• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ୭୭ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇଥିଲେ।  ଏଥିସହିତ ମୋଦୀ ତାଙ୍କର ଦଶମ ସ୍ବାଧୀନତା ଦିବସ ଅଭିଭାଷଣରେ ପ୍ରାୟ ୯୦ ମିନିଟ ଧରି ଭାଷଣ ଦେଇଥିଲେ।
  2. ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ମଙ୍ଗଳବାର ତାଙ୍କ ଅଭିଭାଷଣରେ ମନଇଚ୍ଛା ଗିରଫଦାରୀ ଏବଂ ସମ୍ପତ୍ତି ନଷ୍ଟ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି । ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ନ୍ୟାୟ ପହଞ୍ଚାଇବା ଜରୁରୀ ବୋଲି ସେ କହିଛନ୍ତି। ଏହା ସହ ଦେଶର ନ୍ୟାୟିକ ଭିତ୍ତିଭୂମିରେ ବ୍ୟାପକ ପରିବର୍ତ୍ତନ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ ।
  3. ଶକ୍ତିଶାଳୀ ଟାଇଫୁନ ଲାନ ଜାପାନରେ ତାଣ୍ଡବ ରଚିଛି। ଟାଇଫୁନ ଯୋଗୁଁ ଜାପାନରେ ପ୍ରାୟ ୯୦୦ରୁ ଅଧିକ ବିମାନର ଉଡ଼ାଣକୁ ବାତିଲ କରାଯାଇଛି।
  4. ଚାଇନା ନିଜର ସାମରିକ ଶକ୍ତି ବୃଦ୍ଧି କରିବାରେ ଲାଗିଛି। ଏହି ମର୍ମରେ ଚାଇନା ଏକ ଲେଜର ଅସ୍ତ୍ର ବିକଶିତ କରିଛି।
  5. ପରଲୋକରେ ସୁଲଭ ଇଣ୍ଟର ନ୍ୟାସନାଲର ପ୍ରତିଷ୍ଠାତା ବିନ୍ଦେଶ୍ବର ପାଠକ । ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିାବାବେଳେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସୁଲଭ ଇଣ୍ଟର ନ୍ୟାସନାଲର କେନ୍ଦ୍ରୀୟ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିବା ପରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ନିଧନ ଘଟିଛି । ୧୯୭୦ କସିହାରେ ସେ ସାମାଜିକ ସେବା ପାଇଁ ସୁଲଭ ଇଣ୍ଟର ନ୍ୟାସନାଲକୁ ପ୍ରତିଷ୍ଠା କରିଥିଲେ ।
  6. ନୂଆପଡ଼ା ଜିଲ୍ଲାର ୩ଟି ସ୍ଥାନର ବିକାଶ ତଥା ସୌନ୍ଦର୍ଯ୍ୟକରଣ ପାଇଁ ମିଳିଲା ୧୫ କୋଟି ଟଙ୍କା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅନୁଦାନ ମଞ୍ଜୁର କରିଛନ୍ତି । କୋମନା ବ୍ଲକ ସୁନବେଡ଼ାରେ ଥିବା ମାଆ ସୁନାଦେଈଙ୍କ ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ଅଢ଼େଇ କୋଟି, ନୂଆପଡା ବ୍ଲକ ପତୋରାର ଯୋଗେଶ୍ୱର ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ପାଞ୍ଚ କୋଟି ଓ ବୋଡ଼େନ ବ୍ଲକ ପାତାଳଗଙ୍ଗା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୭ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ।
  7. +୨ ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ରାଜ୍ୟରେ ମୋଟ ୧ ଲକ୍ଷ ୩୪ ହଜାର ୧୬୬ ସିଟ ବଳକା ରହିଛି । ଏହାକୁ ଆଖି ଆଗରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଲାଗି ଆବେଦନ ଆହ୍ୱାନ କରାଯାଇଛି । ଛାତ୍ରଛାତ୍ରୀମାନେ ନାମ ଲେଖାଇବା ଲାଗି ଆସନ୍ତା ୧୬ ତାରିଖଠାରୁ ସାମ୍‌ସ ୱେବସାଇଟରେ ଅନଲାଇନ ଆବେଦନ କରିପାରିବେ ।
  8.  ଆମେରିକାରେ ବିଶ୍ୱ ଧର୍ମ ସଂସଦର ଆୟୋଜନ କରାଯାଉଛି, ଯେଉଁଥିରେ ୮୦ରୁ ଅଧିକ ଦେଶରୁ ୧୦,୦୦୦ରୁ ଅଧିକ ଧାର୍ମିକ ନେତା ଅଂଶଗ୍ରହଣ କରୁଛନ୍ତି। ଏହି କାର୍ଯ୍ୟକ୍ରମ ପାଞ୍ଚ ଦିନ ଧରି ଚାଲିବ। 
  9. ଆଫଗାନିସ୍ତାନରେ ତାଲିବାନ ସରକାରକୁ ୨ ବର୍ଷ ପୂରଣ ହୋଇଛି। ୧୫ ଅଗଷ୍ଟ, ୨୦୨୧ରେ ତାଲିବାନ କାବୁଲ ଉପରେ କବଜା କରି ନିଜର ସରକାର ଗଠନ କରିଥିବା ଘୋଷଣା କରିଥିଲା।
  10. ଦକ୍ଷିଣ ରୁଷିଆର ମଖାଚକାଲା ସହରର ଏକ କାର ସର୍ଭିସ ଷ୍ଟେସନରେ ବିସ୍ଫୋରଣରେ ଅତି କମରେ ୧୨ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୬୬ରୁ ଅଧିକ ଆହତ ହୋଇଛନ୍ତି।
  11. ଚାନ୍ଦବାଲି ଧାମରା ମୁହାଣ ଠାରୁ ୨୫କିମି ଦୂର ଗଭୀର ସମୁଦ୍ର ମଧ୍ୟରୁ ମଣ୍ଟୁ ମଣ୍ଡଳ ନାମକ ଧୀବର ଏହି ବିରଳ ମାଟିଆ ତେଲି ମାଛ ଧରି ଥିବା ଜଣାପଡିଛି। ମାଛଟିର ଓଜନ ୨୬କିଲୋ ହୋଇଥିବା ବେଳେ କେଜି ପ୍ରତି ଏହି ମାଛକୁ ୨୦ହଜାର ୫୦୦ ଟଙ୍କାରେ ମୋଟ ୫ଲକ୍ଷ ୩୩ହଜାରେ ଟଙ୍କାରେ ନିଲାମ କରାଯାଇଛି।
  12. ଓରେରା (ଓଡ଼ିଶା ରିଅଲ ଇଷ୍ଟେଟ୍‌‌ ରେଗୁଲେଟୋରୀ ଅଥରିଟି) ଯେଉଁ ଆଦେଶ ଦେଉଛନ୍ତି ତାହାର କେତେଦୂର କାର୍ଯ୍ୟକାରୀ ହେଉଛି ସେ ସଂକ୍ରାନ୍ତରେ ସୋମବାର ଉଚ୍ଚ ନ୍ୟାୟାଳୟରେ ସତ୍ୟପାଠ ଦାଖଲ କରାଯାଇଛି। ବିଭିନ୍ନ ବିଲଡର ତଥା ନିୟମ ଉଲ୍ଲଘଂନକାରୀଙ୍କ ଉପରେ ୧୫୩ଟି ମାମଲାରେ ୧୯କୋଟି ୮୭ଲକ୍ଷ ୬ହଜାର ୫ଶହ ଟଙ୍କା ଜୋରିମାନା କରାଯାଇଛି; କିନ୍ତୁ ସେଥିରୁ ମାତ୍ର ୪୦ ଲକ୍ଷ ୪ ହଜାର ଟଙ୍କା ଆଦାୟ ହୋଇଛି।
  13. ଜାତୀୟ ପତାକା ଉତ୍ତୋଳନବେଳେ ଟଳିପଡ଼ିଲେ ପ୍ରଧାନଶିକ୍ଷକ। କୃଷ୍ଣପ୍ରସାଦ, ମଲେଶ୍ବରୀ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନବେଳେ ଅଘଟଣ। ପ୍ରଧାନଶିକ୍ଷକଙ୍କୁ ମୃତ ଘୋଷଣା କଲେ ଡାକ୍ତର।
  14. ରୁଷିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ଗ୍ୟାସ ଷ୍ଟେଶନରେ ଅଗ୍ନିକାଣ୍ଡ ଯୋଗୁ ଏକ ବଡ଼ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣ ରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। 
  15. ୟୁଟ୍ୟୁବର ଏଲ୍‌ଭିସ୍ ଯାଦବ ଇତିହାସ ସୃଷ୍ଟି କରିଛନ୍ତି। ୱାଇଲ୍ଡ କାର୍ଡ ଏଣ୍ଟ୍ରି କରି ବିଗ୍ ବସ୍ ଓଟିଟି ସିଜିନ୍-୨ର ବିଜେତା ହୋଇଛନ୍ତି । ପୁରସ୍କାର ବାବଦକୁ ତାଙ୍କୁ ବିଗ୍ ବସ୍ ଟ୍ରଫି ସହ ୨୫ ଲକ୍ଷ ଟଙ୍କା ମିଳିଛି। ସେହିପରି ବ୍ଲଗର ଅଭିଷେକ ମଲାନ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି । 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.