• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ହାଇକୋର୍ଟ ତାର ୭୫ତମ ପ୍ରତିଷ୍ଠା ଦିବସ ତଥା ୨୦୨୨ଜୁଲାଇ୨୬ରୁ ୭୫ତମ ବର୍ଷ ପୂର୍ତ୍ତି ୨୦୨୩ଜୁଲାଇ୨୬ ପର୍ଯ୍ୟନ୍ତ ଅନେକ କାର୍ଯ୍ୟକ୍ରମ ଗ୍ରହଣ କରିଆସିଛି । ତେବେ ହାଇକୋର୍ଟର ୭୫ତମ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ପାଇଁ ଏହାର ଠିକ ଦୁଇ ଦିନ ପୂର୍ବରୁ ହାଇକୋର୍ଟଙ୍କ ଗୋଟିଏ ଖଣ୍ଡପୀଠ ଗୋଟିଏ ଦିନରେ ୭୫ଟି ମାମଲାର ରାୟ ପ୍ରକାଶ କରି ଉଦାହରଣ ସୃଷ୍ଟି କରିଛନ୍ତି ।
  2. ଭୁବନେଶ୍ବର ଓ ରାଉରକେଲା ସ୍ମାର୍ଟ ସିଟିର ସମୁଦାୟ ୮୫ଟି ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଥିବାବେଳେ ୧୪ଟି ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି। ଦୁଇଟି ସ୍ମାର୍ଟ ସିଟିର ୯୯ଟି ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଛି ୩୬୭୨.୬୩ କୋଟି ଟଙ୍କା।
  3. ଇସ୍ରୋ ଦ୍ବାରା ଜୁଲାଇ ୩୦ ସକାଳ ସାଢ଼େ ୬ଟାରେ ଡିଏସ୍‌-ଏସ୍‌ଏଆର୍ ସାଟେଲାଇଟ୍ ସମେତ ସିଙ୍ଗାପୁରର ୭ଟି କୃତ୍ରିମ ଉପଗ୍ରହକୁ ପିଏସ୍‌ଏଲ୍‌ଭି-ସି୫୬ ଦ୍ବାରା ମହାକାଶକୁ ଛଡ଼ାଯିବ। ଡିଏସ୍‌-ଏସ୍‌ଏଆର୍ ଉପଗ୍ରହଟିକୁ ସିଙ୍ଗାପୁରର ପ୍ରତିରକ୍ଷା ବିଜ୍ଞାନ ଓ ପ୍ରଯୁକ୍ତି ସଂସ୍ଥା (ଡିଏସ୍‌ଟିଏ) ଓ ଏସ୍‌ଟି ଇଂଜିନିୟରିଂର ସହଯୋଗରେ ନିର୍ମାଣ କରାଯାଇଛି।
  4. ୧୫ ବର୍ଷରୁ ଅଧିକ ହୋଇସାରିଥିବା ଗାଡିକୁ ସ୍କ୍ରାପିଂ କରାଯାଇ ଗାଡି ମାଲିକଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରାଯିବ। ରାଜ୍ୟରେ ବିଧିବଦ୍ଧ ଭାବେ ଗାଡ଼ି ସ୍କ୍ରାପିଂ ଆରମ୍ଭ ହୋଇଛି। ଖୋର୍ଦ୍ଧା ପିତାପଲ୍ଲୀ ଠାରେ କାର୍ଯ୍ୟକ୍ଷମ ହୋଇଛି ରାଜ୍ୟର ପ୍ରଥମ ଗାଡ଼ି ସ୍କ୍ରାପିଂ ୟୁନିଟ୍‌‌।
  5. ରାଜ୍ୟରେ ୭ହଜାର ୨୭୬ ଡାକ୍ତର ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
  6. ଗ୍ୟାଙ୍ଗଷ୍ଟର ଟିଟୋକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜାମିନର ସର୍ତ୍ତ ଖିଲାପ କରିଥିବାରୁ ଗ୍ୟାଙ୍ଗଷ୍ଟର ଟିଟୋକୁ ପୁଣିଥରେ ଜେଲ ପଠାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।
  7.  ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେପି ନେତା ଜଗଦୀଶ ବିଶ୍ୱାଳ ବିଜେଡିରେ ଯୋଗଦେଇଛନ୍ତି ।
  8. ରାଷ୍ଟ୍ରପତି ଜୁଲାଇ ୨୫ରୁ ୨୭ ଯାଏଁ ଓଡ଼ିଶାରେ ରହିବେ।  ଏହାପୂର୍ବରୁ ବ୍ଲୁ ବୁକ୍ ଆଧାରରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରୁଟ୍ ଲାଇନ, କାରକେଡ, ଟ୍ରାଫିକ ଓ ପାର୍କିଂ ପାଇଁ ବ୍ୟବସ୍ଥା ହୋଇଥିବା ଡିସିପି ପ୍ରତୀକ ସିଂ କହିଛନ୍ତି ।
  9. ମସ୍କଙ୍କ ବୈଦ୍ୟୁତିକ କାର(ଇଭି) କମ୍ପାନୀ ଟେସ୍‌ଲା ଖୁବ୍ ଶୀଘ୍ର ଭାରତୀୟ ବଜାରରେ ପ୍ରବେଶ କରିବ। କିନ୍ତୁ ଟେସଲାକୁ ପ୍ରୋତ୍ସାହିତ କରିବା ପାଇଁ କୌଣସି ଅଲଗା ନୀତି ପ୍ରଣୟନ କରିବାର କୌଣସି ଯୋଜନା ନାହିଁ।
  10. ପିଏଫ୍ ଉପରେ ସୁଧ ହାରକୁ ୮.୧୫ ପ୍ରତିଶତ ବୃଦ୍ଧି କରିବାକୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ନିର୍ଦ୍ଧାରଣ କରିଥିଲା କର୍ମଚାରୀ ଭବିଷ୍ୟନିଧି ବୋର୍ଡ । ସରକାର ସୋମବାର ଏକ ନିର୍ଦ୍ଦେଶନାମା ଜାରି କରି ଘୋଷଣା କରିଛନ୍ତି ଯେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଇପିଏଫ ଖାତାଧାରୀଙ୍କୁ ପୂର୍ବ ବର୍ଷ ତୁଳନାରେ ୦.୦୫ ପ୍ରତିଶତ ଅଧିକ ସୁଧ ଦିଆଯିବ ।
  11. ହାଇଦ୍ରାବାଦ ପୁଲିସ ଏକ ବଡ଼ ଠକେଇ ରାକେଟର ପର୍ଦ୍ଦାଫାସ କରିଛି ଯେଉଁଥିରେ ଗତ ଏକ ବର୍ଷରୁ କମ୍ ସମୟ ମଧ୍ୟରେ ପାଖାପାଖି ୧୫,୦୦୦ ଭାରତୀୟ ୭୦୦ କୋଟି ଟଙ୍କାରୁ ଅଧିକ ଠକେଇର ଶିକାର ହୋଇଛନ୍ତି ।
  12. ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରମଣ, ୫ ଆହତ ।
  13. ବାରାଣାସୀ ଜ୍ଞାନବ୍ୟାପୀ ମସଜିଦରେ ହେବନି ଏଏସଆଇର ସର୍ଭେ, ୨୬ ଜୁଲାଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସର୍ଭେ ଉପରେ ରୋକ ଲଗାଇଲେ ସର୍ବୋଚ୍ଚ ନ୍ୟାୟାଳୟ ।
  14. ଭୁବନେଶ୍ୱରର ମାର୍କେଟ ବିଲ୍ଡିଂ ବନ୍ଦ ରହିଛି । ୭ ଦିନ ବିତିଲାଣି, ସ୍ଥାୟୀ-ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ବିବାଦ ତୁଟୁନି  । ବିଏମସି  ହାତ ବାନ୍ଧି ବସିଛି ।
  15. କର୍ଣ୍ଣାଟକ ହାଇକୋର୍ଟର ସମସ୍ତ ବିଚାରପତିଙ୍କୁ ହତ୍ୟା ଧମକ, ଦୁର୍ବୃତ୍ତ କହିଲା- ବଞ୍ଚିବାକୁ ଚାହୁଁଥିଲେ ୫୦ ଲକ୍ଷ ଦିଅ।
  16. ଓଡିଶାରେ ଜାତୀୟ ଗୁରତ୍ବ ବହନ କରୁଥିବା ୮୦ ଟି ପ୍ରାଚୀନ କୀର୍ତ୍ତିରାଜି ଓ ପ୍ରତ୍ନତତ୍ତ୍ବ ସ୍ଥାନ ଓ ଅବଶିଷ୍ଟାଂଶ ରହିଛି ଯାହାର ବିବରଣୀ ଏଏସ୍‌ଆଇ ୱେବ୍‌ସାଇଟରେ ଉପଲବ୍ଧ ରହିଛି।
  17. ସରକାର ମଣିପୁର ପ୍ରସଙ୍ଗରେ ଲୋକସଭାରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଲୋକସଭାରେ କହିଛନ୍ତି।
  18. ନିର୍ବାଚନ କମିଶନ ଆସାମର ଲୋକ ସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଚଳାଇଥିବାବେଳେ ଏହା ଉପରେ ସ୍ଥଗିତାଦେଶ ଲଗାଇବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି।
  19. ଟ୍ବିଟର ଏହାର ଦୀର୍ଘଦିନର ପରିଚୟ ହରାଇଛି। ନୂଆ ମାଲିକ ଏଲନ୍‌ ମସ୍କ ଟ୍ବିଟରର ଚର୍ଚ୍ଚିତ ନୀଳ ଚଢ଼େଇକୁ ହଟାଇ ଦେଇଛନ୍ତି। ସେହି ସ୍ଥାନରେ ଇଂରାଜି ଅକ୍ଷର ‘ଏକ୍ସ’ ବ୍ୟବହାର କରିଛନ୍ତି
  20. ଫ୍ରାନ୍ସର ତାରକା ଫୁଟବଲ୍‌ ଖେଳାଳି କାଇଲିନ୍‌ ଏମ୍‌ବାପେଙ୍କୁ ରେକର୍ଡ ମୂଲ୍ୟରେ କିଣିବା ପାଇଁ ସାଉଦି ଆରବୀୟ କ୍ଲବ୍‌ ଅଲ୍‌ ହିଲାଲ୍‌ ଆଗ୍ରହ ଦେଖାଇଛି। ବର୍ତ୍ତମାନ ପ୍ୟାରିସ୍‌ ସେଣ୍ଟ ଜର୍ମେନ୍‌ (ପିଏସ୍‌ଜି) ପାଇଁ ଖେଳୁଥିବା ଏମ୍‌ବାପେ ୨୦୨୪ ମସିହାରୁ ମୁକ୍ତ ହୋଇଯିବେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.