• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ୨୦୨୨-୨୩ ଖରିଫ ବିପଣନ ଋତୁରେ ୧୩ ଜୁଲାଇ, ୨୦୨୩ ସୁଦ୍ଧା ଓଡ଼ିଶାରୁ ୧୩ ଲକ୍ଷ ୫୩ ହଜାର ୨୩୯ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ କରିଛି। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ରାଷ୍ଟ୍ରମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି।

  2. ଗତ ସାଢ଼େ ୩ ବର୍ଷରେ ୫ ଲକ୍ଷ ୬୧ ହଜାର ୨୭୨ ଭାରତୀୟ ଦେଶର ନାଗରିକତା ଛାଡ଼ିଛନ୍ତି। ଲୋକସଭାରେ ସାଂସଦ କାର୍ତ୍ତି ପି ଚିଦମ୍ବରମଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର।

  3. ସୁପ୍ରିମକୋର୍ଟର ବିଚାରପତି ବିଆର୍‌ ଗୱାଇ ରାହୁଲ ଗାନ୍ଧିଙ୍କ ମାମଲାରୁ ଓହରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ମାମଲା ଶୁଣାଣି ‌ବେଳେ ସେ କହିଥିଲେ ମୋ’ ବାପା କଂଗ୍ରେସ ସହିତ ଜଡ଼ିତ ଥିଲେ।

  4. ରାଜ୍ୟର ୧୧ଟି ଜିଲ୍ଲା ହସ୍ପିଟାଲରେ ଉନ୍ନତମାନର କ୍ୟାନସର ଚିକିତ୍ସା ସୁବିଧା ଆସନ୍ତା ୨ବର୍ଷ ମଧ୍ୟରେ ଉପଲବ୍ଧ ହେବ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି। 

  5. ଲୋକସେବା ଭବନରେ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗରେ ନିଯୁକ୍ତି ପାଇଥିବା ୧୨୯ ଜଣ ଅଧିକାରୀଙ୍କୁ ଦିଗଦର୍ଶନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ଭାବେ ଲୋକଙ୍କ ଜୀବନ ଜୀବିକା ଓ ସମାଜର ତୃଣମୂଳ ସ୍ତରର ବିକାଶରେ ଗୁରୁ ଦାୟିତ୍ୱ ରହିଛି ।

  6. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍‌‌ ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ମିଶନ ଶକ୍ତି, କୃଷି, ସ୍ୱାସ୍ଥ୍ୟ, ଗଣଶିକ୍ଷା, ଜଳସମ୍ପଦ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଦକ୍ଷତା ବିକାଶ ଭଳି ବିଭିନ୍ନ ବିଭାଗର ୧୭ପ୍ରସ୍ତାବକୁ  ମଞ୍ଜୁରୀ ମିଳିଛି।

  7. କ୍ୟାବିନେଟ୍‌‌ ବୈଠକରେ ଚାଷୀମାନଙ୍କ ଆର୍ଥିକ ବିକାଶ ପାଇଁ ୫ ପ୍ରତିଶତ ସୁଧରେ ସମବାୟ ବ୍ୟାଙ୍କ ଓ ପ୍ରାଥମିକ ସମବାୟ ସମିତିରୁ ଫସଲ ଋଣ ନେଉଥିବା ଚାଷୀଙ୍କ ଋଣ ଉପରେ ସୁଧ ଛାଡ କରାଯିବ। ଚଳିତ ଆର୍ଥିକ ବର୍ଷରୁ ଆଗାମୀ ୫ ବର୍ଷ ପାଇଁ ଏହି ସୁଧ ଛାଡ ବ୍ୟବସ୍ଥା ଲାଗୁ ହେବ ।

  8. ଉତ୍ତରପ୍ରଦେଶର ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଅବସ୍ଥିତ ବିବାଦୀୟ ଜ୍ଞାନବାପି ମସଜିଦ ପରିସରରେ ସର୍ବେକ୍ଷଣ କରିବ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) । କେବଳ ବିବାଦୀୟ ସ୍ଥାନକୁ ଛାଡ଼ି ଅନ୍ୟ ସବୁ ଅଞ୍ଚଳର ସର୍ଭେ କରିବ ଏଏସଆଇ ।

  9. ଦୀର୍ଘ ଦିନ ଧରି ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଭାରତୀୟ ବିମାନ କମ୍ପାନୀ ଗୋ ଫାଷ୍ଟକୁ ବିମାନ ଉଡାଣ ପାଇଁ ଅନୁମତି ମିଳିଛି। ବେସାମରିକ ବିମାନ ଚଳାଚଳ ନିୟାମକ ଡିଜିସିଏ ପକ୍ଷରୁ ଗୋ ଫାଷ୍ଟକୁ ପୁନର୍ବାର ବିମାନ ଚଳାଇବାକୁ ଅନୁମତି ଦିଆଯାଇଛି।

  10. ମଣିପୁର ପ୍ରସଙ୍ଗରେ ମଧ୍ୟ ସଂସଦର ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିରୋଧୀ ପୁଣି ଲୋକସଭା ଏବଂ ରାଜ୍ୟସଭାରେ ହଙ୍ଗାମା କରିଛନ୍ତି। ଏହି କାରଣରୁ ଉଭୟ ଗୃହ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

  11. ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ଲାଞ୍ଚ ନେବା ସମୟରେ ଧରିଛି ଭିଜିଲାନ୍ସ ଟିମ୍‌ । ଜବତ ହୋଇଥିବା ବାଲିଗାଡିକୁ ଛାଡିବାକୁ ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରିଛି ବ୍ରହ୍ମପୁର ଭିଜିଲାନ୍ସ ଟିମ।

  12. ଦ୍ୱିତୀୟ ବର୍ଷର ଆନୁଆଲ ପରୀକ୍ଷା ୨୦୨୪ ମାର୍ଚ୍ଚ ୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ ସୁଦ୍ଧା ସରିବ। ସେହିପରି ପ୍ରଥମ ବର୍ଷ ପରୀକ୍ଷା ଏପ୍ରିଲ ୨୫ରୁ ଆରମ୍ଭ କରି ମେ ୫ରେ ସାରି ଖରାଛୁଟି କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି।

  13. ମାର୍କ ଜୁକରବର୍ଗଙ୍କ ସଂସ୍ଥା ମେଟା ପକ୍ଷରୁ ସ୍ମାର୍ଟସ୍ବାଚ୍‌ ଲାଗି ସ୍ବତନ୍ତ୍ର ହ୍ବାଟସ୍‌ଆପ୍ ଆପ୍ ବିକାଶ କରାଯାଇଛି। ସେହି ଆପ୍ ଜରିଆରେ ଲୋକମାନେ ନିଜ ସ୍ମାର୍ଟୱାଚ୍‌ରୁ ସିଧାସଳଖ ହ୍ବାଟସ୍‌ଆପ୍ ମେସେଜ୍ ପଠାଇପାରିବେ।

  14. ଟାଟା ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ବିମାନ କଂପାନି ଏୟାର ଇଣ୍ଡିଆ ୮୦୦ ଲିପ୍‌ ଇଞ୍ଜିନ କିଣିବାକୁ ବରାଦ ଦେଇଛି। କିଛି ଦିନ ତଳେ ରେକର୍ଡ ସଂଖ୍ୟକ ନୂଆ ବିମାନ କିଣିବା ବରାଦ ଦେଇ ଏହି କଂପାନି ଚର୍ଚ୍ଚା ସୃଷ୍ଟି କରିଥିଲା।

  15. ନେଟ୍‌ଫ୍ଲିକ୍ସ ଘୋଷଣା କରିଛି ଯେ ଭାରତରେ ଆକାଉଣ୍ଟ୍‌ ଏବଂ ପାସ୍‌ୱାର୍ଡ ସେୟାରିଂ ବନ୍ଦ କରାଯାଇଛି। ଏହି ଷ୍ଟ୍ରିମିଂ ସର୍ଭିସ କମ୍ପାନି କିଛି ଦିନ ହେବ ବିଶ୍ୱବ୍ୟାପୀ ପାସ୍‌ୱାର୍ଡ ସେୟାରିଂ ଉପରେ କଟକଣା ଜାରି କରୁଛି ଏବଂ ବ୍ୟବହାରକାରୀମାନଙ୍କୁ ସେମାନଙ୍କ ପରିବାର ବ୍ୟତୀତ ଅନ୍ୟ ଲୋକଙ୍କ ସହ ପାସୱାର୍ଡ ସେୟାର କରିବା ଉପରେ ପ୍ରତିବନ୍ଧକ ଲଗାଇଛି।

  16. ମଥୁରା କୃଷ୍ଣ ଜନ୍ମଭୂମି ଜମି ବିବାଦ ସହ ଜଡିତ ସମସ୍ତ ମାମଲା ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ ଆହ୍ଲାବାଦ ହାଇକୋର୍ଟର ରେଜିଷ୍ଟ୍ରାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

  17. ଦେଶର ଅଷ୍ଟମ ସାମ୍ବିଧାନିକ ସରକାରୀ ଭାଷାରେ ରାଜସ୍ଥାନୀ ଭାଷାକୁ ଅନ୍ତର୍ଭୁକ୍ତ କରିବା ପାଇଁ ଦାଖଲ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

  18. ସୁପ୍ରିମକୋର୍ଟ ଶୁକ୍ରବାର’ଆଦିପୁରୁଷ’ର ସିବିଏଫସି ସାର୍ଟିଫିକେଟ ବାତିଲ କରିବାକୁ ଦାବି ଶୁଣିବାକୁ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ସିବିଏଫସି ଏହାର କାମ କରେ।

  19. ବ୍ୟାଟିଂ କିଂବଦନ୍ତି ବିରାଟ କୋହଲି ଶୁକ୍ରବାର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଆକର୍ଷଣୀୟ ଶତକ ହାସଲ କରିଛନ୍ତି। ଏହା କରି ସେ ଅନେକ ନୂଆ କୀର୍ତ୍ତମାନର ଅଧିକାରୀ ହୋଇଛନ୍ତି। ତେବେ ବ୍ୟାଟିଂ ଆଭରେଜ୍‌ରେ ସେ ଏବେବି ଅନେକ ମହାନ ଖେଳାଳିଙ୍କ ପଛରେ ରହିଛନ୍ତି।

  20. ଚଳିତ ମାସ ୨୬ରୁ ୩୦ ପର୍ଯ୍ୟନ୍ତ ଥାଇଲାଣ୍ଡର ପଟାୟାରେ ଆୟୋଜିତ ହେବ ଆଇଏସ୍‌ଟିଏଫ୍‌ ବିଶ୍ବ ଟୁର୍‌ ଅନ୍ତର୍ଜାତୀୟ ପ୍ରତିଯୋଗିତା। ଏହି ପ୍ରତିଯୋଗିତା ଲାଗି ଭାରତୀୟ ଦଳ ଘୋଷିତ ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.