• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ମୁଖ୍ୟ ଟେଡ୍ରସ ଆଦନମ ଆଜି କହିଛନ୍ତି, କରୋନା ଯଦିଓ ଏବେ ଆଉ ବିଶ୍ବ ପାଇଁ ଏକ ଜରୁରୀ ସ୍ବାସ୍ଥ୍ୟ ସମସ୍ୟା ହୋଇନାହିଁ କିନ୍ତୁ ଏହା ଏବେ ବି ଏକ ବୈଶ୍ବିକ ସ୍ବାସ୍ଥ୍ୟ ବିପଦ।

  2. ଚନ୍ଦ୍ରଯାନ-୩ରୁ ବିକ୍ରମ ଲ୍ୟାଣ୍ଡର ଗତକାଲି ସଫଳତାର ସହ ଅଲଗା ହୋଇଥିବା ବେଳେ ଆଜି ଏହାର ଡିବୁଷ୍ଟିଂ (ଗତିବେଗ ହ୍ରାସ) ପ୍ରକ୍ରିୟା ସଫଳ ହୋଇଛି ଏବଂ ଅବତରଣ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ । ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡର୍‌ ଅବତରଣ କରିବା ଆଶା…

  3. ରାଜ୍ୟସଭାର ୧୨ ପ୍ରତିଶତ ସାଂସଦ ବିଲିୟନେୟାର। ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରୁ ସର୍ବାଧିକ ସାଂସଦ ବିଲିଅନେୟାର ବୋଲି ଏଡିଆର୍‌ ରିପୋର୍ଟରୁ ଜଣାପଡ଼ିଛି।

  4. ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଟାର୍ଗେଟ କରି କହିଛନ୍ତି ଯେ ସରକାର ବଦଳିବା ମାତ୍ରେ ବୁଲଡୋଜରର ଦିଗ ବଦଳିଯିବ।

  5. ଚଳିତ ବର୍ଷ ମୌସୁମୀ ସମୟରେ ବନ୍ୟା, ବଜ୍ରପାତ ଏବଂ ଭୂସ୍ଖଳନ ଯୋଗୁଁ ଦେଶରେ ୨୦୩୮ ଲୋକ ପ୍ରାଣ ହରାଇଛନ୍ତି। ବିହାରରେ ସର୍ବାଧିକ ୫୧୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ହିମାଚଳ ପ୍ରଦେଶ ୩୩୦ଜଣଙ୍କର ମୃତ୍ୟୁ ହୋଇଛି।

  6. ଡିଆର୍‌ଡିଓର ପୂର୍ବତନ ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଭିଏସ୍ ଅରୁଣାଚଳମ୍‌ଙ୍କର ୮୭ ବର୍ଷ ବୟସରେ ବୁଧବାର ଆମେରିକାରେ ପରଲୋକ ହୋଇଯାଇଛି।

  7. ମିଆମିରୁ ସାଣ୍ଟିଆଗୋ ଯାଉଥିବା ଲତାମ ଏୟାରଲାଇନ୍ସ ବିମାନରେ ଏକ ଅଭାବନୀୟ ଘଟଣା ଘଟିଛି। ଉଡ଼ାଣର ୩ ଘଣ୍ଟା ପରେ ବିମାନର ବାଥ୍‌ରୁମ୍‌ରେ ପାଇଲଟଙ୍କର ମୃତ୍ୟୁ ଘଟିଛି।

  8. ୨୦୨୨-୨୩ରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ମୋଟ ସଂପତ୍ତି ୧୧୮ କୋଟି ୨୮ ଲକ୍ଷ ୨୧ ହଜାର ୧୮୦ ଟଙ୍କାକୁ ବୃଦ୍ଧି ପାଇଛି। ଏଥିରେ ଉଭୟ ସ୍ଥାବର ଓ ଅସ୍ଥାବର ସଂପତ୍ତି ରହିଛି।

  9. କେନ୍ଦ୍ରୀୟ ଯୋଜନାର କ୍ରିୟାନ୍ବୟନ ପାଇଁ ଆବଣ୍ଟନ କରାଯାଉଥିବା ଅର୍ଥରାଶି ହେଉ ଅଥବା ରାଜ୍ୟମାନଙ୍କ ପାଇଁ ସ୍ବତନ୍ତ୍ର ପାଣ୍ଠିର ଉପଯୋଗକୁ ନେଇ କିଛି ରାଜ୍ୟରେ ଅନିୟମିତତା ହେଉଛି। ଏ ସଂପର୍କରେ କେନ୍ଦ୍ର ଅବଗତ ହେବା ପରେ ଉକ୍ତ ସମସ୍ୟାର ନିରାକରଣ ପାଇଁ ତତ୍ପରତା ପ୍ରକାଶ କରିଛି।

  10. ମଣିପୁର ପ୍ରସଙ୍ଗ ନେଇ ଆଜି ଦିଲ୍ଲୀ ବିଧାନସଭାରେ ହଙ୍ଗାମା ହୋଇଛି। ଦିଲ୍ଲୀ ବିଧାନସଭାରେ ଆଜି ମଣିୁପର ପ୍ରସଙ୍ଗରେ ଆଲୋଚନାକୁ ବିରୋଧ କରିବାରୁ ୫ ଜଣ ବିଜେପି ବିଧାୟକଙ୍କୁ ମାର୍ଶାଲ୍‌ଙ୍କ ଦ୍ବାରା ଗୃହରୁ ବାହାର କରିଦିଆଯାଇଛି। 

  11. ଓଡ଼ିଶାର ସର୍ବପ୍ରଥମ ସିଏନଜି ଗ୍ୟାସ ଚାଳିତ ‘ଶବଦାହ ଗୃହ’ ଭୁବନେଶ୍ୱରରେ ଲୋକାର୍ପିତ ।

  12. ହିମାଚଳ ପ୍ରଦେଶରେ ବର୍ଷା ତାଣ୍ଡବରେ ୧୦, ହଜାର କୋଟିର ସମ୍ପତ୍ତି ନଷ୍ଟ ଓ ୭୪ ମୃତ୍ୟୁ।  ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦାବି।

  13. ଜନଧନ ଆକାଉଣ୍ଟରେ ବ୍ୟାଙ୍କରେ ୫୦କୋଟି ଖାତା ଖୋଲା ଯାଇଛି, ଜମା ରହିଛି ୨ଲକ୍ଷ କୋଟିରୁ ଅଧିକ ଟଙ୍କା ।

  14. ପୁଣି ହିଂସାରେ ମଣିପୁର ଥରିଲା । କୁକି-ମୈତିଇ ସମ୍ପ୍ରଦାୟ ମୁହାଁମୁହିଁ, ଗୁଳିମାଡ଼ରେ ୩ କୁକି ସମ୍ପ୍ରଦାୟ ଲୋକଙ୍କ ମୃତ୍ୟୁ ।

  15. ଆମେରିକା ରାଷ୍ଟ୍ରପତି ନିର୍ବାଚନରେ  ଭାରତୀୟ ବଂଶୋଦ୍ଭବ ବିବେକ ରାମାସ୍ବାମୀଙ୍କୁ ଏଲନ ମସ୍କଙ୍କ ପ୍ରଶଂସା।

  16. ବିହାରର ପୂର୍ବତନ ଆରଜେଡି ସାଂସଦ ପ୍ରଭୁନାଥ ସିଂହଙ୍କୁ ୨୮ ବର୍ଷ ପୁରୁଣା ଏକ ଦ୍ଵୈତ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

  17. ବିହାରର ଆରାରିଆ ଜିଲ୍ଲାରେ ଆଜି ସକାଳେ ଜଣେ ସାମ୍ବାଦିକଙ୍କୁ ତାଙ୍କ ଘର ସାମ୍ନାରେ ଗୁଳିକରି ହତ୍ୟା କରାଯାଇଛି। ଏହି ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି।

  18. କର୍ଣ୍ଣାଟକରେ ୧୦ ଜଣ ଲେଖକ ଏବଂ ହେତୁବାଦୀ ରାଜ୍ୟ ଗୃହମନ୍ତ୍ରୀ ଜି ପରମେଶ୍ବରଙ୍କୁ ଭେଟି ସେମାନଙ୍କୁ ହତ୍ୟା ଧମକ ଦିଆଯାଇଥିବା କହି ସୁରକ୍ଷା ଲୋଡ଼ିଛନ୍ତି।

  19. ବୈଜ୍ଞାନିକମାନେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ଆଇଏସଏସ)ରେ କ୍ଷତିକାରକ ରାସାୟନିକ କଣିକାର ପ୍ରମାଣ ପାଇଛନ୍ତି। ଘରୁ ବାହାରୁଥିବା ଧୂଳିକଣାରୁ ଅଧିକ କ୍ଷତିକାରକ ରାସାୟନିକ କଣିକା ସ୍ପେସ ଷ୍ଟେସନରେ ଦେଖିବାକୁ ମିଳିଛି।

  20. ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ସଫଳ ପ୍ରତ୍ୟାବର୍ତ୍ତନ ବଳରେ ଆୟରଲାଣ୍ଡ ବିପକ୍ଷ ପ୍ରଥମ ଟ୍ବେଣ୍ଟି୨୦ରେ ଭାରତ ବିଜୟ ହାସଲ କରିଛି। ଶୁକ୍ରବାର ଡବ୍‌ଲିନ୍‌ରେ ଖେଳାଯାଇଥିବା ମ୍ୟାଚରେ ଭାରତ ଡକ୍‌ୱଥ୍‌ ଲୁଇସ୍‌ ନିୟମ ଆଧାରରେ ୨ରନରେ ଆୟରଲାଣ୍ଡକୁ ପରାସ୍ତ କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.