• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆଜି ଦେଶ ପାଳନ କରୁଛି ୭୭ତମ ସ୍ୱାଧୀନତା ଦିବସ । ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

  2. ଦେଶର ୭୭ତମ ସ୍ୱାଧୀନତା ଦିବସ ପୂର୍ବରୁ  ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଭାରତର ଝିଅମାନେ ଆଗକୁ ବଢ଼ିବାକୁ ଚାହୁଁଥିବା କହିଥିବେ ବେଳେ ଦେଶର ସବୁ ନାଗରିକ ସମାନ ଓ ସମସ୍ତଙ୍କର ସମାନ ଅଧିକାର ରହିଛି ବୋଲି ମତ ରଖିଛନ୍ତି।

  3. ଉଦ୍ୟାନ ଉତ୍ସବ-୨କୁ ଆଜି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ବିଧିବଦ୍ଧ ଭାବେ ଉଦ୍‌ଘାଟନ କରିଛନ୍ତି। ଉଦ୍ୟାନ ଉତ୍ସବ-୨ ଅନ୍ତର୍ଗତ ଅଗଷ୍ଟ ୧୬ ତାରିଖରୁ ସେପ୍ଟେମ୍ବର ୧୭ ତାରିଖ (ସୋମବାର ବ୍ୟତୀତ) ଗୋଟିଏ ମାସ ପର୍ଯ୍ୟନ୍ତ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ।‌

  4. ଇସ୍ରୋ ପକ୍ଷରୁ ସୋମବାର କୁହାଯାଇଛି ଯେ ଏହା ସୂର୍ଯ୍ୟଙ୍କ ଉପରେ ପର୍ଯ୍ୟବେକ୍ଷଣ ପାଇଁ ମହାକାଶରେ ଆଦିତ୍ୟ ଏଲ୍‌-୧ ନାମକ ଏକ ପର୍ଯ୍ୟବେକ୍ଷଣାଗାର ପ୍ରତିଷ୍ଠା କରିବାକୁ ଯାଉଛି।

  5. ଡାକ୍ତରୀ ପାଠ ପଢ଼ିବାର ଆଶା ରଖିଥିବା ଚେନ୍ନାଇର ଜଣେ ୧୯ ବର୍ଷୀୟ ଛାତ୍ର ୨ ଥର ନିଟ୍‌ରେ ବିଫଳ ହେବାପରେ ଆତ୍ମହତ୍ୟା କରିଦେଇଛନ୍ତି। ପୁଅର ମୃତ୍ୟୁ ଖବରକୁ ସହିନପାରି ବାପା ବି ଏହାର ୨ ଦିନ ପରେ ଆତ୍ମହତ୍ୟା କରିଦେଇଛନ୍ତି।

  6. ବିହାରର ବିଭିନ୍ନ ଜିଲ୍ଲାରେ ମାଛଚାଷ କରୁଥିବା ଚାଷୀ ତଥା ମନରୋଗା ସହିତ ଜଡ଼ିତ ଶ୍ରମିକମାନଙ୍କୁ ଦିଲ୍ଲୀରେ ଆୟୋଜିତ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ନିମନ୍ତ୍ରଣ କରାଯାଇଛି।

  7. ସ୍ୱାଧୀନତା ଦିବସ ଅବସରରେ ଓଡିଶାର ୪ଜଣ ପୋଲିସ୍ ଅଧିକାରୀଙ୍କୁ ଦିଆଯିବ ଗାଲାଣ୍ଟ୍ରି ପୁରସ୍କାର । ସୁବେଦାର ପ୍ରହଲ୍ଲାଦ ହିମିରିକା, ଏସ୍ଆଇ ସନ୍ତୋଷ କୁମାର ଗୁରୁ, କମାଣ୍ଡୋ ସୁନୀଲ କୁମାର ବରିହା ଏବଂ ସିଟି ସୁଜିତ କୁମାର ରାଣାଙ୍କ ଏହି ପୁରସ୍କାର ମିଳିବ ।

  8. ଟିଭି ଚ୍ୟାନେଲଗୁଡିକ ପାଇଁ ଗାଇଡ୍‌ଲାଇନ ଆଣିବେ ସୁପ୍ରିମକୋର୍ଟ, NBAକୁ କହିଲେ-୧ ଲକ୍ଷର ଜରିମାନା ପ୍ରଭାବୀ ନୁହେଁ ।

  9. ରାଜଧାନୀରୁ ନୂଆଦିଲ୍ଲୀକୁ ଗଡ଼ିଲା ତେଜସ ଏକ୍ସପ୍ରେସ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଲେ ଶୁଭାରମ୍ଭ ।

  10. ପ୍ରଧାନ ବିଚାରପତିଙ୍କ ନାମରେ ଭାଇରାଲ ହେଉଛି ମିଛ ମେସେଜ୍‌, ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ।

  11. ଦ୍ବାରକା ଏକ୍ସପ୍ରେସ୍‌ୱେ ନିର୍ମାଣରେ ବ୍ୟାପକ ହେରଫେର ହୋଇଥିବା ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି)ଙ୍କ ରିପୋର୍ଟରୁ ଜଣାପଡ଼ିଛି। ଭାରତମାଳା କାର୍ଯ୍ରକ୍ରମ ଅଧୀନରେ ଏହି ଏକ୍ସପ୍ରେସ୍‌ୱେ ତିଆରି କରାଯାଇଛି। କିଲୋମିଟର ପିଛା ୧୮.୨ କୋଟି ଟଙ୍କାରେ ଏହାକୁ ନିର୍ମାଣ କରିବା ଲାଗି ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି (ସିସିଇଏ) ଧାର୍ଯ୍ୟ କରିଥିଲେ। କିନ୍ତୁ କିମି ପିଛା ପ୍ରକୃତ ଖର୍ଚ୍ଚ ୨୫୧ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। 

  12. ଶିଳ୍ପପତି ଗୌତମ ଆଦାନିଙ୍କ ସଂସ୍ଥା ଆଦାନି ଗ୍ରୁପ୍ ବିରୋଧରେ ଆମେରିକାର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଯେଉଁ ସଙ୍ଗିନ ଅଭିଯୋଗ ଆଣିଥିଲା ତାହାର ତଦନ୍ତ ଶେଷ କରିବା ଲାଗି ସୁପ୍ରିମ୍‌ କୋର୍ଟଙ୍କଠାରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଆଉ ୧୫ ଦିନ ସମୟ ମାଗିଛି।

  13. ବୀମା କଂପାନିଗୁଡ଼ିକ ବିରୋଧରେ ଆୟକର ବିଭାଗ ଯେଉଁ ତଦନ୍ତ କରୁଥିଲା ତାହା ଶେଷ ହୋଇଛି। କଂପାନିଗୁଡ଼ିକ ୧୫ ହଜାର କୋଟି ଟଙ୍କାର ଟିକସ ଠକେଇ କରିଥିବା ଧରାପଡ଼ିଛି।

  14. ଗୋଟିଏ ଏଆଇ ସେବା ଚାଟ୍‌ଜିପିଟିକୁ ଚଳାଇ ରଖିବା ପାଇଁ କମ୍ପାନିକୁ ଦିନକୁ ୭ ଲକ୍ଷ ଡଲାର (୫.୮୦ କୋଟି ଟଙ୍କା) ବ୍ୟୟ କରିବାକୁ ପଡ଼ୁଛି। ଫଳରେ କମ୍ପାନିର ଆର୍ଥିକ ସମ୍ବଳ ଦ୍ରୁତ ଗତିରେ ହ୍ରାସ ପାଉଛି। ତେଣୁ ଦିନକୁ ଯେତିକି ଖର୍ଚ୍ଚ ହେଉଛି ସେତିକି ରାଜସ୍ବ ସଂଗ୍ରହ କରିବା ପାଇଁ କମ୍ପାନି ପାଇଁ କଷ୍ଟକର ହୋଇପଡ଼ିଛି। ବିଲ୍‌ ଗେଟ୍‌ସଙ୍କ ସଂସ୍ଥା ମାଇକ୍ରୋସଫ୍ଟ ଦେଇଥିବା ୧୦୦୦ କୋଟି ଡଲାରରେ କଂପାନି ବଞ୍ଚିରହିଛି।

  15. ସ୍ବାଧୀନତା ଦିବସ ପରିପ୍ରେକ୍ଷୀରେ ଟାଟା ଟି’ ପ୍ରିମିୟମ୍ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ସ୍ବତନ୍ତ୍ର ପ୍ୟାକ୍‌ରେ ଓଡ଼ିଶାର ହସ୍ତତନ୍ତ କୋଟପାଡ଼ ତନ୍ତ ଛବିକୁ ବ୍ୟବହାର କରାଯାଇଛି।

  16. ବିଶ୍ବର ଏକ ନମ୍ବର ଧନୀ ଏଲନ୍‌ ମସ୍କଙ୍କ ସୋସିଆଲ ମିଡିଆ ସଂସ୍ଥା ‘ଏକ୍ସ’ (ପୂର୍ବ ନାମ ଟ୍ବିଟର) ଜୁଲାଇରେ ୨୩ ଲକ୍ଷ ଆକାଉଣ୍ଟ୍‌ ନିଷିଦ୍ଧ କରିଛି। ନଗ୍ନତା ଓ ଶିଶୁ ସମ୍ପର୍କିତ ‌ଯୌନ ବିଷୟବସ୍ତୁ ପୋଷ୍ଟ୍‌ କରିଥିବା ଆକାଉଣ୍ଟ୍‌ଗୁଡ଼ିକୁ ବନ୍ଦ କରାଯାଇଛି।

  17. ସନ୍ନି ଦେଓଲଙ୍କ ଗଦର-୨ର ବକ୍ସ ଅଫିସ ଆୟ କମିବାର ନାଁ ଧରୁନି। ବଲିଉଡ୍ ଟ୍ରେଡ୍ ବିଶ୍ଳେଷକ ତରଣ ଆଦର୍ଶଙ୍କ କହିବା ଅନୁସାରେ ରବିବାର ତୃତୀୟ ଦିନରେ ୫୧.୭୦ କୋଟି ଟଙ୍କା ଆୟ ହୋଇଛି। ଏଥି ସହ ତିନିଦିନରେ ବକ୍ସ ଅଫିସରେ ଗଦର-୨ର ମୋଟ ଆୟ ୧୩୪.୮୮ କୋଟି ଟଙ୍କାରେ ପହଞ୍ଚିଛି।

  18. ମହାରାଷ୍ଟ୍ରର ବିରୋଧୀ ଦଳର ନେତା ବିଜୟ ୱାଡେଟିୱାର ସୋମବାର ଦାବି କରିଛନ୍ତି ଯେ, ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, ଏକନାଥ ଶିନ୍ଦେଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି।

  19. କଂଗ୍ରେସ ନେତା ତଥା ଏମ୍‌ପି ଅଧୀର ରଞ୍ଜନ ଚୌଧୁରୀଙ୍କୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ଲୋକ ସଭାରୁ ନିଲମ୍ବିତ କରାଯାଇଛି। ଲୋକ ସଭାର ଏକ କମିଟି ଶୁକ୍ରବାର ଅଧୀର ରଞ୍ଜନଙ୍କ ବିରୋଧରେ ହୋଇଥିବା ଅସଦାଚରଣ ଅଭିଯୋଗର ଯାଞ୍ଚ କରିବ।

  20. ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ତଥା ମହାରାଷ୍ଟ୍ର ସରକାରର ପୂର୍ବତନ ମନ୍ତ୍ରୀ ନଓ୍ବାବ ମଲିକଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ନଓ୍ବାବଙ୍କୁ ସୋମବାର ୫୦ ହଜାର ମୁଚଲିକା ସହିତ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି.

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.