• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୨୦୨୩ ପାଇଁ ଟେନିସ ତାରକା ଦେବାଶିଷ ସାହୁ ଏକଲବ୍ୟ ପୁରସ୍କାର ବିଜେତା ହୋଇଛନ୍ତି। ଟେନିସ ତାରକା ଦେବାଶିଷ ସାହୁ ଏକଲବ୍ୟ ପୁରସ୍କାର ସହ ୫ଲକ୍ଷ ଟଙ୍କାର ଅର୍ଥରାଶି ଓ ମାନପତ୍ର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ସେହିପରି ୨୦୨୩ ମସିହା ପାଇଁ ୨ଜଣ ଉପବିଜେତାଙ୍କ ନାମ ମଧ୍ୟ ଘୋଷଣା ହୋଇଛି। ଆଥଲେଟ ବାପି ହାଁସଦା ଓ ଭାରୋତ୍ତଳକ ଜ୍ୟୋତ୍ସ୍ନା ଶବରଙ୍କୁ ଉପବିଜେତା ଭାବେ ଘୋଷଣା କରାଯାଇଛି।

  2. ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କର ରବିବାର ରାତି ୯ଟାରେ ଏସ୍‌‌ସିବିର ମେଡିସିନ୍‌‌ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ତାଙ୍କୁ ୯୫ବର୍ଷ ବୟସ ହୋଇଥିଲା। ପଦ୍ମଶ୍ରୀ ମହାପାତ୍ର ନିମୋନିଆ ରୋଗରେ ଆକ୍ରାନ୍ତ ହୋଇ ଗତ ୪ ତାରିଖରେ ଏସ୍‌‌ସିବି ମେଡିସିନ୍‌‌ ୱାର୍ଡରେ ଭର୍ତ୍ତି ହୋଇଥିଲେ।

  3. ବିଶ୍ବର ବହୁ ଲୋକପ୍ରିୟ କଂପାନିର ନେତୃତ୍ବ ସମ୍ଭାଳୁଛନ୍ତି ଭାରତୀୟସିଇସ। ଗୁଗୁଲ୍‌ଠାରୁ ଆରମ୍ଭ କରି ମାଇକ୍ରୋସଫ୍ଟ, ୟୁଟ୍ୟୁବ୍, ଆଇବିଏମ୍‌, ନେଟ୍‌ଆପ୍‌, ଷ୍ଟାରବକ୍ସ, ମାଇକ୍ରନ୍ ଟେକ୍ନୋଲୋଜି, ଆଡୋବ୍ ଆଦିର ସିଇଓ ଭାବେ ଭାରତୀୟ କାର୍ଯ୍ୟ କରୁଛନ୍ତି। 

  4. ଅଗଷ୍ଟ ୨୩ରେ ଭାରତର ‘ଚନ୍ଦ୍ରଯାନ-୩’ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଦେଶର କୋଣ ଅନୁକୋଣରେ ଲୋକେ ଉତ୍ସବ ମନାଇଛନ୍ତି। ବୁଧବାର ଚନ୍ଦ୍ରର ଦକ୍ଷିଣମେରୁରେ ସଫଳଭାବେ ଅବତରଣ କରିଥିଲା ‘ଚନ୍ଦ୍ରଯାନ-୩’।

  5. ଅଗଷ୍ଟ ୨୩ରେ ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଙ୍କର ୧୦୪ତମ ମନ୍‌ କୀ ବାତ୍‌ରେ କହିଥିଲେ ଯେ, ଚନ୍ଦ୍ରଯାନ-୩ ଏହା ପ୍ରମାଣିତ କରିଛି ଯେ ସଂକଳ୍ପର କିଛି ସୂର୍ଯ୍ୟ ଚନ୍ଦ୍ରରେ ମଧ୍ୟ ଉଦୟ ହୋଇଛି।

  6. ଚନ୍ଦ୍ରରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ରବିବାର ତିରୁଅନନ୍ତପୁରମ୍‌ସ୍ଥିତ ପୌର୍ଣ୍ଣମୀକାବୁ, ଭଦ୍ରକାଳୀ ମନ୍ଦିର ପରିଦର୍ଶନ କରିଛନ୍ତି।

  7. ହରିୟାଣାର ନୁହରେ ବିଶ୍ବ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଆସନ୍ତାକାଲି (ସୋମବାର) ବ୍ରଜମଣ୍ଡଳ ଜଳାଭିଷେକ ଯାତ୍ରା ବାହାର କରିବା ପାଇଁ ଘୋଷଣା କରାଯାଇଛି।

  8. ଅଷ୍ଟ୍ରେଲିଆରେ ଯୁଦ୍ଧାଭ୍ୟାସ ବେଳେ ଆମେରିକୀୟ ବିମାନ ଦୁର୍ଘଟଣାଗ୍ରସ୍ତ, ତିନି ଯବାନଙ୍କ ମୃତ୍ୟୁ। ।

  9. ଚନ୍ଦ୍ରଯାନ-୩ର ଅବତରଣ ସ୍ଥଳକୁ ଶିବଶକ୍ତିନାମକରଣ କରାଯିବା ଭୁଲ୍‌ ନୁହେଁ : ସୋମନାଥ ।

  10. ରୁଷର ଘରୋଇ ସେନା ଓ୍ବାଗନରର ମୁଖ୍ୟ ୟେଭଗେନି ପ୍ରିଗୋଜିନଙ୍କ ମୃତ୍ୟୁକୁ ନେଇ ଗତ କିଛି ଦିନ ହେଲା ଚାଲିଥିବା କଳ୍ପନଜଳ୍ପନାର ଅବସାନ ହୋଇଛି । ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ରୁଷର ଅନୁସନ୍ଧାନ କାରୀ କମିଟି ସ୍ପଷ୍ଟ କରିଛି।

  11. ଗତ ୯ ବର୍ଷରେ ଭାରତକୁ ଅନେକ ସଫଳତା ମିଳିଛି। ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଓ ୟୁପିଆଇ ଭଳି ପଦକ୍ଷେପ ଭାରତକୁ ଏକ ଡିଜିଟାଲ୍‌ ଅର୍ଥନୀତିରେ ପରିଣତ କରିଥିବା ବେଳେ ଅଧିକାଂଶ ଲୋକଙ୍କ ପାଖରେ ବ୍ୟାଙ୍କ ସେବା ପହଞ୍ଚିପାରିଛି।

  12. ବୁଲେଟ୍ ୩୫୦ ହେଉଛି ରୟାଲ ଏନଫିଲଡର ସବୁଠାରୁ ଲୋକପ୍ରିୟ ଓ ଐତିହାସିକ ବାଇକ୍ । ରୟାଲ ଏନଫିଲ୍ଡ ବୁଲେଟ ମଡେଲକୁ ଏତେ ଭଲ ପାଇବା ମିଳିଥିଲା ଯେ ଅନେକ ଲୋକ ରୟାଲ ଏନଫିଲ୍ଡ କମ୍ପାନିର ଅନ୍ୟ ବାଇକଗୁଡ଼ିକୁ ମଧ୍ୟ ବୁଲେଟ ବୋଲି ଡାକିଥାନ୍ତି । 

  13. ଦେଶର ବିଦେଶୀ ମୁଦ୍ରା ଭଣ୍ଡାରରେ ବଡ଼ଧରଣର ହ୍ରାସ ଘଟିଛି। ଅଗଷ୍ଟ ୧୮ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରାଭଣ୍ଡାର ୭.୩ ବିଲିଅନ ଡଲାର ହ୍ରାସ ସହିତ ୫୯୫ ବିଲିଅନ ଡଲାର ତଳକୁ ଖସିଆସିଛି।

  14. ଦେଶରେ ଟେଲିଫୋନ ଗ୍ରାହକଙ୍କ ସଂଖ୍ୟା ଜୁନ ମାସରେ ସାମାନ୍ୟ ବୃଦ୍ଧି ପାଇଛି। ଚଳିତବର୍ଷ ଜୁନ ମାସରେ ଦେଶରେ ଟେଲି‌ଫୋନ ଗ୍ରାହକଙ୍କ ସଂଖ୍ୟା ୧୧୭.୩୮୯ କୋଟିରେ ପହଞ୍ଚିଛି। ଚଳିତବର୍ଷ ମେ’ ମାସରେ ଟେଲିଫୋନ ଗ୍ରାହକଙ୍କ ସଂଖ୍ୟା ୧୧୭.୨୫୭ କୋଟି ରହିଥିଲା।

  15. ଯୌନ ପିପାଶୁଙ୍କ ଜିନା ହାରାମ କରିବ ଓଡିଶା ପୋଲିସ । ଇନଭେଷ୍ଟିଗେସନ ଅଫିସର ପଢିଲେ ଫରେନସିକ ଟେକ୍ନିକ । POCSO JJ ମାମଲାରେ ଖସି ପାରିବେନି ଅଭିଯୁକ୍ତ । ବଢିବ ଦଣ୍ଡବିଧାନ ହାର, କମିବ ଘୃଣ୍ୟ କାର୍ଯ୍ୟ ।

  16. ସାନଖେମୁଣ୍ଡିରେ ଘୋଡାହାଡ ଡ୍ୟାମ୍ ଜଳ ପ୍ରକଳ୍ପ ପାଇଁ ୧୭୦ କୋଟି ଖର୍ଚ୍ଚ ହେବ। ଏହାଦ୍ବାରା ୮ଟି ପଞ୍ଚାୟତ ଉପକୃତ ହେବେ। ଋଷିକୂଲ୍ୟା ଜାନିବିଲି ପ୍ରକଳ୍ପ ପାଇଁ ୧୦୩ କୋଟି ଟଙ୍କା ଖର୍ଚ୍ଚ ହେବ। ଧରାକୋଟ କୁକୁଡ଼ାଖଣ୍ଡି ସାନଖେମୁଣ୍ଡି ୧ ଲକ୍ଷ ୩୦ ହଜାର ଏକର ଚାଷ ଜମିକୁ ପାଣି ଯୋଗାଯିବ। ପଲାସପୁର ଡେଙ୍ଗାଉସ୍ତା ମୁଖ୍ୟ ରାସ୍ତା ମରାମତି ପାଇଁ ୨୧ କୋଟି ଟଙ୍କା ଖର୍ଚ୍ଚ ହେବ।

  17. ଭୁବନେଶ୍ୱର, ବ୍ରହ୍ମପୁର, କଟକ, ସମ୍ବଲପୁର ଓ ରାଉରକେଲା ଆଦି ୫ ମହାନଗର ନିଗମର ୮୭୫ ବସ୍ତିରୁ ୬୫ ହଜାର ପରିବାରକୁ ପଟ୍ଟାବଣ୍ଟନ କରାଯିବ। ଏଥିପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ୬୫ ହଜାର ପରିବାର ମଧ୍ୟରୁ କେବଳ ବିଏମସି ଅଞ୍ଚଳରୁ ୫୧ ହଜାର ପରିବାରକୁ ପଟ୍ଟା ବଣ୍ଟନ କରାଯିବ ବୋଲି ସୂଚନା ମିଳିଛି।

  18. ଆସନ୍ତା ୩୧ ତାରିଖରେ ଉଦଘାଟନ ହେବ କଳାହାଣ୍ଡିର ଉତ୍କେଲା ବିମାନ ବନ୍ଦର। ପୂରଣ ହେବ ଦୀର୍ଘ ଦଶନ୍ଧିର ସ୍ବପ୍ନ । ୩୧ ତାରିଖ ସକାଳ ସାଢେ ୧୦ରେ ଉତ୍କେଲା ବିମାନ ବନ୍ଦରକୁ ଉଡ଼ିବ ବିମାନ ।

  19. ଯଦି ଅବସର ପରେ ସେ ଏକାଧିକ କୋଠା, ବାଡ଼ି ଏବଂ ପ୍ଲଟ୍‌‌ କିଣନ୍ତି, ତେବେ ଭିଜିଲାନ୍ସ କୋର୍ଟରୁ ଅନୁମତି ଆଣି ସେମାନଙ୍କ ଘରେ ଚଢ଼ଉ କରୁଛି। ବର୍ତ୍ତମାନ ଅବସର ନେଇଥିବା ୪୬ଜଣ ସରକାରୀ କର୍ମଚାରୀଙ୍କ ଉପରେ ଭିଜିଲାନ୍ସ ନଜର ରଖିଛି।

  20. ଇତିହାସ ସୃଷ୍ଟି କଲେ ନୀରଜ ଚୋପ୍ରା। ପ୍ରଥମ ଭାରତୀୟ ଭାବରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ 2023 ରେ ଜିତିଲେ ସ୍ୱର୍ଣ୍ଣ। ନୀରଜ ପ୍ରଥମ ଥ୍ରୋରେ ଫାଉଲ କରିଥିଲେ, କିନ୍ତୁ ଦ୍ୱିତୀୟ ଥ୍ରୋରେ ସେ 88.17 ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ଜିତିଥିଲେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.