• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ସୁପ୍ରିମକୋର୍ଟ କଲେଜିୟମ ଅନୁମୋଦନ କରିଥିବା ଦୁଇଜଣ ହେଉଛନ୍ତି ଶିବଶଙ୍କର ମିଶ୍ର ଓ ଆନନ୍ଦ ଚନ୍ଦ୍ର ବେହେରା।

  2. ଚଳିତ ଋତୁରେ ଉତ୍ପାଦନ କମ୍ ରହିଥିବାରୁ ଦେଶରେ ଗହମ ମୂଲ୍ୟ ବଢ଼ିବାରେ ଲାଗିଛି। ଏଥିଯୋଗୁ ଗହମ ଦର ୬ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଗହମ ଦର ବଢ଼ିଲେ ବଜାରରେ ଅଟା ମହଙ୍ଗା ହେବ।ଗହମ କ୍ୱିଣ୍ଟାଲ ପିଛା ୨୪୮୦ ରୁ ୨୬୩୩ ଟଙ୍କାକୁ ବୃଦ୍ଧି ପାଇଛି।

  3. ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୫୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୭୯, ପୁରୀରୁ ୧୫୦, କଟକରୁ ୧୨୫ ଓ ଜଗତସିଂହପୁରରୁ ୧୦୧ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି ।

  4. ୨୦୨୨ ଜେଇଇ ପରୀକ୍ଷାରେ ଜଣେ ପରୀକ୍ଷାର୍ଥୀଙ୍କ ତ୍ରୁଟିପୂର୍ଣ୍ଣ ମାର୍କସିଟ୍ ମାମଲାରେ ସିବିଆଇ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଚାରିମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

  5. ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ସଭାପତି ଥିବା  ରାମାଶିଷ ହାଜରାଙ୍କୁ ପଶୁପାଳନ ଓ ପ୍ରାଣୀଧନ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଏଥି ସହିତ IG ରେଜିଷ୍ଟ୍ରେସନ ଓ ରାଜସ୍ୱ ଅଧିକାରୀଙ୍କ ତାଲିମ ପ୍ରତିଷ୍ଠାନ(ରୋଟି) ନିର୍ଦ୍ଦେଶକ ଥିବା ଜ୍ୟୋତିପ୍ରକାଶ ଦାସଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।

  6. ବୋର୍ଡିଂ ଗେଟରେ ଅଚେତ ହୋଇ ପଡ଼ିଗଲେ ପାଇଲଟ। ହୃଦଘାତ ନେଇଗଲା ଜୀବନ। ପୁଣେକୁ ବିମାନ ଉଡ଼ାଣ କରିବାକୁ ଯିବା ପୂର୍ବରୁ ଗୁରୁବାର ସକାଳେ ନାଗପୁର ବୋର୍ଡିଂ ଫାଟକରେ ଇଣ୍ଡିଗୋର ଜଣେ ପାଇଲଟ ମୃତ୍ୟୁବରଣ କରିଥିବା ସାମ୍ନାକୁ ଆସିଛି।

  7. କଂଗ୍ରେସ ପକ୍ଷରୁ ଗୁରୁବାର ଦଳୀୟ ସଂଗଠନରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ମଧ୍ୟପ୍ରଦେଶର ବରିଷ୍ଠ ପର୍ଯ୍ୟବେକ୍ଷକ ଥିବା ବରିଷ୍ଠ ନେତା ରଣଦୀପ ସୁରଜେୱାଲାଙ୍କୁ ରାଜ୍ୟର ପ୍ରଭାରୀ ମହାସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।

  8. ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ କେନ୍ଦ୍ର ସରକାର ବୁଧବାର ୧୪,୯୦୩ କୋଟି ଟଙ୍କା ପ୍ରଦାନ କରିଛନ୍ତି। ୨୦୨୨ରୁ ୨୦୨୬ ମଧ୍ୟରେ ପାଞ୍ଚ ବର୍ଷ ମଧ୍ୟରେ ଏହି ଅର୍ଥ ବ୍ୟବହୃତ ହେବ।

  9. କେବଳ ନାଁ ପାଇଁ ନୁହେଁ କାମ ପାଇଁ ନେହେରୁ ସୁପରିଚିତ ବୋଲି ‘ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ’ ପୁନଃନାମକରଣ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ବ୍ୟକ୍ତ କରି ଆଜି ଲଦାଖ ଯିବା ବେଳେ ବିମାନ ବନ୍ଦରରେ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ କହିଛନ୍ତି।

  10. ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଏଫଡି ସ୍କିମ୍ ଅର୍ଥାତ୍ ଏସବିଆଇ ଅମୃତ କଳସ ଯୋଜନାର ଶେଷ ତାରିଖ ଅଗଷ୍ଟ ୧୫, ୨୦୨୩ରେ ଶେଷ ହୋଇଥିଲା, ଯାହା ବ୍ୟାଙ୍କ ବର୍ତ୍ତମାନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି | ବର୍ତ୍ତମାନ ଗ୍ରାହକମାନେ ଏହି ସ୍ୱତନ୍ତ୍ର ଯୋଜନାରେ ଡିସେମ୍ବର ୩୧, ୨୦୨୩ ପର୍ଯ୍ୟନ୍ତ ବିନିଯୋଗ କରିବାକୁ ସକ୍ଷମ ହେବେ।

  11.  ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛିଯେ ଏହି ସ୍ୱତନ୍ତ୍ର ବିକ୍ରିରେ ଘରୋଇ ରୁଟରେ ଟିକେଟ୍ ମାତ୍ର ୧୪୭୦ ଟଙ୍କାରୁ ଆରମ୍ଭ ହେଉଛି | ଏୟାର ଇଣ୍ଡିଆର ଏହି ବିଶେଷ ବିକ୍ରୟ ଆଜିଠାରୁ ଆରମ୍ଭ ହୋଇଛି ଏବଂ ୨୦ ଅଗଷ୍ଟ ରାତି ୧୧.୫୯ ପର୍ଯ୍ୟନ୍ତ ଚାଲିବ | ଏହି ସମୟରେ ଆପଣ ୧ ସେପ୍ଟେମ୍ବର ୨୦୨୩ରୁ ୩୧ ଅକ୍ଟୋବର ୨୦୨୩ ମଧ୍ୟରେ ଯାତ୍ରା ପାଇଁ ଟିକେଟ୍ ବୁକ୍ କରିପାରିବେ 

  12. ନୌସେନାରେ ସାମିଲ ହେଲା ସମୁଦ୍ରର ନୂଆ ରକ୍ଷକ ଆଇଏନଏସ ବିନ୍ଧ୍ୟଗିରି: କେଲୋକାତା ରିଚ୍ ସିଫ୍ ଡକ୍ୟାଡରେ ତିଳକ ଲଗାଇ, ନଡିଆ ଭାଙ୍ଗି ସେନାରେ ସାମିଲ କଲେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ।

  13. ମାଟ୍ରିକ୍ ପରେ ପ୍ଲସ୍ ଟୁ ପରୀକ୍ଷା ଚିନ୍ତା, ଆସନ୍ତା ଫେବ୍ରୁଆରୀରେ ହେବ ଦୁଇଟି ବୋର୍ଡର ପରୀକ୍ଷା l ପ୍ରତି ବର୍ଷ ମାର୍ଚ୍ଚରେ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ସାଧାରଣ ନିର୍ବାଚନ ଲାଗି ଆସନ୍ତା ବର୍ଷ ଆଗୁଆ ଭାବେ ଫେବୃଆରୀରେ ପରୀକ୍ଷା ହେବ।

  14. ବିଦେଶରେ ଶୋଭା ପାଇବ ଓଡିଶା କୀର୍ତ୍ତିରାଜି, ଏଣିକି ଆମେରିକା ଟାଇମ୍ସ ସ୍କୋୟାରରେ ଶୋଭା ପାଇବ କୋଣାର୍କ ଚକ l

  15. ସେପ୍ଟେମ୍ବର ପହିଲାରୁ ହେବ ଟମାଟୋ କେଜି ୩୦ ଟଙ୍କା, NCMLଲର ପରିଚାଳନା ନିର୍ଦ୍ଦେଶକଙ୍କ ଦେଲେ ସୂଚନା

  16. ଚନ୍ଦ୍ରଯାନ-୩ରୁ ବିକ୍ରମ ଲ୍ୟାଣ୍ଡର ସଫଳତାର ସହ ହେଲା ଅଲଗା ଏବଂ ଏହା ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା ଆଶା କରାଯାଉଛି।

  17. ଓଡ଼ିଶା ଗସ୍ତରେ ଝାଡ଼ଖଣ୍ଡର ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ: ଓଡ଼ିଶାର ବିଭିନ୍ନ ପ୍ରକଳ୍ପ ଓ ଯୋଜନା ବିଷୟରେ ବୁଝିଲେ l

  18. RBI ଲଞ୍ଚ କଲା ଉଦ୍‌ଗମ ପୋର୍ଟାଲ୍‌, ଏଣିକି ସହଜରେ ଜାଣିହେବ ବ୍ୟାଙ୍କ୍‌ ରେ ଥିବା ଅନ୍‌କ୍ଲେମ୍‌ ଡିପୋଜିଟ୍‌ l

  19. ଆଇଆଇଟି ଦିଲ୍ଲୀ ଏବଂ DRDO ନିର୍ମାଣ କଲେ ଦୁନିଆର ସବୁଠୁ ହାଲୁକା ବୁଲେଟ୍‌ପ୍ରୁଫ ଜ୍ୟାକେଟ୍ l ସ୍ନାଇପର ଗୁଳି ପାଇଁ ନିର୍ମିତ ଜ୍ୟାକେଟ୍ ମାତ୍ର ୯.୫ କିଲୋଗ୍ରାମ ଏବଂ ଏକେ୪୭ ପାଇଁ ନିର୍ମିତ ଜ୍ୟାକେଟ୍ ଓଜନ ୮.୨ କେଜି ରହିଛି ।

  20. ଭାରତ ବନାମ ପାକିସ୍ତାନ ମ୍ୟାଚ୍‌କୁ ନେଇ ଶ୍ରୀଲଙ୍କାରେ ଉତ୍ସାହ, ଟିକେଟ୍ ର ଦାମ୍ ହେଲା ଆକାଶଛୁଆଁ l ଷ୍ଟାଣ୍ଡିଂ ଟିକେଟ୍‌ର ମୂଲ୍ୟ ୨୫୦୦ ଟଙ୍କା ଥିବା ବେଳେ ଭିଆଇପି ଟିକେଟ୍‌ର ମୂଲ୍ୟ ୧୦ ହଜାର ଟଙ୍କା ଓ ଭିଭିଆଇପି ଟିକେଟ୍‌ର ଦାମ୍ ୨୫ ହଜାର ଟଙ୍କା ରହିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.