• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ନିର୍ଦ୍ଦେଶକ ସଂଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବଢ଼ାଇବା ମାମଲାରେ କେନ୍ଦ୍ର ସରକାରଙ୍କୁ ବଡ଼ ଝଟ୍‌କା ଲାଗିଛି। ସୁପ୍ରିମ୍‌କୋର୍ଟ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ବେଆଇନ ବୋଲି କହିଛନ୍ତି ଏବଂ ଜୁଲାଇ ୩୧ ସୁଦ୍ଧା କାର୍ଯ୍ୟାଳୟ ଛାଡ଼ିବା ପାଇଁ ସମୟସୀମା ଧାର୍ଯ୍ୟ କରିଛନ୍ତି।

  2. ବେଙ୍ଗାଲୁରୁରେ ଏକ ନୂଆ ଇଣ୍ଟରନେଟ କମ୍ପାନିର ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି)ଙ୍କୁ ତାଙ୍କ କାର୍ଯ୍ୟାଳୟରେ ହତ୍ୟା କରାଯାଇଛି। 

  3. ସୁପ୍ରିମ୍‌କୋର୍ଟ ମଙ୍ଗଳବାର କହିଛନ୍ତି ଯେ, ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି କରାଯାଇଥିବା ଆବେଦନଗୁଡ଼ିକ ଉପରେ ଅଗଷ୍ଟ ୨ରୁ ଅନ୍ତିମ ପର୍ଯ୍ୟାୟ ଶୁଣାଣି ଆରମ୍ଭ କରିବେ ଏବଂ ତାହା କେବଳ ସୋମବାର ଓ ଶୁକ୍ରବାରକୁ ଛାଡ଼ି ଦୈନନ୍ଦିନ ଭିତ୍ତିରେ ଚାଲିବ।

  4. ମଧ୍ୟପ୍ରଦେଶର ସାଗରରେ ରଣଜିତ ଲୋଧି ନାମକ ଜଣେ ଲୋକ ଅଭିଯୋଗ କରିଛନ୍ତି ଯେ ଏକ ଡାଲି କାରଖାନାର ମାଲିକ ତାଙ୍କୁ ପରିସ୍ରା ପିଇବାକୁ ବାଧ୍ୟ କରିଛନ୍ତି। ପୁଲିସ ତାଙ୍କ ଅଭିଯୋଗ ଉପରେ କର୍ଣ୍ଣପାତ ନ କରିବାରୁ ସେ କଂଗ୍ରେସ ନେତାମାନଙ୍କ ଦ୍ବାରସ୍ଥ ହୋଇଥିଲେ।

  5. ଆଗାମୀ ୨୦୨୫ ଜାନୁଆରି ପହିଲା ପରେ ନିର୍ମାଣ ହେବାକୁ ଥିବା ଏନ୍-୨ ଏବଂ ଏନ୍-୩ ବର୍ଗର ମୋଟର ଯାନ କ୍ୟାବିନରେ ବାତାନୁକୂଳ ବ୍ୟବସ୍ଥା ବା ଏୟାର କଣ୍ଡିସନ ସିଷ୍ଟମ ସଂଯୋଗ କରିବା ବାଧ୍ୟତାମୂଳକ ହେବ । 

  6. ଗୁଗୁଲ୍ ଏହାର ପ୍ଲେ ଷ୍ଟୋରରୁ ୪୨ଟି ଋଣ ପ୍ରଦାନକାରୀ ଆପକୁ ହଟାଇଦେଇଛି | ସେହିଭଳି ଆପଲ୍ ମଧ୍ୟ ଏଭଳି ୬ଟି ନକଲି ଋଣ ପ୍ରଦାନକାରୀ ଆପକୁ ଆପଲ ଷ୍ଟୋରରୁ ହଟାଇ ଦେଇଛି।

  7. ବିଜେପି ନେତା, ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ର ସଭାପତି ବ୍ରିଜଭୂଷଣ ସିଂହ ଏବଂ ମୁଖ୍ୟ ସଚିବ ବିନୋଦ ତୋମାରଙ୍କ ବିରୋଧରେ ହୋଇଥିବା ଯୌନ ନିର୍ଯାତନା ମାମଲାରେ ଦିଲ୍ଲୀ ପୁଲିସ୍‌ ଅଦାଲତରେ ଦାଖଲ କରିଥିବା ୧୦୦୦ ପୃଷ୍ଠାର ଚାର୍ଜସିଟ୍‌ର ବିବରଣୀ ଜାତୀୟ  ଗଣମାଧ୍ୟମ ‘ରିପବ୍ଲିକ୍‌ ଡିଜିଟାଲ୍‌’ ହାସଲ କରିଛି।

  8. ରାଜ୍ୟର ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ନୂତନ ପଦବୀ ସୃଷ୍ଟି ହୋଇଛି। ରାଜ୍ୟ ସରକାର ମୋଟ ୯୦୨ଟି ପଦବୀ ସୃଷ୍ଟି କରିଛନ୍ତି। ଏଥିମଧ୍ୟରେ ୬୪୨ଟି ଶିକ୍ଷକ ଓ ୨୬୦ଟି ଅଣଶିକ୍ଷକ ପଦବୀ ରହିଛି। 

  9. ଉଚ୍ଚଶିକ୍ଷା ପାଇଁ ଅନୁସୂଚିତ ଜାତି ଜନଜାତିର ଛାତ୍ରଛାତ୍ରୀଙ୍କୁ ମିଳିବ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା।  

  10. ରିଲିଜ୍ ହେଲା ‘ଓଏମଜି-୨’ର ଦମଦାର ଟିଜର, ଲୋମଟାଙ୍କୁରି ଦେଲା ଅକ୍ଷୟଙ୍କ ଏଣ୍ଟ୍ରି ।

  11. ନେପାଳ ହେଲିକପ୍ଟର ଦୁର୍ଘଟଣାରେ ୬ ମୃତ, ମୃତକଙ୍କ ମଧ୍ୟରେ ୫ ମେକ୍ସିକୋ ନାଗରିକ ।

  12. ଆନନ୍ଦ ବଜାରରେ ବାହାର ବ୍ୟକ୍ତି ବିକ୍ରି କରିପାରିବେନି ମହାପ୍ରସାଦ ଓ ସୁଖିଲା ଭୋଗ।  ବାହାର ବ୍ୟକ୍ତି ଅବଢା ବିକିଲେ ଥାନାରେ ଏତଲା ସହ କାର୍ଯ୍ୟାନୁଷ୍ଠାନ ହେବ ।

  13. ରାଜ୍ୟରେ ନିଅଣ୍ଟିଆ ବର୍ଷା ଯୋଗୁଁ ବଢ଼ିଲା ଚିନ୍ତା।  ପାଣି ଅଭାବରୁ ବିଭିନ୍ନ ସ୍ଥାନରେ ଜମି ଫାଟି ଆଁ।

  14. ୧୫ ବର୍ଷରେ ଭାରତରେ ୪୧.୫ କୋଟି ଲୋକେ ଦାରିଦ୍ର୍ୟ ମୁକ୍ତ ହୋଇଛନ୍ତି ବୋଲି  ୟୁଏନ୍ ରିପୋର୍ଟ କହିଛି ।

  15. ମହାନ ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତି ପୀଠର ବିକାଶ କରାଯିବ ଏବଂ  ତାଳଚେର ମେଡିକାଲ୍ କଲେଜ ପବିତ୍ର ମୋହନଙ୍କ ନାମରେ ନାମିତ ହେବ ।

  16. ଭାରତ ବିଶ୍ୱର ଦ୍ୱିତୀୟ ମହାଶକ୍ତି ହେବ । ଗୋଲଡମ୍ୟାନ ସ୍ୟାଚସର ଆକଳନ, ୨୦୭୫ରେ ଆମେରିକାକୁ ଟପିଯିବ ।

  17. GST କାଉନସିଲରେ ବଡ଼ ନିଷ୍ପତ୍ତି, ଅନଲାଇନ୍ ଗେମିଂ ଉପରେ ୨୮% ଟ୍ୟାକ୍ସ, କ୍ୟାନ୍ସରର ଇମ୍ପୋଟେଡ୍ ଔଷଧ ଏବେ ଟିକସ ମୁକ୍ତ ।

  18. ଚନ୍ଦ୍ରଯାନ-୩ ଲଞ୍ଚ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ଭାରତର ସବୁଠୁ ବଡ ସ୍ପେଶ ମିଶନ ଚନ୍ଦ୍ରଯାନ ଥ୍ରୀର ସଫଳତା ନେଇ ଆଶାବାଦୀ ଅଛି ଇସ୍ରୋ  ।

  19. ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ମାମଲାରେ  ୨ ମାସ ସମୟ ନେଲେ ରାଜ୍ୟ ସରକାର ।

  20. ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଓ ୱାଗନର ମୁଖ୍ୟ ୟେଭଜେନି ପ୍ରିଗୋଜିନଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଛି। ଜୁନ୍ ୨୯ରେ ରୁଷିଆ ରାଜଧାନୀ ମସ୍କୋରେ ଉଭୟଙ୍କ ମଧ୍ୟରେ ଏହି ସାକ୍ଷାତ ଆଲୋଚନା ହୋଇଥିବା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମଲିନ ପକ୍ଷରୁ ସୋମବାର (ଜୁଲାଇ ୧୦) କୁହାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.