• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆଦାନି-ହିଣ୍ଡେନ୍‌ବର୍ଗ ମାମଲାରେ ପୁଞ୍ଜି ବଜାର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ପକ୍ଷରୁ ସୁପ୍ରିମକୋର୍ଟରେ ୪୧ ପୃଷ୍ଠାର ସତ୍ୟପାଠ ଦାଖଲ କରାଯାଇଛି।
  2. ଚିଲ୍‌ଡ୍ରେନ୍ସ ହୋମ୍‌ରେ ରହୁଥିବା ଛଅ ବର୍ଷରୁ ଅଧିକ ବୟସର ଶିଶୁ ଯେଉଁମାନଙ୍କୁ ଆଡପ୍ଟ କରାଯାଇନାହିଁ ସେମାନଙ୍କ ତାଲିକା ରାଜ୍ୟମା‌ନଙ୍କୁ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି।
  3. ଦୀର୍ଘକାଳ ଧରି ଲାଟଭିଆର ବୈଦେଶିକ ମନ୍ତ୍ରୀ ଥିବା ଏଡ୍‌ଗାର୍ସ ରିଙ୍କେଭିକ୍ସ ଶନିବାର ଦେଶର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଏହାଫଳରେ ଏକ ୟୁରୋପୀୟ ଦେଶର ସେ ହୋଇଛନ୍ତି ପ୍ରଥମ ସମଲିଙ୍ଗୀ ରାଷ୍ଟ୍ରମୁଖ୍ୟ।
  4. ଗତମାସରେ ପରଲୋକ ଗମନ କରିଥିବା ଇଟାଲିର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ ବେର୍ଲୁସ୍କୋନି ତାଙ୍କର ୩୩ ବର୍ଷୀୟା ପ୍ରେମିକା ମାର୍ଟା ଫାସିନାଙ୍କ ନାଁରେ ୧୦ କୋଟି ୟୁରୋ (୯,୦୫,୮୬,୫୪,୮୬୮ ଟଙ୍କା)ର ସମ୍ପତ୍ତି ୱିଲ୍ କରିଦେଇ ଯାଇଛନ୍ତି।
  5. ସୁଇଡେନ୍‌ର ଉପସାଲା ବିଶ୍ବବିଦ୍ୟାଳୟର ପିସ୍ ଆଣ୍ଡ କନଫ୍ଲିକ୍ଟ ବିଭାଗର ପ୍ରଫେସର ଅଶୋକ ସ୍ବାଇଁଙ୍କ ଭାରତୀୟ ବିଦେଶୀ ନାଗରିକତା (ଓସିଆଇ) କାର୍ଡ ବାତିଲ କରିବା ସଂପର୍କିତ କେନ୍ଦ୍ର ସରକାରଙ୍କ ଆଦେଶକୁ ଦିଲ୍ଲୀ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି।
  6. ଦିଲ୍ଲୀରେ ଗ୍ରୁପ୍-ଏ ସରକାରୀ ଚାକିରି ଉପରେ ନିୟନ୍ତ୍ରଣ ନେଇ କେନ୍ଦ୍ର ସରକାର ଜାରି କରିଥିବା ଅଧ୍ୟାଦେଶକୁ ବିରୋଧ କରି ଦିଲ୍ଲୀ ସରକାର କରିଥିବା ଆବେଦନ ଉପରେ ଆଜି ସୁପ୍ରିମ୍‌କୋର୍ଟ କେନ୍ଦ୍ରକୁ ନୋଟିସ୍ ଜାରି କରିଛନ୍ତି।
  7. ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନ ଠାରେ ଅନୁଷ୍ଠିତ ଦୁଇ ଦିବସୀୟ ‘ଭିଜିଟର କନଫରେନ୍ସ-୨୦୨୩’କୁ ଉଦଘାଟନ କାଲେ ।
  8.  ବଦଳିଲା ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ l ଏଣିକି ‘ଧଳା-ଘନ ନୀଳ’ ବଦଳରେ ‘ହଣ୍ଟର ଗ୍ରିନ୍‌’ ରଙ୍ଗର ପୋଷାକ ପିନ୍ଧିବେ। ଛାତ୍ରଙ୍କ ପାଇଁ ଫୁଲ୍‌ପ୍ୟାଣ୍ଟ ଓ ସାର୍ଟ ରହିଥିବା ବେଳେ ଛାତ୍ରୀଙ୍କ ଲାଗି ଚୁଡ଼ିଦାର-ପଞ୍ଜାବୀ ସହ ଜ୍ୟାକେଟ୍‌ ପୋଷାକ ରହିଛି।
  9. ପୁରାତନ ଛାତ୍ରଛାତ୍ରୀଙ୍କ ସହାୟତାରେ ‘ମୋ ସ୍କୁଲ’ ଅଧୀନରେ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ବ୍ୟାପକ ବୃକ୍ଷରୋପଣ କରାଯିବ।
  10. ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ନୂତନ ମହାବିଦ୍ୟାଳୟ ଓ ପାଠ୍ୟକ୍ରମ ଖୋଲିବା ପାଇଁ ଆବେଦନ ଅବଧି ହେଲା ବୃଦ୍ଧି l ଏଣିକି ଆଗ୍ରହୀ ଶିକ୍ଷାନୁଷ୍ଠାନ କିମ୍ବା ସଂସ୍ଥାଗୁଡ଼ିକ ଜୁଲାଇ ୧୫ ପର୍ଯ୍ୟନ୍ତ ଆବେଦନ କରିପାରିବେ।
  11. ରାଜ୍ୟ କ୍ୟାବିନେଟରେ ୯ ପ୍ରସ୍ତାବକୁ ବାଜିଲା ମୋହର l ପ୍ରତି ପଞ୍ଚାୟତକୁ ମିଳିବ ୫୦ଲକ୍ଷ l ପ୍ରତ୍ୟେକ ଗାଁରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରାଯାଇପାରିବ।
  12. ଏଣିକି ପରିଚୟପତ୍ର ବିନା ୨୦୦୦ ଟଙ୍କିଆ ବଦଳାଇହେବ l ଏ ନେଇ ସୁପ୍ରିମକୋର୍ଟ ଶୁଣାଇଲେ ରାୟ l
  13. ୨୦୭୫ ସୁଦ୍ଧା ବିଶ୍ବର ଦ୍ବିତୀୟ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ହୋଇପାରେ ଭାରତ। ଏଭଳି ଭବିଷ୍ୟବାଣୀ କଲା ଗ୍ଲୋବାଲ୍‌ ଇନଭେଷ୍ଟମେଣ୍ଟ ବ୍ୟାଙ୍କ୍‌ ଗୋଲ୍ଡମ୍ୟାନ ସାକ୍ସ । ଆମେରିକାକୁ ପଛରେ ପକାଇ ଭାରତ ହେବ ଦ୍ବିତୀୟ ବଡ଼ ଅର୍ଥନୀତି l
  14. ‘ପ୍ରାଇସ୍‌’ ନାମକ ରିପୋର୍ଟରେ ବଡ଼ ଖୁଲାସା - ଦେଶର ୭୩ ପ୍ରତିଶତ ଲୋକଙ୍କ ଉପରେ କୌଣସି ପ୍ରକାର ଋଣ ନାହିଁ। ଗରିବ ଲୋକଙ୍କ ତୁଳନାରେ ଧନୀ ଲୋକଙ୍କ ଉପରେ ତିନି ଗୁଣା ଅଧିକ ଋଣ ରହିଛି।
  15. -କେନ୍ଦ୍ରାପଡ଼ା-ଭଦ୍ରକକୁ ଯୋଡ଼ିବାକୁ ଖରସ୍ରୋତାରେ  ସେତୁ ହେବ l ଏଥିପାଇଁ ୯୭କୋଟି ୨୪ଲକ୍ଷ ୫୦ହଜାର ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଏହା ଅଢ଼େଇ ବର୍ଷରେ ଶେଷ ହେବ।
  16. ଆସନ୍ତା ରାଜ୍ୟସଭା ନିର୍ବାଚନ ପାଇଁ ବହିର୍ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଗତକାଲି ଗୁଜରାଟର ଗାନ୍ଧୀନଗରରୁ ନାମାଙ୍କନପତ୍ର କଲେ ଦାଖଲ l ଆସନ୍ତା ୨୪ ତାରିଖରେ ତିନୋଟି ରାଜ୍ୟର ୧୦ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ l
  17. ୟୁରୋପ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପ୍ରଥମ ପର୍ଯ୍ୟାୟରେ ପହଞ୍ଚିଲେ ବ୍ରିଟେନ ରେ l ଆମେରିକା ଓ ବ୍ରିଟେନ ମଧ୍ୟରେ ସଂପର୍କ ଅତ୍ୟନ୍ତ ମଜଭୁତ ହେବ ବୋଲି କହିଲେ ବାଇଡେନ l
  18. ଫ୍ରାନ୍ସ ଠାରୁ ୨୬ଟି ରାଫେଲ୍ ଏମ୍‌ ଜେଟ୍‌ ଓ ୩ ଟି ବୁଡ଼ାଜାହାଜ କିଣିବ ଭାରତ, ଜୁଲାଇ ୧୪ ରୁ ୧୬ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ପ୍ୟାରିସ୍ ଗସ୍ତରେ ଚୁକ୍ତି ନେଇ ହୋଇପାରେ ଘୋଷଣା ।
  19. ସମସ୍ତ କ୍ରିକେଟରଙ୍କୁ ପଛରେ ପକାଇ ନିଜ ନାରେ ଆଉ ଏକ ରେକର୍ଡ ସାମିଲ କଲେ ବିରାଟ କୋହଲି l ବିଶ୍ୱ କ୍ରିକେଟରେ ଅନ୍ୟ ଖେଳାଳିଙ୍କ ତୁଳନାରେ ବିରାଟ କୋହଲିଙ୍କ ଉଇକିପିଡ଼ିଆ ପେଜ୍‌ରେ ସର୍ବାଧିକ ସର୍ଚ୍ଚ କରାଯାଇଥିବା ପେଜ୍‌ ହୋଇପାରିଛି।
  20. ରାଜ୍ୟର ଏକମାତ୍ର ମହିଳା ଭାବେ ଆଇଏମ୍ ଟାଇଟଲ୍ ରଖିଥିବା ପଦ୍ମିନୀ ରାଉତ ନିଜ ଖେଳ ଜୀବନରେ ଯୋଡ଼ିଲେ ଆଉ ଏକ ଫର୍ଦ l ଜିତିଲେ ପଞ୍ଚମ ଜାତୀୟ ମୁକୁଟ, କହିଲେ ‘ଗ୍ରାଣ୍ଡ୍ ମାଷ୍ଟର ଟାଇଟଲ୍ ହେବା ମୋ ଲକ୍ଷ୍ୟ’

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.