• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଚଳିତ ବର୍ଷ ଓଡ଼ିଶାର ଦୁଇ ଜଣ ଶିକ୍ଷକ ଜାତୀୟ ଶିକ୍ଷକ ପୁରସ୍କାର-୨୦୨୩ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନେ ହେଲେ ଶଶିଶେଖର କରଶର୍ମା ଓ ସୁବାସ ଚନ୍ଦ୍ର ରାଉତ। ଶଶିଶେଖର କରଶର୍ମା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କେନ୍ଦୁଆପଦା ନୋଡାଲ ହାଇସ୍କୁଲର ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ । ସୁବାସ ଚନ୍ଦ୍ର ରାଉତ ଜଗତସିଂହପୁର ସ୍ଥିତ ବୃନ୍ଦାବନ ସରକାରୀ ହାଇସ୍କୁଲରେ ଶିକ୍ଷକତା କରୁଛନ୍ତି।

  2. ୨୬୨ ଆସିଷ୍ଟାଣ୍ଟ ପ୍ରଫେସର ଓ ୮୮ ଟି  କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଲୋକସେବା ଭବନ କନଭେନସ ସେଣ୍ଟରରେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

  3. ଭାରତରେ ହେବାକୁ ଥିବା ଜି-୨୦ ବୈଠକରେ ଯୋଗ ଦେଇପାରିବେ ନାହିଁ ବୋଲି ରୁଷ ରାଷ୍ଟ୍ରପତି କହିଛନ୍ତି। ତାଙ୍କ ବଦଳରେ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ରୁଷର ପ୍ରତିନିଧିତ୍ବ କରିବେ ବୋଲି ପୁଟିନ ଜଣାଇଛନ୍ତି ।

  4. ୫ଟି ମହାନଗରର ଗରିବ ବସ୍ତି ପରିବାରକୁ ମିଳିଲା ଭୂମି ଅଧିକାର ପ୍ରମାଣ ପତ୍ର । ଜାଗା ମିଶନରେ ୬୫ ହଜାର ପରିବାରକୁ ମିଳିଲା ଜମି ଅଧିକାର। ସବୁ ପରିବାରକୁ ଜମି ଅଧିକାର ମିଳିବା ପର୍ଯ୍ୟନ୍ତ ଜାରି ରହିବ ଏ କାର୍ଯ୍ୟକ୍ରମ। ରାଜ୍ୟରେ ଆଉ ରହିବନି ବସ୍ତି। ସବୁ ବସ୍ତି ହେବ ବିଜୁ ଆଦର୍ଶ କଲୋନୀ।

  5. ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ସମସ୍ତଙ୍କ ପାଖରେ ଓ ସବୁ ସ୍ଥାନରେ ପହଞ୍ଚାଇ ଭାରତୀୟ ଏଆଇ ମଡେଲ୍‌ରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଏବଂ ଏହି ନୂଆ ପ୍ରଯୁକ୍ତିର ଲାଭକୁ ଭାରତୀୟ ନାଗରିକମାନଙ୍କ ପାଖରେ ପହଂଚାଇବା ପାଇଁ ଜିଓ ପ୍ଲାଟଫର୍ମ ଆଗ୍ରହୀ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି ।

  6. ଚନ୍ଦ୍ରରେ ତଥ୍ୟ ସଂଗ୍ରହ କରୁଥିବା ପ୍ରଜ୍ଞାନ କିଛି ବାଟ ଯିବା ପରେ ହଠାତ୍‌ ଗୋଟିଏ ଗାତର ସମ୍ମୁଖୀନ ହୋଇଥିଲା। ନିର୍ଦ୍ଧାରିତ ଚଲାପଥରେ ଥିବା ୪ ମିଟର ବ୍ୟାସ ବିଶିଷ୍ଟ ଗାତ ତା’ ନଜରରେ ପଡ଼ିଥିଲା। ତେବେ ଗାତର ୩ ମିଟର ଆଗରୁ ପ୍ରଜ୍ଞାନ ଏ ସମ୍ପର୍କରେ ଜାଣିପାରି ଲ୍ୟାଣ୍ଡର ବିକ୍ରମକୁ ସୂଚନା ଦେଇଥିଲା। ଏହାପରେ ତା’ର ନିର୍ଦ୍ଧାରିତ ପଥକୁ ବଦଳା ଯାଇଥିଲା।

  7. ଚନ୍ଦ୍ର ମିଶନର ସଫଳତା ପରେ ଏବେ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ନଜର ସୂର୍ଯ୍ୟ ଉପରେ । ସୂର୍ଯ୍ୟର ରହସ୍ୟ ଅଧ୍ୟୟନ ପାଇଁ ଇସ୍ରୋ ସେପ୍ଟେମ୍ବର ୨ରେ ଆଦିତ୍ୟ ମିଶନ ଏଲ୍-୧ର ଶୁଭାରମ୍ଭ ହେବ ।  ଏ ନେଇ ଇସ୍ରୋ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ଟ୍ବିଟରେ ଲେଖାଯାଇଛି ଯେ, ସେପ୍ଟେମ୍ବର ୨ ତାରିଖ ୧୧ଟା ୫୦ ମିନିଟରେ ଲଞ୍ଚ ହେବ ।

  8. ଉତ୍ତରପ୍ରଦେଶର ମ‌ହୋବାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ଶିବଙ୍କ ପୂଜା କରୁଥିବା ବେଳେ ଏକ ନାଗସ‌ାପ ଆସି ମହିଳାଙ୍କ ଗୋଡ଼ରେ ଗୁଡ଼ାଇ ହୋଇଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ଉକ୍ତ ସାପଟି ମହିଳାଙ୍କୁ କୌଣସି ପ୍ରକାର କ୍ଷତି ପହଞ୍ଚାଇ ନଥିଲା।

  9. NCERT ସପ୍ତମ ଶ୍ରେଣୀ ଇଂରାଜୀ ବହିରେ ସାମିଲ ହେଲା ଜାତୀୟ ଯୁଦ୍ଧ ସ୍ମାରକୀ ସମ୍ପର୍କୀତ ବିଷୟବସ୍ତୁ। ଇଂରାଜୀ ବହି ହନିକମ୍ବରେ ଶେଷ ବିଷୟ ଭାବେ ''ଏ ହୋମେଜ୍ ଟୁ ଆୱାର ବ୍ରେଭ୍ ସୋଲଜର୍ସ'' ନାଁରେ ଏହି ବିଷୟବସ୍ତୁ ପଢ଼ିବେ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ।

  10. ମୁଁ କିଛି ହେବାକୁ ଆଶାୟୀ ନୁହେଁ, ବରଂ ମୁଁ କେବଳ ସମସ୍ତଙ୍କୁ ଏକଜୁଟ କରିବା ପାଇଁ ଚାହୁଁଛି ; ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର।

  11. କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରା ପ୍ରଚଳନ କରାଯାଇଛି। ଅବିଭାଜିତ ଆନ୍ଧ୍ରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ପ୍ରସିଦ୍ଧ ତେଲୁଗୁ ଅଭିନେତା ଏନ୍‌ଟି ରାମାରାଓଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କ ସ୍ମୃତିରେ ନାମିତ ଏହି ସ୍ବତନ୍ତ୍ର ମୁଦ୍ରାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକାର୍ପିତ କରିଛନ୍ତି।

  12. ଧାରା ୩୫ଏ ଜାମ୍ମୁ-କାଶ୍ମୀର ନାଗରିକଙ୍କ ଅନେକ ମୌଳିକ ଅଧିକାର ଛଡ଼ାଇ ନେଲା: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ।

  13. ଏଆଇ ସମ୍ପର୍କରେ ବର୍ତ୍ତମାନ ଜାତିସଂଘର ପ୍ରକାଶ ପାଇଥିବା ଅଧ୍ୟୟନ ରିପୋର୍ଟ ଲୋକଙ୍କୁ କେତେକାଂଶରେ ଆଶ୍ବସ୍ତ କରିଛି। ନିକଟରେ ଜାତିସଂଘର ଆନ୍ତର୍ଜାତିକ ଶ୍ରମ ସଂସ୍ଥା( ଆଇଏଲ୍ଓ) କହିଛି ଯେ, ଏଆଇ ଆମମାନଙ୍କର କାର୍ଯ୍ୟଶୈଳୀ ବଦଳାଇଦେବ, କିନ୍ତୁ ମାନବର ସ୍ଥାନ ନେବନାହିଁ। ରିପୋର୍ଟରେ କୁହାଯାଇଛି ଯେ, ଆଗକୁ ବିଭିନ୍ନ ଚାକିରୀ ଓ ଶିଳ୍ପ କ୍ଷେତ୍ର ଆଶିଂକ ସ୍ୱୟଂଚାଳିତ ହେବ।

  14. ଶିଳ୍ପପତି ଗୌତମ ଆଦାନିଙ୍କ ସଂସ୍ଥା ଆଦାନି ଗ୍ରୁପ୍ ବିରୋଧରେ ଆମେରିକାର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଯେଉଁ ଗମ୍ଭୀର ଅଭିଯୋଗ ଆଣିଥିଲା, ସେଥିରୁ କିଛିଟା ଅଭିଯୋଗରେ ସତ୍ୟତା ଥିବା ଭଳି ମନେ ହେଉଛି। କିଛି ଅଭିଯୋଗର ତଦନ୍ତ କରିବାକୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)କୁ ସୁପ୍ରିମ୍‌ କୋର୍ଟ କହିଥିଲେ। ସେବି କରିଥିବା ତଦନ୍ତରେ ଆଦାନି ପକ୍ଷରୁ କିଛିଟା ତ୍ରୁଟି ଥିବା ଧରାପଡ଼ିଛି ବୋଲି କୁହାଯାଉଛି।

  15. ଇସଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟରେ ବରିଷ୍ଠତମ କୂଟନୀତିଜ୍ଞ ହେବେ ଗୀତିକା ଶ୍ରୀବାସ୍ତବ। ପ୍ରଥମ ମହିଳା କୂଟନୀତିଜ୍ଞ ଭାବେ ସେ ପାକିସ୍ତାନସ୍ଥିତ ଭାରତୀୟ ଉଚ୍ଚାଯୁକ୍ତ କାର୍ଯ୍ୟାଳୟରେ ଏହି ପଦବିରେ ନିଯୁକ୍ତ ହୋଇଛନ୍ତି।

  16. ବେଙ୍ଗାଲୁରୁରେ ଜଣେ ୨୪ ବର୍ଷୀୟା ମହିଳାଙ୍କୁ ତାଙ୍କ ଲିଭ ଇନ୍‌ ପାର୍ଟନର ପ୍ରେସର କୁକରରେ ପିଟିପିଟି ହତ୍ୟା କରିଛି। ଦକ୍ଷିଣ ବେଙ୍ଗାଲୁରୁର ବେଗୁରରେ ଶନିବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି।

  17. ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସମେତ ଆଉ କିଛି ଲୋକଙ୍କ ବିରୋଧରେ ସିବିଆଇ ସୋମବାର ମାମଲା ରୁଜୁ କରିଛି। ଇଡିର ସହକାରୀ ନିର୍ଦ୍ଦେଶକ ପୱନ ଖତ୍ରୀଙ୍କ ବିରୋଧରେ ସିବିଆଇ ଏଫଆଇଆର ରୁଜୁ କରିଛି।

  18. ବିଭିନ୍ନ ପାରା ମିଲ୍‌ଟାରି ଫୋର୍ସରେ ଚାକିରି କରିବା ପାଇଁ ମନୋନୀତ ହୋଇଥିବା ୫୧,୧୦୬ଜଣ ପ୍ରାର୍ଥୀଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ରୋଜଗାର ମେଳା’ର ଅଷ୍ଟମ ସଂସ୍କରଣରେ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି।

  19. ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କହିଛନ୍ତି, ଭାଜପା ଡିସେମ୍ବର ୨୦୨୩ରେ ଲୋକ ସଭା ନିର୍ବାଚନ କରିପାରେ। ସେ ଦାବି କରିଛନ୍ତି ଯେ, ଭାଜପା ପ୍ରଚାର ପାଇଁ ସମସ୍ତ ହେଲକପ୍ଟର ବୁକ କରିଛି।

  20. ବିଶ୍ୱ ଆଥଲେଟିକ୍‌‌ ଚାମ୍ପିଅନସିପ୍‌‌ର ଅଂଶଗ୍ରହଣ କରି ତାଙ୍କ ପ୍ରଦର୍ଶନରେ ଦେଶ ତଥା ଓଡିଆ ପ୍ରଶଂସକଙ୍କ ହୃଦୟ ଜିଣିପାରିଥିବା ଓଡ଼ିଆ ଆଥଲେଟ୍‌ କିଶୋର କୁମାର ଜେନାଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର । ପୁୁରସ୍କାର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.