• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆଣ୍ଡାମାନ୍‌ ଓ ନିକୋବର ଦ୍ବୀପପୁଞ୍ଜର ନିକୋବର୍‌ ଦ୍ବୀପରେ ଭୂମିକମ୍ପ ହୋଇଥିବା କଥା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ ସୂଚନା ଦେଇଛି।ଭୂଗର୍ଭର ୧୦ କି.ମି. ଅଭ୍ୟନ୍ତରେ ସୃଷ୍ଟ ଏହି ଭୂମିକମ୍ପର ତୀବ୍ରତା ରିକ୍ଟର୍‌ ସ୍କେଲ୍‌ରେ ଥିଲା ୫.୦।

  2. ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ଏକ ଭୁଲ୍ କମାଣ୍ଡ ଯୋଗୁ ମହାକାଶ ଗବେଷଣା ଯାନ ଭୋଏଜର ୨ ସହ ଯୋଗାଯୋଗ ହରାଇଛି। ଏହା ବର୍ତ୍ତମାନ ପୃଥିବୀଠାରୁ ୧୨.୩ ବିଲିୟନ ମାଇଲ (୧୯୯୦ କୋଟି କିମି) ଦୂରରେ ଅବସ୍ଥିତ।

  3. ଔଷଧ ପ୍ୟାକେଟ୍‌ରେ ଆଜିଠାରୁ କ୍ୟୁଆର୍‌ କୋଡ୍‌ ବ୍ୟବହାର ଆରମ୍ଭ ହୋଇଛି। ଦେଶର ୩୦୦ ପ୍ରମୁଖ ଔଷଧ ପାଇଁ ଏହି ବ୍ୟବସ୍ଥା ଲାଗୁ ହୋଇଛି।

  4. ଚନ୍ଦ୍ରାୟନ-୩ ଅଗଷ୍ଟ ୧ ରେ ପୃଥିବୀର କକ୍ଷପଥରେ ବୃହତ୍ତମ କକ୍ଷପଥ ତିଆରି କରି ଏହାର ମାଧ୍ୟାକର୍ଷଣରୁ ବାହାରି ଚନ୍ଦ୍ର ଆଡକୁ ଯାତ୍ରା କରିଛି। ଏହା ପରେ, ପରବର୍ତ୍ତୀ ୨୩ ଦିନ ପାଇଁ, ଏହା ଚନ୍ଦ୍ରର କକ୍ଷପଥରେ ଘୂର୍ଣ୍ଣନ କରିବାବେଳେ ଏହାର କକ୍ଷପଥକୁ ହ୍ରାସ କରିବ। ଅଗଷ୍ଟ ୨୩ ଅପରାହ୍ନ ୫ଟା ୪୭ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରାୟନ-୩. ଚନ୍ଦ୍ରାୟନ , ଶେଷ ୧୫ ମିନିଟ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ।

  5. ଆସାମର ଦରାଙ୍ଗ ଜିଲାର ଏକ ବିଦ୍ୟାଳୟରେ ଅସ୍ତ୍ରଶସ୍ତ୍ର ତାଲିମ ଶିବିର ପରିଚାଳନା ପାଇଁ ଆସାମ ପୋଲିସ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ମାମଲା ଦାଏର କରିଛି।

  6. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ପଶ୍ଚିମ ୟୁପି, ବ୍ରିଜ ଏବଂ କାନପୁର-ବୁନ୍ଦେଲଖଣ୍ଡ ଅଞ୍ଚଳର ୪୫ ଏନଡିଏ ସାଂସଦଙ୍କ ସହ ବୈଠକ କରିଛନ୍ତି। ବୈଠକରେ ମୋଦି ସମସ୍ତ ସାଂସଦଙ୍କୁ ସିଧାସଳଖ ଭାବେ ଜନତାଙ୍କ ସହ ଯୋଡି ହେବାକୁ ପରାମର୍ଶ ଦେଇଛନ୍ତି।

  7. ସାମଗ୍ରୀ ଏବଂ ସେବା କର (ଜିଏସଟି) ସଂଗ୍ରହ ଜୁଲାଇରେ ୧୧ ପ୍ରତିଶତ ବୃଦ୍ଧି ପାଇ ୧.୬୫ ଲକ୍ଷ କୋଟିରୁ ଅଧିକ ହୋଇଛି।

  8. ୮୮ % ଦୁଇ ହଜାର ଟଙ୍କିଆ ନୋଟଗୁଡିକର ଦେଶର ବ୍ୟାଙ୍କଗୁଡିକୁ ଫେରି ଆସିଛି। ୩୧ ଜୁଲାଇ ୨୦୨୩ ସୁଦ୍ଧା ବଜାରରେ କେବଳ ୪୨, ୦୦୦ କୋଟି ଟଙ୍କା ମୂଲ୍ୟର ନୋଟ ବାକି ଅଛି।

  9. ବିହାରରେ ଜାତିଭିତ୍ତିକ ଜନଗଣନା ଉପରେ ପ୍ରତିବନ୍ଧକକୁ ପାଟନା ହାଇକୋର୍ଟ ହଟାଇ ଦେଇଛନ୍ତି। ମଙ୍ଗଳବାର ହାଇକୋର୍ଟ ନୀତୀଶ ସରକାରଙ୍କ ସପକ୍ଷରେ ନିଷ୍ପତ୍ତି ନେଇଥିବାବେଳେ ବିହାରରେ ଜାତି ଭିତ୍ତିକ ଗଣନା କରାଯିବ ବୋଲି କହିଥିଲେ।

  10. ରତ୍ନଭଣ୍ଡାରର ସୁରକ୍ଷାକୁ ନେଇ ଓଡ଼ିଶା ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଏଥିରେ ରତ୍ନଭଣ୍ଡାର ସୁରକ୍ଷିତ ଥିବା କୁହାଯାଇଛି। ରତ୍ନଭଣ୍ଡାରରେ ୧୪୯ କିଲୋ ୪୬୦ ଗ୍ରାମ ସୁନା ଏବଂ ୧୮୪ କିଲୋଗ୍ରାମ ରୁପା ଅଳଙ୍କାର ଥିବା ସତ୍ୟପାଠରେ କୁହାଯାଇଛି ।

  11. ହିଂସା ବଳୟରେ ହରିୟାଣା: ସାମ୍ପ୍ରଦାୟିକ ହିଂସା ନେଉଛି ମୁଣ୍ଡ, ଗଲାଣି ୭ ଜଣଙ୍କ ଜୀବନ । ଜଳିପୋଡି ଯାଇଛି ଶହଶହ ଯାନବାହାନ ।

  12. ୧୪ଟି ନୂତନ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ପାଇଁ ରାଜ୍ୟ ସରକାର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ଦିଆଯାଇଛି ।

  13. ରାଜ୍ୟ ଫରେନସିକ୍ ସାଇନ୍ସ ସେବା ସଂଗଠନର ହେବ ଆଧୁନିକୀକରଣ.. ୧୫୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ..

  14. ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପରୁ ନିଷ୍କାସିତ ହେଲା ପ୍ରଥମ ବନ୍ୟା ଜଳ ।ପାନୀୟ ଜଳ ସହ ସୃଷ୍ଟି ହେଲା ଜଳସେଚନର ନୂଆ ସମ୍ଭାବନା

  15. ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

  16. କେନ୍ଦ୍ର ସରକାର ଲୋକସଭାରେ ଦିଲ୍ଲୀ ସେବା ନିଯୁକ୍ତି ଓ ବଦଳି (ସଂଶୋଧନ) ବିଲ୍‌, ୨୦୨୩ ଆଗତ କରିଛନ୍ତି। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଏବଂ ହୋହଲ୍ଲା ମଧ୍ୟରେ ଦିଲ୍ଲୀ ସେବା ନିଯୁକ୍ତି ବିଲ୍‌କୁ ସରକାର ଲୋକସଭାରେ ଆଗତ କରିଥିଲେ।

  17. ସାଢ଼େ ଚାରି କୋଟି ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ଓଡ଼ିଶାରେ ମୋବାଇଲ୍ ବ୍ୟବହାର କରୁଥିବା ଗ୍ରାହକ ସଂଖ୍ୟା ୩ କୋଟି ୩୩ ଲକ୍ଷରୁ ଅଧିକ ହୋଇଛି। ଫଳରେ ରାଜ୍ୟର ଟେଲି ସାନ୍ଧ୍ରତା ୭୬.୧୨% ହୋଇଛି।

  18. ପୂର୍ବଥର ଆମେରିକା ଉପ-ରାଷ୍ଟ୍ରପତି ଦୌଡ଼ରେ ଥିଲେ ଜଣେ ଭାରତୀୟ ବଂଶୋଦ୍ଭବ। ଆଉ ଏବେ ରାଷ୍ଟ୍ରପତି ଦୌଡ଼ରେ ଅଛନ୍ତି ତିନି ଇଣ୍ଡୋ-ଆମେରିକାନ୍। ୟୁଏସରେ ହାକିମଗିରି ଚଳାଇବାକୁ ପ୍ରସ୍ତୁତ ହେଲେଣି।

  19. ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ଗଭୀର ଅବପାତଟି ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି।

  20. ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ, ମହମ୍ମଦ ସାମି, ଯଶପ୍ରୀତ୍ ବୁମରା, ମହମ୍ମଦ ସିରାଜଙ୍କ ବିନା ଖେଳିଥିବା ଭାରତର ଯୁବ ଦଳ ୱେଷ୍ଟଇଣ୍ଡିଜ ଦିନିକିଆ ଶୃଙ୍ଖଳା ଜିତିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୨୦୦ ରନରେ ପରାସ୍ତ କରି ୨-୧ରେ ଶୃଙ୍ଖଳା ବିଜୟ ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.