଡ୍ରୋନ କିଣିବ ଭାରତ, ଚୀନ-ପାକିସ୍ତାନ ସୀମାରେ  ନଜର  ରଖିବ ।

  20. ଅକ୍ଟୋବର-ନଭେମ୍ବର ମାସରେ ଅହମଦାବାଦକୁ ରହିଥିବା ବିଭିନ୍ନ ବିମାନ ସେମାନଙ୍କ ଭଡ଼ାରେ ପାଖାପାଖି ୩୫୦ ପ୍ରତିଶତ ବୃଦ୍ଧି କରିଛନ୍ତି। ଅକ୍ଟୋବର ୧୫ ତାରିଖରେ ଦିନିକିଆ ବିଶ୍ବକପ୍‌ରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେଉଥିବାରୁ କ୍ରିକେଟ୍‌ ପ୍ରଶଂସକ, ଭିଆଇପି, ପ୍ରାୟୋଜକ ସମସ୍ତେ ଅଗ୍ରୀମ ଭାବେ ଟିକେଟ୍‌ ବୁକ୍‌ କରୁଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.