• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଜିମେଲ ଆକାଉଣ୍ଟ ହୋଇଯିବ ବନ୍ଦ। ଏନେଇ ପ୍ରତିଟି ମେଲ ଆକାଉଣ୍ଟରେ ଆଲର୍ଟ ମେସେଜ ଦେଇଛି ଗୁଗୁଲ। କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା କମ୍ପ୍ୟୁଟର ଏମରଜେନ୍ସି ରେସପୋନ୍ସ ଟିମ୍‌ (ସିଇଆରଟି) ଗୁଗୁଲର ଏହି ଆଲର୍ଟ ନେଇ ସୂଚନା ଦେଇଛି। ଏଥିସହ ଜିମେଲ ଆକାଉଣ୍ଟକୁ ଅପଡେଟ୍‌ କରିବାକୁ ପ୍ରତିଟି ଯୁଜର୍ସଙ୍କୁ ପରାମର୍ଶ ଦେଇଛି।

  2. ପ୍ରାୟ ୪୦ ବିଧାୟକ ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ମୈତେୟୀ ସଂପ୍ରଦାୟର ସେମାନେ ମଣିପୁରରୁ ଦେଶର ସର୍ବପୁରାତନ ଅର୍ଦ୍ଧସାମରିକ ବଳକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି। ଅନ୍ୟପକ୍ଷରେ ୧୦ ଜଣ କୁକି ବିଧାୟକ ଏହା ନକରିବା ପାଇଁ ଚିଠି ଲେଖିଛନ୍ତି।

  3. ହିମାଚଳପ୍ରଦେଶର ଚାମ୍ବା ଜିଲ୍ଲାରେ ଏକ ଦୁର୍ଘଟଣାରେ ୬ ପୁଲିସ କର୍ମୀଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଚାମ୍ବା ଜିଲ୍ଲାର ତିସା-ବୈରାଗଡ଼ ରୋଡ୍‌ରେ ଆଜି ଏକ ଏସ୍‌ୟୁଭି ନଦୀ ଗର୍ଭକୁ ଖସି ପଡ଼ିବା ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଯାଇଛି।

  4. ମଣିପୁରରେ ମହିଳାମାନେ ଅତି ବର୍ବର ହିଂସା ଏବଂ ଅତ୍ୟାଚାରର ଶିକାର ହେବା ଘଟଣାରେ ଉଦ୍‌ବେଗ ପ୍ରକାଶ କରି ସୁପ୍ରିମକୋର୍ଟ କହିଛନ୍ତି, ବିଶୃଙ୍ଖଳ ଜନତା ଅନ୍ୟ ସମ୍ପ୍ରଦାୟକୁ ଭୟର ବାର୍ତ୍ତା ପଠାଇବାପାଇଁ ଯୌନ ହିଂସାକୁ ବ୍ୟବହାର କରୁଛନ୍ତି।

  5. ଚନ୍ଦ୍ରପୃଷ୍ଠକୁ ଦୀର୍ଘ ୪୭ ବର୍ଷ ପରେ ରୁଷ୍‌ ଏକ ମହାକାଶ ଯାନ ପ୍ରେରଣ କରିଛି। ଭୋଷ୍ଟୋଚିନି କସମୋଡ୍ରମରୁ ମହାକାଶ ଯାନ ସୋୟୁଜ ୨.୧ ଭି ରକେଟ ଜରିଆରେ ଲୁନା-୨୫କୁ ପଠାଯାଇଛି। ଗତମାସରେ ଭାରତ ଚନ୍ଦ୍ରକୁ ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ କରିସାରିଛି।

  6. ବଦଳିଯିବ ବ୍ରିଟିଶ ଅମଳର ଆଇନ । ଦେଶରୁ ହଟିବ ଆଇପିସି, ସିଆରପିସି ଏବଂ ଆଇଇଏ । ମୃତ୍ୟୁଦଣ୍ଡାଦେଶ ବଦଳିଯିବ ଆଜୀବନ କାରାଦଣ୍ଡ l ଏହାକୁ ନେଇ ଲୋକସଭାରେ ତିନୋଟି ବିଲ୍ ଆଗତ କରିଛନ୍ତି କେନ୍ଦ୍ର ସରକାର ।

  7. ବିଏମସିର ନୂଆ ଗାଇଡଲାଇନ୍, ଏଣିକି ଗାଈଗୋରୁଙ୍କୁ ଏଣେତେଣେ ଛାଡ଼ିପାରିବେନି ମାଲିକ l ଯଦି ଛାଡ଼ିବେ, ତେବେ ବିଏମସି ସେଭଳି ଗାଈଗୋରୁଙ୍କୁ ଗୋଶାଳାକୁ ଉଠାଇ ନେବ।

  8. ଜାତୀୟ ଆପ୍ରେଣ୍ଟିସିପ୍ ପ୍ରୋତ୍ସାହନ ଯୋଜନାରେ ଡିବିଟିର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ୧ ଲକ୍ଷ ଆପ୍ରେଣ୍ଟିସ୍‌ଙ୍କୁ ୧୫ କୋଟି ଟଙ୍କା ହେଲା ବିତରଣ l

  9. ରାଜ୍ୟରେ ନିଯୁକ୍ତ ହେବେ ଆଉ ୭୨୭୬ ଡାକ୍ତର। ଏନେଇ ଓପିଏସ୍‌ସି ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି l

  10. ଅଭିନେତ୍ରୀରୁ ରାଜନେତା ପାଲଟିଥିବା ଜୟାପ୍ରଦାଙ୍କୁ ଚେନ୍ନାଇର ଏକ କୋର୍ଟ ୬ ମାସ ଜେଲ୍ ଦଣ୍ଡାଦେଶ ଶୁଣାଇଲେ l

  11. ସରିଲା ମୌସୁମୀ ଅଧିବେଶନ, ୫ ସଦସ୍ୟଙ୍କୁ ବିଦା‌ୟ ଦେଲା ରାଜ୍ୟସଭା l ଜମି ବନ୍ଦୋବସ୍ତ ଆଇନ-୧୯୮୩ର ସଂଶୋଧନ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ l ଉଭୟ ଲୋକସଭା ଏବଂ ରାଜ୍ୟସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ହେଲା ମୁଲତବୀ ଘୋଷଣା ।

  12. ରାଜ୍ୟରେ ୧୭ଟି ଅଣବିଜେଡି ଓ ଅଣବିଜେପି ଦଳ ଏକଜୁଟ ହୋଇ ଆଗାମୀ ଦିନରେ ମିଳିତ ଭାବେ ରାଜ୍ୟର ସବୁ ଜିଲ୍ଲାରେ ଦୁର୍ବାର ଆନ୍ଦୋଳନ କରିବାକୁ ନେଲେ ନିଷ୍ପତ୍ତି l

  13. ମିସନ ‘ଗଗନୟାନ’ ଲାଗି ଯୁଦ୍ଧକାଳୀନ ପ୍ରସ୍ତୁତି ଚଳାଇଛନ୍ତି ଇସ୍ରୋ, ଡ୍ରଗ୍ ପାରାସ୍ୟୁଟର ହେଲା ସଫଳ ପରୀକ୍ଷଣ l

  14. ମୁଖ୍ୟ ନିର୍ବାଚନ କମିସନର ଏବଂ ନିର୍ବାଚନ କମିସନରଙ୍କ ନିଯୁକ୍ତି ପାଇଁ ୩ ଜଣିଆ ସଦସ୍ୟ ବିଶିଷ୍ଟ କମିଟିରୁ ପ୍ରଧାନ ବିଚାରପତିଙ୍କୁ ବାଦ୍‌ ଦେବା ନେଇ ବିଲ୍‌ ଅଣାଯାଇଥିବାରୁ ଏହାକୁ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳମାନେ ବିରୋଧ କରିଛନ୍ତି।

  15. ଓଡ଼ିଶାର ଦୁଇ ବ୍ୟାଡମିଣ୍ଟନ ତାରକା ପଣ୍ଡା ଭଉଣୀ ଋତାପର୍ଣ୍ଣା ଓ ଶ୍ବେତପର୍ଣ୍ଣା ବିଡବ୍ଲୁଏଫ୍‌ ତାଜିକସ୍ତାନ ଆନ୍ତର୍ଜାତିକ ସିରିଜ୍‌ରେ ଜିତିଲେ ସ୍ବର୍ଣ୍ଣ ପଦକ l ସ୍ବର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ଭଉଣୀ l

  16. ସୁପ୍ରିମକୋର୍ଟ କଲେଜିୟମ ଆଜି ୮ ହାଇକୋର୍ଟର ୨୩ ବିଚାରପତିଙ୍କ ବଦଳି ପାଇଁ ସୁପାରିସ କରିଛନ୍ତି। ଗୁଜରାଟ ହାଇକୋର୍ଟର ୪ ବିଚାରପତି, ପଂଜାବ ଏବଂ ହରିୟାଣା ହାଇକୋର୍ଟର ୪ ବିଚାରପତି , ଆହ୍ଲାବାଦ ହାଇକୋର୍ଟର ୪ ବିଚାରପତି, ଆନ୍ଧ୍ରପ୍ରଦେଶ ହାଇକୋର୍ଟର ୨ ବିଚାରପତି, କାଲକାଟା ହାଇକୋର୍ଟର ୩ ବିଚାରପତି , ତେଲେଙ୍ଗାନା ହାଇକୋର୍ଟର ୩ ବିଚାରପତି, ପାଟନା ହାଇକୋର୍ଟର ଜଣେ ଏବଂ କର୍ଣ୍ଣାଟକ ହାଇକୋର୍ଟର ୨ ଜଣ ବିଚାରପତିଙ୍କ ବଦଳି ପାଇଁ କଲେଜିୟମ ସୁପାରିସ କରିଛନ୍ତି।

  17. ଇନ୍‌ଷ୍ଟାଗ୍ରାମରେ ସର୍ବାଧିକ ଆୟ କରୁଥିବା ଭାରତୀୟଙ୍କ ମଧ୍ୟରେ ବିରାଟ କୋହଲି ହେଲେ ୧ ନମ୍ବର l

  18. ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା କୁମର ବେହେରାଙ୍କ ୮୦ ବର୍ଷ ବୟସ‌ରେ ପରଲୋକ ଘଟିଛି। ଫୁସଫୁସ୍ ସଂକ୍ରମଣ ଯୋଗୁଁ କିଛି ମାସ ହେଲା ଚିକିତ୍ସାଧୀନ ଥିଲେ।

  19. ଚଳିତ ବର୍ଷ ଜାନୁଆରି ୨୪ରେ ହ‌ିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରଠାରୁ ଶିଳ୍ପପତି ଗୌତମ ଆଦାନି ନିୟମିତ ବ୍ୟବଧାନରେ ସମସ୍ୟା ସାମ୍ନା କରୁଛନ୍ତି। ହିଣ୍ଡେନ୍‌ବର୍ଗ ରିପୋର୍ଟର ପ୍ରଭାବ କମ୍ ହୋଇଆସୁଥିବା ବେଳେ ଆଦାନିଙ୍କ ପ୍ରତି ଆଉ ଏକ ବିପଦ ମାଡ଼ି ଆସୁଛି। ତାଙ୍କର ଏକ ପ୍ରମୁଖ ସଂସ୍ଥା ଆଦାନି ପୋର୍ଟସ୍‌ର ଅଡିଟର ଭାବେ ଡେଲଏଟ୍‌ ଇସ୍ତଫା ଦେବା ଉପରେ ବିଚାର କରୁଛି।

  20. ପଟିଆସ୍ଥିତ ଇନ୍‌ଫୋସିସ୍‌ ପରିସରରେ କଂପାନିର ନୂଆ ବିଜନେସ୍ ପ୍ରୋସେସିଂ ମ୍ୟାନେଜମେଣ୍ଟ୍‌ (ବିପିଏମ୍‌) ଶାଖାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.