• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଜୁଲାଇ ୨୬ରେ ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉଦଯାପନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଯୋଗଦେବେ।

  2. ସାରା ବିଶ୍ବରେ ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ବ୍ୟାପୁଥିବା ଖବର ମିଳୁଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ସତର୍କ କରାଇ କୁହାଯାଇଛି ଯେ, ଏହି ଭୂତାଣୁ ମଣିଷକୁ ସହଜରେ ସଂକ୍ରମିତ ହୋଇପାରେ।

  3. ଶୁକ୍ରବାର ଦ୍ବିପହର ୨ଟା ୩୫ରେ ଚନ୍ଦ୍ରଯାନ-୩ ଚନ୍ଦ୍ର ଅଭିମୁଖେ ଉଡାଣ ଆରମ୍ଭ କରିବ। ଏଥିପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଗଲାଣି। ଶ୍ରୀହରିକୋଟା ସ୍ଥିତି ସତୀଶ ଧାୱନ ସ୍ପେସ୍‌ ସେଣ୍ଟରର ଲଞ୍ଚ ପ୍ୟାଡ୍‌-୨ରୁ ଏହି ଉତ୍‌କ୍ଷେପଣ ହେବ।

  4. ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ରକ୍ଷା ଅଧିଗ୍ରହଣ ପରିଷଦ ୩ଟି ପ୍ରସ୍ତାବକୁ ଅନୁମୋଦନ କରିଛି । ଫାନ୍ସ ଠାରୁ ଭାରତୀୟ ସେନା ଲାଗି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସଂଯୁକ୍ତ ୨୬ଟି ରାଫେଲ୍ କିଣାଯିବ ।

  5. ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପ୍ରିମିୟମ ଅର୍ଥ ବହନ କରିବେ ରାଜ୍ୟ ସରକାର । ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ୨୦୨୩ ଖରିଫ ଋତୁରୁ ୨୦୨୫-୨୬ ରବି ଋତୁ ପର୍ୟ୍ୟନ୍ତ ପଞ୍ଜୀକୃତ ଚାଷୀଙ୍କ ଫସଲ ବୀମାର ପ୍ରିମିୟମ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ପ୍ରଦାନ କରିବେ ।

  6. ସେତୁ ଯୋଜନାରେ ସ୍ବାଭିମାନ ଅଞ୍ଚଳରେ ଦ୍ରୁତ ପରିବର୍ତ୍ତନକୁ ଉପଲବ୍‌ଧି କରି ଚିତ୍ରକୋଣ୍ଡା ବ୍ଲକ୍‌ର ଅବଶିଷ୍ଟ ୯ ଗୋଟି ପଞ୍ଚାୟତ ଯଥା – ଆନ୍ଦ୍ରପାଲ୍ଲୀ, ପଣସପୁଟ, ଜୋଡାମ୍ବୋ, ରାଲିଗଡା, ପେପରମେଟଲା, ବଡପଦା, ଗଜଲମାମୁଣ୍ଡି, ଜନ୍ତ୍ରୀ ଓ ଧୁଳିପୁଟ ଏବଂ କୋରୁକୁଣ୍ଡା ବ୍ଳକ୍‌ର ନାକାମାମୁଡି ପଞ୍ଚାୟତ ସହିତ ମୋଟ ୧୦ ଗୋଟି ଅନୁନ୍ନତ ପଞ୍ଚାୟତକୁ ସେତୁ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

  7. ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିବ ହୁଲକ୍ ଗିବନ। ଏ ନେଇ ଆସନ୍ତାକାଲି ଏକ ୬ ଜଣିଆ ଟିମ୍ ଅରୁଣାଚଳ ପ୍ରଦେଶର ଇଟାନଗର ଚିଡ଼ିଆଖାନା ଗସ୍ତ କରିବେ । ସେଠାରୁ ଏକ ଯୋଡା ହୁଲକ ଗିବନ ଏବଂ ଏକ ଯୋଡା ଚିତ୍ରା ବିରାଡ଼ି ଅଣାଯିବ।

  8. ଓଡିଶାରେ ୩ ବିଭାଗରେ ୧୮୧ ଜଣଙ୍କୁ  ମିଳିଛି ନୂଆ ନିଯୁକ୍ତି ।ଏହି ନିଯୁକ୍ତି ପର୍ବରେ ୧୦୪ ଶିକ୍ଷକ ପ୍ରଶିକ୍ଷକ, ୬୨ ସରକାରୀ ନିର୍ଦ୍ଦେଶକ ( ବିଧି )ଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିସହ ୧୫ ସହକାରୀ ପରିସଂଖ୍ୟନ ନିର୍ଦ୍ଦେଶକଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି।

  9. ଚଳିତ ଶିକ୍ଷାବର୍ଷ ପାଇଁ ଉଦ୍ଦିଷ୍ଟ ଥିବା ୪ ଲକ୍ଷ ୭୨ ହଜାର ୨୭୯ ସିଟ୍‌‌ ମଧ୍ୟରୁ ୪ ଲକ୍ଷ ୧୨ ହଜାର ୩୬୮ ପିଲାଙ୍କୁ ପ୍ରଥମ ପର୍ଯ୍ୟାୟରେ ସିଟ୍‌‌ ଆବଣ୍ଟନ କରାଯାଇଥିବା ବେଳେ ବୁଧବାର ସୁଦ୍ଧା ୩ଲକ୍ଷ ୧୭ ହଜାର ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି।

  10. ୧-ଆଜି ଚନ୍ଦ୍ରକୁ ଯିବ ଚନ୍ଦ୍ରଯାନ-୩। ଅପରାହ୍ଣ ୨ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ଚନ୍ଦ୍ରଯାନ-୩। ଏଲଭିଏମ-୩ ରକେଟ୍ ଦ୍ୱାରା ମହାକାଶକୁ ପ୍ରେରଣ କରାଯିବ।

  11. ଏଣିକି ୨ହେକ୍ଟର ବା ୫ଏକର ପର୍ଯ୍ୟନ୍ତ ଜମି ପାଇଁ ଚାଷୀଙ୍କୁ ଶସ୍ୟ ବୀମା ପ୍ରିମିୟମ ଆଉ ଦେବାକୁ ପଡ଼ିବ ନାର୍ହି । ରାଜ୍ୟ ସରକାର ଭରିବେ 'ଫସଲ ବୀମା’ର ପ୍ରିମିୟମ ଟଙ୍କା l

  12. ରାଜ୍ୟରେ ୧୬ ତାରିଖ ଆଡ଼କୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ୧୭ ତାରିଖ ଦିନ ସାରା ଓଡ଼ିଶାରେ ବର୍ଷିପାରେ।

  13. ହାଇକୋର୍ଟରେ ଚଳିତ ବର୍ଷ ପ୍ରଥମ ୬ ମାସରେ ହେଲା ୬୨ ହଜାର ୮୬୯ ମାମଲା ଫଏସଲା ବଢୁଛି। ମାମଲା ଫଏସଲା ହାର  l

  14. ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌) ପାକିସ୍ତାନକୁ ୧୨୦ କୋଟି ଡଲାର ପ୍ରଦାନ କଲା l

  15. ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସ ପୁଣି ଏକ ମାଇଲଖୁଣ୍ଟ କଲା ହାସଲ l ଗତକାଲି କାରବାର ସମୟରେ ସେନ୍‌ସେକ୍ସ ପ୍ରଥମ ଥର ପାଇଁ ୬୬,୦୦୦ ପଏଣ୍ଟ୍‌ ଅତିକ୍ରମ କରିଥିଲା l

  16. ପୂର୍ବତନ ଆମେରିକା ଜେନେରାଲଙ୍କ ଦାବି ଯେ  ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିବା ୱାଗ୍‌ନର ମୁଖ୍ୟଙ୍କ ମୃତ୍ୟୁ ହେଲା l

  17. ବିହାରର ପାଟନାରେ ଆଜି ବିଜେପି ଦ୍ବାରା ଆୟୋଜିତ ଏକ ଆନ୍ଦୋଳନ ସମୟରେ ବଡ଼ ଅଘଟଣ ଘଟିଯାଇଛି। ପୁଲିସର ଲାଠିମାଡ଼ରେ ବିଜେପି ନେତା ବିଜୟ ସିଂହଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି।

  18. ଏଡ୍ ଟେକ୍ କମ୍ପାନି ବାଇଜୁସ୍ ଏକ ନୂଆ ପରାମର୍ଶଦାତା ପରିଷଦ ଗଠନ କରିଛି। ଇନଫୋସିସର ପୂର୍ବତନ ମୁଖ୍ୟ ଆର୍ଥିକ ଅଧିକାରୀ ଟିଭି ମୋହନଦାସ ପାଇ ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ରଜନୀଶ କୁମାରଙ୍କୁ ସଦସ୍ୟ ଭାବେ ସେଥିରେ ନିଯୁକ୍ତ କରାଯାଇଛି।

  19. ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପଦାର୍ପଣ ମ୍ୟାଚ୍‌ରେ ଦମ୍ ଦେଖାଇଲେ ଯଶସ୍ଵୀ ଜୟସଓ୍ଵାଲ୍ l ଶତକ ହାସଲ କରି ରଚିଲେ ଇତିହାସ l ୱେଷ୍ଟଇଣ୍ଡିଜ ୧୫୦, ଭାରତ ୨୪୫/୨ 

  20. ଘରୋଇ ୱେଷ୍ଟଇଣ୍ଡିଜ୍‌ ଓ ଭାରତ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ୭୦୦ ଅନ୍ତର୍ଜାତୀୟ ୱିକେଟ ପୂରଣ କଲେ ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ l

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.