• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଚନ୍ଦ୍ରଯାନ-୩ ଗତକାଲି ସଫଳତାର ସହ ଚନ୍ଦ୍ର କକ୍ଷରେ ପ୍ରବେଶ କରିଥିବା ବେଳେ ଆଜି ଏହା ଚନ୍ଦ୍ରର ପ୍ରଥମ ଫଟୋ ପଠାଇଛି।

  2. ପାକିସ୍ତାନର ୨ଟି ପରିବାରର ମୋଟ ୧୫ ଜଣ ସଦସ୍ୟ ଭାରତ ପଳାଇ ଆସିଛନ୍ତି। ସେଠାରେ ଦରଦାମ ବୃଦ୍ଧି ଏବଂ ବେକାରି ସମସ୍ୟାରେ ଅତିଷ୍ଠ ହୋଇ ଭାରତରେ ରହିବା ପାଇଁ ପଳାଇ ଆସିଛନ୍ତି।

  3. ମଣିପୁରରେ ତିନିମାସ ଧରି ଚାଲିଥିବା ଜାତିଆଣ ହିଂସା ଗତକାଲିଠାରୁ ପୁଣି ଉଗ୍ରରୂପ ନେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମୋର୍ଟାର ଓ ବନ୍ଧୁକ ଆକ୍ରମଣ ଓ ପ୍ରତି-ଆକ୍ରମଣରେ ୬ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି।

  4. ଅଲିଗଡ ସାରା ବିଶ୍ୱରେ ତାଲା ଓ ଚାବି ତିଆରି ଲାଗି ପ୍ରସିଦ୍ଧି । ଏହି ପରିଚୟକୁ ବଜାୟ ରଖିବା ଲାଗି ଅଲିଗଡର ଏକ ବୟସ୍କ ଦମ୍ପତି ବର୍ଷ ବର୍ଷ ଧରି ତାଲା ଓ ଚାବି ତିଆରି କରି ଆସୁଛନ୍ତି। ନିକଟରେ ଏହି ଦମ୍ପତି ୪୦୦କିଲୋର ତାଲା ତିଆରି କରିଥିବା ବେଳେ ୪ଫୁଟର ଚାବି ତିଆରି କରିଛନ୍ତି।

  5. ମଣିପୁରରେ ତିନି ମାସରୁ ଅଧିକ ସମୟ ଧରି ଚାଲିଥିବା ହିଂସା କାଣ୍ଡ ଯୋଗୁଁ ଏନଡିଏର ସହଯୋଗୀ ଦଳ କୁକି ପିପୁଲ୍ସ ଆଲାଏନ୍ସ ମଣିପୁରରେ ଏନ. ବିରେନ ସିଂହ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଛି । କୁକି ପିପୁଲ୍ସ ଆଲାଏନ୍ସ (କେପିଏ)ରେ ଦୁଇ ଜଣ ବିଧାୟକ ଅଛନ୍ତି।

  6. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସାରା ଦେଶର ୫୦୮ ରେଳ ଷ୍ଟେସନର ପୁନର୍ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ୨୪,୪୭୦ କୋଟିରୁ ଅଧିକ ଟଙ୍କା ମୂଲ୍ୟରେ ପୁନର୍ବିକାଶ ହେବାକୁ ଥିବା ଏହି ୫୦୮ଟି ଷ୍ଟେସନ ୨୭ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ରହିଛି।

  7. ଇରାକ୍‌ ଏହାର ଟେଲିଗ୍ରାମ୍‌ ଆପ୍‌କୁ ବନ୍ଦ କରିଦେଇଛି। ‘ବ୍ୟକ୍ତିଗତ ତଥ୍ୟ ଉଲ୍ଲଂଘନ’ ଦର୍ଶାଇ ଇରାକ୍‌ ଏହି ଆପ୍‌କୁ ବନ୍ଦ କରିଥିବା ଇରାକ୍‌ର ଟେଲିକମ୍‌ ମନ୍ତ୍ରଣାଳୟ କହିଛି।

  8. ରାଜେନ୍ଦ୍ର ୟୁନିଭରସିଟି ପ୍ଲେ ଗ୍ରାଉଣ୍ଡରେ ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି ପାଣ୍ଡିଆନ୍ । ଡିସେମ୍ବର ସୁଦ୍ଧା ଜିଲ୍ଲାର ସମସ୍ତ କଲେଜ ଫାଇଭ-ଟିରେ ରୂପାନ୍ତରିତ ହେବ । ୯୭ଟି କଲେଜ ପାଇଁ ୪୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ।

  9. ହୀରାକୁଦର ଜଳସ୍ତର ୬୨୧.୮୫ ଫୁଟ ରହିଛି। ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୬୯ ହଜାର ୧୮୧ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ମୋଟ ୨ଟି ଗେଟ୍ ଦେଇ ୩ଲକ୍ଷ ୨୪ହଜାର୪୧୩ଘନଫୁଟ ବନ୍ୟାଜଳ ନିଷ୍କାସନ କରାଯାଉଛି ।

  10. ପାକିସ୍ତାନରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ଯେଉଁଥିରେ ୧୦ଟି ବଗି ଲାଇନଚ୍ୟୁତ ହୋଇଯାଇଥିବା ବେଳେ ୨୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିସହ ୫୦ ରୁ ଅଧିକ ଲୋକ ଆହତ ଥିବା ଜଣାପଡ଼ିଛି।

  11. ‘ବହୁଜନ ହିତାୟ, ବହୁଜନ ସୁଖାୟଃ’ର ବାର୍ତ୍ତା ପ୍ରଚାର କରୁଥିବା ଆକାଶବାଣୀ ଏବେ ଶ୍ରୋତାଙ୍କଠାରୁ ନିଜକୁ ଦୂରେଇନେବାକୁ ଅପଚେଷ୍ଟା ଆରମ୍ଭ କରିଦେଇଛି। ଲୋକପ୍ରିୟତାର ଶିଖର ଛୁଇଁଥିବା ଏହାର ପ୍ରମୁଖ ଏଫ୍‌‌ଏମ୍‌‌ ଚ୍ୟାନେଲ ‘୧୦୧.୩ ଏଫ୍‌‌ଏମ୍‌‌ ରେନ୍‌‌ବୋ’ରୁ ସମସ୍ତ କାର୍ଯ୍ୟକ୍ରମ ଆକାଶବାଣୀ କର୍ତ୍ତୃପକ୍ଷ ବନ୍ଦ କରି ଏହାକୁ ଏକ ରିଲେ ଷ୍ଟେସନରେ ପରିଣତ କରିଦେଇଛନ୍ତି।

  12. ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’। ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ ଓ ପୁରସ୍କୃତ କରି ପ୍ରୋତ୍ସାହନ ଦେବା ପାଇଁ ଏହି ଅଭିନବ ପ୍ରକ୍ରିୟା ଆରମ୍ଭ ହେବ।

  13. ପାକିସ୍ତାନର କରାଚୀରୁ ରାୱଲପିଣ୍ଡି ଯାଉଥିବା ହାଜରା ଏକ୍ସପ୍ରେସ୍‌ର ୧୦ଟି ବଗି ଲାଇନଚ୍ୟୁତ ହେବା ଯୋଗୁ ଅତି କମ୍‌ରେ ୩୩ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୮୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି।

  14. ହରିୟାଣାର ନୁହରେ ଏକ ଧାର୍ମିକ ଶୋଭାଯାତ୍ରା ଉପରେ ଟେକାପଥର ମାଡ଼ରୁ ସାମ୍ପ୍ରଦାୟିକ ହିଂସା ଆରମ୍ଭ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ହିଂସାକାଣ୍ଡ ସହ ଜଡ଼ିତ ଲୋକମାନଙ୍କର ବେଆଇନ ନିର୍ମାଣ ଭଙ୍ଗା ଅଭିଯାନ ଜାରି ରହିଛି।

  15. ଦେଶର ଏକ ନମ୍ବର ଧନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି କଂପାନିରୁ ଟଙ୍କାଟିଏ ବି ଦରମା ନେଉନାହାନ୍ତି। ୨୦୨୦‌ରେ ମହାମାରୀ ବ୍ୟାପିବା ପରେ ସେ ସ୍ବଇଚ୍ଛାରେ ଦରମା ନେବେ ନାହିଁ ବୋଲି ଘୋଷଣା କରିଥିଲେ।

  16. ଭାରତର ମୋଟ ଔଷଧ ଆମଦାନିରେ ବଲ୍କ ଡ୍ରଗ୍ସ ବା ଆକ୍ଟିକ ଫାର୍ମାସ୍ୟୁଟିକାଲ ଇନଗ୍ରେଡିଏଣ୍ଟ (ଏପିଆଇ)ର ଅଂଶ ୫୫ରୁ ୬୬ ପ୍ରତିଶତ।

  17. ଏକ ସଂସ୍ଥାର ଆକଳନ ଅନୁଯାୟୀ ଟମାଟୋ ପରେ ନିକଟ ଭବିଷ୍ୟତରେ ପିଆଜ ମୂଲ୍ୟ ମାତ୍ରାଧିକ ବଢ଼ିବ। ଏପରିକି ‌ପିଆଜର କିଲୋଗ୍ରାମ ପିଛା ମୂଲ୍ୟ ସେପ୍ଟେମ୍ବର ମାସରେ ୬୦ରୁ ୭୦ ଟଙ୍କା ହେବ।

  18. ଦୁନିଆରେ ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳ କରିବା ପାଇଁ ଚାଇନା ଖବରକାଗଜର ସାହାଯ୍ୟ ନେଉଛି। ନିଜ ବିଷୟରେ ସକାରାତ୍ମକ ଖବର ପ୍ରକାଶ କରିବାକୁ ଓସେନିଆରେ ଅବସ୍ଥିତ ସୋଲୋମନ ଦ୍ୱୀପପୁଞ୍ଜ ଖବରକାଗଜକୁ ୧୩୦ ହଜାର ଡଲାର ଦେଇଛି।

  19. ଟ୍ୟୁନିସିଆର କେରେକେନା ଦ୍ୱୀପରୁ ଏକ ଜାହାଜ ବୁଡ଼ିଯିବା ପରେ ଚାରିଜଣ ପ୍ରବାସୀଙ୍କର ମୃତ୍ୟୁ ଘଟିଛି ଏବଂ ୫୧ ଜଣ ନିଖୋଜ ଅଛନ୍ତି।

  20. ଭାରତରେ ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍‌ ୨୦୨୩ ଖେଳିବା ପାଇଁ ପାକିସ୍ତାନ ସରକାର ଦେଶର ସିନିୟର ପୁରୁଷ କ୍ରିକେଟ ଦଳକୁ ଅନୁମତି ପ୍ରଦାନ କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.