• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଫ୍ରାନ୍ସ ଗସ୍ତ ଅବସରରେ ଦ୍ବିପାକ୍ଷିକ ପ୍ରତିରକ୍ଷା ସହଯୋଗ ଉପରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ୍‌ଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ପରେ ଏକ ମିଳିତ ବିବୃତିରେ ଘୋଷଣା କରାଯାଇଛି ଯେ ଦୁଇ ଦେଶ ମିଳିତଭାବରେ ଯୁଦ୍ଧବିମାନ ଇଂଜିନର ବିକାଶ କରିବେ।

  2.  ୨୦୨୪ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ମୋଦୀ ସରକାର ବିରୋଧରେ ବିରୋଧୀ ମେଣ୍ଟ ପାଇଁ ବିରୋଧୀ ଦଳଗୁଡ଼ିକ ଏକଜୁଟ ହୋଇଛନ୍ତି। ଆସନ୍ତା ଜୁଲାଇ ୧୭-୧୮ରେ ବେଙ୍ଗାଲୁରୁରେ ଦ୍ବିତୀୟ ବିରୋଧୀ ‌ବୈଠକ ଅଛି।

  3. ଲକ୍ଷ୍ୟପଥରେ ଆଗକୁ ବଢ଼ିଚାଲିଛି ଚନ୍ଦ୍ରଯାନ-୩, ପୃଥିବୀଠାରୁ ୪୨ ହଜାର କିଲୋମିଟର ଦୂରରେ କରୁଛି ପରିକ୍ରମା l ସଠିକ୍ ଓ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି ଚନ୍ଦ୍ରୟାନ-୩, ଟୁଇଟ୍ କରି ISRO ସୂଚନା ଦେଲା l

  4. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଆବୁଧାବିରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି।

  5. ୨୦୧୯ ମସିହାର ଏକ ଘୃଣା ଭାଷଣ ମାମଲାରେ ସପା ନେତା ଆଜମ ଖାନ୍‌ ଆଜି ଦୋଷୀସାବ୍ୟସ୍ତ ହୋଇଛନ୍ତି ଏବଂ ତାଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ରାମପୁର ଏମ୍‌ପି/ଏମଏଲଏ କୋର୍ଟ ଆଜମ ଖାନ୍‌ଙ୍କୁ ୨ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି।

  6. ମହାରାଷ୍ଟ୍ର ପୁନେ ନାରାୟଣଗଂଜ ଅଂଚଳର ତୁକାରାମ ଭାଗୋଜୀ ଗାୟକର ଏବଂ ତାଙ୍କ ପରିବାର ଏକ ମାସରେ ଟମାଟୋ ବିକ୍ରି କରି ଏକ କୋଟି ୫୦ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର l

  7. ପ୍ରକାଶ ପାଇଲା ସିୟୁଇଟି(ୟୁଜି) ରେଜଲ୍ଟ l ୨୫୦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମଲେଖା ଲାଗି ଏହି ପରୀକ୍ଷାକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିଂ ମାଧ୍ୟମରେ କରାଯାଇଥିଲା । ୩୪ ଦିନ ଧରି ୯୩ ସିଫ୍ଟରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାରେ ୨୩୦୫ ପ୍ରଶ୍ନପତ୍ରରେ ୧ ଲକ୍ଷ ୪୮ ହଜାର ୫୨୦ ପ୍ରଶ୍ନ ପଡ଼ିଥିଲା ।

  8. ମୋଦୀ ସାଙ୍ଗିଆ ଟିପ୍ପଣୀ ମାମଲା ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇବା ପାଇଁ ଗୁଜରାଟ ହାଇକୋର୍ଟ ମନା କରିବାପରେ ରାହୁଲ ଗାନ୍ଧି ଏହାକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି।

  9. ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ରାତିରୁ ଲଗାଣ ବର୍ଷା ଲାଗି ରହିଛି । ଏହା ଫଳରେ ରାସ୍ତାଘାଟ ଜଳାର୍ଣ୍ଣବ ହେବା ସହ ଜନଜୀବନ ପ୍ରଭାବିତ ହୋଇଛି । ତେବେ ଏହା ଯୋଗୁଁ ଗତ କିଛି ସପ୍ତାହ ଧରି ରାଜ୍ୟରେ ଦେଖାଯାଇଥିବା ନିଅଣ୍ଟିଆ ବର୍ଷା ପରିସ୍ଥିତି ସୁଧୁରିବାର ଆଶା ସୃଷ୍ଟିହୋଇଛି ।

  10. କଂଗ୍ରେସର ଦୁଇ ବରିଷ୍ଠ ନେତା ସସପେଣ୍ଡ୍, ବିଧାୟକ ମୋକିମ୍‌ ଓ ଚିରଞ୍ଜୀବ ବିଶ୍ୱାଳ ବହିସ୍କୃତ ହେଲେ।

  11. ନୂଆ ଆୟକର ବ୍ୟବସ୍ଥାରେ ଲୋକଙ୍କୁ ୭.୨୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ପ୍ରକାର ଟିକସ ଦେବାର ଆବଶ୍ୟକତା ନାହିଁ। ନୂଆ ଆୟକର ବ୍ୟବସ୍ଥାକୁ ଆକର୍ଷଣୀୟ କରିବା ଲାଗି ମୋଦୀ ସରକାର ୨୦୨୩-୨୪ ବଜେଟରେ କେତେକ ପରିବର୍ତ୍ତନ ଆଣିଛନ୍ତି।

  12. ଏୟାର ଇଣ୍ଡିଆ ଆଗାମୀ ଦିନରେ ମାସକୁ ୫୦୦ରୁ ଅଧିକ କ୍ରୁ ମେମ୍ବରଙ୍କୁ ନିଯୁକ୍ତି ପ୍ରଦାନ କରିବ। ଏୟାରଲାଇନ୍ସରେ ପ୍ରତିମାସରେ ୫୦୦ରୁ ଅଧିକ କ୍ରୁ ମେମ୍ବର ସାମିଲ ହେବେ।

  13. ଜୁଲାଇ ୭ରେ ଶେଷ ହୋଇଥିବା ସପ୍ତାହ ସୁଦ୍ଧା ଦେଶର ବିଦେଶୀ ମୁଦ୍ରା ଭଣ୍ଡାରରେ ୧.୨୨୯ ବିଲିଅନ ଡଲାର ବୃଦ୍ଧି ଘଟି ୫୯୬.୨୮ ବିଲିଅନ ଡଲାରରେ ପହଞ୍ଚିଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଏହା ଜଣାପଡ଼ିଛି।

  14. ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖୀଣ୍ଡାର ହେବ ବିକାଶ l ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଦେଲେ ଅନୁମୋଦନ, ୬ କୋଟି ୪୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ l

  15. ସୃଜନଶୀଳତା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ସରକାରୀ ଆଇଟିଆଇ ବିଦ୍ୟାର୍ଥୀ ଆଗକୁ ବଢିଲେ ଆଉ ପାଦେ l ରାଜ୍ୟର ପ୍ରଥମ ସୌରଚାଳିତ ଇଲେକ୍ଟ୍ରିକ୍ ବାଇକ୍ ଚାର୍ଜିଂ ଷ୍ଟେସନ୍ ପ୍ରତିଷ୍ଠା କଲେ l

  16. ଆଦାନୀ ଗ୍ରୁପ ଝାଡଖଣ୍ଡର ଗୋଡଡା ଠାରେ ଭାରତର ପ୍ରଥମ ଆନ୍ତର୍ଜାତୀୟ ୧,୬୦୦ ମେଗାୱାଟ ତାପଜ ବିଦ୍ୟୁତ୍ କେନ୍ଦ୍ର ସ୍ଥାପନ କଲା l

  17. ଆଦାନୀ ଗ୍ରୁପ ଏସିଆର ସବୁଠୁ ବଡ଼ ବସ୍ତି ‘ଧାରାଭି’କୁ ନୂଆ ରୂପ ଦେବ, ମହାରାଷ୍ଟ୍ର ସରକାର ଦେଲେ ମଞ୍ଜୁରୀ l

  18. ୨୦୨୪ ଲୋକସଭା ନିର୍ବାଚନ ଲଢିପାରନ୍ତି ଅଭିଷେକ ବଚ୍ଚନ,ସମାଜବାଦୀ ପାର୍ଟି ତରଫରୁ ଲଢିବା ନେଇ ଚାଲିଛି ଚର୍ଚ୍ଚା l

  19. ୧୬ରୁ ୧୯ ତାରିଖ ଆଗାମୀ ୪ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଏବଂ ସ୍ଥାନେ ସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏପରିକି ଏହାର ପରବର୍ତ୍ତୀ ଦୁଇଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ବଢ଼଼ିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରୀ କରାଯାଇଛି।

  20. ପ୍ରଥମ ଥର ୱିମ୍ବଲଡନ୍ ଜିତିଲେ ମାର୍କେଟା ଭୋଣ୍ଡ୍ରୋସୋଭା, ଫାଇନାଲରେ ଓନ୍ସ ଜେବ୍ୟୁରଙ୍କୁ ହରାଇଲେ l ଯେକୌଣସି ଗ୍ରାଣ୍ଡ ସ୍ଲାମରେ ଏହା ତାଙ୍କର ପ୍ରଥମ ଟାଇଟଲ । ଭୋଣ୍ଡ୍ରୋସୋଭା ନିଜ ପ୍ରତିଦ୍ୱନ୍ଦ୍ୱୀ ଜେବ୍ୟୁରଙ୍କୁ ସିଧା ସେଟ୍ ୬-୪, ୬-୪ରେ ହରାଇଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.