• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର ଉଚ୍ଚାଭିଳାଷୀ ଚନ୍ଦ୍ର ମିସନ ଚନ୍ଦ୍ରଯାନ-୩ ପୃଥିବୀର ଚାରିପଟେ ଏହାର କକ୍ଷଭ୍ରମଣ ସମାପ୍ତ କରି ମଙ୍ଗଳବାର ଚନ୍ଦ୍ରର ନିକଟତର ହୋଇଥଛି। ଏହି ମିସନଟି ଚନ୍ଦ୍ରପୃଷ୍ଠରେ ଏକ ନରମ ଅବତରଣ କରିବାକୁ ଲକ୍ଷ୍ୟ ରଖିଛି।

  2. ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ମାଧପୁର ଗ୍ରାମର ଝିଅ ପ୍ରୀତିପଦ୍ମା ଶତପଥୀ ନିଟ ପିଜି ପ୍ରବେଶିକା ପରୀକ୍ଷା ଓଡିଶା ରାଙ୍କର ଟପ୍ପର ହୋଇଛନ୍ତି ।

  3. କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟର ନୂତନ ଓ ଏସ ଡି ଭାବେ ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କୁ ନିଯୁକ୍ତି ମିଳିଛି। ମାନ୍ୟବର ରାଜ୍ୟପାଳ ତଥା କୁଳପତିଙ୍କର ନିର୍ଦେଶ କ୍ରମେ ପତ୍ର ସଙ୍ଖ୍ୟା ୫୮୩୨ ତା-୩୧/୭/୨୦୨୩ ଅନୁସାରେ କୁଳପତିଙ୍କର ପ୍ରମୁଖ ସଚିବ ଏହା ଜଣାଇଛନ୍ତି।

  4. ଆହ୍ଲାବାଦ ହାଇକୋର୍ଟ ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣକୁ ବାରାଣାସୀର ଜ୍ଞାନବାପି ମସଜିଦ ପରିସରକୁ ସର୍ଭେ କରିବାକୁ ଅନୁମତି ଦେଇଛନ୍ତି।

  5. ମେକ୍‌ସିକୋର ପଶ୍ଚିମାଞ୍ଚଳ ରାଜପଥରୁ ଗୁରୁବାର ପ୍ରତ୍ୟୁଷରେ ଗୋଟାଏ ଯାତ୍ରୀବାହୀ ବସ୍‌ ପାହାଡ଼ୀ ନଈକୁ ଖସିପଡ଼ିବାରୁ ଅନ୍ୟୂନ ୧୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

  6. ଚୀନ୍‌ର ଇଣ୍ଟରନେଟ୍‌ ୱାଚ୍‌ଡଗ୍ ପିଲାଙ୍କ ସ୍ମାର୍ଟଫୋନ୍ ବ୍ୟବହାରକୁ ସୀମିତ କରିବା ପାଇଁ ଏକ ନୀତି ପ୍ରଣୟନ କରିଛି। ସୋସିଆଲ ମିଡ଼ିଆ ଓ ଅନ୍‌ଲାଇନ ଗେମ୍‌ରେ ପିଲାମାନେ ଚିନ୍ତାଜନକ ଭାବେ ଅଧିକ ସମୟ ବିତାଉଥିବାରୁ ଏବଂ ନିଶାଗ୍ରସ୍ତ ହୋଇପଡ଼ୁଥିବାରୁ ଏପରି ନିୟମ ପ୍ରଣୟନ କରାଯାଇଛି।

  7. କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା ଓ ଜଗତସିଂହପୁରରେ ବନ୍ୟା ଆଶଙ୍କା, ୬୮୩୪ ଜଣ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର।

  8. ଓଡିଶାରେ କମିଲା ଅବପାତର ପ୍ରଭାବ, ଆଗାମୀ ୫ଦିନ ପର୍ଯ୍ୟନ୍ତ ଓଡିଶାରେ ବଡ ବର୍ଷାର ସମ୍ଭାବନା ନଥିବା ପାଣିପାଗ ବିଭାଗର ସୂଚନା

  9. ହାଇକୋର୍ଟ ବୁଲିବେ ସାଧାରଣ ଲୋକ:  ଆରମ୍ଭ ହେଲା ରେଜିଷ୍ଟ୍ରେସନ,ଭିଜିଟର ପାସ କାଉଣ୍ଟରରେ ପରିଚୟ ପତ୍ର ଦେଖାଇ ରେଜିଷ୍ଟ୍ରେସନ କରି ହେବ।

  10. ମୋ ବସ୍ ଭଳି ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନା, ରାଜ୍ୟର ୬ ଟି ଜିଲ୍ଲାରେ ଗଡିବ। ଆଦିବାସୀ ଅଧ୍ୟୁଷିତ ଓ ମାଓ ଉପଦ୍ରୁତ ଅଞ୍ଚଳରେ ଏହି ବସ୍ ଚାଲିବ।

  11. ନୂଆଦିଲ୍ଲୀ: ଲୋକସଭାରେ ଦିଲ୍ଲୀ ସେବା ବିଲ୍‌ ପାରିତ। ରାଜ୍ୟସଭାରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ ।

  12. ସରକାରୀ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହେଉଥିବା ଇନଡୋର ରୋଗୀଙ୍କ ପାଇଁ ଦିଆଯାଉଥିବା ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦେଲେ ଅନୁମୋଦନ l ଖର୍ଚ୍ଚ ହେବ ୬୪ କୋଟି ଟଙ୍କା, ଉପକୃତ ହେବେ ୪୨ ଲକ୍ଷରୁ ଅଧିକ ରୋଗୀ l

  13. ୧୯ ଦିନ ପରେ ଖୋଲିଲା ରାଜଧାନୀର ମାର୍କେଟ ବିଲ୍ଡିଂ l ଚଳଚଂଚଳ ମାର୍କେଟ ବିଲ୍ଡିଂ l ବସିପାରିବେନି ଅସ୍ଥାୟୀ ବ୍ୟବସାୟୀ l

  14. ବିଦେଶୀ ଛାତ୍ରଛାତ୍ରୀମାନଙ୍କ ପାଇଁ ‘ଷ୍ଟଡି ଇନ୍‍ ଇଣ୍ଡିଆ ପୋର୍ଟାଲ’ର ଶୁଭାରମ୍ଭ କଲେ ସରକାର l ଏହା ମାଧ୍ୟମରେ ଭାରତକୁ ଆସୁଥିବା ବିଦେଶୀ ଛାତ୍ରଛାତ୍ରୀମାନେ ପୁରାତନ ଛାତ୍ରଛାତ୍ରୀମାନଙ୍କ ସହ ଯୋଗାଯୋଗ କରିପାରିବେ ।

  15. ଜାତୀୟ ରାଜପଥ ବ୍ୟବହାରକାରୀଙ୍କ ପାଇଁ ମୋବାଇଲ୍ ଆପ୍ଲିକେସନ୍ ‘ରାଜମାର୍ଗଯାତ୍ରା’ ହେଲା ଆରମ୍ଭ l

  16. ଆଡ଼କଟା ରାସ୍ତା କୁମ୍ଭାରପଡା କୁଆରିଆ ନଦୀ ଉପରେ ଥିବା ବ୍ରିଜଟି ଦୁର୍ବଳ ଯୋଗୁଁ ଭୁଶୁଡି ଯାଇଛି । ଦୀର୍ଘ ଦିନ ହେବ ବ୍ରିଜଟି ମରାମତି ହୋଇ ନଥିବାବେଳେ ବିପଦ ସଂକୁଳ ଅବସ୍ଥାରେ ରହିଥିଲା ।

  17. ହରିୟାଣାର ନୁହ ଜିଲ୍ଲା ଏବଂ ଆଖପାଖ ଅଞ୍ଚଳରେ ଗତ ୩ ଦିନ ଧରି ଜାରି ରହିଥିବା ସାମ୍ପ୍ରଦାୟିକ ହିଂସା ଘଟଣାରେ ୧୭୬ ଜଣ ଗିରଫ ହୋଇଛନ୍ତି ଏବଂ ୫ ଜିଲ୍ଲାରେ ୯୩ଟି ମାମଲା ରୁଜୁ ହୋଇଛି।

  18. ବିରୋଧୀ ସାଂସଦମାନେ ରୁଲ୍‌ ୨୬୭ ଅଧୀନରେ ଗୃହ‌ର ସମସ୍ତ କାର୍ଯ୍ୟ ବାତିଲ କରି କେବଳ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ଚାହିଥିଲେ। କିନ୍ତୁ ସରକାର ରୁଲ୍‌ ୧୭୬ ଅଧୀନରେ ମଣିପୁର ପ୍ରସଙ୍ଗରେ ସ୍ବଳ୍ପ ସମୟର ଆଲୋଚନା ଚାହୁଥିଲେ। ତେବେ ସଂସଦରେ ଜାରି ରହିଥିବା ଅଚଳାବସ୍ଥା ହଟାଇବାପାଇଁ ସରକାର ଶେଷରେ ବିରୋଧୀଙ୍କ ପ୍ରସ୍ତାବରେ ରାଜି ହୋଇଥିବା ଜଣାପଡ଼ିଛି।

  19. “ଭାରତରେ ଆମ ଖେଳାଳିଙ୍କୁ କଡ଼ା ସୁରକ୍ଷା ନ ଦେଲେ ଯିବୁନି” ବିଶ୍ବକପ୍ ପାଇଁ ପାକିସ୍ତାନର ନୂଆ ସର୍ତ୍ତ l

  20. ଓଡ଼ିଆ ପୁଅ କି‌ଶୋର ଜେନା ଚଳିତ ମାସ ୧୯ ତାରିଖରୁ ଆରମ୍ଭ ହେବାକୁ ଥିବା ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ବ କରିବେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.