• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ‘ହର ଘର ତିରଙ୍ଗା ଆନ୍ଦୋଳନ ଭାବନାରେ ଆସନ୍ତୁ ଆମେ ଆମ ସୋସିଆଲ ମିଡିଆ ଆକାଉଣ୍ଟର ଡିପି ବଦଳାଇବା ଓ ଏହି ଅନନ୍ୟ ପ୍ରୟାସକୁ ସମର୍ଥନ କରିବା ଯାହା ଆମ ପ୍ରିୟ ଦେଶ ଓ ଆମ ମଧ୍ୟରେ ବନ୍ଧନକୁ ଅଧିକ ଗଭୀର କରିବ’।

  2. ଜଣେ ଭାରତୀୟ ମହାକାଶ ବିଜ୍ଞାନୀ କହିଛନ୍ତି ଯେ ପଦ୍ଧତି, ମାର୍ଗ ଏବଂ ପରୀକ୍ଷଣ ଦୃଷ୍ଟିରୁ ରୁଷ୍‌ର ଲୁନା-୨୫ଠାରୁ ଭାରତ ଚନ୍ଦ୍ରଯାନ-୩ ବହୁତ ଭିନ୍ନ। ଚନ୍ଦ୍ରଯାନ-୩ ଜୁଲାଇ ୧୪ରେ ଉତ୍‌କ୍ଷେପିତ ହୋଇଥିବା ବେଳେ ଲୁନା-୨୫ ଅଗଷ୍ଟ ୧୧ରେ ଉଡ଼ାଣ କରିଥିଲା। ୪୦ ଦିନିଆ ଯାତ୍ରା ଶେଷ କରିବା ପରେ ଚନ୍ଦ୍ରଯାନ-୩ ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବୋଲି ଆଶା କରାଯାଉଛି।

  3. ଭୁବନେଶ୍ୱର: ବାହାରେ ଅଳିଆ ପକାଉଛନ୍ତି କି, ତେବେ ହୋଇଯାଆନ୍ତୁ ସାବଧାନ । ଏଣିକି ରାଜଧାନୀ ଗଳିକନ୍ଦିରେ ବୁଲିବ ବିଏମସିର ଏନଫୋର୍ସମେଣ୍ଟ ସ୍କ୍ବାଡ ‘ଟିମ୍ ସାଇନ’ । ଟିମ୍ ସାଇନ ଅର୍ଥାତ ସାନିଟେସନ ଏବଂ ହାଇଜିନ୍ ଇନସ୍ପେକସନ ଫର୍ ନିଟ୍ ଏନଭରନମେଣ୍ଟ ।

  4. ଏମ୍ସ ଭୁବନେଶ୍ୱରରେ ସମସ୍ତ ସିଜିଏଚଏସ୍ ହିତାଧିକାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପଞ୍ଜୀକରଣ କେନ୍ଦ୍ରକୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ଵାସ ଉଦଘାଟନ କରିଛନ୍ତି। ଓପିଡି ଫୋୟରରେ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ପଞ୍ଜୀକରଣ କେନ୍ଦ୍ର ମାଧ୍ଯମରେ ସିଜିଏଚଏସ୍ ହିତାଧିକାରୀମାନେ ନଗଦବିହୀନ ଚିକିତ୍ସା ସୁବିଧା ବ୍ୟବସ୍ଥାର ସୁଫଳ ସହଜରେ ଏବଂ ବିନା ବାଧାରେ ନେଇପାରିବେ।

  5. ନୂଆପଡାର ଚକୋଟିଆ ଭୁଞ୍ଜିଆ ଦମ୍ପତିଙ୍କୁ ଦିଲ୍ଲୀରୁ ଆସିଛି ଡାକରା । ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ହେବେ ସ୍ୱତନ୍ତ୍ର ଅତିଥି । କୋମନା ବ୍ଲକ ସୁନାବେଡ଼ା ଅଭୟରଣ୍ୟର ଚକୋଟିଆ ଭୁଞ୍ଜିଆ ଜନଜାତି ସମ୍ପ୍ରଦାୟର ଯୁବଚାଷୀ ଯୁବରାଜ ଛତ୍ରିଆ ଏବଂ ତାଙ୍କ ସ୍ତ୍ରୀ ଆସମତିଙ୍କୁ ଦିଲ୍ଲୀରୁ ନିମନ୍ତ୍ରଣ ଆସିଛି ।

  6. ଟ୍ରେନ୍ ଟିକେଟ୍ ବାତିଲ କରିବାକୁ ଉଦ୍ୟମ କରି କେରଳର ବାସିନ୍ଦା ୭୮ ବର୍ଷୀୟ ଏମ୍ ମହମ୍ମଦ ବଶିର ସାଇବର ଅପରାଧୀଙ୍କ ଶିକାର ହୋଇଥିଲେ ଏବଂ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସାଇବର ଅପରାଧୀମାନେ ୪ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଇଛନ୍ତି |

  7. ଆମେରିକାନ୍‌ ଏୟାରଲାଇନ୍‌ସର ଫ୍ଲୋରିଡା ଅଭିମୁଖେ ଯାଉଥିବା ଏକ ବିମାନ ୩ ମିନିଟ୍‌ ମଧ୍ୟରେ ୧୫,୦୦୦ ଫୁଟରୁ ଅଧିକ ତଳକୁ ଖସି ପଡ଼ିଥିଲା।

  8. ଜାତୀୟ ରାଜଧାନୀ ଦିଲ୍ଲୀ ସହ ଗୁରୁଗ୍ରାମକୁ ଯୋଡ଼ୁଥିବା ଦ୍ଵାରକା ଏକ୍ସପ୍ରେସ ୱେ କୁ ନେଇ ଏବେ ସିଏଜି ବଡ ଖୁଲାସା କରିଛନ୍ତି | ସିଏଜି କହିଛନ୍ତି ଯେ ଏହି ରାସ୍ତା ନିର୍ମାଣରେ ଯେତିକି ଟଙ୍କା ଖର୍ଚ୍ଚ ହେବା କଥା ତାହାଠାରୁ ଅଧିକ ଟଙ୍କା ଠିକା କମ୍ପାନୀକୁ ଦିଆଯାଇଛି | ସିଏଜିଙ୍କ ରିପୋର୍ଟ ମୁତାବକ ଆର୍ଥିକ ମାମଲାରେ କ୍ୟାବିନେଟ ସମିତି ପକ୍ଷରୁ ଏହି ରାସ୍ତା ନିର୍ମାଣ ପାଇଁ କିଲୋମିଟର ପିଛା ୧୮.୨୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ସଡକ, ପରିବହନ ମନ୍ତ୍ରାଳୟ ପକ୍ଷରୁ ଠିକା କମ୍ପାନୀକୁ କିଲୋମିଟର ପିଛା ୨୫୦.୭୭ କୋଟି ଟଙ୍କା ଦିଆଯାଇଛି |

  9. ଆପଣ ଅନେକ ସମୟରେ ଦେଖିଥିବେ ଯେ ପ୍ରବଳ ଖରା ସତ୍ତ୍ୱେ ଟୋପିଟିଏ ପିନ୍ଧି ଟ୍ରାଫିକ ଛକମାନଙ୍କରେ ଟ୍ରାଫିକ ପୁଲିସମାନେ ଡ୍ୟୁଟି କରିଥାନ୍ତି | ପ୍ରବଳ ଗରମ ସତ୍ତ୍ୱେ ଟ୍ରାଫିକ ପୁଲିସମାନେ ବହୁ କଷ୍ଟରେ ଡ୍ୟୁଟି କରିଥାନ୍ତି |

  10. ଭାଜପାର ହର ଘର ତ୍ରିରଙ୍ଗା ଅଭିଯାନ ଯୋଗୁ ବଜାରରେ ୬୦୦ କୋଟିରୁ ଅଧିକ ଟଙ୍କା କାରବାର କରିବ ବୋଲି ଆକଳନ କରାଯାଇଛି।

  11. ମୁମ୍ବାଇର ଥାଣେର କଲୱାସ୍ଥିତ ଛତ୍ରପତି ଶିବାଜୀ ମହାରାଜ ମେମୋରିଆଲ ହସପିଟାଲରେ ଗତ ୨୪ ଘଣ୍ଟା ମଧ୍ୟରେ ଆଇସିୟୁରେ ୧୭ ରୋଗୀଙ୍କ ମୃତ୍ୟୁ ପରେ ଆତଙ୍କ ସୃଷ୍ଟି ହୋଇଛି।

  12. କୋର୍ଟକୁ ଆସୁଥିବା ବହୁ ସଂଖ୍ୟକ ସରକାରୀ ମାମଲା ଭିତ୍ତିହୀନ। ଏଭଳି ମାମଲା ଯୋଗୁ କୋର୍ଟର କାର୍ଯ୍ୟ ଭାର ବଢୁଥିବା ସୁପ୍ରିମକୋର୍ଡ କହିଛନ୍ତି।

  13. ଭଗବାନ ରାମଙ୍କ ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ଆସନ୍ତା ଜାନୁଆରୀ ୨୧ ରୁ ୨୪ ଜାନୁଆରୀ ମଧ୍ୟରେ ଉଦଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି।

  14. ଅଗଷ୍ଟ ୧୫ ଅର୍ଥାତ୍‌ ୭୭ତମ ସ୍ୱାଧୀନତା ଦିବସରେ ଲାଲ୍‌ କିଲ୍ଲା ସମାରୋହରେ ସାମିଲ ହେବେ କୃଷକ, ନର୍ସ, ଶିକ୍ଷକଙ୍କ ସମେତ ୧୮୦୦ ସ୍ୱତନ୍ତ୍ର ଅତିଥି l

  15. ଜାତୀୟ ମେଡିକାଲ କମିସନ ଆଣିଲା ନୂଆ ନିୟମ, ଏଣିକି ଜନୌଷଧି ନ ଲେଖିଲେ ରଦ୍ଦ ହେବ ଡାକ୍ତରୀ ଲାଇସେନ୍ସ l

  16. ୫-ଟି ସଚିବ ଭିକେ ପାଣ୍ଡିଆନ ଅଗଷ୍ଟ ୨୨ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଗସ୍ତରେ ଯିବେ l\

  17. ଭାରତ-ୱେଷ୍ଟଇଣ୍ଡିଜ : ଭାରତର ଶୃଙ୍ଖଳା ପରାଜୟ, ଶେଷ ଟ୍ବେଣ୍ଟି-୨୦କୁ ୮ ୱିକେଟ୍‌ରେ ହାରିଲା l ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ୱେଷ୍ଟଇଣ୍ଡିଜ୍ ଏକ ୫ ମ୍ୟାଚ୍‌ ଶୃଙ୍ଖଳାରେ ପରାସ୍ତ କରିଛି।

  18. ଭାରତର ସବୁଠାରୁ ବଡ ପିଓର ପ୍ଲେ କ୍ରେଡିଟ୍‌ କାର୍ଡ କମ୍ପାନୀ ଏସ୍‌ବିଆଇ କାର୍ଡ ନିଜର ଗ୍ରାହକଙ୍କ ଲାଗି ନୂଆ ସୁବିଧା ଆରମ୍ଭ କରିଛି।

  19. ଆଗାମୀ ନିର୍ବାଚନରେ ବିଜେପି ସହିତ ଏନସିପି କୌଣସି ପ୍ରକାର ମେଣ୍ଟ କରିବ ନାହିଁ ବୋଲି ଦଳର ମୁଖ୍ୟ ଶରଦ ପୱାର ରବିବାର ସ୍ପଷ୍ଟ କରିଛନ୍ତି।

  20. ତାମିଲନାଡୁର ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କ ଭାଇ ଅଶୋକ ବାଲାଜୀଙ୍କୁ ରବିବାର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଗିରଫ କରିଛି। ଅଶୋକଙ୍କୁ ଜେରା ନିମନ୍ତେ ଇଡି ବାରମ୍ବାର ସମନ ଜାରି କରିଥିବାବେଳେ ସେ ଏହାକୁ ଏଡାଇ ଚାଲିଥିଲେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.