• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓସିଏସ)-୨୦୨୧ର ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ଥର ୧୬୪ ମହିଳାଙ୍କ ସମେତ ୪୩୨ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସୁଦେବ କୁମାର ପୃଷ୍ଟି ଓଏଏସ୍ ଟପ୍ପର ହୋଇଛନ୍ତି। ସୁଚିସ୍ମିତା ପାଣିଗ୍ରାହୀ ଦ୍ୱିତୀୟ, ପ୍ରଣବ ରଂଜନ ସାହୁ ତୃତୀୟ ସ୍ଥାନରେ ରହିଛନ୍ତି।

  2. ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତଦୁଇରେ ବ୍ୟାପକ ସଂସ୍କାର ଅଣାଯାଉଛି। ଏହିକ୍ରମରେ ୨୦୨୩-୨୪ ଶିକ୍ଷାବର୍ଷରୁ ସିବିଏସ୍‌ଇ ଢାଞ୍ଚାରେ +୨ ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ ବିଷୟର ପାଠ୍ୟକ୍ରମକୁ ପରିବର୍ତ୍ତନ କରାଯାଇଛି।

  3. ମଣିପୁର ହିଂସା ମାମଲାରେ ସୁପ୍ରିମକୋର୍ଟ ଆଜି ଉଭୟ କେନ୍ଦ୍ର ଏବଂ ମଣିପୁର ସରକାର ଉପରେ ବର୍ଷିଛନ୍ତି।ଉଭୟ କେନ୍ଦ୍ର ଏବଂ ମଣିପୁର ସରକାରଙ୍କୁ ୬ଟି ପ୍ରଶ୍ନ ପଚାରିବା ସହିତ ୨୪ ଘଣ୍ଟା ମଧ୍ୟରେ ଏସଂକ୍ରାନ୍ତ ରିପୋର୍ଟ ଦାଖଲ କରିବା ଲାଗି ନିର୍ଦେଶ ଦେଇଛନ୍ତି।

  4. ହରିୟାଣାର ମୁସଲିମବହୁଳ ଅଞ୍ଚଳ ନୁହରେ ବିଶ୍ବ ହିନ୍ଦୁ ପରିଷଦ ଦ୍ବାରା ବ୍ରିଜ ମଣ୍ଡଳ ଜଳାଭିଷେ‌କ ଯାତ୍ରା ଚାଲିଥିବାବେଳେ ହଠାତ୍‌ କିଛି ଯୁବଗୋଷ୍ଠୀ ଆସି ଏହା ଉପରକୁ ପଥର ମାଡ଼ କରିଥିଲେ।  ୨ ଗୋଷ୍ଠୀ ମଧ୍ୟରେ ପ୍ରବଳ ହିଂସା ଉପୁଜିଛି। ଏହ‌ି ଘଟଣାରେ ୨ ହୋମଗାର୍ଡଙ୍କର ମୃତ୍ୟୁ ହୋଇଛି ଏବଂ ୧୨ ଜଣ ପୁଲିସ ଆହତ ହୋଇଛନ୍ତି। 

  5. ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ବାରା ଉପସ୍ଥାପିତ ହେବାକୁ ଥିବା ଚିଠା ବିଲ୍‌ର ନକଲ ସବୁ ସାଂସଦଙ୍କୁ ଦିଆଯାଇଛି। ଉକ୍ତ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳ (ସଂଶୋଧନ) ବିଲ୍‌ରେ ତିନୋଟି ଜିନିଷ କଟାଯାଇଛି ଓ ଗୋଟିଏ ଯୋଡ଼ାଯାଇଛି। ପୂର୍ବରୁ ସୁପ୍ରିମ୍‌କୋର୍ଟ ଆଦେଶ ଦେଇଥିଲେ ଯେ, ଦିଲ୍ଲୀରେ ଅମଲାମାନଙ୍କ ନିଯୁକ୍ତି ଓ ବଦଳିରେ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ରହିବ

  6. ମଣିପୁର ହିଂସା ମାମଲାର ଶୁଣାଣି ଚାଲିଥିବା ବେଳେ ଆଇନଜୀବୀ ବାଂଶୁରୀ ସ୍ବରାଜ ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ରେ ମହିଳାଙ୍କ ବିରୋଧରେ ହୋଇଥିବା ଅପରାଧ ଘଟଣା ଦର୍ଶାଇବାରୁ ପ୍ରଧାନ ବିଚାରପତି ବିରକ୍ତି ପ୍ରକାଶ କରିଥିଲେ। 

  7. ସିନେମାଟୋଗ୍ରାଫ୍ (ସଂଶୋଧନ) ବିଲ୍, ୨୦୨୩ ଲୋକସଭାରୁ ମଞ୍ଜୁରି ପାଇବା ପରେ ଆଜି ସଂସଦରେ ପାରିତ ହୋଇଛି । ୨୦ ଜୁଲାଇ ୨୦୨୩ ରେ ରାଜ୍ୟସଭାରେ ଏହି ବିଲ୍ ଆଗତ କରାଯାଇଥିଲା ଏବଂ ୨୭ ଜୁଲାଇରେ ଆଲୋଚନା ପରେ ପାରିତ ହୋଇଥିଲା ।

  8. ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଶିବସେନା (ଏକନାଥ ଗୋଷ୍ଠୀ) ବିଧାୟକ ସଞ୍ଜୟ ଶିରସାତଙ୍କୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି । 

  9. ଦିଲ୍ଲୀର ପ୍ରଶାସନିକ ଅଧିକାରୀଙ୍କ ବଦଳି ସହ ଜଡ଼ିତ ବିଧେୟକ (ନ୍ୟାସନାଲ କ୍ୟାପିଟାଲ ଟେରିଟୋରି ଅଫ ଦିଲ୍ଲୀ (ଆମେଣ୍ଡମେଣ୍ଟ) ବିଲ୍ ୨୦୨୩)  ମଙ୍ଗଳବାର ଲୋକସଭାରେ ଏକ ବିଲ୍ ଆଗତ ହେବ । ଏହାକୁ ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥାପନ କରିବେ। 

  10. ଜାତୀୟତାବାଦୀ କଂଗ୍ରେସ ଦଳ (ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାୱାର କହିଛନ୍ତି, ଯଦି ତାଙ୍କ ଦଳ, କଂଗ୍ରେସ ଓ ଶିବସେନା (ୟୁବିଟି) ଚାହାନ୍ତି, ତେବେ ମହାରାଷ୍ଟ୍ରର ପରିବର୍ତ୍ତନ ଉପରେ ପ୍ରଭାବ ପକାଇପାରିବେ।

  11. ରାଜ୍ୟରେ ଖରାପ ପାଗକୁ ଦୃଷ୍ଟିରେ ରଖି ସରକାର ଦ୍ୱାଦଶ ସ୍ପଟ୍ ଆଡମିଶନ ଅବଧିକୁ ୩ ଅଗଷ୍ଟ ଯାଏ ବଢ଼ାଇଛନ୍ତି । ଏନେଇ ଉଚ୍ଚଶିକ୍ଷା ମାଧ୍ୟମିକ ପରିଷଦ ପକ୍ଷରୁ ସମସ୍ତ ଚିଠି କରାଯାଇଛି ।

  12. ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରରେ ଏକ ନିର୍ମାଣାଧୀନ କଲଭର୍ଟ ଭାଙ୍ଗି ଯିବା ଫଳରେ ଚାରି ଜଣ ଶିଶୁଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି

  13. ମୁକେଶ ଅମ୍ବାନିଙ୍କ ସଂସ୍ଥା ରିଲାଏନ୍ସ ରିଟେଲ୍‌ ପକ୍ଷରୁ ନୂଆ ଲାପ୍‌ଟପ୍ ଜିଓବୁକ୍‌କୁ ଉନ୍ମୋଚନ କରାଯାଇଛି। ଏହାର ମୂଲ୍ୟ ୧୬,୪୯୯ ଟଙ୍କା ରହିଛି। ଏହା ଜିଓ ଓଏସ୍‌ ଅପରେଟିଂ ସିଷ୍ଟମ୍ ଦ୍ବାରା ପରିଚାଳିତ ହେଉଥିବା ବେଳେ ଏଥିରେ ୪ଜି-ଏଲ୍‌ଇଟି ସ‌ଂଯୋଗ ରହିଛି।

  14. ପ୍ରାୟ ୧୦୦ ବର୍ଷ ତଳେ ମାତ୍ର ୬୦ ହଜାର ଟଙ୍କାରେ ଆରମ୍ଭ ହୋଇଥିବା ଭାରତର ପାର୍ଲେବିସ୍କୁଟ୍‌ କମ୍ପାନି ଆଜି ୧୬୨୦୦ କୋଟି ଟଙ୍କାର କମ୍ପାନିରେ ପରିଣତ ହୋଇଥିବା କଥା ଡିଏନ୍‌ଏ ଇଣ୍ଡିଆରିପୋର୍ଟ କରିଛି।

  15. ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଙ୍ଗଳବାର ପୁଣେରେ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନୀତ କରାଯିବ। ଏହି ସମୟରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ମଧ୍ୟ ମଞ୍ଚରେ ମୁଖ୍ୟ ଅତିଥି ରହିବାର କାର୍ଯ୍ୟକ୍ରମ ରହିଛି।

  16. କୋଲକାତା ହାଇକୋର୍ଟ ଟିଏମସି ମହାସଚିବ ଅଭିଷେକ ବାନାର୍ଜୀଙ୍କୁ ଅଗଷ୍ଟ ୫ରେ ବରୋଧ ପ୍ରଦର୍ଶନ ଉପରେ ରୋକ ଲଗାଇ ଦେଇଛନ୍ତି।

  17. ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ରେନୋ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ (ଆର୍‌ଆଇପିଏଲ୍‌)ର ସ୍ବତନ୍ତ୍ର ଅଭିଯାନ ରେନୋ ଏକ୍ସପେରିଏନ୍ସ ଡେଜ୍‌ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି।

  18. ଭାରତୀୟଙ୍କ ରୋଜଗାର ଆଗାମୀ ୭ ବର୍ଷରେ ୭୦ ପ୍ରତିଶତ ବୃଦ୍ଧି ପାଇପାରେ। ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ଆୟ ୨୦୩୦ ବେଳକୁ ପ୍ରାୟ ୭୦% ବୃଦ୍ଧି ପାଇ ୪୦୦୦ ଆମେରିକୀୟ ଡଲାର ଅର୍ଥାତ୍ ବର୍ତ୍ତମାନ ଭାରତୀୟ ଟଙ୍କାରେ ୩୨,୯୧୨୨.୪୦ ଟଙ୍କା ହେବାର ସମ୍ଭାବନା ରହିଛି।

  19. ଚନ୍ଦ୍ର ଅଭିଯାନ ନିମନ୍ତେ ଇସ୍ରୋ ପକ୍ଷରୁ ପ୍ରେରଣ କରାଯାଇଥିବା ଚନ୍ଦ୍ରଯାନ-୩ ପୃଥିବୀର କକ୍ଷପଥ ପରିକ୍ରମଣ ଶେଷ କରିଛି। ସୋମବାର ବିଳମ୍ବିତ ରାତିରେ ଚନ୍ଦ୍ରଯାନ-୩ ଏହି ପରିକ୍ରମଣ ଶେଷ କରିଥିବାବେଳେ ଏହାକୁ ଚନ୍ଦ୍ରର କକ୍ଷପଥ ଅଭିମୁଖେ ପ୍ରେରଣ କରାଯାଇଛି।

  20. ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କଲେ ଦ୍ରୁତ ବୋଲର ଯଶପ୍ରିତ୍ ବୁମରା । ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.