• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ସନ୍ଧ୍ୟା ସୁଦ୍ଧା ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଏହି ଅବପାତଟି ବର୍ତ୍ତମାନ ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳରେ ସକ୍ରିୟ ରହିଛି। ଏହା ବର୍ତ୍ତମାନ ଘଣ୍ଟା ପ୍ରତି ୧୯ କିଲୋମିଟର ବେଗରେ ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି।

  2. କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି କାରଣରୁ ପ୍ରଶାସନକୁ ଚିନ୍ତା ବଢାଇଛି। ତେଣୁ ହାଟଡିହି ବ୍ଲକର ତିନୋଟି ସ୍ଥାନନରେ ଆଶ୍ରୟସ୍ଥଳ କରାଯାଇ ୯୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଜିଲ୍ଲାର ବିଭିନ୍ନ ୩୧୩ ଜଣଙ୍କୁ ସୁରକ୍ଷିତ ସ୍ଥାନକୁସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି।

  3. ଶିମିଳିପାଳ ଅଭୟାରଣ୍ୟ ଓ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ସୁରକ୍ଷା ଦେବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବନ ଓ ପୁଲିସ ବିଭାଗକୁ ନେଇ ଯୁଗ୍ମ ବା ଜଏଣ୍ଟ ଟାସ୍କ ଫୋର୍ସ(ଜେଟିଏଫ) ଗଠନ କରାଯାଇଛି ।

  4. ଫି ଫେରସ୍ତ ଉପରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା UGC ପୂର୍ବରୁ ଏକ ନୀତି ପ୍ରଣୟନ କରିଛି। ୨୦୨୩-୨୪ ଶିକ୍ଷାବର୍ଷରୁ ପରିବର୍ଦ୍ଧିତ ନିୟମ ଅନୁଯାୟୀ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନଗୁଡିକରେ ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଆଡମିଶନ ଫି’ ସମ୍ପୂର୍ଣ୍ଣ ଫେରସ୍ତ ହେବ ଏବଂ ୩୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଆଡମିସନ ଛାତ୍ରଛାତ୍ରୀଙ୍କ ସର୍ବାଧିକ ୧ହଜାର ଟଙ୍କା କଟାଯିବ ବୋଲି ମନ୍ତ୍ରୀ କହିଛନ୍ତି।

  5. ରାଷ୍ଟ୍ରପତିଙ୍କୁ ଭେଟିଲେ ‘ଇଣ୍ଡିଆ’ ମେଣ୍ଟର ୩୧ ସାଂସଦ । ମଣିପୁରର ଆଇନ ଶୃଙ୍ଖଳା ଓ ପୀଡ଼ିତଙ୍କ ସମସ୍ୟା ନେଇ ମହାମହିମଙ୍କୁ ଅବଗତ କରାଇଲେ ।

  6. କାଲିଫର୍ଣ୍ଣିଆ ଗୋଦାମରେ ବେଆଇନ ମେଡିକାଲ ଲ୍ୟାବ୍ ଠାବ‌: କୋଭିଡ୍‌-୧୯ ସମେତ ବିପଜ୍ଜନକ ଭୂତାଣୁ ଉପରେ ହେଉଥିଲା ଗବେଷଣା ।

  7. ଅକ୍ଟୋବର ୧ରୁ ଅନ୍‌ଲାଇନ୍‌ ଗେମ୍‌, ଘୋଡ଼ା ଦୌଡ଼ ଓ ଜୁଆ ଖେଳ ଉପରେ ୨୮% ଜିଏସ୍‌ଟି ଲାଗୁ ହେବ, ୬ ମାସ ପରେ ସମୀକ୍ଷା କରିବେ ସରକାର ।

  8. ବୁଧବାର ଘରୋଇ ଷ୍ଟକ ବଜାରରେ ଏକ ବଡ଼ ହ୍ରାସ ଘଟିଛି। ସପ୍ତାହର ତୃତୀୟ ବାଣିଜ୍ୟ ଦିନରେ, ସେନ୍ସେକ୍ସ ୭୦୨.୮୮ ପଏଣ୍ଟ ହ୍ରାସ ପାଇ ୬୫,୭୫୬.୪୩ରେ ବନ୍ଦ ହୋଇଛି।

  9. ଅତ୍ୟାବଶ୍ୟକୀୟ ଦ୍ରବ୍ୟର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ ଜଣାପଡିଛି କି, ଗତ ୬ମାସ ମଧ୍ୟରେ ୫୦୦୦କୋଟି ଟଙ୍କା ମୂଲ୍ୟର ଲିପଷ୍ଟିକ ଭଳି ପ୍ରସାଧନ ସାମଗ୍ରୀ ବିକ୍ରି ହୋଇଛି।

  10. ସନତ କୁମାର ମହାନ୍ତି  ଓପିଏସ ସି (OPSC)ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ ।

  11. ଜମ୍ମୁ କଶ୍ମିରରେ ଉଚ୍ଛେଦ ଧାରା ୩୭୦କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ ହୋଇଥିବା ପିଟିଶନକୁ ସୁପ୍ରିମକୋର୍ଟରେ ବୁଧବାର ଶୁଣାଣି ଆରମ୍ଭ ହୋଇଛି।

  12. ଗୃହ ମନ୍ତ୍ରାଳୟର ବିଭିନ୍ନ ସଂସ୍ଥାନରେ ପ୍ରାୟ ୧,୧୪,୨୪୫ ପୋଷ୍ଟ ଖାଲି ପଡ଼ିଛି । ଯେଉଁଥିରେ ସିଆରପିଏଫ୍‌, ବିଏସଏଫ୍‌ ଏବଂ ଦିଲ୍ଲୀ ପୋଲିସ୍‌ରେ ଅନେକ ପଦବୀ ରହିଛି। କେନ୍ଦ୍ର ମନ୍ତ୍ରୀ ଅଜୟ କୁମାର ମିଶ୍ରା ବୁଧବାର ରାଜ୍ୟସଭାରେ ଏହି ତଥ୍ୟ ରଖିଛନ୍ତି।

  13. ଜଣାଶୁଣା କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ମୁମ୍ବାଇ ନିକଟ କରଜତରେ ଥିବା ତାଙ୍କ ଏନଡି ଷ୍ଟୁଡିଓରେ ନିତିନ ଦେଶାଇଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଛି।

  14. ଅଗଷ୍ଟ୩ରେ ଲଞ୍ଚ ହେବ ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ଇ-କେୟାର ପୋର୍ଟାଲ, ବିଦେଶରେ ମୃତ ଭାରତୀୟଙ୍କ ପାର୍ଥିବ ଶରୀର ଆଣିବାରେ ସହାୟତା କରିବେ ସରକାର ।

  15. ଦିଲ୍ଲୀ ସେବା ଅଧ୍ୟାଦେଶ ସମ୍ପର୍କିତ କେନ୍ଦ୍ର ସରକାର ଆଣିଥିବା ଗଭର୍ନମେଣ୍ଟ ଅଫ୍‌ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ୍‌ ଦିଲ୍ଲୀ (ସଂଶୋଧନ) ବିଲ୍‌, ୨୦୨୩କୁ ବିଜେଡି ସମର୍ଥନ କରିଥିବା ମଙ୍ଗଳବାର ଘୋଷଣା କରିଛି।

  16. ଉଚ୍ଚ ଶିକ୍ଷାନୁଷ୍ଠାନରେ ବଢ଼ିଛି ମୁସ୍‌ଲିମ ଛାତ୍ରଛାତ୍ରୀଙ୍କ ନାମଲେଖା ସଂଖ୍ୟା, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ବି ବୃଦ୍ଧି ପାଇଛି: କେନ୍ଦ୍ର ମନ୍ତ୍ରୀ।

  17. କଂଗ୍ରେସ ‌ନେତା ରାହୁଲ ଗାନ୍ଧି ଆଜି ସୁପ୍ରିମକୋର୍ଟରେ ଏକ ଜବାବୀ ସତ୍ୟପାଠ ଦାଖଲ କରିଛନ୍ତି ଏବଂ ୨୦୧୯ ମସିହାର ଅପରାଧିକ ମାନହାନି ମାମଲାରେ କ୍ଷମା ମାଗିବେ ନାହିଁ ବୋଲି ମନା କରିଦେଇଛନ୍ତି।

  18. ୟୁକ୍ରେନ ସହ ଖାଦ୍ୟ ରପ୍ତାନି ଚୁକ୍ତି ବାତିଲ ହେବା ପରେ ରୁଷ୍ ଏବେ  ୟୁକ୍ରେନର ରପ୍ତାନି ଭିତ୍ତିଭୂମିକୁ ନଷ୍ଟ କରିବାରେ ଲାଗିଛି। ରୋମାନିଆ ସୀମା ନିକଟରେ ଥିବା ୟୁକ୍ରେନର ଡାନୁବ ନଦୀ କୂଳରେ ଥିବା ଏକ ବନ୍ଦର ଉପରେ ବୁଧବାର ରୁଷ୍ ଡ୍ରୋନ୍ ଆକ୍ରମଣ କରିଛି ।

  19. କାନାଡ଼ାରେ ଆୟୋଜିତ ବିଶ୍ବ ପୁଲିସ ଓ ଫାୟାର କ୍ରୀଡ଼ାରେ ଭାରତରୁ ପ୍ରତିନିଧିତ୍ବ କରିଥିବା ଓଡ଼ିଆ ଝିଅ ଚିନ୍ମୟୀ ଭୂୟାଁ ୨ଟି ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

  20. ରିୟାନ ପରାଗଙ୍କ ଆଉ ଏକ ବିସ୍ଫୋରକ ଶତକ ସାଙ୍ଗକୁ ମଣିଶଙ୍କର ମୁରାସିଂହଙ୍କ ଘାତକ ବୋଲିଂ ବଳରେ ପୂର୍ବାଞ୍ଚଳ ଚଳିତ ଦେଓଧର ଟ୍ରଫିର ଫାଇନାଲ୍‌ରେ ପ୍ରବେଶ କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.