• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଚନ୍ଦ୍ରଯାନ-୩ ମହାକାଶଯାନ ବର୍ତ୍ତମାନ ପୃଥିବୀର ୧,୨୭,୬୦୯ କିମି X ୨୩୬ କିମି କକ୍ଷପଥରେ ପହଞ୍ଚିସାରିଛି ଏବଂ ଏହାର ଟ୍ରାନ୍ସଲୁନାର୍ ଇଞ୍ଜେକ୍ସନ୍ (ଟିଏଲ୍‌ଆଇ) ପାଇଁ ପ୍ରସ୍ତୁତ ହେଉଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପ୍ରକାଶ କରିଛି।

  2. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଗୁଜରାଟର ରାଜକୋଟ ଅନ୍ତର୍ଜାତୀୟ ବିମାନବନ୍ଦରର ଉଦ୍‌ଘାଟନ କରିଛନ୍ତି।

  3. ଏନସିଆରବି ତଥ୍ୟକୁ ଉଦ୍ଧୃତ କରି କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି କେବଳ ୨୦୨୧ ମସିହାରେ ୧୮ ବର୍ଷରୁ ଅଧିକ ୩,୭୫,୦୫୮ ମହିଳା ଦେଶରୁ ନିଖୋଜ ହୋଇଛନ୍ତି।ରିପୋର୍ଟ ଅନୁଯାୟୀ, ୨୦୧୯ରୁ ୨୦୨୧ ଗତ ୩ ବର୍ଷ ମଧ୍ୟରେ ବେଶରେ ୧୦ ଲକ୍ଷରୁ ଅଧିକ ମହିଳା ନିଖୋଜ ଅଛନ୍ତି।

  4. କୋଲକତାରେ ଏକ ଅଜବ ଘଟଣା ଘଟିଛି। ଏଠାରେ ଆଇଫୋନ କିଣିବାର ନିଶାରେ ଜଣେ ମା’ ନିଜ ଆଠ ମାସର ପୁଅକୁ ବିକ୍ରି କରିଛନ୍ତି।

  5. ରାଜ୍ୟସଭାରେ ଗୁରୁବାର ଦିନ ପାରିତ ହୋଇଥିବା ସିନେମାଟୋଗ୍ରାଫି ଆଇନ-୧୯୫୨ ସଂଶୋଧନ ବିଲ୍‌କୁ ବିଜୁ ଜନତା ଦଳ(ବିଜେଡି) ସମର୍ଥନ କରିଛି। ସଂଶୋଧିତ ବିଲ୍‌ରେ ପାଇରାସି ପାଇଁ କଡ଼ା ଆଇନର ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ୩ ବର୍ଷର କାରାବାସ ଓ ୧୦ ଲକ୍ଷ ଟଙ୍କାର ଜରିମାନା ବ୍ୟବସ୍ଥା ରହିଛି।

  6. ଗୁରୁବାର ସକାଳେ ମଣିପୁରର ବିଷ୍ଣୁପୁର ଜିଲ୍ଲାରେ ସାନି ହିଂସା ଉପୁଜିଛି। ବି‌ଷ୍ଣୁପୁରର ମୋଇରାଙ୍ଗରେ ଆଜି ଦୁଇ ସମ୍ପ୍ରଦାୟ ମଧ୍ୟରେ ପୁଣି ଗୁଳିମାଡ଼ ହୋଇଛି। ଦୁର୍ବୃତ୍ତମାନେ ଆଜି ହିଂସା ସମୟରେ ଅନେକ ଘରେ ନିଆଁ ଲଗାଇ ଦେଇଛନ୍ତି।

  7. ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଜଣେ ଲୋକପ୍ରିୟ ତଥା ହେଭିୱେଟ୍‌ ନେତା। ସେ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇବେ ବୋଲି ଏନ୍‌ସିପିର ରାଜ୍ୟସଭା ସଦସ୍ୟ ପ୍ରଫୁଲ ପଟେଲ କହିଛନ୍ତି।

  8. ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟ ଏସ୍‌କେ ମିଶ୍ରଙ୍କ କାର୍ଯ୍ୟକାଳ ପୂର୍ବର ଡେଡ୍‌ଲାଇନ୍ ଜୁଲାଇ ୩୧ ବଦଳରେ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ସୁପ୍ରିମ୍‌କୋର୍ଟ।

  9. ହାଇଦ୍ରାବାଦର ଜଣେ ମହିଳା ମାଷ୍ଟର ଡିଗ୍ରି କରିବାକୁ ଆମେରିକା ଯାଇଥିଲେ। କିନ୍ତୁ ସେ ଏବେ ସିକାଗୋ ରାସ୍ତାକଡ଼ରେ ଭୋକରେ ପଡ଼ିଥିବା ଦେଖିବାକୁ ମିଳୁଛି। ଯଥାଶୀଘ୍ର ଝିଅକୁ ଫେରାଇ ଆଣିବା ପାଇଁ ତାଙ୍କ ମାଆ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଲୋଡ଼ିଛନ୍ତି।

  10. ପାକିସ୍ତାନର ୫,୫୦୦ କଲେଜ ଛାତ୍ରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାକୁ ବିଶ୍ୱର ସବୁଠାରୁ ବଡ ସେକ୍ସ ସ୍କାଣ୍ଡଲ ବୋଲି କୁହାଯାଉଛି । ଏଥିରେ ହଜାର ହଜାର ଝିଅଙ୍କୁ ଡ୍ରଗ୍ସ ନିଶାରେ ଫସାଇ ଯୌନଶୋଷ  ଓ ଭିଡିଓ ଭାଇରାଲ କରାଯାଇଥିବା ଅଭିଯୋଗ ହୋଇଛି ।

  11. ୧୯୯୦ ବ୍ୟାଚ୍‌ର ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀ ଜେ. କ୍ରିଷ୍ଣା କିଶୋରଙ୍କୁ ମୁଖ୍ୟ ଆୟକର ଆୟୁକ୍ତ ଭାବେ ପଦୋନ୍ନତି ମିଳିଛି। ବର୍ତ୍ତମାନ ଶ୍ରୀ କିଶୋର ଆୟକର ବିଭାଗ ଓଡ଼ିଶା ପ୍ରାନ୍ତର ତଦନ୍ତ ନିର୍ଦ୍ଦେଶାଳୟରେ ପ୍ରମୁଖ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି.

  12. ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ବୁଧବାର ଏକ ଗୁରୁତ୍ବପୂର୍ଣ୍ଣ‌ ଘୋଷଣା କରିଛନ୍ତି। ସେ  କହିଛନ୍ତି ଯେ ରାଜ୍ୟ ସରକାର ଏଣିକି କର୍ମଚାରୀମାନଙ୍କୁ ୧୨ ମାସ ବା ବର୍ଷକର ମାତୃତ୍ୱ ଛୁଟି ଏବଂ ଏକ ମାସର ପିତୃତ୍ୱ ଛୁଟି ପ୍ରଦାନ କରିବ।

  13. ‘ଜୀବନର କିଛି ଭରସା ନାହିଁ, ଧନ ସଞ୍ଚୁଛୁ କାହା ପାଇଁ’ ବାସ୍… ରାଷ୍ଟ୍ରପତିଙ୍କ ଏଇ କେଇପଦ କଥା ଉପସ୍ଥିତ ଜନତାଙ୍କୁ ହୃଦୟକୁ ଛୁଇଁଥିଲା । ତମାଣ୍ଡୋ ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଦ୍ୱାରା ଆୟୋଜିତ ‘ଡିଭାଇନ୍ ଲାଇଫ୍’ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମନୁଷ୍ୟର ବାସ୍ତବିକ ଉନ୍ନତି ଉପରେ ଗୁରୁତ୍ୱ ଦେଇଥିଲେ ।

  14. ମାଟ୍ରିକ ପରୀକ୍ଷା ଫେବୃଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ହେବ ।  

  15. ମହରମ୍ ପର୍ବ ପାଇଁ ଜୁଲାଇ ୨୯ ତାରିଖ ଶନିବାରକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ଜୁଲାଇ ୨୮ ପରିବର୍ତ୍ତେ ୨୯ ତାରିଖ ଛୁଟି ଘୋଷଣା କରାଯାଇଛି।

  16. ଭାରତୀୟ ରିଜର୍ଭ  ବ୍ୟାଙ୍କ ଷ୍ଟାର ସିରିଜ୍ ଥିବା ବ୍ୟାଙ୍କ୍ ନୋଟ୍ ଗୁଡିକ ସମ୍ପୂର୍ଣ୍ଣ ଆଇନଗତ ବୋଲି କହିଛି   ।

  17. ଅରୁଣାଚଳ ପ୍ରଦେଶ ଖେଳାଳିଙ୍କ ପାଇଁ ଷ୍ଟାପଲେଡ୍‌ ଭିସା ପ୍ରଦାନ କଲା ଚୀନ, ଭାରତ କହିଲା- ଭେଦଭାବ ଗ୍ରହଣୀୟ ନୁହେଁ ।

  18.  ଟୁଇଟରରେ ଏକେ କୌଣସି ବ୍ରାଣ୍ଡକୁ ନିଜ ଆକାଉଣ୍ଟ ଉପରେ ଗୋଲ୍ଡ ଟିକ ପାଇଁ ଅତିକମରେ ୧୦୦୦ ଡଲାର ମନ୍ଥଲି ଫିଜ ଦେବାକୁ ପଡିବ।

  19. ତିନି ହଜାର କାର ନେଇ ଯାଉଥିବା ଏକ ମାଲବାହୀ ଜାହାଜରେ ନେଦରଲାଣ୍ଡ ଉପକୂଳରେ ଭୀଷଣ ନିଆଁ ଲାଗିଥିବା ଖବର ସାମନାକୁ ଆସିଛି । ଏହି ଦୁର୍ଘଟଣାରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି । 

  20. ଭାରତ ଗୁରୁବାର ପ୍ରଥମ ଦିନିକିଆ ମ୍ୟାଚ୍‌ରେ ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ୫ ୱିକେଟ୍‌ରେ ସହଜ ବିଜୟ ହାସଲ କରିଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.