• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଆଜି ପାଞ୍ଚ ବର୍ଷ (୨୦୨୩-୨୪ ଆର୍ଥିକ ବର୍ଷ ଠାରୁ ୨୦୨୭-୨୮ ଆର୍ଥିକ ବର୍ଷ) ପାଇଁ ୧୩ ହଜାର କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହିତ ଏକ ନୂତନ କେନ୍ଦ୍ରୀୟ ଯୋଜନା “ପିଏମ୍ ବିଶ୍ୱକର୍ମା”କୁ ଅନୁମୋଦନ କରାଯାଇଛି ।

  2. ବୁଧବାର ସକାଳେ ଇସ୍ରୋ ଚନ୍ଦ୍ରଯାନ-୩ର ଆଉ ଏକ ମାନିଉଭର (କକ୍ଷପଥ ପରିବର୍ତ୍ତନ) ସମ୍ପନ୍ନ କରି ଏହାକୁ ଚନ୍ଦ୍ରର ପ୍ରାୟ ବୃତ୍ତାକାର ୧୫୩ କିମି x ୧୬୩ କିମି କକ୍ଷପଥରେ ସ୍ଥାପନ କରିଛି। ଏହାପରେ ପ୍ରପଲ୍‌ସନ ମଡ୍ୟୁଲରୁ ଲ୍ୟାଣ୍ଡିଂ ମଡ୍ୟୁଲକୁ ଅଲଗା କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି।

  3. ପ୍ରାୟ ୨୩ବର୍ଷ ପରେ ମଣିପୁରରେ ଏକ ହିନ୍ଦୀ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ଆଦିବାସୀ ସଂଗଠନ ହମାର ଷ୍ଟୁଡେଣ୍ଟସ୍ ଆସୋସିଏସନ୍, ଚୁରାଚାନ୍ଦପୁରର ଏକ ଅସ୍ଥାୟୀ ଖୋଲା ଥିଏଟରରେ ବଲିଉଡ ଚଳଚ୍ଚିତ୍ର ‘ଉରି: ଦି ସର୍ଜିକାଲ୍ ଷ୍ଟ୍ରାଇକ୍’ର ସ୍କ୍ରିନିଂ ଆୟୋଜନ କରିଛି।

  4. ଅଦାଲତରେ ଅଜାଣତରେ ଲିଙ୍ଗଗତ ଭେଦଭାବକୁ ପ୍ରୋତ୍ସାହିତ ନ କରିବା ପାଇଁ ବିଚାରପତିମାନଙ୍କୁ ସଚେତନ କରିବା ଲାଗି ସୁପ୍ରିମ୍‌କୋର୍ଟ ପକ୍ଷରୁ ପ୍ରକାଶିତ ହୋଇଛି ‘ହ୍ୟାଣ୍ଡବୁକ୍‌ ଅନ୍‌ କମ୍ବ୍ୟାଟିଂ ଜେଣ୍ଡର ଷ୍ଟିରିଓଟାଇପ୍ସ’। ମହିଳାମାନଙ୍କ ପ୍ରତି ବ୍ୟବହାର ହେଉଥିବା  ‘ପ୍ରଷ୍ଟିଚ୍ୟୁଟ୍‌’, ‘ହୁକର’, ‘ମିଷ୍ଟ୍ରେସ୍‌’, ‘ସ୍ଲୁଟ୍‌’ … ପରି ପ୍ରାୟ ୪୦ଟି ଶବ୍ଦକୁ ବାଦ୍‌ ଦେବାକୁ ପରାମର୍ଶ ଦିଆଯାଇଛି । 

  5. ହିମାଚଳ ଓ ଉତ୍ତରାଖଣ୍ଡକୁ କଲବଲ କଲାଣି ବର୍ଷା। ଗଲାଣି ୬୬ରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ। ଗତ କିଛି ଦିନ ହେଲାଣି ଲଗାଣ ବର୍ଷା ପାଇଁ ହିମାଚଳ ଓ ଉତ୍ତରାଖଣ୍ଡରେ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଶହ ଶହ ଘର ଭୁଶୁଡିବା ସହ ଚାପି ହୋଇ ରହିଛନ୍ତି ‌ଲୋକେ।

  6. ସାରା ଦେଶରେ ପ୍ରାୟ ୧୦୦୦୦ ନୂତନ ଇଲେକ୍ଟ୍ରିକ୍ ବସ୍ ଉପଲବ୍ଧ ହେବ | ୫୭,୬୧୩ କୋଟି ଟଙ୍କା ମଧ୍ୟରୁ ୨୦,୦୦୦ କୋଟି ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିବେ। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଏହି ଯୋଜନାରେ ୩ ଲକ୍ଷ ଏବଂ ତଦୁର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯିବ। 

  7. ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳ ନିକଟରେ ସମୁଦ୍ର ପତ୍ତନଠାରୁ ୧୯,୪୦୦ ଫୁଟ୍‌ ଉଚ୍ଚରେ ମଟର ଗାଡ଼ି ଚଳାଚଳ ନିମନ୍ତେ ରାସ୍ତା ନିର୍ମାଣ କରି ଭାରତ ବିଶ୍ବ ରେକର୍ଡ କରିବ ବୋଲି ‘ବର୍ଡର୍‌ ରୋଡ୍‌ସ୍‌ ଅର୍ଗାନାଇଜେସନ୍‌’ (ବିଆର୍‌ଓ) ସୂଚନା ଦେଇଛି।

  8. ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ‘ଆପ୍‌’ର ଆବାହକ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ପ୍ରଥମ ବ୍ୟକ୍ତି।

  9. ଚନ୍ଦ୍ରଯାନ-୩କୁ ସଫଳତାର ସହିତ ଚନ୍ଦ୍ର ଶେଷ ତଥା ପାର୍କିଙ୍ଗ୍‌ କକ୍ଷପଥକୁ ନିଆଯାଇଥିବା କଥା ଟୁଇଟ୍‌ କରି ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ (ଇସ୍ରୋ) ସୂଚନା ଦେଇଛି।

  10. ରେଳ ମନ୍ତ୍ରଣାଳୟର ପ୍ରାୟ ୩୨,୫୦୦ କୋଟି ଟଙ୍କା ବ୍ୟୟ ଅଟକଳର ୭ଟି ପ୍ରକଳ୍ପକୁ ଅନୁମୋଦନ କରିଛି । ଉତ୍ତରପ୍ରଦେଶ, ବିହାର, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ୩୫ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ଭାରତୀୟ ରେଳର ବର୍ତ୍ତମାନର ନେଟୱର୍କକୁ ୨୩୩୯ କିଲୋମିଟର ବୃଦ୍ଧି କରିବ । 

  11. ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ପ୍ରାୟ ୨୬କିଲୋମିଟର ମଧ୍ୟରେ ୧୮ଟି ଷ୍ଟେସନ ରହିବ ବୋଲି ଡିପିଆରରୁ ଜଣାପଡ଼ିଛି।ଉଭୟ ଆରମ୍ଭ ଓ ଶେଷ ଷ୍ଟେସନ ମଝିରେ କ୍ୟାପିଟାଲ ହସ୍ପିଟାଲ, ଶିଶୁ ଭବନ ଛକ, ବାପୁଜୀ ନଗର, ଭୁବନେଶ୍ୱର ରେଳଷ୍ଟେସନ, ରାମମନ୍ଦିର ଛକ, ବାଣୀବିହାର, ଆଚାର୍ଯ୍ୟ ବିହାର ଛକ, ଜୟଦେବ ବିହାର ଛକ, ଜାଭିୟର ଛକ, ରେଳ ସଦନ, ଡିଷ୍ଟ୍ରିକ୍ଟ ସେଂଟର, ଡମଣା ଛକ, ପଟିଆ ଛକ, କିଟ ଛକ, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଫୁଲପୋଖରୀ ରହିବ।

  12.  ବରଗଡ ଜିଲ୍ଲାରେ ୩ଟି ବୃହତ ସେତୁର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ୩ଟି ନୂତନ ସେତୁ ଦ୍ବାରା ଜିଲ୍ଲାର ପ୍ରାୟ ୭.୨୫ ଲକ୍ଷ ଲୋକ ଉପକୃତ ହେବେ।

  13. ଭାରତର ସ୍ୱାଧୀନତା ଦିବସ ଅବସରରେ ନ୍ୟୁୟର୍କ ସହରର ପ୍ରସିଦ୍ଧ ଟାଇମ୍‌ସ ସ୍କୋୟାରରେ ଓଡ଼ିଶାର ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଚକ୍ରର ପ୍ରତିକୃତି ଉନ୍ମୋଚନ କରିଛନ୍ତି ସେଲିବ୍ରିଟି ସେଫ୍‌ ବିକାଶ ଖାନ୍ନା।ବାଲୁକା ପଥରରେ ନିର୍ମିତ ଓ ପ୍ରାୟ ୪ ହଜାର ପାଉଣ୍ଡ ଓଜନର ଏହି ହାତତିଆରି ପ୍ରତିକୃତି (ରେପ୍ଲିକେସନ୍‌) ପ୍ରସ୍ତୁତ କରିବା ପାଇଁ ଓଡ଼ିଶାର ଲଳିତାଗରି ଗାଁର ଅନେକ କଳାକାର ମାସ ମାସ ଧରି କାମ କରିଛନ୍ତି।

  14. ବେଙ୍ଗାଲୁରୁ: ବିଜୟାନନ୍ଦ ଟ୍ରାଭେଲ୍‌ସ ୫୫୦ଟି ଇଣ୍ଟରସିଟି ବିଳାସପୂର୍ଣ୍ଣ ବସ୍ କିଣିବା ଲାଗି ଭଲ୍‌ଭୋ ଓ ଆଇସର୍‌କୁ ବରାଦ ଦେଇଛି। କଂପାନି ଏଥିପାଇଁ ୫୦୦ କୋଟି ଟଙ୍କା ବ୍ୟୟ କରିବ।

  15. ଆସନ୍ତା ୨୦୪୭ରେ ଭାରତ ସ୍ବାଧୀନତାର ୧୦୦ ବର୍ଷ ପାଳନ କରୁଥିବା ବେଳେ ଦେଶର ମୁଣ୍ଡପିଛା ଆୟ ସେହି ସମୟରେ ପ୍ରାୟ ୭ ଗୁଣା ବୃଦ୍ଧି ପାଇ ୧୪.୯ ଲକ୍ଷ ଟଙ୍କା ହେବ ବୋଲି ଏସ୍‌ବିଆଇ ରିପୋର୍ଟରେ ଆକଳନ କରାଯାଇଛି।

  16. ପାକିସ୍ତାନରେ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ରେକର୍ଡ ସ୍ତରରେ ପହଞ୍ଚିଛି। ଏକ ଲିଟର ପେଟ୍ରୋଲ୍ ଦାମ୍ ୨୯୦.୪୫ ପାକିସ୍ତାନୀ ଟଙ୍କା ହୋଇଛି। ହାଇସ୍ପିଡ୍‌ ଡିଜେଲ୍ ଦାମ୍ ୨୯୩.୪୦ ପାକିସ୍ତାନୀ ଟଙ୍କା ହୋଇଛି।

  17.  ମୋବାଇଲ୍‌ ଫୋନ୍ ଉତ୍ପାଦନରେ ଭାରତକୁ ଉଲ୍ଲେଖନୀୟ ସଫଳତା ମିଳିଛି। ମୋବାଇଲ୍‌ ଉତ୍ପାଦନରେ ଭାରତ ସାରା ବିଶ୍ବରେ ଦ୍ବିତୀୟ ସ୍ଥାନ ଅଧିକାର କରିଛି। 

  18. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ଆଜି ରେଳ ମନ୍ତ୍ରଣାଳୟର ପ୍ରାୟ ୩୨,୫୦୦ କୋଟି ଟଙ୍କା ବ୍ୟୟ ଅଟକଳର ୭ଟି ପ୍ରକଳ୍ପକୁ ଅନୁମୋଦନ କରିଛି । 

  19. ବିଶ୍ୱକପ ୨୦୨୩ ପାଇଁ ବୁଧବାର ସମ୍ଭାବ୍ୟ ଇଂଲଣ୍ଡ ଦଳ ଘୋଷଣା କରିଛି। ବେନ ଷ୍ଟୋକ୍ସ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ୨୦୨୨ରେ ଷ୍ଟୋକ୍ସ ଦିନିକିଆ କ୍ରିକେଟରୁ ଅବସର ନେଇଥିଲେ।

  20. ୱାଶିଂଟନ ଏବଂ ତେହେରାନ ମଧ୍ୟରେ ବଢୁଥିବା ତିକ୍ତତାକୁ କମାଇବା ପାଇଁ ବ୍ୟାପକ ଲିଖିତ ବୁଝାମଣା ଉପରେ ଆଲୋଚନାର ଏକ ଅଂଶ ଭାବରେ ଆମେରିକା ରୁଷିଆକୁ ସଶସ୍ତ୍ର ଡ୍ରୋନ ବିକ୍ରୟ ବନ୍ଦ କରିବା ଲାଗି ଇରାନକୁ ମନା କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.