• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଇସ୍ରୋ। ସବୁ ଅପେକ୍ଷାର ଅନ୍ତ ଘଟି ସଫଳତା ପୂର୍ବକ ଉତକ୍ଷେପଣ ହେଲା ଚନ୍ଦ୍ରଯାନ-୩। ପୂର୍ବ ନିର୍ଦ୍ଧାରିତ ସମୟ ଆଜି ଦିନ ୨ଟା ୩୫ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାଓ୍ବନ ଲଞ୍ଚ ପ୍ୟାଡ୍ରୁ ଏହି ରକେଟର ସଫଳ ଉତକ୍ଷେପଣ କରାଯାଇଛି । ଏଲଭିଏମ-୩ ରକେଟ୍ ଦ୍ୱାରା ମହାକାଶକୁ ପ୍ରେରଣ କରାଯାଇଛି ।

  2. ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ୍‌ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ ହେବାକୁ ଥିବା ଭାରତର ତୃତୀୟ ଚନ୍ଦ୍ରାଭିଯାନର ‘ଚନ୍ଦ୍ରଯାନ-୩’ର ନେତୃତ୍ବ ନେଇଛନ୍ତି ‘ଭାରତର ରକେଟ୍‌ ଓମ୍ୟାନ୍‌’ ଭାବେ ସୁପରିଚିତା ଋତୁ କରିଧାଲ୍‌ ଶ୍ରୀବାସ୍ତବ।

  3. ପଶ୍ଚିମ ଓଡିଶାର ପ୍ରାୟ ୨୦୦୦ଟି କଲ୍ୟାଣ ମଣ୍ଡପ ଓ ସ୍ଥାନୀୟ ସଭାଗୃହ ଗୁଡିକର ନିର୍ମାଣ ହାତକୁ ନିଆଯିବ। ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯିବ।

  4. ଯୁକ୍ତ ୩ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ନେଇ  ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ତାଲିକା ପ୍ରକାଶ ପାଇଛି । ଯେଉଁ କଲେଜରେ ଇଣ୍ଟିଗ୍ରେଟେଡ ବିଏଡ୍‌ ଅଛି ସେଠି କଟ୍‌ଅଫ ଆଗରେ ରହିଛି। କଟ୍ ଅଫ୍ ମାର୍କରେ କଳା ଓ ବିଜ୍ଞାନରେ ବିଜେବି ଓ ରେଭେନ୍ସାକୁ ଅନ୍ୟ କଲେଜ ପଛରେ ପକାଇଛନ୍ତି। ବିଜ୍ଞାନରେ ପୁରୀ SCS କଲେଜର କଟଅଫ୍‌ ଆଗରେ ରହିଥିବା ବେଳେ କଳାରେ ବାଲେଶ୍ୱର ଫକୀରମୋହନ/ଏମ୍‌ପିସି ବାରିପଦା ଆଗରେ ରହିଛି।

  5. ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ‘କୌଶଳୀ’ ସ୍କୁଲ କ୍ଲବ୍‌ ଜରିଆରେ ପ୍ରଯୁକ୍ତିବିଦ୍ୟା ଓ କୋଡିଂ ଶିକ୍ଷା ଗ୍ରହଣ କରିବାକୁ ଯାଉଛନ୍ତି । ସେମାନଙ୍କୁ ଶିକ୍ଷାଦାନ କରିବା ପାଇଁ ରାଜ୍ୟସ୍ତରରେ ପ୍ରଶିକ୍ଷଣ ଆରମ୍ଭ ହୋଇଛି ।

  6. ରାଜ୍ୟକୁ ୧୮ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ହୋଇ ପ୍ରାୟ ମାସ ଶେଷ ପର୍ଯ୍ୟନ୍ତ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ପ୍ରଥମ ଲଘୁଚାପଟି ଆସନ୍ତା ୧୮ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସହ ମୌସୁମୀ ଟ୍ରଫ୍‌‌ ସ୍ୱାଭାବିକ ସ୍ଥିତିକୁ ଫେରିବ। ଏହାଦ୍ୱାରା ବୁଣା, ରୁଆ, ବେଉଷଣ ପାଇଁ ପାଣି ଉଠିଯାଇପାରେ।

  7. ଦେଶର ଜଳାଶୟଗୁଡ଼ିକର ଗଣନାକୁ ନେଇ ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା। ଏଥିରେ ଦେଶରେ ୩୮,୪୯୬ ଜଳାଶୟ ଜବରଦଖଲର ଶିକାର ହୋଇଥିବା ଦର୍ଶାଯାଇଥିଲା। ଉତ୍ତର ପ୍ରଦେଶରେ ସର୍ବାଧିକ ୧୫,୩୦୧ ଜଳାଶୟ ଜବରଦଖଲ ହୋଇଥିବାବେଳେ ଓଡ଼ିଶାରେ ୧୦୪୮ ଜଳାଶୟ ଜବରଦଖଲ ହୋଇଥିବା ଦର୍ଶାଯାଇଥିଲା।

  8. କୁନୋ ପାର୍କରେ ଆଉ ଏକ ଚିତାର ମୃତ୍ୟୁ ଘଟିଛି।  ଗତ ୪ ମାସରେ ୮ ଚିତାଙ୍କ ମୃତ୍ୟୁ ଏହେ ଚିନ୍ତାର କାରଣ ପାଲଟିଛି। ଲାଗୁଛି ଆଫ୍ରିକାରୁ ଆସିଥିବା ଚିତା ଯେପର୍ ଭାରତରେ ବଞ୍ଚିପାରିବେ ନାହିଁ।

  9. ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ‘ସିବିଆଇ’ ଏବଂ ‘ଇଡି’ଙ୍କୁ ନୋଟିସ ଜାରି କରିଛନ୍ତି। ମନୀଷ ସିସୋଦିଆଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ଜୁଲାଇ ୨୮ରେ ଶୁଣାଣି ହେବ।

  10. ୟୁସିସି ଉପରେ ନିଜର ମତ ଦେବାକୁ ଆଉ ୨ ସପ୍ତାହ ସମୟ ଦେଲେ ଲ କମିଶନ, ଜୁଲାଇ ୨୮ ତାରିଖ ମଧ୍ୟରେ ପରାମର୍ଶ ଜନତା ଦେବେ ।

  11. ମହାରାଷ୍ଟ ମନ୍ତ୍ରୀମଣ୍ଡଳ ଅସନ୍ତୋଷ ଭିତରେ ସମ୍ପ୍ରସାରଣ ହେଲା । ଉପ-ମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କୁ ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗ ମିଳିଲା ।

  12. ଫ୍ରାନ୍ସ ଜାତୀୟ ଦିବସ ପରେଡ଼ରେ ମୁଖ୍ୟ ଅତିଥି ଭାବେ ପ୍ରଧାନମନ୍ତ୍ରୀ ମୋଦୀ ସାମିଲ ହେଲେ । ୧୪ବର୍ଷ ପରେ ପ୍ୟାରିସରେ ଭାରତର ୩ ସେନା ପରେଡ଼ କଲେ ।

  13. ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମାରେ ବୃଦ୍ଧି କରିବାର କୌଣସି ପ୍ରସ୍ତାବ ନାହିଁ ବୋଲି ରାଜସ୍ବ ସଚିବ ସଞ୍ଜୟ ମଲହୋତ୍ରା କହିଛନ୍ତି।

  14. ଏବେ ଫ୍ରାନ୍ସରେ ବି ଟଙ୍କାରେ ପେମେଣ୍ଟ କରିହେବ, ଭାରତ ସହ ସହଭାଗିତା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କଲେ ।

  15. ଜଷ୍ଟିସ ଉଜ୍ଜ୍ବଳ ଭୂୟାଁ ଏବଂ ଜଷ୍ଟିସ ଏସ୍‌ ଭେଙ୍କଟନାରାୟଣ ଭଟ୍ଟି ଆଜି ସୁପ୍ରିମକୋର୍ଟ ବିଚାରପତି ଭାବେ ଶପଥ ନେଇଛନ୍ତି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଜଷ୍ଟିସ ଭୂୟାଁ ଓ ଭଟ୍ଟିଙ୍କୁ ସୁପ୍ରିମକୋର୍ଟ ଅଡିଟୋ‌ରିୟମରେ ଆୟୋଜିତ ଉତ୍ସବରେ ଶପଥ ପାଠ କରାଇଛନ୍ତି।

  16. ସିବିଏସଇର ସୂଚନା ଅନୁସାରେ ହାଇସ୍କୁଲ (ଦଶମ) ଏବଂ ଇଣ୍ଟରମିଡିଏଟ୍ (ଦ୍ୱାଦଶ ଶ୍ରେଣୀ) ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଏପ୍ରିଲ ୧୦, ୨୦୨୪ ମଧ୍ୟରେ ଆୟୋଜନ କରାଯିବ

  17. କର୍ପୋରେଟ୍ ଜଗତ ଶ୍ରମ ଶକ୍ତିରେ ମହିଳାଙ୍କ ଅଂଶ ୫୦ ପ୍ରତିଶତ ପାଖାପାଖି ବୃଦ୍ଧି ପାଇଛି ବୋଲି ହର୍‌କି ନାମକ ସଂସ୍ଥା ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ଏହା କୁହାଯାଇଛି। ୨୦୨୨ ଜାନୁଆରିରୁ ୨୦୨୩ ଜାନୁଆରି ମଧ୍ୟରେ ୩୦୦ରୁ ଅଧିକ କଂପାନିରୁ ସଂଗ୍ରହ କରାଯାଇଥିବା ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

  18. ମୁଥୁଟ୍‌ ଗ୍ରୁପ୍‌ର ଯୁଗ୍ମ ପରିଚାଳନା ନର୍ଦ୍ଦେଶକ ଆଲେକଜାଣ୍ଡର ଜର୍ଜ ମୁଥୁଟ୍‌ଙ୍କୁ ଭାରତ ସମ୍ମାନ ପୁରସ୍କାର ପ୍ରଦାନ କରାଯାଇଛି।

  19. କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର କହିଛନ୍ତି ଯେ ମୋଦୀ ସରକାର ମଧ୍ୟବିତ୍ତ ବର୍ଗର ଲୋକଙ୍କୁ ବାର୍ଷିକ ୭.୨୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ଟିକସ ଛାଡ଼ ସମେତ ଅନେକ ଟିକସ ସୁବିଧା ପ୍ରଦାନ କରିଛନ୍ତି।

  20. ସର୍ବିଆ ତାରକା ତଥା ଦ୍ବିତୀୟ ମାନ୍ୟତାପ୍ରାପ୍ତ ନୋଭାକ ଜୋକୋଭିକ୍‌ ୨୪ତମ ଗ୍ରାଣ୍ଡସ୍ଲାମ୍‌ ଟାଇଟଲ୍‌ଠୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ପହଞ୍ଚିଛନ୍ତି। ଶୁକ୍ରବାର ୱିମ୍ବଲଡନ୍‌ ଟେନିସ୍‌ ପ୍ରତିଯୋଗିତାର ପୁରୁଷ ଏକକ ସେମିଫାଇନାଲ୍‌ରେ ଜୋକୋଭିକ୍‌ ୮ ନମ୍ବର ମାନ୍ୟତାପ୍ରାପ୍ତ ଇଟାଲିର ଜାନିକ୍‌ ସିନରଙ୍କୁ ୬-୩, ୬-୪, ୭-୬ ରେ ପରାସ୍ତ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.