• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବ୍ୟବହାର ଉପରେ ସତର୍କବାଣୀ ଶୁଣାଇଛନ୍ତି।କୌଣସି ପ୍ରଯୁକ୍ତି ନିରପେକ୍ଷ ନୁହେଁ। ତେଣୁ ବାସ୍ତବ ଜୀବନରେ ଏହାର ବ୍ୟବହାର କଲାବେଳେ ସତର୍କ ରହିବା ଉଚିତ। କୃତ୍ରିମ ବୁଦ୍ଧିମତ୍ତା ମାନବର ଚିନ୍ତନ ଉପରେ ନିର୍ଭର କରେ ଏବଂ ମଣିଷର ବିଚାରଧାରାକୁ କେତେକ ସାମାଜିକ କୁସଂସ୍କାର ଆଚ୍ଛାଦିତ କରି ରଖିଥାଏ। ତେଣୁ କୃତ୍ରିମ ବୁଦ୍ଧିମତ୍ତା ଆମକୁ ପକ୍ଷପାତମୂଳକ ଓ କୁସଂସ୍କାରଜଡ଼ିତ ନିଷ୍ପତ୍ତି ଦେଇପାରେ।

  2. ପୁନଃବିକଶିତ ହୋଇଥିବା ପ୍ରଗତି ମୈଦାନ କମ୍ପ୍ଳେକ୍ସ ତଥା ଇଣ୍ଡିଆ ଟ୍ରେଡ୍ ପ୍ରମୋସନ ଅର୍ଗାନାଇଜେସନ (ଆଇଟିପିଓ କମ୍ପ୍ଲେକ୍ସ)ରେ ଜି-୨୦ ନେତାମାନଙ୍କ ବୈଠକ ହେବ। ଏହି କମ୍ପ୍ଲେକ୍ସ ଆସନ୍ତା ୨୬ ତାରିଖରେ ଉଦ୍‌ଘାଟନ ହେବ।

  3. ରାଜ୍ୟ ସରକାର ୨୫ଟି ରାଜ୍ୟର ସହଯୋଗରେ ସମ୍ପୃକ୍ତ ରାଜ୍ୟଗୁଡ଼ିକରେ ସକ୍ରିୟ ଥିବା ହସ୍ତତନ୍ତ ଏଜେନ୍ସିମାନଙ୍କ ସହ ସମ୍ପର୍କ ସାଧନ କରିବେ। ଉକ୍ତ ରାଜ୍ୟ ଓଡ଼ିଶା ପାଇଁ ଏକ ମାଧ୍ୟମ ଭାବେ କାର୍ଯ୍ୟ କରିବେ। ଫଳରେ ହସ୍ତତନ୍ତ ବଜାରରେ ଓଡ଼ିଶାର ଉତ୍ପାଦର ପହଞ୍ଚିପାରିବ। ଏହି ଉତ୍ପାଦଗୁଡ଼ିକ ମଧ୍ୟରେ ସମ୍ବଲପୁରୀ, ବୋମକେଇ, ଖଣ୍ଡୁଆ ପାଟ, ବ୍ରହ୍ମପୁରୀ ପାଟ ଓ କୋଟପାଡ଼ ଶାଢ଼ି ଇତ୍ୟାଦି ସାମିଲ ରହିଛନ୍ତି।

  4. ସକାଳ ୭ଟାରୁ ପୁରୀବାସୀଙ୍କ ପାଇଁ ପଶ୍ଚିମ ଦ୍ବାର ଖୋଲିବ । ପରିଚୟ ପତ୍ର ଦେଖାଇ ପ୍ରବେଶ କରିପାରିବେ ପୁରୀବାସୀ । ଆବଶ୍ୟକ ହେଲେ ପରବର୍ତ୍ତୀ ସମୟରେ ଅନ୍ୟ ଦୁଇ ଦ୍ବାରା ଖୋଲାଯିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି ।

  5.  ଯେବେଠୁ ଏଲନ୍ ମସ୍କ ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ୱିଟର ମାଲିକ ହୋଇଛନ୍ତି ସେବେଠୁ କିଛି ମାସ ଅନ୍ତରରେ କିଛି ନା କିଛି ପରିବର୍ତ୍ତନ କରୁଛନ୍ତି। ନୀଳ ଚଢେଇ ବଦଳରେ ଟୁଇଟରର ନୂଆ ଲୋଗୋ ହେବ ଏକ୍ସ। ସେ ଟ୍ୱିଟ୍ କରି କହିଛନ୍ତି, “ଶୀଘ୍ର ଆମେ ଟ୍ୱିଟର ବ୍ରାଣ୍ଡ ଏବଂ ଧୀରେ ଧୀରେ ସମସ୍ତ ପକ୍ଷୀଙ୍କୁ ବିଦାୟ ଦେବୁ।

  6. ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନ ଜେଇ ସିଭିଲ୍ ମେନ୍ ପରୀକ୍ଷାକୁ ରଦ୍ଦ କରିଛି । ଗତ ୧୬ ତାରିଖରେ ହେଇଥିବା ଲିଖିତ ପରୀକ୍ଷାକୁ ରଦ୍ଦ କରିଦିଆଯାଇଛି । ଆସନ୍ତା ସେପ୍ଟେମ୍ବର ୩ରେ ପୁଣିଥରେ ହେବ ପରୀକ୍ଷା । 

  7. କେନ୍ଦ୍ର ସରକାରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଅଛି । ଏଣିକି କାମ କରିବା ପାଇଁ ଅଧିକାରୀମାନଙ୍କୁ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୋବାଇଲ୍ ଫୋନ୍, ଲାପଟପ୍ କିମ୍ବା ଅନ୍ୟାନ୍ୟ ଉପକରଣ ଦେବାକୁ ସରକାର ଘୋଷଣା କରିଛନ୍ତି। କେବଳ ଏତିକି ନୁହେଁ, ଅଧିକାରୀମାନେ ଏହି ଉପକରଣଗୁଡ଼ିକୁ ଚାରିବର୍ଷ ପର୍ଯ୍ୟନ୍ତ ବ୍ୟକ୍ତିଗତ କାମ ପାଇଁ ବି ବ୍ୟବହାର କରିପାରିବାର ସୁବିଧା ରହିଛି।

  8. ଦେଶର ବିଭିନ୍ନ କୋର୍ଟରେ କେନ୍ଦ୍ର ସରକାରଙ୍କର ୬୩୬,୦୦୦ରୁ ଊର୍ଦ୍ଧ୍ବ ମାମଲା ପଡ଼ିଛି। ୫୬ଟି ମନ୍ତ୍ରଣାଳୟ ମଧ୍ୟରୁ ସେଥିରେ ଅର୍ଥ ଓ ରେଳ ମନ୍ତ୍ରଣାଳୟର ସର୍ବାଧିକ ମାମଲା ରହିଛି।

  9. ପଶ୍ଚିମବଙ୍ଗର ବିଜେପି ବିଧାୟକ ନିର୍ମଳ କୁମାର ଧର ଦେଶର ସବୁଠୁ ଗରିବ ବିଧାୟକ। ଧରଙ୍କ ନିକଟରେ ସମୁଦାୟ ୧୭୦୦ ଟଙ୍କାର ସଂପତ୍ତି ରହିଛି। ୧୯୮୨ ମସିହା ମାର୍ଚ୍ଚ ୩୧ରେ ଜନ୍ମ ହୋଇଥିବା ଶ୍ରୀ ଧରଙ୍କର ବ୍ୟାଙ୍କ ଆକାଉଣ୍ଟରେ ଟଙ୍କାଟିଏ ନାହିଁ।

  10. ମଣିପୁର ବର୍ବରତା ପରେ ଏବେ ସମଗ୍ର ଉତ୍ତର - ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ପରିସ୍ଥିତି ଅଶାନ୍ତ ହୋଇପଡ଼ିଛି। ଆକ୍ରମଣ ଆଶଙ୍କାରେ ମଣିପୁର ଓ ଆସାମ ପରେ ଏବେ ମିଜୋରାମରୁ ମୈତେୟୀ ସଂପ୍ରଦାୟର ଲୋକଙ୍କ ଗଣପଳାୟନ ଆରମ୍ଭ ହୋଇଛି।

  11. ପରବର୍ତ୍ତୀ ବିଶ୍ବ ମହାମାରୀ ଆମେରିକାରୁ ଆରମ୍ଭ ହୋଇପାରେ ବୋଲି ହାର୍ଭାର୍ଡ ଲ ସ୍କୁଲ ଓ ନ୍ୟୁୟର୍କ ୟୁନିଭର୍ସିଟିର ଏକ ରିପୋର୍ଟରେ ଦାବି କରାଯାଇଛି। ଆମେରିକୀୟମାନେ ଏପରି ହେବ ନାହିଁ ବୋଲି ଭାବୁଥିବା ବେଳେ ଦେଶର ନିୟମକାନୁନ ଏତେ ଢିଲା ଯେ ପ୍ରାଣୀମାନଙ୍କଠାରୁ ମଣିଷକୁ ଭୂତାଣୁ ଡେଇଁବା ଓ ମହାମାରୀ ସୃଷ୍ଟି କରିବା ଅତି ସହଜ ବୋଲି ରିପୋର୍ଟରେ କୁହାଯାଇଛି।

  12. ରାଜସ୍ଥାନ ରାଜନୀତିରେ ଏବେ ବହୁଜନ ସମାଜ ପାର୍ଟି(ବିଏସପି) ସୁପ୍ରିମୋ ମାୟାବତୀଙ୍କ ଏଣ୍ଟ୍ରି ହୋଇଯାଇଛି। ଟୁଇଟ କରି ସେ ଅଶୋକ ଗେହଲୋଟ ସରକାରଙ୍କୁ ସିଧା ଟାର୍ଗେଟ କରିଛନ୍ତି।

  13. ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ରବିବାର ହିଂସାକାଣ୍ଡ ଜାରି ରହିଥିବା ମଣିପୁରରୁ କ୍ରୀଡ଼ାବିତ୍‌ ମାନଙ୍କୁ ତାଙ୍କ ରାଜ୍ୟରେ ତାଲିମ ନେବା ପାଇଁ ଆମନ୍ତ୍ରଣ କରିଛନ୍ତି।

  14. ଉତ୍ତରାଖଣ୍ଡ ହାଇକୋର୍ଟ କହିଛନ୍ତି ସମ୍ପ୍ରତି ମହିଳାମାନେ ବଳାତ୍କାରକୁ ଅସ୍ତ୍ର ଭାବରେ ଅପବ୍ୟବହାର କରୁଛନ୍ତି। ଯେତେବେଳେ ସେମାନଙ୍କର ପୁରୁଷ ସାଥୀମାନଙ୍କ ସହିତ ମତଭେଦ ରହୁଛି ସେତେବେଳେ ସେମାନେ ଏଭଳି କରି ଆଇନର ସାହାରା ନେଉଛନ୍ତି।

  15. ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଦେଶର ପାଞ୍ଚଟି ନିର୍ବାଚନ ରାଜ୍ୟ ପାଇଁ ‘ମହିଳା, ମୋଦି କିର୍ତ୍ତନ ଏବଂ ରାଖୀ ବନ୍ଧନ’ ଭଳି ଯୋଜନା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ଯୋଜନା କରିଛି।

  16. ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଏବଂ ଭାରତୀୟ ନୌସେନା ‘ମିଶନ ଗଗନୟାନ’ ପାଇଁ ବିଶାଖାପାଟନମ ହାର୍‌ବର ଠାରେ ମାନବ ସ୍ପେସ ମିଶନ କ୍ରୁ ମଡ୍ୟୁଲ ରିକଭରି ଏବଂ ଲିଫ୍ଟିଂ ଟେଷ୍ଟକୁ ସଫଳତାର ସହ ଶେଷ କରିଛନ୍ତି।

  17. ଅଗାମୀ ଲୋକସଭା ନିର୍ବାଚନକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ଆଗାମୀ ନିର୍ବାଚନ ଉଭୟ ମେଣ୍ଟରେ କଡା ଟକ୍କର ହେବାକୁ ଯାଉଛି। ତେବେ କେନ୍ଦ୍ର ମନ୍ତ୍ରୀ ପଶୁପତି ପାରଶ ବିହାରର ହାଜିପୁରରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି।

  18. ବିଚାରପତି ସୁନିତା ଅଗ୍ରୱାଲ ଗୁଜରାଟ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ରବିବାର ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ପରେ ସୁନିତା ଏବେ ଦେଶର ଏକମାତ୍ର ମହିଳା ମୁଖ୍ୟ ବିଚାରପତି ହୋଇଛନ୍ତି। ସୁନିତାଙ୍କ ପୂର୍ବରୁ ବିଚାରପତି ସୋନିଆ ଗୋକନି ଗୁଜରାଟ ଉଚ୍ଚ ନ୍ୟାୟାଳୟର ପ୍ରଥମ ମହିଳା ମୁଖ୍ୟ ବିଚାରପତି ହେବାର ଗୌରବ ଲାଭ କରିଥିଲେ।

  19. ଘୂର୍ଣ୍ଣିବଳୟ, ଲଘୁଚାପ ସତ୍ତ୍ବେ ରାଜ୍ୟରେ ଏବେ ମଧ୍ୟ ବର୍ଷା ସ୍ବାଭାବିକଠାରୁ ୧୩% କମ୍‌ ରହିଛି। ମାଲକାନଗିରି ସମେତ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ଅଳ୍ପ କେତେକ ଜିଲାରେ ଅଧିକ ବର୍ଷା ହୋଇଛି।

  20. ଭାରତ ନିୟନ୍ତ୍ରଣରେ ୨ୟ ଟେଷ୍ଟ ମ୍ୟାଚ୍‌। ମ୍ୟାଚର ୫ମ ଦିନରେ ଭାରତ ବିଜୟଠାରୁ ୨୮୯ ରନ ଦୂରରେ ରହିଛି । ଘରୋଇ ୱେଷ୍ଟଇଣ୍ଡିଜ୍‌ର ବ୍ୟାଟ୍‌ସମ୍ୟାନ୍ ଶନିବାର ୩ୟ ଦିନରେ ଲଢ଼ୁଆ ପ୍ରଦର୍ଶନ କରିବା ଭଳି ଲାଗୁଥିଲା। ହେଲେ ରବିବାର ୪ର୍ଥ ଦିନରେ ସବୁକିଛି ବଦଳି ଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.