• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସୁନାଲରମ୍ଭା ପଞ୍ଚାୟତସ୍ଥିତ ବାଘପାଲି ଗ୍ରାମର ବୀର ଯବାନ ନୀଳାଚଳ ପଟେଲ(୪୫) ସହିଦ ହୋଇଛନ୍ତି। ସେ ମଣିପୁରରେ ଆସାମ ରାଇଫଲ୍‌‌ରେ ୨୦୦୦ ମସିହାରୁ କାର୍ଯ୍ୟରତ ଥିଲେ।

  2. ସାରା ବିଶ୍ବରେ କରୋନା ପୁଣି କାୟା ବିସ୍ତାର କରିବାରେ ଲାଗିଛି। ମାସକରେ ନୂଆ ରୋଗୀସଂଖ୍ୟା ୮୦ ପ୍ରତିଶତ ବୃଦ୍ଧି ପାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଶୁକ୍ରବାର ଏହି ସୂଚନା ଦିଆଯାଇଛି। ଜୁଲାଇ ୧୦ରୁ ଅଗଷ୍ଟ ୬ ମଧ୍ୟରେ ୧୫ ଲକ୍ଷ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି।

  3. ଅନୁସନ୍ଧାନରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ୧୪୦ ପୋଲିସଙ୍କୁ ମିଳିବ ପଦକ। ଏଥିରେ ୪ ଓଡିଆ ପୋଲିସ ଅଫିସର ସାମିଲ ଅଛନ୍ତି । ଇନ୍ସପେକ୍ଟର ଦୁର୍ଗେଶ ନନ୍ଦିନୀ ମହାନ୍ତି, ଇନ୍ସପେକ୍ଟର ପ୍ରଶାନ୍ତ କୁମାର ସାହୁ, ଡେପୁଟୀ ଏସପି ମାନସ ରଞ୍ଜନ ପ୍ରଧାନ, ଡେପୁଟୀ ଏସପି ପ୍ରଭାତ କୁମାର ବିଶ୍ୱାଳ ମନୋନୀତ ହୋଇଛନ୍ତି ।

  4. ଶ୍ରୀନଗର ବାୟୁସେନା ଘାଟିରେ ଭାରତ ସରକାର ମିଗ୍-୨୯ ଲଢ଼ୁଆ ବିମାନର ଏକ ସ୍କ୍ବାଡ୍ରନ (ବାୟୁସେନା ୟୁନିଟ୍‌) ମୁତୟନ କରିଛନ୍ତି। ଯଦି କେବେ ଚୀନ୍ ବା ପାକିସ୍ତାନ ପଟୁ ଆକ୍ରମଣ ହୁଏ, ତେବେ ଏହି ୟୁନିଟ୍ ତାର ପ୍ରତିରୋଧ କରିବ।

  5. ସଂସଦର ମୌସୁମୀ ଅଧିବେଶନରେ ଗୃହୀତ ହୋଇଥିବା ୪ଟି ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ବୀକୃତି ପ୍ରଦାନ କରିଛନ୍ତି। ଡିଜିଟାଲ୍‌ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍‌, ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ବିଲ୍‌, ଜନ ବିଶ୍ବାସ (ପ୍ରାବଧାନ ସଂଶୋଧନ) ବିଲ୍‌ ଏବଂ ଦିଲ୍ଲୀ ସେବା ସଂଶୋଧନ ବିଲ୍‌କୁ ରାଷ୍ଟ୍ରପତି ମୁର୍ମୁ ସ୍ବୀକୃତି ଦେବାପରେ ଏହା ଆଇନରେ ପରିଣତ ହୋଇଛି।

  6. ନୂଆ ଏନସିଇଆରଟି ପାଠ୍ୟକ୍ରମ ଅନୁଯାୟୀ ପାଠ୍ୟପୁସ୍ତକ ସଂଶୋଧନ ପାଇଁ ଗଠିତ ନୂତନ କମିଟିରେ ଇନଫୋସିସ୍ ଫାଉଣ୍ଡେସନ୍ ର ଅଧ୍ୟକ୍ଷା ସୁଧା ମୂର୍ତ୍ତି, ସଙ୍ଗୀତଜ୍ଞ ଶଙ୍କର ମହାଦେବନ, ଅର୍ଥନୀତିଜ୍ଞ ସଞ୍ଜୀବ ସାନ୍ୟାଲ ଏବଂ ଅନ୍ୟ ୧୬ ଜଣଙ୍କୁ ସାମିଲ କରାଯାଇଛି।

  7. ସ୍ବାଧୀନତା ଦିବସର ୭୬ ତମ ବାର୍ଷିକୀ ଅବସରରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ସରକାର ରାଜ୍ୟରେ ଆଉ ୭୬ ମୋହଲା କ୍ଲିନିକ ଖୋଲିବେ ।

  8. ଆୟୁଷ୍ମାନ ଭାରତରେ ୧.୬ଲକ୍ଷରୁ ଅଧିକ ସମସ୍ୟାକୁ ଏଆଇ ମାଧ୍ୟମରେ ସମାଧାନ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଲୋକସଭାରେ ଏନେଇ ସୂଚନା ଦେଇଛନ୍ତି।

  1. ପୁରୀରେ ଅନୁଷ୍ଠିତ ହେବ ଥାର୍ଡ ଆଇ ଫଟୋଗ୍ରାଫି ଫେଷ୍ଟିଭାଲ’, ଫଟୋ ବଖାଣିବ କଳା ସଂସ୍କୃତିର ଅନନ୍ୟ କାହାଣୀ l

  2. ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍‌ l ଏବେ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ ବନ୍ଦ ଉପର ମୁଣ୍ଡରେ ବର୍ଷାର ପରିମାଣ କମିଥିବାରୁ ନିଷ୍ପତ୍ତି ସର୍ବୋଚ୍ଚ କ୍ଷମତା ୬୩୦ ଫୁଟ୍‌, ଜଳସ୍ତର ୬୧୫.୧୦ ଫୁଟ l

  3. ରାଜଧାନୀର ସର୍ବସାଧାରଣ ସ୍ଥାନରେ ବେଆଇନ୍ ଭାବେ ପୋଷ୍ଟର ଓ ବ୍ୟାନର ମାରି ସହରର ସୌନ୍ଦର୍ଯ୍ୟ ନଷ୍ଟ କରୁଥିବା ଅଭିଯୋଗରେ ବିଏମସିର କାର୍ଯ୍ୟାନୁଷ୍ଠାନ। ଗୋଟିଏ ଯାତ୍ରା ପାର୍ଟି ଓ ଅନ୍ୟ ଏକ ମନୋରଞ୍ଜନଧର୍ମୀ ଘରୋଇ ଟିଭି ଚ୍ୟାନେଲ ଉପରେ ୫୦ ହଜାର ଟଙ୍କା ଲେଖାଏଁ ହେଲା ଫାଇନ୍ l

  4. କ୍ରିମିଆ ପୋଲ ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ, ୧୪ଟି ଡ୍ରୋନକୁ ଖସାଇଲା ରୁଷ୍ l

  5. ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ହେଲେ ଅନୱର ଉଲ ହକ୍‌ କାକର୍‌ l

  6. ମସ୍କଙ୍କ ହାତକୁ ନିୟନ୍ତ୍ରଣ ଯିବା ପରେ ଜୁନ୍‌-ଜୁଲାଇରେ ଭାରତରେ ବ୍ୟାନ୍‌ ହୋଇଛି ୨୩ ଲକ୍ଷରୁ ଅଧିକ ଟ୍ବିଟର ଆକାଉଣ୍ଟ୍ l

  7. ପ୍ୟାରିସ୍‌ର ଇଫେଲ ଟାୱାରରେ ବୋମା ଆତଙ୍କ, ଟାୱାରର ୩ ମହଲା ଓ ଏକ ରେଷ୍ଟୁରାଣ୍ଟକୁ ଖାଲି କଲା ପୋଲିସ l ପ୍ରତିଦିନ ଆସନ୍ତି ୧୭ ହଜାରରୁ ଅଧିକ ପର୍ଯ୍ୟଟକ l

  8. ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ମାଲେସିଆକୁ ହରାଇ ଚତୁର୍ଥ ଟାଇଟଲ ଜିତିଲା ଭାରତ l ଫାଇନାଲ ମ୍ୟାଚରେ ଉତ୍ତମ ପ୍ରଦର୍ଶନ ପାଇଁ ଭାରତର ହାର୍ଦିକ ସିଂହ ହେଲେ ପ୍ଲେୟାର ଅଫ ଦି ମ୍ୟାଚ l

  9. ଆଗାମୀ ଏସୀୟ କ୍ରୀଡ଼ା ଲାଗି ଭାରତୀୟ ମହିଳା ହକି ଦଳର ପ୍ରଶିକ୍ଷଣ ଶିବିର ଆଜିଠାରୁ ବେଙ୍ଗାଲୁରୁସ୍ଥିତ ସାଇ କେନ୍ଦ୍ରଠାରେ ଆୟୋଜିତ ହେବ। ବାଦ୍‌ ପଡ଼ିଲେ ରାଣୀ: ଓଡ଼ିଶାରୁ ସ୍ଥାନ ପାଇଲେ ଦୀପଙ୍କ ସହ ୫ ଜଣ

  10. ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଦ୍ୱାରା ପରିଚାଳିତ ଜାତୀୟ ଯୋଗ୍ୟତା ପରୀକ୍ଷା(ନେଟ୍‌‌)ରେ ଉତ୍ତୀର୍ଣ୍ଣ ନ ହେଲେ ରାଜ୍ୟର ପିଲାଙ୍କୁ ସହକାରୀ ପ୍ରାଧ୍ୟାପକ(ଆସିଷ୍ଟାଣ୍ଟ ପ୍ରଫେସର) ହେବାପାଇଁ ଅନୁମତି ନାହିଁ। ପିଏଚ୍‌‌ଡି କରିଥିବା ପିଲାଙ୍କ କ୍ଷେତ୍ରରେ ନେଟ୍‌‌ କିମ୍ବା ସେଟ୍‌‌ ବାଧ୍ୟତାମୂଳକ ନୁହେଁ ବୋଲି ୟୁଜିସି ଦର୍ଶାଇଛି।

  11. ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ରବିବାର କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୋଳ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି।

  12. ଆଇଏସିସି ପକ୍ଷରୁ ଗମାଙ୍ଗ ପରିବାରକୁ ଦଳରେ ସାମିଲ କରିବା ନେଇ ସବୁଜ ସଙ୍କେତ ମିଳିସାରିଛି। କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗରେ ଶିଶିର ଗମାଙ୍ଗ କହିଛନ୍ତି ଯେ, ବିଆରଏସ ଓଡ଼ିଶାକୁ ଆସିବାକୁ ଆଗ୍ରହ ଦେଖାଉନାହିଁ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.