• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଟିଏମ୍‌ସି (ତୃଣମୂଳ କଂଗ୍ରେସ) ସାଂସଦ ଡେରେକ୍‌ ଓବ୍ରାଏନ ରାଜ୍ୟସଭାରୁ ନିଲମ୍ବିତ ହୋଇଛନ୍ତି ବୋଲି ଗୃହର ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଘୋଷଣା କରିବା ପରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। କିନ୍ତୁ ପରେ ଧନଖଡ଼ କହିଥିଲେ ଯେ ଓବ୍ରାଏନଙ୍କ ନିଲମ୍ବନ ପ୍ରସ୍ତାବ ଉପ‌ରେ ଭୋଟ୍‌ ଗ୍ରହଣ ହୋଇନଥିବାରୁ ସେ ରାଜ୍ୟସଭା କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ।

  2. ଦିଲ୍ଲୀ ସେବା ବିଲ୍ ବିରୋଧରେ ଭୋଟ୍ ଦେବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅସୁସ୍ଥତା ସତ୍ତ୍ବେ ସୋମବାର ହ୍ବିଲ୍‌ ଚେୟାରରେ ଆସି ରାଜ୍ୟସଭାରେ ପହଞ୍ଚିଥିଲେ।

  3. କଂଗ୍ରେସ ନେତା ରାହୁଲ ଗାନ୍ଧି ଦିଲ୍ଲୀ ସ୍ଥିତ ୧୨ ତୁଗଲକ ଲେନ୍‌ ସରକାରୀ ବଙ୍ଗଳା ଫେରି ପାଇଛନ୍ତି। ସୁପ୍ରିମକୋର୍ଟ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇବା ପରେ ଗତକାଲି ରାହୁଲ ସଂସଦ ସଦସ୍ୟତା ଫେରିପାଇଥିଲେ।

  4. ବିହାର ରାଜ୍ୟ କ୍ୟାବିନେଟ ବୈଠକରେ ଆଜି ମୋଟ ୯ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ମିଳିଥିବା ସୂଚନା ମୁତାବକ ଯଦି ବିହାର ବାହାରେ କାମ କରୁଥିବା ଶ୍ରମିକମାନେ ଦୁର୍ଘଟଣା ହେତୁ ମୃତ୍ୟୁ ହୋଇଯାଏ, ତେବେ ସେମାନଙ୍କ ସମ୍ପର୍କୀୟମାନେ ଦୁଇ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ପାଇବେ।

  5. ସେପ୍ଟେମ୍ବର ୫ତାରିଖରେ ୬ଟି ରାଜ୍ୟର ୭ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ। ସେପ୍ଟେମ୍ବର ୮ତାରିଖରେ ଫଳାଫଳ ପ୍ରକାଶ ପାଇବ ବୋଲି ଭାରତର ନିର୍ବାଚନ କମିସନ ଘୋଷଣା କରିଛନ୍ତି ।ଏହି ୭ଟି ବିଧାନସଭା ଆସନ ମଧ୍ୟରୁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, କେରଳ, ଝାଡ଼ଖଣ୍ଡ ଓ ଉତ୍ତରାଖଣ୍ଡରେ ଗୋଟିଏ ଲେଖାଏଁ ଆସନ ଥିବା ବେଳେ ତ୍ରିପୁରାରେ ୨ଟି ଆସନ ରହିଛି।

  6. ରାହୁଲ୍‌ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ର ଦ୍ବିତୀୟ ପର୍ଯ୍ୟାୟ ଗୁଜରାଟରୁ ଆରମ୍ଭ ହୋଇ ଉତ୍ତରପୂର୍ବ ରାଜ୍ୟ ମେଘାଳୟରେ ଶେଷ ହେବ ବୋଲି ମଙ୍ଗଳବାର ଦିନ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ କହିଛନ୍ତି।

  7. ବିଶ୍ବର ଏକ ନମ୍ବର ଧନୀ ହେଉଛନ୍ତି ଟେସ୍‌ଲା ଓ ଟ୍ବିଟର୍‌ର ମୁଖ୍ୟ ଏଲନ୍‌ ମସ୍କ। ସର୍ବାଧିକ ସମ୍ପତ୍ତିର ଅଧିକାରୀ ମସ୍କ ଅତ୍ୟନ୍ତ ସରଳ ଜୀବନଯାପନ କରୁଛନ୍ତି। ସେ ଆମେରିକାର ଟେକ୍ସାସ୍‌ ସହରରେ ଏକ ଦୁଇ ବଖରିଆ ଘରେ ରହୁଛନ୍ତି।

  8. ବିଲ୍‌ ଗେଟ୍‌ସ ଦିନକୁ ସାତରୁ ଆଠ ଘଣ୍ଟା ଶୋଇବା ପାଇଁ ପ୍ରୟାସ କରୁଛନ୍ତି। କେତେ ଘଣ୍ଟା ଭଲ ଓ ଗାଢ଼ ନିଦ ହୋଇଛି ତାହା ସେ ଜାଣିବାକୁ ମଧ୍ୟ ଚାହୁଛନ୍ତି।

  9. ଜଣାଶୁଣା ଅନଲାଇନ ଫର୍ଣ୍ଣିଚର କମ୍ପାନୀ ପେପରଫ୍ରାଏର ସହ-ପ୍ରତିଷ୍ଠାତା ଅମ୍ବରୀଷ ମୂର୍ତ୍ତିଙ୍କ ଦେହାନ୍ତ ହୋଇଯାଇଛି। ହୃଦ୍‌ଘାତ ହେତୁ ୫୧ ବର୍ଷୀୟ ଅମ୍ବରୀଷ ମୂର୍ତ୍ତିଙ୍କର ଗତକାଲି ରାତିରେ ଲେହରେ ମୃତ୍ୟୁ ହୋଇଯାଇଛି।

  10. ଏନ୍‌ଏଲ୍‌ସି ଇଣ୍ଡିଆ ଓ ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌ ପକ୍ଷରୁୁ ଏହି ଦୁଇ କାରଖାନା ସ୍ଥାପନ କରାଯିବ। ଏନ୍‌ଏଲ୍‌ସି ଇଣ୍ଡିଆ ଓଡ଼ିଶାର ତଲାବିରାରେ ଏକ ୨୪୦୦ ମେଗାୱାଟ୍‌ର ପାୱାର ପ୍ଲାଣ୍ଟ୍‌ ସ୍ଥାପନ କରିବାକୁ ଯୋଜନା ରଖିଛି। ଚଳିତ ବର୍ଷ ଶେଷ ସୁଦ୍ଧା କାରଖାନାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୨୮ ସୁଦ୍ଧା ଶେଷ ହେବ।

  11. ଚଳିତ ବର୍ଷ ଜୁଲାଇରେ ଗାଡ଼ି ବିକ୍ରି ୧୦ ପ୍ରତିଶତ ବୃଦ୍ଧି ପାଇଛି। ଏହି ମାସରେ ସାରା ‌ଦେଶରେ ମୋଟ ୧୭ ଲକ୍ଷ ୭୦ ହଜାର ୧୮୧ ଗାଡ଼ି ବିକ୍ରି ହୋଇଛି। ଗତବର୍ଷ ଜୁଲାଇରେ ୧୬ ଲକ୍ଷ ୯ ହଜାର ୨୧୭ ଗାଡ଼ି ବିକ୍ରି ହୋଇଥିଲା

  12. କ୍ଲିୟର୍‌ ନାମକ ଏକ ସଂସ୍ଥା ପ୍ରସ୍ତୁତ କରିଥିବା ରିପୋର୍ଟ ଅନୁସାରେ ଦେଶର ୮୫% ଆୟକରଦାତା ପୁରୁଣା ଢାଞ୍ଚା ଅନୁସାରେ ରିଟର୍ଣ୍ଣ ଦାଖଲ କରିଥିବା ବେଳେ ମାତ୍ର ୧୫ ପ୍ରତିଶତ ଆୟକରଦାତା ନୂଆ ଢାଞ୍ଚାକୁ ଗ୍ରହଣ କରିଛନ୍ତି। ଆୟକର ରିଟର୍ଣ୍ଣ ଦାଖଲ କରିଥିବା ୭୦ ପ୍ରତିଶତ ଟିକସଦାତା ପୁରୁଷ ହୋଇଥିବା ବେଳେ ୩୦ ପ୍ରତିଶତ ହେଉଛନ୍ତି ମହିଳା।

  13. ବିଭିନ୍ନ ସେବା ଲାଗି ଗ୍ରାହକଙ୍କଠାରୁ ଶୁଳ୍କ ଓ ଜରିମାନା ବାବଦରେ ବ୍ୟାଙ୍କଗୁଡ଼ିକ ୩୫,୫୮୭ କୋଟି ଟଙ୍କା ଆୟ କରିଛନ୍ତି।

  14. ଅନଲାଇଇନ ଗେମିଂରେ ୨୮ ପ୍ରତିଶତ ଜିଏସଟି ଲାଗୁ ହେବା ନିଷ୍ପତ୍ତିିର ପ୍ରଭାବ ଅନୁଭୁତ ହୋଇଛି। ଅନଲାଇନ୍‌ ଗେମିଂ କମ୍ପାନୀ ଏମପିଏଲ(ମୋବାଇଲ ପ୍ରିମିୟର ଲିଗ) ଏହାର ୩୫୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି।

  15. ଦକ୍ଷିଣ କୋରିଆକୁ ମୁହାଁଇଛି ଘୂର୍ଣ୍ଣିବାତ୍ୟା ‘ଖାନୁନ୍’, ଗୁରୁବାର କିମ୍ବା ଶୁକ୍ରବାର ଅତିକ୍ରମ କରିବ କୂଳ ।

  16. ବିବାଦରେ ଅକ୍ଷୟଙ୍କ ଅଭିନୀତ ‘ଓଏମଜି ଟୁ” । ନିର୍ଦ୍ଦେଶକ ଓ ଅଭିନେତାଙ୍କୁ ମିଳିଲା ନୋଟିସ, ଦୃଶ୍ୟକୁ ନେଇ ଆପତ୍ତି ପ୍ରକାଶ ।

  17. ଆସାମ ରାଇଫଲସ୍‌ ବିରୋଧରେ ମଣିପୁର ପୋଲିସ୍‌ର ଏତଲା, ଅପରେସନରେ ହସ୍ତକ୍ଷେପ କରିଥିବାର ଆଣିଲା ଅଭିଯୋଗ । ମଣିପୁର ହିଂସାରେ ଏବେ ଯାଏ ୬୫୦୦ ଏଫ ଆଇ ଆର  ରୁଜୁ ହୋଇଛି, ସୁପ୍ରିମକୋର୍ଟରେ ତଥ୍ୟ ପୋଲିସ ରଖିଲା ।

  18. ଆସନ୍ତା ମାସରୁ ଟମାଟୋ ଦାମ୍ କମ୍ ହେବାର ସମ୍ଭାବନା ସ‌ୃଷ୍ଟି ହୋଇଛି। ହିମାଚଳପ୍ରଦେଶ ଟମାଟୋ ବଜାରକୁ ଆସିବା ପରେ ଦାମ୍ କମ୍ ହେବ। ‌କେନ୍ଦ୍ର ସରକାରଙ୍କ ଆକଳନ ଅନୁସାରେ ଜୁଲାଇ ତୁଳନାରେ ଅଗଷ୍ଟରେ ଟମାଟୋ ଉତ୍ପାଦନରେ ଦୁଇ ଗୁଣା ପାଖାପାଖି ବୃଦ୍ଧି ଘଟିବ।

  19. ଅଲିମ୍ପିକ ବିଜେତା ଜାଭେଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରା ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ଭାରତୀୟ ଦଳର ନେତୃତ୍ବ ନେବେ। ଏହି ପ୍ରତିଯୋଗିତା ଆସନ୍ତା ୧୯ ତାରିଖରୁ ବୁଦାପେଷ୍ଟରେ ଆୟୋଜିତ ହେବ। ବିଶ୍ବ ପ୍ରତିଯୋଗିତାକୁ ଭାରତର ୨୮ ଜଣିଆ ଦଳ ଯାଉଛି।

  20. ସନ୍ତରଣରେ ଓଡ଼ିଶାର ସଫଳତା ସମ୍ପ୍ରତି ପ୍ରତ୍ୟାଶା ରାୟଙ୍କ ପ୍ରଦର୍ଶନରେ ସୀମିତ ରହିଥିଲେ ମଧ୍ୟ ରାଜ୍ୟ ବାହାରେ ଜଣେ ଓଡ଼ିଆ ପୁଅ ଚମକ ଛାଡ଼ିଛନ୍ତି। ମହାରାଷ୍ଟ୍ର ପାଇଁ ଜାତୀୟ ପଦକ ଜିତି ସାରିଥିବା ଏହି ଯୁବ ପ୍ରତିଭା ଜଣଙ୍କ ହେଲେ ଋଷଭ ଦାସ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.